ଜୀବନ ସାଥୀ
***********
ଧରାଧାମେ ଦୁରଲଭ ମାନବ ଜୀବନ
କୋଟି କୋଟି ତପର ପୁଣ୍ୟବଳେ ସାଧନ l
ଜନକ ଜନନୀ ସହୋଦର ସୁତା ସୁତ
ଜାୟା ସଖା ପତି ସହୋଦର ସମ୍ବଦ୍ଧିତ l
ଶରୀରେ ଆତ୍ମା ଥିଲେ ସକଳ ମଧୁମୟ
ଉଡିଗଲେ ଆତ୍ମ -ପକ୍ଷୀ ଶବ ପରିଚୟ l
ମାଟିପିଣ୍ଡ ରହେ ପଡି ଚଉଦିଗେ ହୁରି
ବାସି ହୋଇଯିବ କାଳେ ବିଳମ୍ବ ନ କରି l
ଶମଶାନ ପରିଯନ୍ତେ ଚଳିବେ ସ୍ୱଜନେ
କେତେ ବେଳେ ସରିବ ଦାହ ସଂଶୟ ମନେ l
ଜୀବନସାଥୀ ଏକା ହିଁ ମାନବର କାୟା
ଭବରଙ୍ଗେ ତା ‘ବିହୁନେ ସବୁ ମିଛ ମାୟା l
ଅନ୍ତିମ ସମୟ ଯାଏ ସାଥେ ରହି ଥାଇ
ଜୀବନେ କରମ ଧରମ ସାଧନ କରି l
ଶରୀରଧାରୀ ଜୀଵାତ୍ମାର ଯୋଗ ସାଧନ
ସିଦ୍ଧି ଲାଭରେ ପରମାତ୍ମାଙ୍କ ଦରଶନ l
ସତ୍ତ୍ୱ ରଜ ତମ ଗୁଣର ରାଜୁତି ସ୍ଥଳ
ନିରୋଗ କାୟା ଯୋଗାଭ୍ୟାସର ଅନ୍ତଃ ସ୍ଥଳ l
ନର୍ମଦା ନାୟକ
ରାଉରକେଲା
38 total views, 1 views today