ଶାନ୍ତି ମିଳୁ ଜୀବନେ
ଶାନ୍ତି ଜୀବନରେ ନ ମିଳିଲା ଦିନେ
ହେଲା ମୋ ସତୁରୀ ବର୍ଷ
ଗୃହର ଜଞ୍ଜାଳେ ଘାଣ୍ଟି ହେଇ ଅଛି
ଜୀବନେ ନାହିଁଁରେ ହର୍ଷ !!
ଶାନ୍ତି ଜୀବନରେ……….
ସବୁତ ଜାଣିଛୁ ତୁହିରେ କାଳିଆ
କିଅବା କହିବି ମୁହିଁ
ଏ ଜୀବନ ତୋର ଭାଗ୍ୟ ଲେଖିଅଛୁ
କିଛି କହିବାର ନାହିଁ !!
ଶାନ୍ତି ଜୀବନରେ…………
ତଥାପି ହେ ପ୍ରଭୁ ଧର୍ଯ୍ୟ ଧରି ଅଛି
ମନୁଷ୍ୟ କର୍ତ୍ତବ୍ୟ ଚାହିଁ
ରହି ସତ୍ୟମାର୍ଗେ କର୍ମ କରୁ ଅଛି
ମୁଁ ଅଧର୍ମ କରି ନାହିଁ !!
ଶାନ୍ତି ଜୀବନରେ…………
ଜୀବନରେ କଷ୍ଟ ଦେଇ ନାହିଁ କାର
କହିନି କଟୁ ବଚନ
ଜନତା ସେବାରେ ଅଛି ନିରନ୍ତର
ଦେଖୁଛି ଚକାନୟନ !!
ଶାନ୍ତି ଜୀବନରେ………..
ଦିଅ ଶାନ୍ତି କିଛି ବୃଦ୍ଧ ବୟସରେ
ଦେଖୁ ଅଛ ପ୍ରଭୁ ନେତ୍ରେ
ନ ଦେଲେ ନାହିଁ ଟି କର୍ମ କରୁ ଥିବି
ପ୍ରାଣ ଥିବା ଯାଏ କ୍ଷେତ୍ରେ !!
ଶାନ୍ତି ଜୀବନରେ………..
ଏ ଜୀବନ ତୋର ଦେଇଛୁ ଅନନ୍ତ
କର୍ମ କରିବାର ପାଇଁ
କରୁ ଅଛି କାର୍ଯ୍ୟ କର୍ତ୍ତବ୍ୟରେ ରହି
କେବେ ମୁଁ ଭୁଲିବି ନାହିଁ !!
ଶାନ୍ତି ଜୀବନରେ………..
ଶାସ୍ତ୍ର ରୁ ଜାଣିଛି ମାନବ ଜନମ
ଦୁର୍ଲ୍ଲଭ ଅଟେ ହେ ପରା
କର୍ତ୍ତବ୍ୟ ପଥରେ ଅଛି ମୁଁ ସର୍ବଦା
ରହୁ ଭକ୍ତି ପଦେ ସାରା !!
ଶାନ୍ତି ଜୀବନରେ………..
ମୃତ୍ୟୁର ଶଯ୍ୟାରେ ତୁଣ୍ଡେ ଗୁଞ୍ଜୁ ପ୍ରଭୁ
କାଳିଆ କାଳିଆ ନାମ
ନେତ୍ରେ ଆଙ୍କି ଥାଉ ଚକାନୟନ ଟି
ଏହୁ ଅଭିଳାଷ ମମ !!
ଶାନ୍ତି ଜୀବନରେ…………….
ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ସଭାପତି ଉତ୍କଳ ସମ୍ମିଳନୀ
ଗାଁ କଳାବାଡିଆ
ଷଢେ଼ଇକଳା ଖରସୁଆଁ ଜିଲ୍ଲାର
ରାଜନଗର ବ୍ଲକ ଶାଖା
ଝାଡ଼ଖଣ୍ଡ ରାଜ୍ୟ