ମାନସ ତତ୍ତ୍ୱ
ଶୁଣ ଆହେ ସାଧୁଜନ ଦେଇ ମନ କର୍ଣ୍ଣ
ଅନ୍ୟଥା କେବେ ନୁହଇଁ ଶୂନ୍ୟ ବ୍ରହ୍ମ ଜ୍ଞାନ ll
ଯେ ଜ୍ଞାନ ପାଇଲେ ସାଧୁସନ୍ଥ ନିସ୍ତରନ୍ତି,,
ସେଇ ଜ୍ଞାନକୁ ସୁଜନେ ମନ ତତ୍ତ୍ୱ ଚିନ୍ତି ll
ବହୁ ଭାବେ ବହୁ ଧର୍ମ ସୁନାର ସାଗରେ
ଲୋକେ ଚିନ୍ତନ୍ତି ସଂସାରେ କର୍ମଯେ ଭିନ୍ନରେ ll
ସେଇ ଧର୍ମ କର୍ମ ଧରି ସଂସାର ସାଗରେ
କୂଳ ନପାଇ ବାଇଆ ଘୋର ସାଗରରେ ll
ବତୀଘର ଏକ ଦେଖ ଶୂନ୍ୟେ ଓଁ ଜଳୁଛି
ସେଇ ଚିହ୍ନ ମନେ ଧ୍ୟାଇ ନଙ୍ଗର ଭିଡୁଛି ll
ସ୍ଵଭାବେ ମାନବ ଏକ ଏକ ଧର୍ମ ଚିନ୍ତି,
ଆନ୍ତିମେ ହୋଇବେ ସର୍ବେ ବ୍ରହ୍ମର ଗଣନ୍ତି ll
ଯେ କାଳେ ଆସି ଡ଼ାକିବ ଭୈରଵୀ ନିରୋଳେ
ଯିବ ପରମ ରହିବେ ଅନନ୍ତ କୋଳରେ ll
ତ୍ରିଗୁଣ ତତ୍ତ୍ୱ ସହିତ ପଞ୍ଚଭୂତ ଵିଧି
ନିଜ ସ୍ୱଭାବରେ ମାୟା ସଂସାର ଜଳଧି ll
ପରି ହରି ଅହଂ କାୟା ଜଞ୍ଜାଳର ଜାଲ,
ଉତ୍ପତ୍ତି ସ୍ଥିତି ପ୍ରଳୟ ସର୍ବେ ହେବେ ମେଳ ll
ଓଁ କାର ସ୍ୱରୂପ ରହି ଅରୂପ ରୂପରେ,,
ନାମର ମହିମା ସିନା ବ୍ୟାପିବ ବିଶ୍ୱରେ ll
ବ୍ରହ୍ମ ଧୁନୀ ଧ୍ୱନୀ ଧନୀ ଶ୍ରେଣୀକ ଭଜିବେ,
ଅଜ୍ଞାନୀ ଭାଷଣ ଯାହା ତାହାକୁ ଭଜିବେ ll
କ୍ରମଶଃ…….
ଶରତ ଚନ୍ଦ୍ର ପଣ୍ଡା, ଯାଜପୁର l