ନାମ-ସବ୍ୟସାଚୀ ସାହୁ
ମାତାଙ୍କ ନାମ-ସେବତୀ ସାହୁ
ପିତାଙ୍କ ନାମ-ଅକ୍ଷୟ କୁମାର ସାହୁ
ଜନ୍ମମାଟି- ଭୁଷଲାଡ଼,ବଲାଙ୍ଗୀର
ଜନ୍ମତାରିଖ-7/5/1999
ଶିକ୍ଷାଗତ ଯୋଗ୍ୟତା-ପିଜି ପ୍ରଥମ ବର୍ଷ (ଓଡ଼ିଆ) ରେଭେନ୍ସା ୟୁନିଭର୍ସିଟି କଟକ
୦୧-ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର-ଆମ ଚାରିପାଖରେ ଥିବା ଜଡ଼ ତଥା ପାର୍ଥିବ ସଜୀବ ତଥା ନୀର୍ଜୀବ ସେ ଯାହା ହେଉନା କାହିଁକି ସେ ବସ୍ତୁ ଦ୍ୱାରା ଯଦି ଆମ ପରିବେଶ ତଥା ସମାଜର ହିତ ସାଧନ ହୋଇପାରିଲା ତେବେ ତାହାକୁ ମୁଁ ସାହିତ୍ୟ କହେ ।
୨-କେବଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢ଼ିଲା?କେଉଁଠୁ ପ୍ରେରଣା ପାଇଲେ ?
ଉତ୍ତର-ଷଷ୍ଠଶ୍ରେଣୀରୁ ମୁଁ ଲେଖା ପ୍ରତି ରୁଚି ବଢ଼ାଇଲି ଓ ଏ ପ୍ରେରଣା ମତେ ଆମ ସ୍କୁଲରେ ହୋଇଥିବା ବ୍ଲକସ୍ତରୀୟ ଶିଶୁମେଲାରେ ହୋଇଥିବା କବିତା ଲେଖା ପ୍ରତିଯୋଗିତାରେ ପ୍ରଥମ ହେଲି ସେତେବେଳେ ମେଲାକୁ ଆସିଥିବା ଅଚିହ୍ନା ସାର ମତେ ଲେଖାଲେଖି ପ୍ରତି ପ୍ରେରଣା ଦେଲେ ସେଇଦିନଠୁ ଲେଖୁଚି ଏଯାଏଁ ।
୩-ଏମତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ଵତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା ।
ଉତ୍ତର -ମୋ ପ୍ରିୟ ଜେଜେମା ମତେ ସବୁଦିନ ବହୁତ ଗୀତ ଗାଇ ଶୁଣୋଉଥିଲେ କିନ୍ତୁ ସେ ଦିନେ ହଠାତ୍ ଆରପାରିକୁ ଚାଲିଗଲେ ସେବେଠାରୁ ତାଙ୍କ ଗାଇଥିବା ଗୀତ ଅନୁସାରେ ମନରୁ ଗଢ଼ି କେଇପଦ ଲେଖଲି ।ଜେଜେମା ଚାଲିଯିବାର ଦୁଖଃ ମୋର କବିତା ଲେଖାରେ ବିଶେଷ ଉତ୍ସାହ ଯୋଗାଇଛି ।
୪-କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା? ଏବଂ କାହିଁକି?
ଉତ୍ତର-ମୁଁ ବିଶେଷ କରି କବିତା ଲେଖେ କାରଣ କବିତା ଛନ୍ଦ ସ୍ୱର,ତାଲ,ଲୟ ଲଗାଇ ବ୍ୟକ୍ତିଗତ ଜୀବନର ଦୁଃଖସୁଖ ,ହସକାନ୍ଦ କୁ ସହଜରେ ଲିପିବଦ୍ଧ କରିପାରେ ।
୫-ନିଜ ଜନ୍ମମାଟି ବିଷୟରେ କିଛି କହିବେ କି ?
ଉ- ଜନ୍ମମାଟି କହିଲେ ମୁଁ ଖଡ଼ିଆଳମାଟିକୁ ବୁଝେ। ଏଇମାଟି ଅନେକ ରାଜକବିକୁ ଜନ୍ମଦେଇଚି ସେମାନେ ହେଲେ କବି ବ୍ରଜରାଜ ସିଂହଦେବ,ଅନୁପ ସିଂହ ଦେବ,ନୀଳଲୋହିତ ସିଂହ ଦେବ ପରି ରାଜକବିମାନଙ୍କୁ ଜନ୍ମଦେଇଥିବାରୁ ଏମାଟିକୁ ବେଶୀ ଭଲ ପାଏ ।
୬-ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କଣ ଭାବନ୍ତି ?
ଉତ୍ତର-ବିଭିନ୍ନ ସମୟରେ ପତ୍ରପତ୍ରିକା ତଥା ଖବରକାଗଜରେ ଅନେକ ସାହିତ୍ୟିକଙ୍କ ସାହିତ୍ୟ ରେ ସାମାଜିକ,ରାଜନୈତିକ,ଆର୍ଥିକ ,ପରିବେଶ ସଚେତନ ମୂଳକ ଲେଖା ପ୍ରକାଶ ପାଇଥାଏ ସେସବୁକୁ ପାଠକ ପଢି ସୁସ୍ଥସମାଜ ଗଠନରେ ସାହାଯ୍ୟ କରନ୍ତି ।
୭-ମତେ ରମାକାନ୍ତ ରଥ ଓ ସୀତାକାନ୍ତ ବିଶେଷ ଭାବେ ଭଲ ଲାଗନ୍ତି ।
୮-ସାମ୍ପ୍ରତିକ ସମୟରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର-ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟର ସ୍ଥିତି ଦୀପତଲ ଅନ୍ଧାର ପରି କାରଣ ଓଡ଼ିଶାର ହୋଇକି ଅନେକ ଲୋକ ମାତୃଭାଷାକୁ ଭଲପାଉନାହାନ୍ତି ।
୯-ଓଡ଼ିଆ ସାହିତ୍ୟକୁ ନେଇ ଆପଣ କଣ ସ୍ୱପ୍ନ ଦେଖନ୍ତି ?
ଉତ୍ତର-ଓଡ଼ିଆସାହିତ୍ୟକୁ ନେଇ ମୁଁ ପ୍ରଥମେ ସ୍ୱପ୍ନ ଦେଖେ ଯେ ଏ ଭାଷାର ମହକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବି ।
୧୦-ପାଠକ/ପାଠିକା ନିଜ ବିଷୟରେ କଣ କହିବ ?
ଉତ୍ତର-ନିଜର ପରିବେଶ ର ସ୍ଥିତିକୁ ଆଖିଆଗରେ ରଖି ଓଡ଼ିଆ ଭାଷା ରେ କିଛି ଲେଖିଯାଅ ବୋଲି କହିବି ।
ସୂର୍ଯ୍ୟେଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ ବାର୍ତା
ଉ-ମତେ ସାହିତ୍ୟ ସାଧନାରେ ଚୟନ ଓ ପ୍ରେରଣା ଦେଇଥିବାରୁ ଅନୁଷ୍ଠାନକୁ ବିଶେଷ ଧନ୍ୟବାଦ ।ଏ ଅନୁଷ୍ଠାନ ସବୁବେଳେ ଏମିତି ନୂଆ ପ୍ରତିଭା ମାନଙ୍କୁ ପ୍ରେରଣା ଦେଉଥାଉ ।
ମନୋଜ ଭାଇନା ଓଦୀପକ ଭାଇନା ମତେ
ପ୍ରେରଣ ଯୋଗାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ।