April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ ଭେଟିବା ଓଡ଼ିଆ ସାହିତ୍ୟାକାଶ ର ଉଜ୍ଜ୍ୱଳ ମୟ ତାରକା ଗଞ୍ଜାମ ଜିଲ୍ଲାର ଶିବାନନ୍ଦ ବାରିକ ଙ୍କୁ

ନାମ- ଶିବାନନ୍ଦ ବାରିକ
ମାତାଙ୍କ ନାମ-: କୁନି ବାରିକ
ପିତାଙ୍କ ନାମ-:ପ୍ରିତିକର ବାରିକ
ଜନ୍ମମାଟି/ଠିକଣା-:ଗ୍ରାମ – ପଥରା , ପିନ୍ -୭୬୧୧୦୪ , କବିସୂର୍ଯ୍ୟନଗର, ଗଞ୍ଜାମ, ଓଡ଼ିଶା ।
ଜନ୍ମ ତାରିଖ- ୧୫/୧୦/୧୯୯୮
ଶିକ୍ଷା ଗତ ଯୋଗ୍ୟତା- ଜୀବ ବିଜ୍ଞାନରେ ସ୍ନାତକ, ପ୍ରାରମ୍ଭିକ ଶିକ୍ଷାରେ ଡିପ୍ଲୋମା । ବୃତ୍ତି – ଭାରତୀୟ ଡାକ ବିଭାଗରେ କର୍ମଚାରୀ।

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ମୋ ମତରେ ସାହିତ୍ୟ କେବେ ଶୁନ୍ୟରେ ଭାସି ଉଡୁଥିବା ଶବ୍ଦଗୁଡିକୁ ଏକାଠି ତୋଳି ଆଣି ସୃଷ୍ଟି କରିପାରେ ସୃଜନୀର କୋଣାର୍କ, ପୁଣି କେବେ ବିରହ ବେଦନାରେ ତୋଳି ଧରେ ମାନସୀ ମନର ବ୍ୟଥା ପୁଣି କେବେ ସାମାଜିକ ଧରାବନ୍ଧା ନିୟମକୁ ସଜାଡି ଜାତିର ପୁନଃ ଜାଗୃତି କରିପାରେ । ଗୋଟିଏ ସମୃଦ୍ଧ ଜାତି ଓ ତାହାର ସଂସ୍କୃତି ସହ ସେ ଜାତିର ସାହିତ୍ୟ ଅତି ନିବିଡ଼ ଭାବେ ଜଡ଼ିତ ଓ ଏହାର ମୂଳଭିତ୍ତି ରୂପେ କାର୍ଯ୍ୟକରେ। ସର୍ବୋପରି ମନର ଆନ୍ଦୋଳିତ ଭାବନାକୁ ଭିନ୍ନ ଭିନ୍ନ ରୂପରେ ସଂକ୍ଷିପ୍ତ ଓ ବିକ୍ଷିପ୍ତ ରୂପେରେ ଅସଂଖ୍ୟ କୃତି ଗଢି ସମାଜର ହିତ ସାଧନ ହିଁ ସାହିତ୍ୟ , ତେଣୁ ଯଥାର୍ଥରେ କୁହାଯାଇଛି ” ସାହିତ୍ୟ ହେଉଛି ସମାଜର ଦର୍ପଣ”।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:- ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ପଢୁଥିବା ବେଳେ ବାର୍ଷିକ ପତ୍ରିକାରେ ମୋର ଲେଖା ସ୍ଥାନିତ ହୋଇଥିଲା , ତଳେ ଲେଖା ହୋଇଥିବା ନିଜ ନାଆଁକୁ ଦେଖି ସେତେବେଳେ ଖୁବ୍ ଭାଵବିହ୍ବଳିତ ହୋଇ ଆଗକୁ ଲେଖିବା ପାଇଁ ଉତ୍ସାହିତ ହୋଇଥିଲି । ତେବେ ଫେସବୁକ୍ ରେ ଯଦିଓ କ୍ଵଚିତ ଲେଖୁଥିଲି , ପ୍ରିୟ ଅମର ଭାଇଙ୍କ ପରାମର୍ଶ ଓ ପ୍ରେରଣାରେ ଲେଖିଥିବା ପ୍ରଥମ ଗଳ୍ପ “ଅସହ୍ୟ ଉର୍ମି ” ରୁ ମିଳିଥିବା ଅପ୍ରତ୍ୟାଶିତ ପାଠକୀୟ ମତାମତ ମୋତେ ବେଶ୍ ଉତ୍ସାହିତ କରିଥିଲା ଏବଂ ସେବେଠାରୁ ସାହିତ୍ୟ କ୍ଷେତ୍ରରେ ମୋର ଧାରା ଅବ୍ୟାହତ ରହିଛି ।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ଘଟଣା ତ ଅନେକ , କିନ୍ତୁ ଥରେ ମାଆ ମୋ ଲେଖା ପଢି କହିଥିଲା, ତୁ ଏତେ ସୁନ୍ଦର ଲେଖିପାରୁ! । ସେବେଠାରୁ ମୋ ଭିତରେ ଥିବା କଲମ ଆଉ ଉଙ୍କିମାରି ପଛକୁ ଚାହିଁନି। ତେବେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନରୁ ମିଳିଥିବା ସମ୍ବର୍ଦ୍ଧନା ଓ ଶ୍ରଦ୍ଧା ମୋତେ ସାହିତ୍ୟ ପ୍ରତି ବେଶ୍ ଆକୃଷ୍ଟ କରାଇପାରିଛି ସାଧନା ଜାରି ରଖିବା ପାଇଁ।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-ଯଦିଓ ଉଭୟ କ୍ଷେତ୍ର ମୋ ଲେଖନୀ ଚାଳନାର ଆଧାର ଓ ସାହିତ୍ୟ ଯାତ୍ରାର ସାଥୀ , ତଥାପି ଗଳ୍ପ ପ୍ରତି ମୋର ଯଥେଷ୍ଟ ଦୁର୍ବଳତା ରହିଛି। କାରଣ ଗଳ୍ପ ମାଧ୍ୟମରେ ମୁଁ ମୋର ଅଭିଳାଷିତ ଭାବନାମାନଙ୍କୁ ସମାଜର କେତେକ ବଳିଷ୍ଠ ଚରିତ୍ର ରୂପରେ ପାଠକ ନିକଟରେ ଉପସ୍ଥାପିତ କରିପାରେ। ବିଶେଷ କରି କ୍ଷୁଦ୍ର ଗଳ୍ପ ମୋର ପ୍ରାଥମିକତା , ଯାହା ସଂକ୍ଷିପ୍ତ କିନ୍ତୁ ମାର୍ମିକ ହେବା ଆବଶ୍ୟକ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପଥରା ଗ୍ରାମରେ ମୋର ଜନ୍ମ। କବିସୂର୍ଯ୍ୟ ବଳଦେବ ରଥଙ୍କ କାବ୍ୟିକ ସ୍ପର୍ଶ ପାଇ ମୋ ମାଟି ଶତଧନ୍ୟ। ଆଜି ବି ସକାଳ ହେଲେ ଭୁଆସୁଣୀ ପୋଖରୀ ଯାଏ, ସଞ୍ଜ ନଇଁଲେ ଗାଁ ଦେଉଳରୁ ଭାସିଆସେ ପୁରାଣ ପଣ୍ଡିତଙ୍କ ଆବୃତ୍ତି। ଓଡ଼ିଆ ଭାଷା ସାହିତ୍ୟକୁ ମୋ ମାଟି ଦେଇଛି କିଶୋର ଚନ୍ଦ୍ରାନନ ଚମ୍ପୁ , ଚଉପଦୀ ଜଣାଣ ଯାହା ଉତ୍କଳର ବାଣୀ ଭଣ୍ଡାରକୁ କରିଛି ରୁଦ୍ଧିମନ୍ତ ଓ ସରସ। ଏଇଠୁ ଶିଖିଛି ଶୈଶବର ପ୍ରଥମ ଶବ୍ଦ, ଏଣୁ ଶେଷ ନିଃଶ୍ୱାସ ଯାଏଁ ମୋ ମାଟି କୁ ଗୌରବାନ୍ଵିତ କରିବାର ଦୁର୍ବାର ଅଭିପ୍ରାୟ ରଖିଛି।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ଇତିହାସର ପ୍ରତ୍ୟେକ ପୃଷ୍ଠା , ଯାହା ବିଦ୍ରୋହ, ଅବରୋଧ, ପ୍ରତିବାଦ, ସ୍ୱରଉତ୍ତୋଳନ, ପ୍ରତିନିଧିତ୍ୱ , ମୀମାଂସା ଆଦି ପ୍ରତ୍ୟେକ କ୍ଷେତ୍ରରେ ଯାହା ଅଦ୍ଭୁତପରିବର୍ତ୍ତନର କାଳିରେ ଲିପିବଦ୍ଧ କରିଛି ସମୂଜ୍ଜ୍ଵଳ ନୂତନ ସୂର୍ଯ୍ୟୋଦୟ , ସେସବୁ ଚରିତ୍ର ମାନଙ୍କର ଆଦର୍ଶ ଥିଲା କିଛି ବଳିଷ୍ଠ ଲେଖକଙ୍କ ଲେଖନୀର ଶକ୍ତି। ତେଣୁ ଯଥାର୍ଥରେ କହିବା ବାହୁଲ୍ୟ ” ଅଶୀ ଠାରୁ ମସୀ ର ତାକତ ଢେର୍” । ଆଜିବି ସମାଜ କଳୁଷିତ, ପରିତ୍ୟକ୍ତ, ବିଗଳିତ ଓ ପଥଭ୍ରଷ୍ଟ ।ଏଣୁ ଏସବୁ ପକ୍ଷ କୁ ପରିବର୍ତ୍ତିତ କରି ସମୟର ସୁଅରେ କାଲମାକ୍ସ ଓ ଲିଓ ଟାଲଷ୍ଟୟୋ ଭଳି ଯୁଗାନ୍ତକାରୀ ସାହିତ୍ୟ ପ୍ରାଣଙ୍କ ନବ ଜାଗରଣ ପ୍ରତିଟି ବ୍ୟକ୍ତି ଚେତନାକୁ ଉଦବୁଦ୍ଧ କରାଇବାର ଏକମାତ୍ର ସାଧନୀ ହେଉଛି ସାହିତ୍ୟ । ଅତି ସରଳ ରେ ମାନସିକତାରେ ପରିବର୍ତ୍ତନ ସମାଜର ପରିବର୍ତ୍ତନ ଓ ସାହିତ୍ୟ ମାନସିକତାର ପୃଷ୍ଠଭୂମି ଓ ପରିପ୍ରକାଶ। ଏଣୁ ମୋ ମତରେ ସାହିତ୍ୟ ସୁସ୍ଥ ସମାଜ ଗଠନର ଏକ ବଳିଷ୍ଠ ସର୍ବାଦୌ ମାଧ୍ୟମ।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-ବିଶେଷ କରି ପ୍ରେମ ପ୍ରଣୟର କବି ଶ୍ରୀ ମାୟାଧର ମାନସିଂହ ଙ୍କ ଆବେଗ ଧର୍ମୀ କବିତା, ଜ୍ଞାନପୀଠ ବିଜୟିନୀ ବିଶିଷ୍ଟ ଲେଖିକା ଡ଼. ପ୍ରତିଭା ରାୟ ଓ ମନୋଜ ଦାସ ଭଳି ଯୋଗଜନ୍ମା ସାଧକଙ୍କ ଲେଖା ପଢିବାକୁ ମୁଁ ବେଶ ଭଲପାଏ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ବାସ୍ତବରେ କହିବାକୁ ଗଲେ ମୋ ମତରେ ବର୍ତ୍ତମାନ ଓଡ଼ିଆ ସାହିତ୍ୟ ବିପଥଗାମୀ ।ଯେଉଁ ମାଟିର ମହାକବି , କବିସୂର୍ଯ୍ୟ, ଓ କବିସମ୍ରାଟ ଭିନ୍ନ ଏକ ଅନ୍ତର୍ଦୃଷ୍ଟିରେ ଓଡ଼ିଆ ବିଭବର ସୁଦୂର ପ୍ରସାରି ମାର୍ଗ ପ୍ରଶସ୍ତ କରିଦେଇଥିଲେ ନିଃସ୍ଵାର୍ଥରେ ,ସେଇ ଅଙ୍ଗୀଭୂତ ମହାମାନବ ମାନଙ୍କ ବଂଶଧର ଆଜି କେବଳ ପ୍ରଶଂସାର ବୁଭୁକ୍ଷୁ ସାଜି ସର୍ଜନା ଓ ସାଧନାରୁ ବେଶ୍ ଦୂରରେ, ଭାଷା ଭଣ୍ଡାରର ନାମମାତ୍ର ସୁରକ୍ଷାକାରୀ। ତଥାପି କିନ୍ତୁ ପ୍ରତିଷ୍ଠା ଓ ସମ୍ଭାବନାର ଆଶା , ଓଡ଼ିଆ ସାହିତ୍ୟର ନବ ନାଗରିକଙ୍କୁ ନେଇ ଜାଗି ଉଠିବ ପୂର୍ବଭଳି ତା’ର ଗାରିମାକୁ ବଳବତ୍ତର କରିବାପାଇଁ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-କୀର୍ତ୍ତିଶାଳିନୀ ଓଡ଼ିଶା ଓ ଗୌରବମୟ ଆମ ଭାଷା ,ତେବେ ଓଡ଼ିଆ ସାହିତ୍ୟ ତାର ପ୍ରଚୂର୍ଯ୍ୟର ଅପରୂପ ସୌନ୍ଦର୍ଯ୍ୟରେ ପୁଣି ଜାଗ୍ରତକରୁ ମହାକବିଙ୍କୁ , ଗୋପବନ୍ଧୁଙ୍କୁ, ପାଇକମାନଙ୍କୁ, ଧର୍ମପଦକୁ, ବଜିରାଉତକୁ । ଚିତ୍ରିତ କରୁ ସାମାଜିକ , ରାଜନୈତିକ, ସାଂସ୍କୃତିକ ଓ ଅବେଗିକ ଏକ ନୈସର୍ଗିକ ଉପଲବ୍ଧି ଯାହା ସମଗ୍ର ବିଶ୍ୱନିକଟରେ ପହଞ୍ଚିପାରୁ ଏବଂ ବ୍ୟକ୍ତିଗତ ରୂପେ କହିବି ପରସ୍ପର ଠାରୁ ଶିଖିବା ଓ ପ୍ରୋତ୍ସାହନ ଧାରାରେ ଆମ ପଡୋଶୀ ଭାଷା ଭଳି କେହି ଜଣେ ମୋ ଘରୁ ଓଡିଆ ସାହିତ୍ୟରେ ନୋବେଲ ଘେନିଆଣୁ ,ଓଡ଼ିଆ ର ଟେକ ରହୁ ଏତିକି ମୋର ସ୍ବପ୍ନ ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର – ପ୍ରଥମେ କହିବି, ମୁଁ ଜଣେ ଭଲ ପାଠକ। ତେବେ ପ୍ରିୟ ପାଠକ/ପାଠିକା ମାନଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ୍ ଦେବି ମୋ ଭଳି ଜଣେ ସଂକ୍ଷିପ୍ତ ଅନୁଭୂତି ସମ୍ପନ୍ନ ନବାଗତକୁ ନିଜ ଲେଖା ମାଧ୍ୟମରେ ଆପ୍ୟାୟିତ କରିବାର ସୁଯୋଗ ଦେଇଥିବା ଯୋଗୁଁ। ଏତିକି କହିବି , ଜଣେ ସୁପାଠକ/ ପାଠିକା ଭାବେ ଆମ ମନରେ ସବୁବେଳେ ଅସମ୍ଭବ ଜିଜ୍ଞାସା , ତୁଳନାତ୍ମକ ସମୀକ୍ଷା ସହ ଗଠାନାତ୍ମକ ପରାମର୍ଶ ମତାମତ ଓ ଉତ୍ସାହିତ କରିବାର ଶକ୍ତି ରହିବା ଦରକାର, କାରଣ ପାଠକ/ପାଠିକା ଙ୍କୁ ନେଇ ହିଁ ଯେକୌଣସି ସାହିତ୍ୟ ବଞ୍ଚିରହେ ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ପ୍ରଥମେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ,ଏଇଭଳି ଏକ ମନନଶୀଳ ସୃଜନିକା ଟିଏ ସୃଷ୍ଟି କରି ଓଡ଼ିଆ ସାହିତ୍ୟର ନବ ସମ୍ଭାବନା ମାନଙ୍କୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରି ଲୋକ ଲୋଚନକୁ ଆଣିବା ପାଇଁ ଆଙ୍କିଥିବା ସୁନ୍ଦର ପ୍ରୟାସ ପାଇଁ ।ଏହା ଅତି ଗର୍ବର ବିଷୟ ଯେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ବର୍ତ୍ତମାନ ରାଜ୍ୟ ଓ ଦେଶ ବାହାରେ ସମଗ୍ର ବିଶ୍ୱରେ ନିଜ କାୟା ବିସ୍ତାର କରି ଅନେକ ସାଧକ ସୃଷ୍ଟି କରିବା ସହ ଓଡ଼ିଆ ସାହିତ୍ୟକୁ ଜଗତବ୍ୟାପୀ ପ୍ରଚାର ପ୍ରସାର କରିବା ଦିଗରେ ଆଗେଇଚାଲିଛି । ଏଣୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସମ୍ପାଦକ ଉପଦେଷ୍ଟା ଆବାହକ ସମସ୍ତ କର୍ମକର୍ତ୍ତା ତଥା ସଦସ୍ୟ ମାନଙ୍କୁ ସାରସ୍ଵତ ପ୍ରଣାମ କରିବା ସହ ଅନୁଷ୍ଠାନ ର ଉତ୍ତରୋତ୍ତର କାମନା କରୁଛି।

ଧନ୍ୟବାଦ୍

Loading

2 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ ଭେଟିବା ଓଡ଼ିଆ ସାହିତ୍ୟାକାଶ ର ଉଜ୍ଜ୍ୱଳ ମୟ ତାରକା ଗଞ୍ଜାମ ଜିଲ୍ଲାର ଶିବାନନ୍ଦ ବାରିକ ଙ୍କୁ

  1. ଖୁବ୍ ସୁନ୍ଦର ଉପସ୍ଥାପନା କରିଛ ଶିବାନନ୍ଦ ସାକ୍ଷତକାର | ଭଲ ଲାଗିଲା |ଧନ୍ୟବାଦ୍

  2. ମାଆ ଟିଏ ରୋଷେଇ କଲାବେଳେ ସେଇ ରୋଷେଇ ଶାଳରୁ ଯେମିତି ସୁଗନ୍ଧ ଆସୁଥାଏ ଠିକ୍ ସେହିଭଳି ଆପଣଙ୍କ ଲେଖାରୁ ସୁରଭି ଆସୁଥାଏ । ଆପଣଙ୍କ ର ପ୍ରତିଟି ସୃଷ୍ଟି ମୋତେ ବେଶ୍ ମୁଗ୍ଧ କରିଦେଇଥାଏ ଏଇମିତି ସାହିତ୍ୟ ସାଧନାରେ ଆଗେଇ ଚାଲ । ଆପଣ ମାନଙ୍କ ଭଳି କବି ମାନଙ୍କୁ ଜନ୍ମ ଦେଇ ଆମ ଓଡ଼ିଶା ମାଟି ବେଶ୍ ଗର୍ବିତ ଭାଇ……..।

Leave a Reply

Your email address will not be published. Required fields are marked *