ଶୀତ
ଶୀତ ଆସେ ଧୀରେ
ରୁପା ସବାରୀରେ
କୁହୁଡି ଓଢଣୀ ଟାଣି,
ପଦ୍ମବନ ଜାଳେ
ସତେକି ଇର୍ଷା ରେ
କାକର ମନ୍ତୁରା ପାଣି. 🐾🐍
ସୋରିଷ ଫୁଲର
ସୁନେଲି ହସରେ
ଶୋଭା ପରସୁଛି ଶୀତ,ନରମ ଖରାର
କଅଁଳ ପରଶେ
ମନ ଗାଇ ଉଠେ ଗୀତ.🐾🐍
ଜୋଛନା ବତୁରା
ରାତିର ନମୁନା
ଭୁରୁଭୁରୁ ହୋଇ ବାସେ,
ଶିଶିରର ମାଳା
ଗଳାରେ ଝୁଲାଇ
ଧରଣୀ ରାଣୀ ବି ହସେ. 🐾🐍
ଝରା ପତରର
ଶାଖାରେ ଶାଖାରେ
ବିରହ ରାଗିଣୀ ଗାଇ,
ଜହ୍ନ ଫେରିଯାଏ
ଉପେକ୍ଷିତା ପ୍ରାୟେ
ନିଶି ଯାଏ ପାହିପାହି. 🐾🐍
ଧୂସର ପୌଷ ର
ଉଷୁମ ଶଯ୍ୟାରେ
ନିବିଡ଼ ଆଶ୍ଲେସ ଭରି,
ଆଶାୟୀ ନୟନେ
ଆହାନା ଛୁଆଁରେ
ନିଦ୍ରା ଯାଏ ଅପସରି. 🐾🐍
ଶ୍ରୀମତୀ କୃଷ୍ଣା ଦାସ
ପୁରୀ
17 total views, 2 views today