ଶୀର୍ଷକ:- କୃଷି ଅଟେ ଜରୁରୀ।
ସୃଷ୍ଟି ଆରମ୍ଭରୁ କ୍ଷୁଧା ଜାତ ହେଲା
ମନୁଷ୍ୟଠୁ ପଶୁ ଯାଏ ;
ଭୋକ ବିକଳରେ ଖାଦ୍ୟର ସନ୍ଧାନ
କରିଲା କୃଷକ ଟିଏ ।
ଝଡ ବରଷାକୁ ଖାତିର ନଥିଲା
ଲଙ୍ଗଳ ଥିଲା ତା ବଳ ;
ସୁଖ ଦୁଃଖ ଥିଲା ସମାନ ତା ଲାଗି
ଚାଷ ତା ମୁଖ୍ୟ ସମ୍ଭଳ ।
ପରିଶ୍ରମ କରି ସାରା ଜଗତକୁ
ଚାଷୀ ଯୋଗାଇଲା ଧାନ
ନିଜ ଝାଳ ପୋଛି ଆପଣା ହାତରେ
ପରଶି ଦେଲା ସେ ଅନ୍ନ ।
ଚିର ପ୍ରକୃତିର ପରିବର୍ତ୍ତନରେ
ଆସିଅଛି ଅନାହାର ।
ପରିଶ୍ରମ କରି ଚାଷୀ ଟିଏ ଆଜି
ଝରାଉଛି ଲୁହ ଧାର ।
ବାତ୍ଯା ମରୁଡିର ଦୁଃଖ-ଦାୟ ସେତୁ
ଭାଙ୍ଗି ଦିଏ ଚାଷୀ ମନ ;
କହିସେ ପାରେନା ହୃଦୟ ଯନ୍ତ୍ରଣା
ସୁଖ ସାଜେ ମଲା ଜହ୍ନ ।
ସରକାର ଙ୍କର ଶତ ଯୋଜନାରୁ
ଚାଷୀ ଆଜି ଅସହାୟ ;
ଋଣ ନେଇ କାଳେ ସୁଝି ନ ପାରିବ
ମନରେ ରହିଛି ଭୟ ।
ପରିଶ୍ରମ କରି ଅର୍ଥ କଥା ଛାଡ
ମିଳେନା ସମ୍ମାନ ଏଠି ;
ସେଥିପାଇଁ କରେ ଚାଷୀ ଆତ୍ମହତ୍ୟା
ହରାଇ ନିଜର ସ୍ଥିତି ।
ଏ ଘଡି ସନ୍ଧିରେ ସରକାରଙ୍କର
ଏକ ଟଙ୍କା ଅନ୍ନ ଦାନ ;
ଚାଷୀର ମନରେ ଭରିଦେଲା ଖୁସି
ସତ ହେଲା ସବୁ ସ୍ବପ୍ନ ।
ଟଙ୍କାକିଆ ଅନ୍ନେ କୃଷି କାର୍ଯ୍ୟ ଛାଡି
ଆମରି କୃଷକ ଭାଇ ;
ଭୁଲି ଯାଉଛନ୍ତି ନିଜ ପରିଶ୍ରମ
ମିଛ ମୋହେ ଅନ୍ଧ ହୋଇ ।
ଚାଷୀ ଭାଇ ଯଦି ଚାଷ ନକରିବ
ଆଜିର ଏ ସମାଜରେ ;
ଆମ ପର ପୀଢି ଆଉ ରହିବେନି
ମରିଯିବେ ଓପାସରେ ।
ସମୟ ସାଥିରେ ଶସ୍ଯର ଚାହିଦା
ଆଗକୁ ରହିବ ଭାରି ;
ସେଥିପାଇଁ କୃଷି ଆମ ସମାଜରେ
ଅଟଇ ଅତି ଜରୁରୀ ।
❤ସର୍ବେଶ୍ବର ସାହୁ❤
🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳
❤🙏ରାଧେ ରାଧେ🙏❤
🙏❤ଜୟ ଜଗନ୍ନାଥ❤🙏