March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ କଟକ ଜିଲ୍ଲାର ଯୁବପ୍ରତିଭା ଦୀପଶିଖା ପ୍ରଧାନ ଙ୍କୁ

ନାମ- ଦୀପଶିଖା ପ୍ରଧାନ
ମାତାଙ୍କ ନାମ-: ପ୍ରତିମା ପ୍ରଧାନ
ପିତାଙ୍କ ନାମ-: ଜୟାନନ୍ଦ ପ୍ରଧାନ
ଜନ୍ମମାଟି/ଠିକଣା-:
ଗ୍ରାମ- ଗଉଡ଼ପଦା ପାଟଣା
ପୋଷ୍ଟ – ଗଦାଧରପୁର
ଜିଲ୍ଲା – କଟକ
ପିନ୍ – 754030
ଜନ୍ମ ତାରିଖ -: 12/02/1999
ଶିକ୍ଷା ଗତ ଯୋଗ୍ୟତା -: M.A (Odia)

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ମୋ ମତରେ ସାହିତ୍ୟ ହେଉଛି ଏକ ସ୍ୱତନ୍ତ୍ର କଳା | ଯେଉଁଥିରେ ସମାଜର ପ୍ରତିଛବି ପ୍ରତିବିମ୍ବିତ ହୋଇଥାଏ | ଯାହା ହୃଦୟ କୁ ଶାନ୍ତି ଦିଏ, ମନର ଭାବନା କୁ ପୂର୍ଣ୍ଣ ରୂପେ ପରିପ୍ରକାଶ କରିବାରେ ସହାୟକ ହୁଏ |

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:- ପଞ୍ଚମ ଶ୍ରେଣୀ ରେ ପଢ଼ିବା ସମୟରେ ବହିରେ ଥିବା କବିତା ଏବଂ ଗଳ୍ପ ଗୁଡ଼ିକୁ ପଢ଼ିଲେ ମୋତେ ବହୁତ ଖୁସି ଲାଗେ | ଭାବେ ମୁଁ ବି ଏମିତି ଦିନେ ଲେଖିବି ଆଉ ସେବେଠାରୁ ସାହିତ୍ୟ ପ୍ରତି ମୋର ରୁଚି ବଢ଼ିଲା | ମୋର ପ୍ରେରଣା ହେଉଛନ୍ତି ମୋର ସାର୍ ଅମୂଲ୍ୟ କୁମାର ମହାପାତ୍ର |

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- (ବି.ଜେ.ବି. ଜୁନିୟର କଲେଜ୍ ର ଓଡ଼ିଆ ଅଧ୍ୟାପକ ଡଃ ବିକାଶ କୁମାର ମହାରଣା) ସାର୍ ମୋର ପରୀକ୍ଷା ଖାତା କୁ ଦେଖି ଶ୍ରେଣୀ ଗୃହରେ ସମସ୍ତଙ୍କ ସାମ୍ନା ରେ ମୁଁ ଭଲ ଲେଖୁଛି କହିଥିଲେ ଏବଂ କିଛି ଗଳ୍ପ, କବିତା ଲେଖୁଛି କି ନାହିଁ ପଚାରିଥିଲେ | ମୁଁ କିଛି କହିବା ଆଗରୁ ସାର୍ ମୋତେ ଲେଖାଲେଖି କରିବା ପାଇଁ କହିଥିଲେ | ସେବେଠାରୁ ସାହିତ୍ୟ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ମୁଁ ଅଧିକ ଉତ୍ସାହିତ ହୋଇଥିଲି |

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- କବିତା ଲେଖିବାକୁ ମୁଁ ଅଧିକ ପସନ୍ଦ କରେ | କାରଣ କିଛି ଦୃଶ୍ୟ ଦେଖିଲେ କିମ୍ବା କିଛି ଅନୁଭବ କଲେ ତାହା ସ୍ୱତଃ କବିତା ହୋଇ ମନରୁ ଝରିଆସେ |

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ମୋର ଜନ୍ମ ମାଟି ଗଉଡ଼ପଦା ପାଟଣା, ଛୋଟ ଗାଁ ଟିଏ | ଏ ମାଟିରେ କେହି ମହାପୁରୁଷ ଜନ୍ମ ନେଇନାହାନ୍ତି କି ଏହା ଲୋକଲୋଚନକୁ ମଧ୍ୟ ଆସିନାହିଁ | ମୁଁ ଏତିକି ଚାହୁଁଛି ଏ ମାଟିର ସନ୍ତାନ ଯେମିତି ନିଜ ଜନ୍ମ ମାଟିକୁ ନେଇ ଗର୍ବ କରିବେ ଏବଂ ନିଜ ପ୍ରତିଭା ସହ ଗାଁ ର ନାଁ ସମଗ୍ର ଦେଶରେ ପରିଚିତ କରାଇବେ |

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ସାମ୍ପ୍ରତିକ ସମାଜର ବିଭିନ୍ନ ସମସ୍ୟାକୁ ସାହିତ୍ୟ ନିଜ ଭିତରେ ସ୍ଥାନ ଦେଇ ସମସ୍ତଙ୍କର ଦୃଷ୍ଟିଗୋଚର କରିବା ଦ୍ୱାରା ତା’ର ସମାଧାନ ହୋଇପାରିବ ଏବଂ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ |

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ରାଧାନାଥ ରାୟ, ଗଙ୍ଗାଧର ମେହେର, ଫକୀରମୋହନ ସେନାପତି, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ , ବୀଣାପାଣି ମହାନ୍ତି, ମନୋଜ ଦାସ୍ ଙ୍କ ପରି ସାହିତ୍ୟିକ ମାନଙ୍କର ଲେଖା ବହୁତ ଭଲ ଲାଗେ |

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ଆଧୁନିକତାର ସ୍ପର୍ଶ ଓଡ଼ିଆ ସାହିତ୍ୟ ର ସ୍ଥିତି ଉପରେ ଯଥେଷ୍ଟ ପ୍ରଭାବ ପକାଇଛି | ନିଜ ମାତୃଭାଷା କୁ ପଛରେ ପକାଇ ଅନ୍ୟ ଭାଷା ପାଇଁ କେତେକ ଙ୍କ ମନରେ ମୋହ ଜାତ ହେଉଛି ଯାହାଦ୍ୱାରା ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷା ନିଜର ସ୍ଥିତି ହରାଇ ବସିଛି | ମୋ ମତରେ ଅନ୍ୟ ଭାଷା ଆହରଣ କରିବା, ଗ୍ରହଣ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ନିଜ ମାତୃଭାଷାକୁ ହେୟ ମନେ କରିବା ହେଉଛି ମୁର୍ଖାମୀ | ସେଥିପାଇଁ ଅନ୍ୟ ଭାଷା ସହ ନିଜ ଭାଷା କୁ ସମାନ ଆଦର ଦେବା ଉଚିତ୍ |

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ସମଗ୍ର ବିଶ୍ୱ ଦରବାରରେ ଓଡ଼ିଆ ସାହିତ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖୁ ଏବଂ ଓଡ଼ିଆ ଭାଷା କୁ ଉପଯୁକ୍ତ ସମ୍ମାନ ଏବଂ ଆଦର ମିଳୁ |

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ପ୍ରଥମେ କହିବି ମୁଁ ଜଣେ ପାଠିକା | ମୋ ମତରେ ଯଦି ଜଣେ ଭଲ ପାଠକ ନ ହୋଇପାରିବ ସେ ଭଲ ଲେଖକ/ଲେଖିକା ହୋଇପାରିବନାହିଁ | ଆପଣମାନଙ୍କର ଭଲପାଇବା, ପ୍ରେରଣା ମୋତେ ଆଗକୁ ବଢ଼ିବାରେ ସାହାର୍ଯ୍ୟ କରିବା ସହିତ ମୋର ତୃଟି ସୁଧାରିବାରେ ସହାୟକ ହୋଇଥିବାରୁ ସଭିଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି |

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ବଣମଲ୍ଲୀ ସଦୃଶ ଲୁକ୍କାୟିତ ପ୍ରତିଭା ମାନଙ୍କୁ ସମଗ୍ର ବିଶ୍ୱରେ ପରିଚିତ କରାଇବା ସହିତ ଭଲ ମାର୍ଗଦର୍ଶକଟିଏ ସାଜିପାରିଛି | ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା ପରିବାର ର ପ୍ରତ୍ୟକ ସଦସ୍ୟଙ୍କର ମଙ୍ଗଳ କରନ୍ତୁ ଏବଂ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଉନ୍ନତିର ପଥରେ ଅଗ୍ରସର ହେଉ |

Loading

15 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ କଟକ ଜିଲ୍ଲାର ଯୁବପ୍ରତିଭା ଦୀପଶିଖା ପ୍ରଧାନ ଙ୍କୁ

  1. So nice Didi Super, heart touching . Your writing and sentiments are high . I pray to God that you written more poems and be loved by all . I know him , she is my best friend’s sister .She is a talented girl. Keep it on Didi . Love you

  2. Congratulations dipasikha..God bless you & I wish you get more success.. I’m proud of you..

  3. “ଭାଷା ସାହିତ୍ୟ” ଯାହାକି ପ୍ରତିଟି ଓଡ଼ିଆ ର ହୃଦୟ ର ବହୁତ ନିକଟତର। ଏଥିରେ ଯାହାର ଜ୍ଞାନ ଅଛି । ସିଏ ନିହାତି ପ୍ରଶଂସା ର ପାତ୍ର।

  4. Congratulations didi. I’m so happy for you. Keep it up. I’m really very proud to have you as my sister. Love you so much.

  5. Wowww sooo nice dear…..keep it up….. I’m proud of u my frnd… well done…. go ahead ☺

  6. I’m feeling proud to have a sister like you. Congratulations and All the best for your bright future ahead . Love you didi.

  7. ବୋହୁତ ଭଲ ଭାବରେ ତାଙ୍କ ମତ କୁ ପ୍ରକାଶିତ କରିଛନ୍ତି। ମୁଁ ବୋହୁତ ପସନ୍ଦ କରିଲି ତାଙ୍କ ଲେଖା ଗୁଡିକ। ବୋହୁତ ଭଲ ଲେଖିକା ହେବେ ଏବଂ ଓଡ଼ିଶା ର ନା ଉଁଚା କରିବେ।

  8. Nice to see her growing. I remember her during our college days. She has been always being a favourite poet of our teachers in the whole class. I see her being mad to elaborate a specific incident into a poet..

    Congrats Dipi. Keep growing. Wish u all the very best

  9. Nice …….I think she is a talente girl …I know her .she is my cute assistat,s sister ……nice didi ……keep it up …..

Leave a Reply to Ashanti Rout Cancel reply

Your email address will not be published. Required fields are marked *