May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*ସ୍ମୃତି ମୋର ମରୁଭୂମି —- ସର୍ବେଶ୍ବର ସାହୁ*

 

ଶୀର୍ଷକ:-ସ୍ମୃତି ମୋର ମରୁଭୂମି 

 

ଅତୀତର କିଛି ଅନ୍ତରଙ୍ଗ ଛବି

ଆଜି ବି ରହିଛି ବାକି :

ଆଜି ବି ଚିରିନି ତୁମ ଲେଖା ଚିଠି

ଲୁଚି ଲୁଚି ପଢୁଅଛି |୧|

 

ଯେଉଁ ଚିଠିଟିର ଇତି ନାମ ଥିଲା

ତୁମରି ମନ ମଇନା ;

ମୁଁ କି ଜାଣିଥିଲି ସେହି ଶେଷ ଚିଠି

ହେବ ମୋ ଶେଷ ପାଉଣା |୨|

 

ଜାଣିଛି ମୁଁ ପ୍ରିୟେ ପରିସ୍ଥିତି ତୁମ

ସେଦିନ ଥିଲା ସେମିତି ;

ପ୍ରେମ ଆଉ ପରିବାର ମଧ୍ୟେ ତୁମେ

ସମ୍ପର୍କକୁ କଲ ଇତି|୩|

 

ଅସଜଡା ମୋର ଜୀବନକୁ ତୁମେ

ପ୍ରିତିରେ ସଜାଡି ଦେଇ ;

ବିରହ ଯାତନା ଦେଇ ଚାଲିଗଲ

ଏକାକି ବଞ୍ଚିବା ପାଇଁ |୪|

 

ଆଜି ବି ମୋହର ମନେ ଅଛି ସାଥୀ

ତୁମରି ପହିଲି ସ୍ପର୍ଶ ;

ଯେତେ ମୁଁ ଚାହିଁଲେ ଅଫେରା ବାଟକୁ

ବିତିଯାଏ ବର୍ଷ ବର୍ଷ |୫|

 

ତୁମେ ସିନା ନାହଁ ଆଜି ମୋ ପାଖରେ

ହେଲେ ଅଛି ତୁମ ସ୍ମୃତି ;

ମରୁଭୂମି ଧାରେ ତୃଷା ମେଣ୍ଟାଉଛି

ଆଖି ଲୁହ ଓଠେ ଚାଖି|୬|

 

ଆଜି ମୁଁ ଜାଣେନା କୋଉଠି କେମିତି

ତମେ ରହିଅଛ ସାଥି ;

ଏତିକି ଜାଣିଛି ପ୍ରତିଟି କ୍ଷଣରେ

ମୋ, ସ୍ମୃତି ରହିଥିବ ବାକି|୭|

 

ଜାଣି ମୁଁ ସାରିଛି ମୋ ଭଲ ପାଇବା

ଥିଲା ଏକ ମରୁଭୂମି ;

ତଥାପି ପାଉଛି ପାଉଥିବି ଭଲ

ଜୀବନରେ ହାରିବିନି …..

ଜୀବନରେ ହାରିବିନି|୮|

 

ଏଇ ଜନମରେ କପାଳରେ ମୋର

ତୁମେ ବୋଧେ ନାହଁ ଲେଖା ;

କଥା ରହିଲା ଗୋ ଆର ଜନମରେ

ପୁଣି ହେବା ଦୁହେଁ ଦେଖା …..

ପୁଣି ହେବା ଦୁହେଁ ଦେଖା |୯|

 

ପ୍ରେମର ଅର୍ଥ କେବଳ ପାଇବା ନୁହେଁ, ପ୍ରେମ କେବେ ଆଶାର ଅସରନ୍ତି ଧାରା ତ କେବେ ବିରହର ବୈଶାଖି ଖରା ।

ପ୍ରେମ କେବେ ଇଶ୍ବରୀୟ ଶକ୍ତି ତ ପୁଣି କେବେ ରାଗ ,କ୍ରୋଧ ଏବଂ ଇର୍ଷାର ମୁକ୍ତି ।

 

ପ୍ରେମ ପବିତ୍ର ଗଙ୍ଗାର ଅନବରତ ଧାରା ତ କେବେ ପୁଣି ବିରହ ବନ୍ୟାର ଅସରନ୍ତି ଜ୍ବଳା ।

 

❤🙏ରାଧେ ରାଧେ🙏❤

            🙏❤ଜୟ ଜଗନ୍ନାଥ❤🙏 

           🎸🦜ସର୍ବେଶ୍ବର ସାହୁ🦜🎸 

        🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳

 107 total views,  1 views today

Leave a Reply

Your email address will not be published. Required fields are marked *