ଶକ୍ତ ପୁରୁଷ
ଗର୍ଭ ରୁ ଯେବେ ଜନମ ହୋଇଲି
କୁଆଁ କୁଆଁ ହୋଇ କାନ୍ଦିଲି,
ଅମୀୟ ସମାନ ଶାନ୍ତି ମୁଁ ପାଇଲି
ମାଆ କୋଳ ଯେବେ ଧରିଲି।
ଗୁରୁଣ୍ଡି ଗୁରୁଣ୍ଡି ଚାଲିଲି ଯେବେ
କେତେ ଥର ଝୁଣ୍ଟି ପଡ଼ିଲି,
କ୍ଷତ ଶରୀର କୁ ଦେଖିଦେଇ ଟିକେ
ଚିତ୍କାର କରିକି କାନ୍ଦିଲି।
ଟିକେ ବଡ଼ ହେଲି ବୁଦ୍ଧି ପଶିଗଲା
ଜାଣିଲି ମହତ୍ତ୍ଵ କାନ୍ଦର,
ମିଛୀ ମୀଛିକା କାନ୍ଦିଲେ ଅଧିକ
ମିଳେ ଖାଦ୍ୟ ବହୁ ରକମର।
ଧିରେ ଧିରେ ଯେବେ ସ୍ପର୍ଶ କରିଲି
ଯୌବନ ର ସେଇ ଶିଡି କି,
କାନ୍ଦ ଲାଗିଲେ ବି କାନ୍ଦି ପାରେନାହିଁ
ଲୋକ ସମାଜ କୁ ଡରିକି।
ଆଖିର ଲୁହ କୁ ପଲକ ବାହୁରେ
ବାଧ୍ୟ ହେଲି ଚାପିବାକୁ,
ଯେତେ କଷ୍ଟ ହେଲେ ଟିକେ ହସିଦେଇ
ପଥର ହେଲି ସହିବାକୁ।
ବିବାହ ପରେ ଜାଣିଗଲି ମୁଁ
ଲୁହ ନୁହେଁ ଏଇ ପୁରୁଷର,
କାନ୍ଦିଦେଲେ କାଳେ ପ୍ରମାଣିତ ହେବି
କାପୁରୁଷ ଏ ଦେଶ ର।
କାହା ସାମ୍ନାରେ ଦୁଃଖ ପ୍ରକାଶିବା
ଅସମ୍ଭବ ଆମ ପାଇଁ,
ଏକୁଟିଆ ଥିଲେ ତକିଆ କୁ ଧରି
କାନ୍ଦି ଦଉ କଇଁ କଇଁ।
ପୁରୁଷ ଗୋ ଆମେ କାନ୍ଦିବୁ କେମିତି
ମେରୁଦଣ୍ଡ ପରା ଆମେ,
ଦୁଃଖ ସାଗର କୁ ଘୋଡାଇ ଦେଇକି
ଲାଗିପଡୁ ନିଜ କାମେ।
ସାଇ ପ୍ରଭା ସୁତାର