March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ସୂର୍ଯ୍ୟୋଦୟ ଏକପଦୀ ଅନ୍ତାକ୍ଷରୀ ମହାସଂଗ୍ରାମ- ୦୩*

*ସୂର୍ଯ୍ୟୋଦୟ ଏକପଦୀ ଅନ୍ତାକ୍ଷରୀ ମହାସଂଗ୍ରାମ- ୦୩*
*(୧୭ ମାର୍ଚ୍ଚ ୨୦୨୧)*

*ଶୀର୍ଷକ- ଜୁଆଙ୍ଗ ସୁନ୍ଦରୀ*

ଆଦ୍ୟଶ୍ୱର – ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଜଗତସିଂହପୁର

ଅପରୂପ ଶୋଭା କେଡେ ମନଲୋଭା
ସୁନ୍ଦରୀ ତରୁଣୀ ରୂପ
ଛେଳି ଛୁଆ ବନ୍ଧା ସ୍ନେହରେ ପ୍ରେମରେ
ଦିଶେ ନିବିଡ଼ତା ଛାପ।।

2- ମନୋଜ କୁମାର ପଣ୍ଡା, ବାଲେଶ୍ଵର

ପରିସମ ଦିଶେ ଜୁଆଙ୍ଗ ସୁନ୍ଦରୀ
ଛେଳିକୁ ସେନେହ କରେ
ଅପୂର୍ବ ଦୃଶ୍ୟ ହେଉଛି ପ୍ରତିଭାତ
ପୁଣ୍ୟଗର୍ଭା ଏ ମହିରେ।।

3-ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ରୀତି ନୀତି ହୀନ ଶାଶ୍ୱତ ଏ ପ୍ରେମ
ଜୀବେଦୟା ପ୍ରୀତି ହୃଦେ
ବାତ୍ସଲ୍ୟ ମମତା ଅନାବିଳ ସ୍ନେହ
ନାଚଇ ଅଷ୍ଟମ ନାଦେ ।।

4- ଚୁମ୍ କି ଦାଶ (ମିଶ୍ର)
ଶାନ୍ତି ପଡା, ବଲାଙ୍ଗୀର

ଦୟା କ୍ଷମା ଗୁଣ ପୁରିଛି ଅନ୍ତରେ
ନାହିଁ ଭେଦ ଭାବ କିଛି,
ଜୁଆଙ୍ଗ ସୁନ୍ଦରୀ ଛେଳି ଛୁଆ ଦେଖି
ଆଖି ତା ଲାଖି ଯାଇଛି।।

5- କଳ୍ପନା ସାହୁ, ଯାଜପୁର

ଛେଳି ଛୁଆଟିକୁ ହାତରେ ଧରିଣ
ଖୁସିରେ ଆତ୍ମ ବିଭୋର,
ମା ମନ ସେତ ଖୁସିରେ ଅଧିର
ଆଖିରେ ଲୁହ ତାହାର ।।

6- ଚୁମ୍ କି ଦାଶ (ମିଶ୍ର)
ଶାନ୍ତି ପଡା, ବଲାଙ୍ଗୀର

ରକ୍ତିମ ଗୋଲାପ ମୁଣ୍ଡରେ ଖୋସି
ଜୁଆଙ୍ଗ ସୁନ୍ଦରୀ ଦେଖ,
ଆନନ୍ଦ ମନରେ ସ୍ନେହ କରେ ସିଏ
ଛେଳି କୁ କରିଛି କାଖ।।

7- ମନୋଜ କୁମାର ପଣ୍ଡା, ବାଲେଶ୍ଵର

ଖଇଚା ହେବୁନି ଅଝଟ ହେବୁନି
ଥିବୁ ତୋର ମାଆ ପାଶ
ନହେଲେ ଧନରେ ତୋହର ପରାଣ
ଶ୍ଵାନ ମୁଖେ ଯିବ ନାଶ।।

8- କଳ୍ପନା ସାହୁ, ଯାଜପୁର

ଶିକାରୀ ନଜର ପଡିନି ତୋଠିରେ
ବୁଲୁଛୁ ମନ ଖୁସିରେ,
ମା ବଦଳରେ ସୂନ୍ଦରୀ ରାଜଜେମା
ପଡିଛି ତୋର ପ୍ରେମରେ।

9- ମନୋଜ କୁମାର ପଣ୍ଡା, ବାଲେଶ୍ଵର

ରହି ରହି ଶୁଭେ ଶ୍ଵାନ ଶୃଗାଳ ଙ୍କ
ଭାରି ବିକଟାଳ ରଡି
ଜୁଆଙ୍ଗ ସୁନ୍ଦରୀ କୂଳରେ ରହିବୁ
ଯିବୁନାହିଁ କେଣେ ଛାଡି।।

10- ଦୀପଶିଖା ପ୍ରଧାନ, କଟକ

ଡର ନାହିଁ ମନେ ଛେଳିଛୁଆ ଟିର
ଜୁଆଙ୍ଗ ସୁନ୍ଦରୀ ହାତେ,
ଭାବୁଛି ନିଜର ମାଆ କୋଳେ ଅଛି
ସବୁଠାରୁ ସୁରକ୍ଷିତେ |

11-ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ତରୁ ଲତା ଭରା ଗହନ ବନରେ
ତରୁଣୀ ସପ୍ରେମେ ଠିଆ
ମାଆ ଛାଗ ଠାରୁ କୋଳେଇ ନେଇଛି
ହାତେ ତା’ର ଛେଳି ଛୁଆ।।

12- ଦୀପଶିଖା ପ୍ରଧାନ, କଟକ

ଆସ ଆସ ସଖି ଦେଖିଯାଅ ଆସି
ଟିକି ଛେଳିଛୁଆ ଟିକୁ,
ନିରୀହ ତା’ ଦୁଇ ଆଖି ଦେଖି ମନ
ହୁଏ ଗେଲ କରିବାକୁ |

13- ସୁନିତା ସାହୁ, ରାୟଗଡା

କୋଳରେ ତୋତେ ମୁ କୋଳେଇ ନେଇଛି
କାଲି କଥା ଥାଉ ଦୂରେ,
ସ୍ୱାର୍ଥପର ଏହି ଦୁନିଆ ବୁକୁରେ
ରଖିବି ତୋତେ ଆଦରେ।

14- ସଂଯୁକ୍ତା ସାହୁ, ଜଗତସିଂହପୁର

ରହିଛି ଅନାଇ ଅତି ସେନେହ ରେ
ଛେଳି ସେଇ ଝିଅଟିକୁ
କେତେଯେ ଆଦର କରୁଛି ସେଇତ
କିଣିଛି ମୋର ମନକୁ ।

15- ଦୀପଶିଖା ପ୍ରଧାନ, କଟକ

କେଡ଼େ ସରାଗରେ ଗେଲ କରୁଅଛି
ହାତେ ଧରି ଛେଳିଛୁଆ ,
ସ୍ନେହମୟୀ ସେଇ ଜୁଆଙ୍ଗ ସୁନ୍ଦରୀ
ମନ ତା’ର ନିର୍ମଳିଆ |

16- କଳ୍ପନା ସାହୁ, ଯାଜପୁର

ଆଖି ଖୋଲି ନୂଆ ଦୁନିଆଁ ଦେଖୁଛି
ଛେଳି ଛୁଆ ଆନନ୍ଦରେ,
ମା ସାଥିରେ ତା’ର ବୁଲିବାକୁ ଆସି
ଖେଳେ ସୁନ୍ଦରୀ କୋଳରେ।।

17- ବାସନ୍ତୀ ଲତା ଜେନା, ନବରଙ୍ଗପୁର
ରଖିବି ମୁଁ ପାଖେ ଯତନରେ ତୋତେ
ଖାଇବୁ କଅଁଳ ଘାସ
କୁନି ଛେଳି ମୋର ମୋ କଥା ମାନିବୁ
ରହିବୁ ସଦା ହରଷ l।

18- ଦୀପଶିଖା ପ୍ରଧାନ, କଟକ

ସରାଗରେ ନଭୁ ଖୁସିହୋଇ ଦେଖ
ଢାଳନ୍ତି କିରଣ ରବି,
ଜୁଆଙ୍ଗ ସୁନ୍ଦରୀ ହାତେ ଛେଳିଛୁଆ
କେଡ଼େ ମନଲୋଭା ଛବି |

19- ବାସନ୍ତୀ ଲତା ଜେନା, ନବରଙ୍ଗପୁର

ବଉଦ ଭାସିଲା ନୀଳ ଗଗନରେ
ଟିପି ଟିପି ଝରେ ପାଣି
ତନୁ ମନ ମୋର ବର୍ଷରେ ଭିଜିଲା
ପ୍ରିୟ କଥା ମନେ ଗୁଣି l

20-ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ନିର୍ମଳ ଆକାଶ, ପାହାଡ଼, ଜଙ୍ଗଲ
ତରୁ ଲତାଙ୍କ ଗହଳେ
ଜୁଆଙ୍ଗ ସୁନ୍ଦରୀ ଆନନ୍ଦ ମନରେ
ଛାଗ ଛୁଆ ଧରି ଖେଳେ ।।

21-ସୁନିତା ସାହୁ, ରାୟଗଡ଼ା

ଲବଙ୍ଗ ଦ୍ୱୀପର ସୁନ୍ଦରୀ ତୁମେ
ପଡିଗଲ କି ପ୍ରେମରେ
ଛେଳି ଶାବକକୁ ଗେଲ କରିବାକୁ
ଧରିଛ ତୁମ କୋଳରେ।

22- ଦୀପଶିଖା ପ୍ରଧାନ, କଟକ

ରକ୍ତ ସଂପର୍କର ମୂଲ୍ୟ ଭୁଲିଯାଏ
ସ୍ୱାର୍ଥପର ନର ଜାତି,
ଦେଖ ଏ ସୁନ୍ଦରୀ ଛାଗଳ ଛୁଆକୁ
ଭଲ ପାଉଛି କେମିତି |

23- ଦମୟନ୍ତୀ ରଥ, କଟକ

ତରୁ ଲତା ବଣ ପାହାଡ ଝରଣା
ତୋର ସିନା ଏକା ସାଥୀ
ତାହାର କୋଳରେ ସମୟ ତୋ କଟେ
କିବା ଦିନ କିବା ରାତି।।

24-ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ତୁମ ଦୁହିଁଙ୍କର ଭାବ, ଅନୁଭବ
ବୁଝିବା ଯେ ବଡ କ୍ଳିଷ୍ଟ
ଆଜି ର ସମ୍ପର୍କ ସର୍ତ୍ତେ ଗଢ଼ା ହୁଏ
ସ୍ୱାର୍ଥ କରେ ସବୁ ନଷ୍ଟ ।।

25- ଦମୟନ୍ତୀ ରଥ,କଟକ

ଟିକିଏ ବି ଗର୍ବ ଅହଂକାର ନାହିଁ
ଜଙ୍ଗଲୀ ଦୁହିତା ମଣି
ଲୋଭ ମୋହ ମାୟା ସ୍ପର୍ଶ କରିନାହିଁ
ସେନେହେ ବାନ୍ଧିଛି ପୁଣି।।

26- ଦୀପଶିଖା ପ୍ରଧାନ, କଟକ

ନବୀନ ବୟସୀ କେଡ଼େ ଶରଧାରେ
ଧରିଛି ଛେଳି ଛୁଆକୁ,
ସତେକି ସେ ତା’ର ନିଜର ସନ୍ତାନ
ପାଇଛି ଆଜି ସେ ତାକୁ |

27- ସୁନିତା ସାହୁ,ରାୟଗଡା

କେଉଁ ଦୁନିଆର ରୂପସୀ ଗୋ ତୁମେ
ଲାଗ ଭାରି ମନଛୁଆଁ
ଛେଳିଟିକୁ ନେଇ ଅଧିର ହଉଛ
ଏ ହୃଦୟେ ଲାଗେ ନିଆଁ।

28- ବାସନ୍ତୀ ଲତା ଜେନା, ନବରଙ୍ଗପୁର

ଆଖିର ଆଗରେ ବିସ୍ତୃତ ପ୍ରାନ୍ତର
ଶୂନ ଶାନ ଲାଗେ ମନ
ଛେଳି ଦୁଇ ଗୋଟି ପ୍ରିୟ ମୋ ଅଟନ୍ତି
ତାଙ୍କ ଠାରେ ମୋର ଧ୍ୟାନ l

29- ସଂଯୁକ୍ତା ସାହୁ, ଜଗତସିଂହପୁର

ନବ ନୟନା ବାଳା ଜୁଆଙ୍ଗ କନ୍ୟା
ନେଉଛି ମୋହି ମନକୁ
କେଡେ ନିଷ୍ପାପ ନିଷ୍କପଟ ହୃଦୟ
ଗେଲ କରଇ ଛାଗକୁ ।

30- ଦମୟନ୍ତୀ ରଥ, କଟକ

କୁଆଁରି କନିଆଲାଗେ ନୂଆ ନୂଆ
ରୂପବତୀ ଗୁଣବତୀ
ଛେଳି ଛୁଆଟିରେ ଶରଧା ବଢିଛି
ସେନେହ କରୁଛି ନିତି।।

31– ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ତୁମକୁ ଦେଖି ଆଖିମୋ ଯାଏ ଲାଖି
ନିଃସର୍ତ୍ତ ଏ ସ୍ନେହ, ପ୍ରେମ
ଭାବ ରେ ଭାବ ରେ ଯୋଡ଼ା ଏହି ଦୁହେଁ
ଏ ସମ୍ବନ୍ଧ ମନୋରମ ।।

32- ଦମୟନ୍ତୀ ରଥ, କଟକ

ମନର କଥାକୁ ତୋ ଆଗରେ ଆଜି
କହୁଅଛି ସବୁ ଖୋଲି
କିପରି କଟୁଛି ମୋର ଦିନ ରାତି
ସହି ହୁଏ ନାହିଁ ଖାଲି।।

33- ଦୀପଶିଖା ପ୍ରଧାନ, କଟକ

ଲମ୍ବିଛି ମୁକୁଳା କେଶ ତା’ର ଦେଖ
ଖୋସିଛି ଗୋଲାପ ଫୁଲ,
କେଡ଼େ ସୁନ୍ଦର ସେ ଜୁଆଙ୍ଗ ସୁନ୍ଦରୀ
ରୂପର ନାହିଁ ତା’ ମୂଲ |

34- ଗୀତା ଦାସ, ଜଗତସିଂହପୁର

ଲାଜ କି ସରମ ନାହିଁ ତୋ ମୁହଁକୁ
ଧରିଛୁ ତାକୁ ଦେଖେଇ,
ଫଅଟ ତୋଳୁଛୁ ସାଥୀଙ୍କୁ ବାଣ୍ଟୁଛୁ
ଲାଇକି ପାଇବା ପାଇଁ।

35- ଦମୟନ୍ତୀ ରଥ, କଟକ

ଇସ୍କୁଲ ମାଡିନି ପାଠ ଜାଣି ନାହିଁ
ନିହାତି ମୁରୁଖ ଟିଏ
ଜଙ୍ଗଲରେ ଯାର କଟେ ଦିନ ରାତି
ଅପାଠୋଇ ଗଣାହୁଏ।।

36-ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ଏ କଥା ଦେଖି ମା ‘ ଛାଗଟି ଭାବୁଛି
ପ୍ରେମ ସ୍ନେହ କାଇଁ ଦିଏ
ନିଜ ଛୁଆ କୋଳୁ ଦୂରେ ଚାଲିଯାଉ
କେଉଁ ମା ଯେ ଭାବିଥାଏ !

37- ( ଚୁମକି ଦାଶ, ବଲାଙ୍ଗୀର)

ଏଡିକି ସୁନ୍ଦର ମନୋରମ ଦୃଶ୍ୟ
ଆଖି ଯାଉଅଛି ଲାଖି,
ଛେଳି ଛୁଆ ସଙ୍ଗେ କୌତୁହଳେ ମାତେ
ଜୁଆଙ୍ଗ ସୁନ୍ଦରୀ ସଖୀ ।।

38- ଦୀପଶିଖା ପ୍ରଧାନ, କଟକ

ଖିଲି ଖିଲି ହସ ଝରିଯାଏ ଆହା
କୋମଳ ଅଧରୁ ତା’ର,
ଛେଳିଛୁଆ ଦେଖି ଜୁଆଙ୍ଗ ସୁନ୍ଦରୀ
ଖୁସିରେ ହେଲା ବିଭୋର |

39- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ରକ୍ତ ର ସମ୍ପର୍କ ବଳି ପଡ଼ିଯାଏ
ମାୟା ଜାଲ ଏ ଦୁନିଆଁ
ମାଆ ଛାଗ ମନେ ଆଶଙ୍କା ଅନେକ
ଦୂରେ ଯିବକି ମୋ ଛୁଆ !

40- ଗୀତା ଦାସ, ଜଗତସିଂହପୁର

ଆଲୋ ମୋ ହୁନ୍ଦରୀ ଜୁଆଙ୍ଗ ସୁନ୍ଦରୀ
କେତେ ତୁ ହେଉ ଫୁଲେଇ
ଏଡ଼େ ବଡ଼ ହୋଇ କିଛି ବୁଝୁନାହୁଁ
ଖେଳୁ ଛାଗଳକୁ ନେଇ ।

41- ଦୀପଶିଖା ପ୍ରଧାନ, କଟକ

ଇଚ୍ଛା ହୁଏ ମୋର ଖେଳିବି ଏମିତି
ତୋ ପାଖକୁ ନିତି ଆସି,
କୋଳରେ ଧରିବି ଗେଲ ବି କରିବି
ଦେଖାଇ ସରଗ ଶଶୀ |

42-ସଂଯୁକ୍ତା ସାହୁ,ଜଗତସିଂହପୁର

ସୁନୟନା ସୁଠାମ ସୁକେଶୀ ବାଳା
ଆଲୋ ଜୁଆଙ୍ଗ ସୁନ୍ଦରୀ,
ଅତି ନିଷ୍କପଟ ତୋ ଏହି ହୃଦୟ
ନିର୍ମଳ ମନ ତୋହରି ।

43- ଦମୟନ୍ତୀ ରଥ, କଟକ

ରଙ୍ଗର ପସରା ବସନ୍ତ ଆସିଛି
ମନରେ ଆନନ୍ଦ ଭରି
ପାଶେ ତୋତେ ପାଇ ଆନନ୍ଦ ଲଭଇ
ସରଗ ସୁଷମା ଭରି।।

44- ପ୍ରେମଲତା ସାହୁ, କଟକ

ରହି ଯାଏ ମନ ତୋ ପାଖେ ଅଟକି
ଅପରୂପା ରୂପ ତୋର,
ସେଇ ଲାଗି ପରା କୋଳେ ଖେଳଉଛି
ଭାବି ମୁଁ ତତେ ନିଜର।

45- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ରୂପ ତା’ ମଧୁର, ପ୍ରୀତି ର ଫୁଆର
ତରୁଣୀ କୋମଳ ହୃଦେ
ସପନ ଅସାର ଦୁହେଁ ଦୁହିଁଙ୍କର
ମାଆ ଛାଗ ଚାହେଁ ବାଦେ |

46-ଦୀପଶିଖା ପ୍ରଧାନ, କଟକ

ଦେଖ ହାତେ ଟିକି ଛେଳିଛୁଆ ଟିକୁ
ଧରି ଜୁଆଙ୍ଗ ସୁନ୍ଦରୀ,
ଖୁସି ମନେ ତାକୁ ଗେଲ କରୁଅଛି
ଦେଖି ଆଖି ଯାଏ ପୁରି |

47-ସଂଯୁକ୍ତା ସାହୁ, ଜଗତସିଂହପୁର

ରୂପ ଯେ ତାହାର ଅତି ମନୋହର
ହୃଦୟ ଅତି ସୁନ୍ଦର
ଛେଳି ଛୁଆକୁ ହାତରେ ଧରି
କରୁଛି କେତେ ଆଦର ।

48- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ରୂପ, ଭେକ, ରଙ୍ଗ ପଡେ ନାହିଁ ଲୋଡ଼ା
ଯୋଡି ହୋଇଯାଏ ଭାବ
ଜୀବନ ଯମୁନା ରେ ଉଠଇ ଜୁଆର
ଭଟ୍ଟା ଆଣେ ଅନୁଭବ |

49- ଦୀପଶିଖା ପ୍ରଧାନ, କଟକ

ବନ୍ଧାହୋଇ ଭାବେ ମାଆ ଛେଳି ଏହା
ସତ କି ସପନ ମୋର,
ଏତେ ପ୍ରେମ ପରେ କଅଁଳ ଛୁଆ ମୋ
ନ ଦେଖୁ ଯମ ଦୁଆର |

50- ଦମୟନ୍ତୀ ରଥ, କଟକ

ରଙ୍କୁଣୀ ର ଧନ ମୋ ଗଳା ରତନ
ତୁହି ମୋର ଗେହ୍ଲା ମଣି
ଦଣ୍ଡେ ନଦେଖିଲେ ରହିତ ପାରେନା
ମନ ନେଲୁ ମୋର କିଣି।।

51- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ନୀରବ ରେ କାନ୍ଦେ ତରୁଣୀ ର ପ୍ରାଣ
ଜୀବ ଯିବ ଦିନେ ଛାଡି
ମୋ ଗେଲ ବସରିଆ ଏ ଛେଳି ଛୁଆ
କଂସେଇ ମୁହଁରେ ପଡି |

52- ଦମୟନ୍ତୀ ରଥ, କଟକ

ଡାକିତୁ ପାରୁନୁ କଥାତୁ କହୁନୁ
ମନ କଥା କହିବାକୁ
ମାଆ ସିନା ପାଶେ ଥିଲେ ତୋର ଧନ
ତୋତେ ଗେହ୍ଲା କରିବାକୁ।।

53- ଦୀପଶିଖା ପ୍ରଧାନ, କଟକ

କି ସୁନ୍ଦର ଆହା ମନଲୋଭା ଛବି
ଦେଖି ଆଖି ଯାଏ ଲାଖି,
ଜୁଆଙ୍ଗ ସୁନ୍ଦରୀ ହାତେ ଛେଳିଛୁଆ
ଅପୂର୍ବ ଦୃଶ୍ୟ ଏ ସଖି |

54- ଦମୟନ୍ତୀ ରଥ, କଟକ

ଖାଇବାକୁ ଦେବି କଅଁଳିଆ ଘାସ
ତୋର ମନ ଜାଣି କରି
ସବୁ ଦିନ ପାଇଁ ଛାଡିତୁ ନଯିବୁ
କିପରି ଦେବି ପାଶୋରି।।

55- ଦୀପଶିଖା ପ୍ରଧାନ, କଟକ

ରହିଯାଅ ଦଣ୍ଡେ ଆହେ ଦିନମଣି
ଖେଳ ମୋର ସରି ନାହିଁ,
ତରତର ହୋଇ ପାହାଡ଼ ପଛରେ
ଲୁଚିଯାଉ ଅଛ କାହିଁ ?

56- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ହରଷ ରେ ଖୋସୁ ଗଭା ରେ ଗୋଲାପ
ବନ ଭୂମି ମୋହୁଥାଏ
ଛାଗ ଶିଶୁ ମୋହେ ତରୁଣୀ ର ମନ
ବନ୍ଧନ ଏ ଯୋଡ଼ା ହୁଏ।।

57- ଦମୟନ୍ତୀ ରଥ, କଟକ

ଏ ରଙ୍ଗ ଟା ତୋହର କାଳିଆ ପରାଲୋ
ଗୁଣଟି ଅତି ସୁନ୍ଦର
ପାଳିଛି ତୋତେ ମୁଁ କେତେ ଯତନରେ
କେବେ କରିବୁନି ପର।।

58- ସ୍ୱପ୍ନା ସିଂହ, ଝାରସୁଗୁଡା

ରମଣୀ ଟିଏ ଯେ ଭାରି ଲୁଭଲୁଭା..
ଯୁଆଙ୍ଗ ସୁନ୍ଦରୀ ସିଏ..
ଟିକି ଛେଳି ଟିକୁ କୋଳେଇ ନେଇଣ..
ସେନେହ ସେ ଢ଼ାଳି ଦିଏ..।।

59- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଜଗତସିଂହପୁର

ଏ ଆକାଶ କାହିଁ ରକ୍ତିମ ଦିଶଇ
ଦୁଃଖ ଭରେ ଦୁଇ ମନେ
ସଞ୍ଜ ନଇଁ ଗଲେ ବୋଉ ଡାକ ଦେଲେ
ତୋତେ ଛାଡି ଯିବି ବନେ।।

60- ଦୀପଶିଖା ପ୍ରଧାନ, କଟକ

ନଭେ ପରା ଏବେ ତାରା ଉଇଁଯିବେ
କହିଲେଣି ଦିବାକର,
ଖେଳ ସାରି ବେଗି ଘରକୁ ଯାଆ ଲୋ
ଅନ୍ଧାରେ ଲାଗିବ ଡର |

🍄🍄🍄( ସମାପ୍ତ)🍄🍄🍄

Loading

6 thoughts on “*ସୂର୍ଯ୍ୟୋଦୟ ଏକପଦୀ ଅନ୍ତାକ୍ଷରୀ ମହାସଂଗ୍ରାମ- ୦୩*

  1. I will instantly snatch your rss as I am able to’t in finding your e-mail membership hyperlink or publication company.Do you have got any? Kindly let me recognise to be able which i could subscribe.Many thanks.

  2. Good day Everybody, I’m Highly experienced Website positioning and linkbuilding pro. I have Serious Functionality to develop bulk Backlinks inside a short time. Should you are looking for Bulk hyperlinks, then Make contact with me or Verify my gig. Many thanks

  3. ଶ୍ରୀ ମଙ୍ଗଲ ଗୁନ୍ଦୁଆ , ମୟୂରଭଞ୍ଜ। ,। (୧) ସରାଗେ କି ମନଲୋଭା ନଭୁ ଖୁସି ହୋଇ ସରାଗେ ତାର ଆନନ୍ଦିତ ଖୁସିରେ ତାହାର ତୁମରି ହାତର ସରାଗେ ଆପଣାଇ କରଇ ଛେଳି ଛୁଆ ତୁମରି ହାତର ର ଖୁସିରେ ।

  4. ବହୁତ୍ ସୁନ୍ଦର କାର୍ଯ୍ଯକ୍ରମ | ଏଥିରେ ଅଂଶ ଗ୍ରହଣ କରି ଖୁସି ଲାଗିଲା |

Leave a Reply to Dipasikha Pradhan Cancel reply

Your email address will not be published. Required fields are marked *