ଶୁଭ ସକାଳ ଆସୁଛି ଓହ୍ଲାଇ
ମନର ତରଙ୍ଗେ ଭାସୁଛି ଆଶା
ନିଶ୍ଚିତ ଚାଲିଯିବ ନିରାଶା
ଶୀତୁଆ ଲହରୀ ଆଣିବ ଭରସା
ନିଆଁରେ ପୋଡି ଯାଉ ଦୁର୍ଦ୍ଦଶା
ଜଞ୍ଜାଳୁ ଆମେ ଶିଖୁ ବହୁତ
ଜାଣୁ ଧନ ଜୀବନ ଅନିଶ୍ଚିତ
କିନ୍ତୁ କର୍ମ କରୁ ବିପରୀତ
ଏହି ଚେତନା ମହାମାରୀ ତ
ମଧୁରେ ମଧୁର ଆସିବ ନୂଆ ଵରଷ
ସଂସ୍କାରରେ ଅନୁଭୂତି ବି ହସହସ
ଆହୁଲା ହୋଇଵ ଆମରି ସାହସ
କଷ୍ଟଦାୟକ ବର୍ଷ ହେବ ଇତିହାସ
ହତ୍ୟା ଲୁଣ୍ଠନ କଷଣ ଦୁଷ୍କର୍ମ
କୁସଂସ୍କାର ଅନ୍ଧବିଶ୍ୱାସ ପୂର୍ଣ୍ଣ
ସମାଜ ଦେଵ ନିଶ୍ଚିତ କଙ୍କଣ
ହଟାଇବାକୁ ହେବ ୟାର ଚିହ୍ନବର୍ଣ୍ଣ
ଶୁଭ ସକାଳ ଆସୁଛି ଓହ୍ଲାଇ
ଶିଖିଲୁ ଧନଠୁ ଜନ ବଡ଼
ଭାଇ
ଦେଖିଲୁ ପୁରୁଣାର ବଳ ସେହି
ଆସୁଥିବ ନୂଆ ବଢୁଥିବ ସ୍ମୃତି
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର
415 total views, 1 views today