September 28, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

ସୀତା ଠାବ – ରୋହିତ ଜେନା

ସୀତା ଠାବ

 

ଅଞ୍ଜନା ନନ୍ଦନ ହନୁ ଚିନ୍ତା ମଗ୍ନ ହୋଇକି

ଶିଂଶପା ବୃକ୍ଷେ ବସିଲେ କପି ରୁପ ଧରିକି

ନିରେଖି ନିରେଖି ଦେଖି ଭାବୁଥିଲେ ବସିକି

ସନ୍ଦେହ ମୋଚନ ହେବ ପ୍ରତୀକ୍ଷାର ଅନ୍ତେକି |

ଏସନେ ତ୍ରିଜଟା ଆସି କହୁଛନ୍ତି ସତୀକି

ଅଶୋକ ଉଷା କରିବ ଚାଲ ନିର୍ଝରିଣୀକି

ତଟିନୀ ତଟକୁ ଚାଲି ସଖି ହାତ ଧରିକି

ପାଲଟା ବସ୍ତ୍ର ଧୋଇବେ ଶୁଚି ହେବା ପାଇଁକି |

ଝରେ ଶ୍ରମ ଝାଳ ଅଙ୍ଗୁ ପଥ ଚାଲି ଚାଲିକି

ପୁଛିଲେ ବିଶ୍ରାମ ନେଇ ଆଉ କେତେ ଦୂରକି

ସ୍ନାହାନ କରି ଫେରିଲେ ବ୍ରତ କାର୍ଯ୍ୟ ଚିନ୍ତିକି

ଅଶୋକ ବ୍ରତ ରଖିଲେ ଶୋକ ଦୂର ପାଇଁକି |

ପ୍ରବେଶି ରାବଣ କହେ ସତୀ ସୀତା ମାତାଙ୍କୁ

ସର୍ବାଙ୍ଗ ସୁନ୍ଦରୀ ତୁମେ ଭୁଲି ଯାଅ ରାମକୁ

ମଳିନ ପିନ୍ଧା ବସନ ଉପବାସ କଷ୍ଟକୁ

ଅସନା ମାଟିରେ ଶୁଅ ନିରନ୍ତର ଚିନ୍ତାକୁ |

ସ୍ବର୍ଣ୍ଣମୟ ଲଙ୍କା ମୋର ହୀରାନୀଳା ଖଚିତ

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ତ୍ରିଭୁବନ ବିଦିତ

ଶହସ୍ର ଦାସୀ ଖଟିବେ ମନ୍ଦୋଦରୀ ସମେତ

ଲଙ୍କା ପାଟରାଣୀ ହେବ ପ୍ରେମେ ହେବ ଘୋଷିତ |

ତୁହି ମହା ପାପୀ ଚୋର କାପୁରୁଷ ଲମ୍ପଟ

ଛଳେ ହରି ବଳ କଳୁ ଅବଳାର ନିକଟ

ମୁହିଁ ପତିବ୍ରତା ନାରୀ ବହପ ତୋ ବହୁତ

ଛାର ଖାର ହୋଇଯିବ ସ୍ବର୍ଣ୍ଣମୟ ଲଙ୍କାତ |

ତେସନକ ମନ୍ଦୋଦରୀ ଦଶାନନେ ବୁଝାଇ

ସତୀ ସୀତା ନାରୀ କଥା ଦିଅ ମନୁ ହଟାଇ

ଫେରିଲେ କୋପକୁ ବହି ଦାନଵ ଯେ କହି

ନେବି ମୁଁ ବଳପୂର୍ବକ ଅନ୍ତଃପୁରେ ରଖାଇ |

ଅପେକ୍ଷା ଅନ୍ତ ସରିଲା ହନୁମାନ ଚିନ୍ତିଲେ

ରାମ ରାମ ରାମ ରାମ ରାମ ଗାଥା ଗାଇଲେ

ସୂରୁଜ ବଂଶ ନରେଶ ଦଶରଥ ନାମରେ

ଜନ୍ମିଲେ ଚାରି ସନ୍ତାନ ତିନି ରାଣୀ ଗର୍ଭରେ |

ରାମ ଲଇକ୍ଷଣ ଭ୍ରତ ଶତ୍ରୁଘ୍ନ ଯେ ନନ୍ଦନ

ଋଷି ଯାଗ ରକ୍ଷା ପାଇଁ ଆସି ରାମ ଲକ୍ଷ୍ମଣ

ତାଡକା ସୁବାହୁ ମାରି ଅହଲ୍ୟାକୁ ତାରଣ

ଶିବ ଧନୁ ଭାଙ୍ଗି ରାମ ଋଷି କନ୍ୟା ବରଣ |

ପର୍ଶୁରାମ ଦର୍ପଚୂର୍ଣ୍ଣ କରି ରାଜ୍ୟେ ଫେରିଲେ

ବିମାତା କପଟ ପାଇଁ ବନଚାରି ହୋଇଲେ

ବୁଲି ବୁଲି ଘଞ୍ଚ ବନ ଗିରି ଗୁହା କନ୍ଦରେ

ମୁନିମଠ ନଦନଦୀ ଗୋଦାବରୀ ତଟରେ |

କୁଟୀର ଗଢ଼ିଲେ ଘଞ୍ଚ ପଞ୍ଚବଟୀ ବନରେ

ରାମ ରୁପ ଦେଖି ବାଇ ସୂର୍ପଣଖା ଲାଖିରେ

କରିଲା ସେ ପ୍ରେମଭିକ୍ଷା ଶ୍ରୀରାମଙ୍କ ପାଶରେ

ଲକ୍ଷ୍ମଣ ଜାଣି ତା ମନ୍ଦ ନାସା କର୍ଣ୍ଣ ଛେଦିଲେ |

ଦଶାନନ, ମାରୀଚକୁ ମାୟାମୃଗ ସଜାଇ

କପଟ ବେଶେ ରାବଣ ମାତା ସୀତା ଚୋରାଇ

ଆଣିଲା ଲଙ୍କାକୁ ବଳେ ରଖିଛି ସେ ଲୁଚାଇ

ପ୍ରଭୁ ବଚନ ମାନି ମୁଁ ଲଙ୍କା ପୁରେ ଖୋଜଇ |

ଜୟ ରାମ ଜୟ ରାମ ଜୟ ଜୟ ଶ୍ରୀରାମ

ହେ ଶ୍ୟାମଳ ଶାନ୍ତମୂର୍ତ୍ତି ସୀତା ପତି ବନ୍ଦନ

କୌଶଲ୍ୟା ତନୟ ରାମ ଦଶରଥ ନନ୍ଦନ

ହେ ପରମ ବ୍ରହ୍ମରାମ ଘେନ ମୋର ପ୍ରଣାମ |

ପ୍ରଭୁ ନାମ ଶୁଣି ସୀତା ପରିଚୟ ପୁଛିଲେ

ରାମ ଭକ୍ତ ହନୁମାନ ବିଳମ୍ବରେ ବୁଝିଲେ

ହନୁଙ୍କ ହାତୁ ମୁଦ୍ରିକା ମାତା ନେଇ ଦେଖିଲେ

ସ୍ବପ୍ନଫଳ ସତ ହେବ ଆଶ୍ବସ୍ତି ସେ ଲଭିଲେ |

 

ରୋହିତ ଜେନା

ଏରେଣ୍ଡ୍ର|, ସାନଖେମୁଣ୍ଡି, ଗଞ୍ଜାମ

Loading

Leave a Reply

Your email address will not be published. Required fields are marked *