ନାମ- ଶକୁନ୍ତଳା ପରିଡ଼ା
ମାତାଙ୍କ ନାମ-: ଉଷାରାଣୀ ପରିଡ଼ା
ପିତାଙ୍କ ନାମ-: ବାବାଜୀ ପରିଡ଼ା
ଜନ୍ମମାଟି/ଠିକଣା-: ଗାରୋଇ (ଡାହାଣିଖିଆ),ନାଉଗାଁ, ଜଗତସିଂହପୁର
ଜନ୍ମ ତାରିଖ-୦୩.୦୧.୨୦୦୨
ଶିକ୍ଷା ଗତ ଯୋଗ୍ୟତା- ବିଜ୍ଞାନ ରେ କ୍ରମାଙ୍କନା ଚାଲୁ ଅଛି ଏବଂ କମ୍ପୁଟର କୋର୍ଷ ସମାପ୍ତ।
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ସାହିତ୍ୟ କହିଲେ “ସତ୍ଯମ୍, ଶିବମ୍,ସୁନ୍ଦରମ୍”.
ସାହିତ୍ୟ ଏମିତି ଏକ ସତ୍ଯ ଯିଏକି ଜଗତର ସତ୍ଯକୁ ନିଜେ ବୁଝି ଆମ ଆଗରେ ସୁନ୍ଦର ଓ ସରଳ ଭାଷାରେ ପ୍ରକାଶିତ କରି ଆମ ଜୀବନକୁ ସରସ ଓ ସୁନ୍ଦର ଭାବେ ଗଢ଼ିତୋଳିଥାଏ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-ମୋର ସ୍କୁଲ ବେଳର ନବମ ଶ୍ରେଣୀରୁ ମୋର ସାହିତ୍ୟ ପ୍ରତି ମନ ବଳିଥିଲା, ଆଉ ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଯେବେ ମୁଁ ଜ୍ଞାନପୀଠ ପୁରଷ୍କାର ଅଧିକାରୀଣୀ ଡ.ପ୍ରତିଭା ରାୟଙ୍କର ଯାଜ୍ଞସେନୀ ପୁସ୍ତକ ପଢ଼ିଥିଲି ସେବେଠୁ ମୋର ସାହିତ୍ୟ ପ୍ରତି ଆହୁରି ଆକର୍ଷିତ ହୋଇଥିଲି, ମୁଁ ମୋ ସାହିତ୍ୟ ଗୁରୁ ଶ୍ରୀଯୁକ୍ତ ସୁକାନ୍ତ କୁମାର ଲେଙ୍କା ସାର୍ ଙ୍କୁ ଦେଖି ମୁଁ ପ୍ରେରିତ ହେଇଥିଲି।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ଯେବେ ମୁଁ ପ୍ରଥମେ ଗୋପବନ୍ଧୁଙ୍କର ଜନ୍ମ ଜୟନ୍ତୀରେ ସମାଜ ଖବରକାଗଜ ତରଫରୁ ଗୋଟିଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରି “ସ୍ବାନ୍ତନାମୂଳକ ” ପୁରଷ୍କାର ପାଇବାର ସୁଯୋଗ ପାଇଥିଲି, ଆଉ ତା ପରେ ପରେ ଗୋଟିଏ ଶିଶୁ ସଂଗଠନ ତରଫରୁ ଆୟୋଜିତ ପ୍ରତିଯୋଗିତା ରେ ମୁଁ ପ୍ରଥମ ହୋଇ ବ୍ଳକ ସ୍ତରୀୟ ପର୍ଯ୍ଯନ୍ତ ଯାଇ ତଋତୀୟ ସ୍ଥାନ ଅଧିକାର କରି ଆଗକୁ ଯାଇନପାରି ଫେରିଆସିଥିଲି , ପୁଣି ମୁଁ ଗୋଟିଏ ସ୍କୁଲର” ସିଲଭର ଜୁବିଲି”ରେ ଅଂଶଗ୍ରହଣ କରି ବିଫଳ ହେବା ପରେ ମୁଁ ଭାଙ୍ଗିପଡ଼ି ଗୋଟିଏ ଶପଥ ନେଇଥିଲି ଏଇ ସ୍କୁଲ କୁ ପୁଣି ଆସି ପ୍ରଥମ ହୋଇକି ଯିବି, ଆଉ ମୁଁ ମୋ ଶପଥ ପୁରା କରିଥିଲି ,ଆଉ ମୁଁ ସବୁଠୁ ବେଶୀ ଖୁସି ହୋଇଥିଲି ଯେବେ ମୁଁ ମୋ ଜନ୍ମମାଟିରେ ପୁରଷ୍କାର ପାଇବାର ସୁଯୋଗ ପାଇଥିଲି ତା ପରେ ଲେଖା ଲେଖି କରିବା ଛାଡିଦେଇଥିଲି। ହେଲେ ଏ କରୋନା ମହାମାରୀ ର ଲକଡାଉନ୍ ମୋ ଭିତରେ ଥିବା ସେ ସାହିତ୍ୟ ପ୍ରତିଭାକୁ ପୁଣି ଜାଗ୍ରତ କରି ମତେ ସାରସ୍ୱତ ସାଧନାର ବତ୍ରୀ ହେବା ପାଇଁ ଅଧିକ ଉତ୍ସାହିତ କରିଥିଲା।
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-ଦୁଇଟି ଯାକରେ ଲେଖିବା ପାଇଁ ବହୁତ ଭଲପାଏ ହେଲେ ମୁଁ ଗଳ୍ପ କମ୍ କିନ୍ତୁ କବିତା ଅଧିକା ଏବେ ଲେଖୁଛି କାରଣ ଯେବେ ବି ମୁଁ କିଛି ଲେଖେ ସେ କବିତା ହଉ କି ଗଳ୍ପ ହଉ କି ପ୍ରବନ୍ଧ ଯାହାବି ଲେଖେ ଏ ସମାଜରେ ଓ ମୋ ଚର୍ତୁପାର୍ଶ୍ବରେ ଆଉ ମୋ ଜୀବନରେ ଘଟିଯାଉଥିବା ଘଟଣାକୁ ନେଇ କି ଲେଖେ। ଯାହାକୁ ମୁଁ ଅଙ୍ଗେ ଲିଭେଇଥାଏ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ସର୍ବେ ପ୍ରଥମେ ମୁଁ ମୋ ଜନ୍ମମାଟିକୁ ହୃଦୟରୁ ଧନ୍ଯବାଦ ଅର୍ପଣ କରିବା ପାଇଁ ଚାହିଁବି କାହିଁକିନା ସେ ଏମିତି ଗୋଟିଏ ହତଭାଗିନୀ କନ୍ଯାକୁ ଜନ୍ମ ଦେଇ ତା ଜୀବନକୁ ସରସ ଆଉ ସୁନ୍ଦର କରି ଗଢ଼ିତୋଳିଛି,ଏବଂ ପଙ୍କ ରୁ ଜାତ ହୋଇଥିବା ଏ ହତଭାଗିନୀ କୁ ଗୋଟିଏ ସୁନ୍ଦର ପଦ୍ମଫୁଲ ଭାବରେ ଫୁଟି ଏ ସମାଜରେ ତାର ନିଜର ପରିଚୟ ସଋଷ୍ଟି କରିବାର ସୁଯୋଗ ଦେଇଛି।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:–ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକା ଦିନକୁ ଦିନ ଲୁପ୍ତ ଆଉ କ୍ଷୀଣ ହେବାର ଲାଗିଛି। କାହିଁକିନା ଏ ସାହିତ୍ୟ ପାଠକଙ୍କ ପାଇଁ ଏ ସମାଜ ଆଜି ସୁସ୍ଥ ପାଲଟିଛି ଆଉ ଯେତେବେଳେ ସାହିତ୍ୟର ଭୂମିକା ଲୁପ୍ତ ହେଇଯିବ ସେବେ ସମାଜ ଅସୁସ୍ଥ ହବାର ସମ୍ଭାବନା ବହୁତ ଅଧିକ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ଡ. ପ୍ରତିଭା ରାୟ, ଗଙ୍ଗାଧର ମେହର ଏବଂ ବ୍ଯାସ କବି ଫକୀରମୋହନ ସେନାପତି
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ଓଡିଆ ସାହିତ୍ୟର ପ୍ରକୃତ ସାହିତ୍ୟିକ ଏବେ ଦିନକୁ ଦିନ ଝରା ଶେଫାଳୀ ପରି ଝରି ମଉଳି ଯିବାରେ ଲାଗିଛି।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:-|ଓଡିଆ ସାହିତ୍ୟକୁ ନେଇ ଦେଶ ବିଦେଶରେ ଗୋଟିଏ ସୁନ୍ଦର ପରିଚୟ ସଋଷ୍ଟି କରିବାର ଅନେକ ଆଶା ଆଉ ଆକାଂକ୍ଷା ସ୍ବପ୍ନ ରାଇଜେ ବାନ୍ଧିବସିଛି।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର:–ସର୍ବ ପ୍ରଥମେ ନିଜକୁ ଗୋଟିଏ ଶଋଙ୍ଖଳିତ, ସଂସ୍କାରିତ ଏବଂ ମାର୍ଜିତ ପାଠକ ହୋଇ ନିଜ ଭିତରେ ଥିବା ସୁପ୍ତ ପ୍ରତିଭା ଜାଗ୍ରତ କରି ଗୋଟିଏ ସୁନ୍ଦର ପରିଚୟ ଦେବା ପାଇଁ ଏ ସମାଜରେ ଚେ଼ଷ୍ଟା କରିବା।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ଓଡ଼ିଆ ସାହିତ୍ୟ ଆକାଶରେ ସୂର୍ଯ୍ୟୋଦୟ ଅନୁଷ୍ଠାନ ଭିନ୍ନ ସ୍ଥାନ ଅଧିକାର କରିଛି l ସ୍ୱାଭିମାନର ପ୍ରତିଛବି ରୂପେ ସାରା ଓଡିଶାରୁ ଯାଇ ଭାରତ ତଥା ଭାରତ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ କରିପାରିଛି ।
19,577 total views, 1 views today
writing a speech proofreading service college algebra help critical thinking curriculum chemistry homework helper
Sakutala parida
Very good
Great s
Great
ଖୁବ୍ ସୁନ୍ଦର ଆଜ୍ଞା
ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ତୋର ଲେଖା ମାନ ସବୁ ଆଉ ବହୁତ ସରଳ ତୋ କବିତା ର ଶବ୍ଦ ସବୁ ଭଗବାନ କରନ୍ତୁ ତୁ ଆମ ଗାଁ ତଥା ଆମ ଏବଂଦେଶରେ ଅନେକ ସୁନାମ ଅର୍ଜନ କର
ବୋହୁତ ଭଲ ଲାଗୁଛି ସାହିତ୍ୟ ପତି ଭଲପାଇବା
ଦେଖି ଯାହା କହିବାକୁ ଭାଷା ନାହିଁ।
ଭଉଣୀ…
ମୋ ନଜରରେ ତୁମେ all round ଛାତ୍ରୀ
ଏମିତି କୌଣସି କବିତା ନାହିଁ ଯାହା ମୁଁ ପଢେନି
କାହିଁକିନା ତୁମ କବିତାର ପ୍ରତି ଶବ୍ଦରେ ଭରି ରହିଛି ବାସ୍ନା l
ତୁମର ଉନ୍ନତ ଭବିଷ୍ୟତର କାମନା କରୁଛି l
Nice loo ❤️
Very nice
You are amazing ❣️
ଦିଦି ଆଗେଇ ଚାଲ ବିଜ୍ଞାନି ଛାତ୍ରୀ ହୋଇ ମଧ୍ୟ ସାହିତ୍ୟ ପ୍ରତି ରୁଚି ଚମତ୍କାର ଆପଣଙ୍କ ର ପ୍ରତ୍ୟେକ ଲେଖା
ବହୁତ ସୁନ୍ଦର.. ଚିନ୍ତାଧାରା… ଏତେ କମ ବୟସରେ ଏତେ ଗୁଡିଏ ପ୍ରତିଭା ର ଅଧିକାରିଣୀ ଅବିଶ୍ୱାସନୀୟ…. ଚମତ୍କାର !ଓଡ଼ିଆ ଭାଷା ସାହିତ୍ୟ କୁ ଆହୁରି ସମୃଦ୍ଧ କରିବା ପାଇଁ ଆପଣଙ୍କ ପରି ଯୁବ ପ୍ରତିଭା ମାନଙ୍କ ନିଷ୍ଠା ଓ ସହାୟତା ନିହାତି ଆବଶ୍ୟକ.. ଆଶା କରେ ଆହୁରି ଆହୁରି ନିଜର ନୂତନ ସୃଷ୍ଟି ଦ୍ୱାରା ସାହିତ୍ୟ ସମାଜରେ ନିଜର ସ୍ଥାନ ସୁଦୃଢ କରନ୍ତୁ.. ଓଡ଼ିଆ ସାହିତ୍ୟ କୁ ନିଜର ସୁନ୍ଦର ସୃଜନୀ ଭେଟି ଦିଅନ୍ତୁ ଏବଂ ଓଡ଼ିଆ ସାହିତ୍ୟ ର କଳେବର ବୃଦ୍ଧି କରନ୍ତୁ…. ଜୟ ଜଗନ୍ନାଥ..
तुम अच्छी लेखेती है भगवान तुमसे हर moment help करे और तुम्हारे साथ हमेशा रहे & तुम जल्दी जल्दी तुम्हारे goal पे पहंच जाए GOD BLESS U ALWAYS keep it up ever & forever ☺️☺️☺️
Sana Vauni Sakuntala (kramika number_9 )nkara sakhyatakara mote valalagichhi.Surjyadayara apari jubapratibhanku khojibara prayasha sugatajogya ate.
ଅତି ଉତ୍ତମ ତୁମ ଚିନ୍ତାଧାରା ଦିଦି |ମୋତେ ସେଇ ଗୁଣ ତୁମର ଅଧିକ ଆକର୍ଷଣ କଲା ଯେଉଁ ପ୍ରତିଯୋଗିତା ରେ ବିଫଳ ହେଇ ମଧ୍ୟ ତୁମେ କାଉଁରିଆ କାଠି ପରି ଠିଆ ରହିଲ |ତୁମ ଭଳି ମନୋବୃତ୍ତି ସଭିଙ୍କୁ ଯେମିତି ମିଳୁ
It’s amazing
Nice . Thought .dear . All the best for bright future ..
Nice thought dera..
Keep it up Sakuntala❤
Lekhiba pai mo pakhare kichhi word nahi
khub sundar tora kabita gudika au to kabita ra sabda mana sabu ete sahas o saral jaha ki khub hrudaya sparsi vhagaban karantu tu emiti agaku jaa
Keep it up
ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ତୋର ଲେଖା ମାନ ସବୁ ଆଉ ବହୁତ ସରଳ ତୋ କବିତା ର ଶବ୍ଦ ସବୁ ଭଗବାନ କରନ୍ତୁ ତୁ ଆମ ବ୍ଲକ ତଥା ଆମ ଡିଷ୍ଟ ଏବଂଦେଶରେ ଅନେକ ସୁନାମ ଅର୍ଜନ କର
Don’t leave writing.. Keep it up.. May God bless you..
ଆଗକୁ ଏମିତି ଲେଖିଚାଲ, ଦିନ ଆସିବ ତୁମର ଲେଖା ଅନ୍ୟ ଲେଖକ/ଲେଖିକାଙ୍କ ଲେଖା ଭିତରେ ଅନନ୍ୟ ରୂପେ ବାରି ହେବ। ସେତେବେଳେ ସଫଳତା ପାଇସାରିଥିବ।