ଶୀର୍ଷକ-ସୁନ୍ଦର ସୃଷ୍ଟି
ଆହାକି ସୁନ୍ଦର ସୃଷ୍ଟି ସ୍ରଷ୍ଟା ହେ ତୁମ୍ଭର,
ତବ କରୁଣାରେ ଚାଲେ ଏ ସାରା ସଂସାର।1।
ପାଦପ ପାଖୁଡ଼ା ମେଲି ଜଣାଏ ସ୍ଵାଗତ,
ମଲ୍ଲୀ ମାଳତୀ ସୁଗନ୍ଧେ ତୋଷଇ ନିରତ।2।
କାଶତଣ୍ଡି ଫୁଲ କରେ ଚାମର ଚାଳନ,
ଧରିତ୍ରୀ ମାତାର କରେ ଶ୍ରୀପାଦ ବନ୍ଦନ।3।
ଯେତେ ଦାନ କରିଅଛ କଳି ନପାରିବି,
ରହିଥିବି ଚିର ଋଣୀ ସୁଝି ନପାରିବି।4।
କର୍ତ୍ତବ୍ୟ ମୋ ଭଗବାନ ଅନ୍ତରେ ଭାବିବି,
ସକଳ ଜୀବରେ ପୁରି ରହିଛ ଚିନ୍ତିବି।5।
ରାମ କୃଷ୍ଣଙ୍କ ଆଦର୍ଶ ହୃଦୟେ ମୋ ଦିଅ,
ରାଗ, ଦ୍ୱେଷ, ଅସୂୟା ମୋ ମନୁ କାଢିନିଅ।6।
କି ଅବା ଦେଇ ତୋଷିବି ତୁମେ ମହାଦାତା,
ଏ ସୃଷ୍ଟି ତୁମ୍ଭର ଦାନ ମୁଁ ଅଟେ ଗ୍ରହିତା।7।
ସୁସଂସ୍କାର ଭରି ଦିଅ ହୃଦୟରେ ମୋର,
ସୃଷ୍ଟି ସ୍ରଷ୍ଟା ଜପୁଥିବି ମୁହିଁ ନିରନ୍ତର ।8।
ପ୍ରାଣେଶ୍ୱର ତୁମ ପ୍ରୀତି ମୋ ହୃଦରେ ଥାଉ,
ବିଭୁ ପ୍ରେମେ ସତ୍ୟ କର୍ମେ ଏ ଜୀବନ ଯାଉ।9।
ସନ୍ଧ୍ୟା ପ୍ରାର୍ଥନାରେ ପ୍ରଭୁ ଘେନ ମୋ ଭକତି,
ସବିତା କର ଯୋଡ଼ୁଛି ଘେନ ବିଶ୍ୱପତି।10।
ସବିତା ଶୁକ୍ଳା
ରାକମା,ଭାପୁର,ନୟାଗଡ
Thank you ACCEPT my blogpost comment Admin.