March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସନ୍ତାପିତ ହୃଦୟ – ପ୍ରସନ୍ନ କୁମାର ମେହେର

ସନ୍ତାପିତ ହୃଦୟ

ଅତୀତର ସେଇ ପୁରୁଣା ସ୍ମୃତି ମନ ମଧ୍ୟରେ ଉଙ୍କି ମାରେ ଅନେକ ଅସୁମାରୀ ସ୍ବପ୍ନ। ଏମିତି ସ୍ବପ୍ନ ଦେଖିବାଟା ଯୌବନର ପ୍ରଥମ ପାହାଚରେ କେତେ ଯେ ନବ ଯୁବଯୁବା ପଥହୁଡା ହେବା ଆଜିର ଯୁବପିଢି ପାଇଁ ଅତ୍ୟନ୍ତ ପରିତାପର ବିଷୟ।

ଜୀବନର ଆନନ୍ଦ ଉତ୍ସାହର ସମୟ ଯୌବନର ଷୋଳଟି ଫଗୁଣ । ହର୍ଷୋଳିତ ପ୍ରାଣରେ ନବ ଉନ୍ମାଦନାର ପ୍ରୀତି ପ୍ରଣୟର ମଧୁଝରା ବାସ୍ନାରେ ମନରେ ସମୁଦ୍ରର ଉନ୍ମୁକ୍ତ ଉର୍ମିମାଳାର ଉତ୍ତାଳ ମାଦକତା କାମନାରେ କାମବାଣରେ ଜର୍ଜରିତ ସେଇ ଚପଳା ମୋହନ ।

ଥରେ ସାକ୍ଷାତକାର ହୁଏ ତାର କଲେଜ ଜୀବନର ସହପାଠିନୀଙ୍କ ସହିତ ଏକ ବସଯାତ୍ରାରେ ସହଯାତ୍ରୀ ଭାବରେ ଏକ ସିଟ୍ ରେ ତାର ବାନ୍ଧବୀ ମମତା ସହିତ।

ଦୀର୍ଘ ଦିନରୁ କେବେ କଥା ହେବାର ସୁଯୋଗ ପାଇ ନ ଥିଲା ମୋହନ। ହଠାତ୍ ତା ସହିତ ଭେଟ ହେବା ପରେ ମନରେ ଅପୂରନ୍ତ ଉତ୍ସାହ କହିଲେ ନ ସରେ !।ମନର ଭାବନାକୁ ପ୍ରକାଶ କରିବାର ଦୁର୍ବାର ଆଶା ଆକାଙ୍କ୍ଷା ହୃଦୟରେ ଆନ୍ଦୋଳିତ କରୁଥାଏ । କଲେଜ ଜୀବନରୁ ମନରେ ଅଭିଳଷିତ ଇପ୍ସିତ ଆଶା ବାନ୍ଧେ ଜୀବନସାଥୀ ରୂପେ ପାଇବାର ଆଶା।ଅନ୍ତରର ଇଚ୍ଛା କୁ ତା ସମ୍ମୁଖରେ ପରିପ୍ରକାଶ କରିବା ତା ପାଇଁ ବହୁତ କଷ୍ଟ ହୋଇପଡେ ।

କାହିଁକି ନା ଏହା ପୂର୍ବରୁ ମମତାର ପୀରତି ରେ ମନକୁ ହଜେଇ ବସିଥାଏ ତାର ଚଗଳା ମନଟା ସେ ମଧ୍ୟ ନିଜକୁ ନିଜେ ବୁଝି ପାରେ ନାହିଁ।ବାହାନାରେ କିଛି କଥାବାର୍ତ୍ତା ଛଳରେ ତାର ଅନ୍ତରର କଥାକୁ କହିବାକୁ ଚାହେଁ ହେଲେ କହି ପାରେ ନା ।ମୋହନ ଏକତରଫା ତାର ମନ ମନ୍ଦିରରେ ତାର ହୃଦୟର ରାଣୀ ମମତାକୁ ଜହ୍ନ ରାଇଜରେ ଘର କରିବାର ସ୍ବପ୍ନ ଦେଖୁଥିଲା। କିନ୍ତୁ କେବେ ଆତ୍ମ ଉପଲବ୍ଧି କରି ପାରି ନ ଥିଲା ଯେ ସିଏ ତାକୁ କେତେ ଦୂର ହୃଦୟରେ ଭଲ ପାଏ? କଥୋପକଥନ ମାଧ୍ୟମରେ କଲେଜ ଜୀବନର ଅନେକ ସ୍ମୃତିକୁ ଆଲୋଚନା କରେ । ପରସ୍ପର ସହ ଖୁସି ବାଣ୍ଟନ୍ତି ଆଳାପ କରି ମନର ଭାବନାକୁ ଅଭିବ୍ୟକ୍ତ କରିବାରେ ସାହସ ହୁଏ ନି ।

ମମତା ଏକ ଷ୍ଟେଟ ବ୍ୟାଙ୍କ କିରାଣୀ ପଦରେ କାର୍ଯ୍ୟରତ ।ମୋହନ କଲେକ୍ଟରେଟର କନିଷ୍ଠ କିରାଣୀ। ଦୁହିଁଙ୍କ ମଧ୍ୟରେ ଚାକିରୀ ଜୀବନର ସଫଳତାକୁ ପରସ୍ପର ମଧ୍ୟରେ ବାଣ୍ଟୁଥାନ୍ତି ।ଜୀବନର ଅର୍ଦ୍ଧେକ ସମୟ ଅତିକ୍ରାନ୍ତ। ଜୀବନର ମଧ୍ୟାହ୍ନ କାଳରେ ଆତ୍ମୀୟତାର ପ୍ରୀତି ହୃଦୟରେ ପରିସ୍ଫୁଟନ ହେଉଥାଏ ।ହେଲେ ଅନ୍ତରର ଭଲ ପାଇବାର ସ୍ବୀକାରୋକ୍ତି କେହି କାହାକୁ କହି ପାରୁ ନ ଥାନ୍ତି ।ହୃଦୟରେ କୋହ ଆବେଗଭରା ସନ୍ତାପରେ ହୃଦୟ ଦଗ୍ଧିଭୂତ । କାହିଁକି ନା ମମତା ଏହା ପୂର୍ବରୁ ତାର ମନର ମଣିଷଟିଏ ବାଛି ସାରିଥାଏ ।କିନ୍ତୁ ମୋହନର ପ୍ରାଣରେ ଗୁଞ୍ଜରିତ ହୁଏ ତା’ର ଇପ୍ସିତ ଆଶାକୁ ପୂର୍ଣ୍ଣ କରିବାର ଅନେକ ପ୍ରତୀକ୍ଷା।

ତାର ଆଶା ହିଁ ଆଶାରେ ରହିଗଲା।ଅନ୍ତରର ପ୍ରତୀକ୍ଷା ହିଁ ପ୍ରତୀକ୍ଷାରେ ସନ୍ତାପିତ ହୃଦୟକୁ ତିଳ ତିଳ କରି ଜାଳି ଦିଏ।ମନରେ ରହିଗଲା ତାର ଅଧୁରା ଜୀବନ ।

 

ପ୍ରସନ୍ନ କୁମାର ମେହେର

ଦିଗଶିରା, ସୁବର୍ଣ୍ଣପୁର,ଓଡ଼ିଶା

 

Loading

Leave a Reply

Your email address will not be published. Required fields are marked *