April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ଭେଟିବା କେନ୍ଦୁଝର ଜିଲ୍ଲାର କବୀ ଜ୍ୟୋତିର୍ମୟୀ ଓଝା ଙ୍କୁ

ନାମ-ଜ୍ୟୋତିର୍ମୟୀ ଓଝା
ମାତାଙ୍କ ନାମ- ବିରାଜୀନି ଓଝା
ପିତାଙ୍କ ନାମ-ମହେଶ୍ବର ଓଝା
ଜନ୍ମମାଟି-ବାଲିପାଳ
ଠିକଣା – ଗ୍ରା/ପୋ – ବାଲିପାଳ
ବ୍ଲକ୍-ଘଷିପୁରା
ଜିଲ୍ଲା-କେଉଁଝର
ପିନ୍-୭୫୮୦୨୫
ଜନ୍ମତାରିଖ- ଏପ୍ରିଲ ୧୬,୨୦୦୧
ଶିକ୍ଷାଗତ ଯୋଗ୍ୟତା- ଇଂରାଜୀ ସମ୍ମାନରେ ସ୍ନାତକ(ଚାଲୁଅଛି)

୦୧- ଆପଣଙ୍କ ମତରେ ସାହିତ୍ୟ ର ସଂଜ୍ଞା ?
ଉ- ସାହିତ୍ୟ ଏକ ସମୂଦ୍ର ଯେଉଁଥିରେ ଯେତେ ପହଁରୁଥିଲେ ମଧ୍ୟ ସରେନାହିଁ, ଅର୍ଥାତ୍ ଯେତେ ପଢୁଥିଲେ ମଧ୍ୟ ଆହୁରି ପଢିବା ବାକି ରହିଯାଏ ଏବଂ ସର୍ବଦା କିଛି ଶିଖିବାକୁ ମିଳିଥାଏ । ସାହିତ୍ୟ ହେଉଛି ଏମିତି ଏକ ଦର୍ପଣ ଯେଉଁଥିରେ ସମାଜର ଜୀବନ୍ତ ପ୍ରତିଛବି ଏବଂ ନିଜର ପ୍ରତିବିମ୍ବ କୁ ଦେଖି ସମାଜ ସହ ନିଜକୁ ଭଲ ଭାବରେ ଚଳାଇବା ପାଇଁ ରାସ୍ତା ଖୋଜି ପାଆନ୍ତି ।

୦୨- କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା ? କେଉଁଠୁ ପ୍ରେରଣା ପାଇଲେ ?
ଉ- ସାହିତ୍ୟ ରେ ରୁଚି ତ ପିଲାବେଳୁ ଥିଲା । କିଛି ଶିଶୁ ଗଳ୍ପ ସହ କବିତା ମଧ୍ୟ ଲେଖିଛି । ପରେ ପଢ଼ାପଢ଼ି ବ୍ୟସ୍ତତା ଭିତରେ ଲେଖିପାରିନଥିଲି । ପୁଣି ସ୍ନାତକ ପ୍ରଥମ ବର୍ଷ ରୁ ଇଂରାଜୀ ସମ୍ମାନରେ ପଢା ଆରମ୍ଭ କଲି , ସୁନ୍ଦର ସୁନ୍ଦର ଗଳ୍ପ, ପ୍ରବନ୍ଧ , କବିତା ଇତ୍ୟାଦି ପଢି ଲେଖିବାର ଇଚ୍ଛା ପୁନର୍ଜୀବିତ ହୋଇ ଉଠିଲା । ସ୍ବର୍ଗତ ଅଜା , ବାପା ବୋଉ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭାକାଂକ୍ଷୀ ମାନଙ୍କ ପାଖରୁ ପ୍ରେରଣା ମିଳିଛି।

୦୩-ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା ।
ଉ- ମୋ ସ୍ବର୍ଗତ ଅଜା ମୋର ବହୁତ ପ୍ରିୟ ଥିଲେ । ସେ ମଧ୍ୟ ସାହିତ୍ୟ ପ୍ରତି ଯଥେଷ୍ଟ ରୁଚି ରଖିଥିଲେ । ଜଣେ ଭଲ ପାଠକ ଥିଲି । ଅନ୍ଧ ହୋଇ ମଧ୍ୟ କେବେବି ମତେ ଉପଯୁକ୍ତ ଶିକ୍ଷା ଦେବାରେ ଅବହେଳା କରିନଥିଲେ । ବାଲ୍ୟକାଳରୁ ତାଙ୍କରି କୋଳରେ ବଢ଼ିଛି , ଖେଳିଛି , ଗପ, ଗୀତ , ପୌରାଣିକ ଗାଥା ଶୁଣିଛି । ସେ ସବୁ ମତେ ଢେର୍ ଆନନ୍ଦ ଦିଏ । ସାହିତ୍ୟିକ ପରିବେଶ ରେ ବଡ଼ ହୋଇଥିବା ଯୋଗୁଁ ସାରସ୍ବତ ସାଧନା ନିମନ୍ତେ ଆଗ୍ରହ ଥିଲା । ଷଷ୍ଠ ଶ୍ରେଣୀରେ ଟଗର ଫୁଲ କୁ ଦେଖି ପ୍ରଥମ କବିତା ଲେଖିଥିଲି ଯାହା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା ଓ ସ୍କୁଲ ର ପ୍ରତିଭା ସ୍ତମ୍ଭରେ ମୋର ନାମ ସହ ଉକ୍ତ କବିତା ମଧ୍ୟ ସ୍ଥାନ ପାଇଥିଲା ।

୦୪- କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି ଏବଂ କାହିଁକି ?
ଉ- କବିତା ଲେଖିବା କ୍ଷେତ୍ରରେ ମୋର ଅଧିକ ରୁଚି ରହିଛି । କାରଣ – ପୃଥିବୀର ପ୍ରତ୍ୟେକ ବସ୍ତୁ ମଧ୍ୟ ରେ ମୁଁ କବିତା କୁ ଆବିଷ୍କାର କରେ । ସୁପ୍ତ ଅବସ୍ଥାରେ ବି ପୃଥିବୀ ଗୀତ ଗାଉଥାଏ ଏବଂ ସେ ଗୀତକୁ ଉପଭୋଗ କରି ତାକୁ ପାଥେୟ କରି ଏକ ନୂତନ ଗୀତ ସୃଷ୍ଟି କରିବାରେ ଆନନ୍ଦ ଥାଏ ମୋର । କବିତା ମାଧ୍ୟମରେ ନିଜ ମନର ଭାବନା ଓ ହୃଦୟର ଭାଷାକୁ ମୁଁ ସଠିକ୍ ଭାବେ ଉପସ୍ଥାପନ କରିପାରେ

୦୫- ନିଜ ଜନ୍ମମାଟି ବିଷୟରେ କିଛି କହିବେ କି?
ଉ- ଜନ୍ମମାଟି ବିଷୟରେ କ’ଣ କହିବି , ଏହା ତ ମୋ ମାଁ ଆଉ ମାଁ ଅତୁଳନୀୟ, ଅବର୍ଣ୍ଣନୀୟ । ମୋ ଜନ୍ମଭୂମି ବୈତରଣୀ ଜଳରେ ସିକ୍ତା , ସ୍ବର୍ଣପ୍ରସୁ , ଚିରସବୁଜ , ପାହାଡପର୍ବତରେ ଘେରା ଓ “ଜଳପ୍ରପାତ ର ସହର ” ନାମରେ ନାମିତ । ମୁଁ ନିଜକୁ ଧନ୍ୟ ମଣୁଛି କେଉଁଝର ମାଟିରେ ଜନ୍ମଗ୍ରହଣ କରି । ଆଉ ମୋ ଗ୍ରାମ ବାଲିପାଳ , ଯାହାକୁ ଚତୁର୍ଦ୍ଦିଗ ରୁ ପ୍ରଭୁ ହନୁମାନ , ପ୍ରଭୁ ମହାଦେବ , ମା ବନେଶ୍ବରୀ , ମା କଜଳେଇ ସର୍ବଦା କୃପା ଦୃଷ୍ଟି ରଖିଥାନ୍ତି । ହୋମ , ଯଜ୍ଞ , ଯାତ୍ରା , ପର୍ବପର୍ବାଣୀ ବିଶେଷତଃ ରଜପର୍ବ ଓ ବାଲିଯାତ୍ରା ପାଇଁ ମୋ ଗାଁ ପ୍ରସିଦ୍ଧ ।

୦୬- ସୁସ୍ଥ ସମାଜ ଗଠନରେ ସାହିତ୍ୟ ର ଭୂମିକା କୁ ନେଇ ଆପଣ କ’ଣ ଭାବନ୍ତି ?
ଉ- ସାହିତ୍ୟ ହିଁ ତ ସୁସ୍ଥ ସମାଜ ଗଠନ ରେ ସର୍ବାଧିକ ଭୁମିକା ଗ୍ରହଣ କରିଥାଏ । ସାହିତ୍ୟ ରୁ ଆମେ ସାମ୍ପ୍ରତିକ ସମାଜ , ବିଭିନ୍ନ ପ୍ରକାରର ଘଟଣା , ବ୍ୟକ୍ତିବିଶେଷ , ସୁକର୍ମ , କୁ କର୍ମ ଇତ୍ୟାଦି ବିଷୟରେ ଜାଣିପାରୁ ଏବଂ ଏହାକୁ ଅନୁଧ୍ୟାନ କରି ନିଜ କୁ ତଥା ସମାଜକୁ ଠିକ୍ ଭାବେ ଗଢିତୋଳିବା କୁ ପ୍ରୟାସ କରୁ । ସାହିତ୍ୟ ଆମକୁ ଆମ ସଂସ୍କୃତି , ପରମ୍ପରା ସମ୍ପର୍କରେ ସୂଚନା ଦିଏ ଯାହା ନିଜକୁ ମାର୍ଜିତ କରିବାରେ ସହାୟକ ହୁଏ ।

୦୭- କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି ?
ଉ- ମୁଁ ସାହିତ୍ୟ ଏବଂ ସାହିତ୍ୟିକ ଙ୍କୁ ତୁଳନା କରିପାରେ ନାହିଁ । କାରଣ ସମସ୍ତଙ୍କ ଲେଖାରେ ଥାଏ ସ୍ବତନ୍ତ୍ରତା ଓ ବୈଶିଷ୍ଟ୍ୟ । ପ୍ରତି ଲେଖା ଓ ଲେଖକଙ୍କ ଠାରୁ ମୁଁ କିଛି କିଛି ଶିକ୍ଷା ପାଏ । ତେଣୁ ସମସ୍ତ ସାରସ୍ବତ ସାଧକ ସାଧିକା ମୋର ଅତି ପ୍ରିୟ ।

୦୮-ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟର ସ୍ଥିତି କିପରି?
ଉ- ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟ ପର ଘରର ପିଠା ଦେଖି ଘଷି କାମୁଡିବା ପରି । ଅନ୍ୟମାନଙ୍କ ବିକାଶ , ଅନ୍ୟମାନଙ୍କ ସାହିତ୍ୟ ସାଧନା ସବୁକୁ ଦେଖି ସମସ୍ତେ ଜଣେ ଜଣେ ସାହିତ୍ୟିକ ହେବାକୁ ଚେଷ୍ଟା କରନ୍ତି । ବର୍ତ୍ତମାନ ସାହିତ୍ୟ ଏକ ବାଣିଜ୍ୟିକ ଦ୍ରବ୍ୟ ହୋଇଯାଇଛି । ଉପଯୁକ୍ତ ମାନ ନ ଥାଇ , ଯୁକ୍ତି ନ ଥାଇ ସାହିତ୍ୟ ସାଧିତ ହେଉଛି । ତେଣୁ ସମସ୍ତ ସାହିତ୍ୟାନୁରାଗୀ ମାନେ ସାହିତ୍ୟ କୁ ମା ସରସ୍ବତୀଙ୍କ ଅବତାର ରୂପେ ପୂଜା କରିବା ଉଚିତ୍ ।

୦୯- ଓଡ଼ିଆ ସାହିତ୍ୟ କୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉ- ଇଂରାଜୀ ସାହିତ୍ୟ ମୋତେ ବଞ୍ଚିବାକୁ ପନ୍ଥା ଦେଇପାରେ କିନ୍ତୁ ଓଡ଼ିଆ ସାହିତ୍ୟ ମୋ ନିଶା । ଓଡ଼ିଆ ସାହିତ୍ୟ ର ନାମ ଜାଜ୍ଜ୍ୱଲ୍ୟମାନ ହେଉ ଏହା ହିଁ ହେଉଛି ମୋର ସ୍ବପ୍ନ ।

୧୦- ପାଠକ / ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉ- ମୁଁ ନିଜେ ଜଣେ ଲେଖିକା କମ୍ ପାଠିକା ଅଧିକ । ମୋ ପାଠକ କିମ୍ବା ପାଠିକା ମତେ ପଢିବାକୁ ଭଲପାଆନ୍ତି ଏବଂ ଢେର୍ ସ୍ନେହ, ସଦିଚ୍ଛା , ଆଶିର୍ବାଦ ଦିଅନ୍ତି । ଖାଲି ଏତିକି କାମନା ଯେ ସର୍ବଦା ମୋ ଲେଖନୀ କୁ ଏମିତି ଆଶିର୍ବାଦ ଦେଉଥାନ୍ତୁ ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତ୍ତା –
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ହେଉଛି ମୋ ସଫଳତାର ପ୍ରଥମ ପାହାଚ । ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା କରାଇଛି ମତେ ସୂର୍ଯ୍ୟୋଦୟ ପ୍ରତିଷ୍ଠାନ । ଓଡ଼ିଆ ସାହିତ୍ୟ ଜଗତରେ ନବ ପ୍ରତିଭା ମାନଙ୍କୁ ଉଦୟ କରାଇଛି ଓ ସାହିତ୍ୟ ଜଗତରେ ନିଜର ଚିକମିକ୍ କିରଣ ବର୍ଷା କରି ଅନେକ ବଣମଲ୍ଲୀ କୁ ଲୋକଲୋଚନକୁ ଆଣିପାରିଛି ଉକ୍ତ ପ୍ରତିଷ୍ଠାନ । ତେଣୁ ଏହା ନିକଟରେ ଏବଂ ପ୍ରତିଷ୍ଠାତା ମନୋଜ କୁମାର ପଣ୍ଡା ଭାଇଙ୍କ ନିକଟରେ ମୁଁ ଚୀର ଋଣୀ ।

 1,578 total views,  1 views today

3 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ଭେଟିବା କେନ୍ଦୁଝର ଜିଲ୍ଲାର କବୀ ଜ୍ୟୋତିର୍ମୟୀ ଓଝା ଙ୍କୁ

    1. ଅତି ସୁନ୍ଦର ଉପସ୍ଥାପନା

Leave a Reply

Your email address will not be published. Required fields are marked *