March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

Lets talk with Pratap Keshari Behera who hails from Puri, Odisha for Suryodaya_Sambhranta_Saraswat_Samman – 2022* 

*Lets talk with Pratap Keshari Behera who hails from Puri, Odisha for Suryodaya_Sambhranta_Saraswat_Samman – 2022* 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ମୋର ପ୍ରିୟ ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଦିଆଯାଇଥିବା ପ୍ରଶ୍ନ ର ଉତ୍ତର 

 

ନାମ :- ଶ୍ରୀ ପ୍ରତାପ କେଶରୀ ବେହେରା 

ପିତା ମାତା ଙ୍କ ନାମ :-

ପିତା :- ଚକ୍ରଧର ବେହେରା 

ମାତା :- ଗୁଣ୍ଡୁରୀ ବେହେରା 

ସ୍ୱାମୀ/ସ୍ତ୍ରୀ ଙ୍କ ନାମ :- ମିଲି ବେହେରା (ସ୍ତ୍ରୀ)

ଜନ୍ମଦିନ :- 24. Oct.1988

ଶିକ୍ଷାଗତ :- +2 Arts, Govt. Service (Reaserve police)

E-Mail ID :- pratapkesharibehera22@gmail. Com

 

 

ପ୍ରଶ୍ନ .1 ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ ?

 

ଉତ୍ତର :- ଓଡିଶା ପ୍ରଦେଶର ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ପଲଙ୍କ ପଞ୍ଚାୟତ ମୋଟ ଗ୍ରାମ ର ଏକ ନିମ୍ନବିତ୍ତ ପରିବାରେ ମୋର 24.Oct.1988ରେ ଜନ୍ମ ହୋଇଥିଲା , ୬ ଭଉଣୀରେ ଗୋଟେ ଭାଇ ଭାବେ ବାପା ମାଙ୍କ କୋଳରେ ବଢ଼ି ମଣିଷଟେ ହେଲି | ଅନେକ ଆର୍ଥିକ ଦୁର୍ବଳ ସ୍ଥିତିରେ ଥାଇ ମଧ୍ୟ ଶିକ୍ଷା ଅଧ୍ୟୟନରେ ଭାରି ରୁଚି | ଶିକ୍ଷାପାଇଁ ଜୀବନରେ ଅନେକ ଘାତ ପ୍ରତିଘାତକୁ ଖାତିରି ନକରି ପିଲାଙ୍କୁ ଟିଉସନ କଲି , ବାଡ଼ି ବଗିଚାରେ ଖଟିଲି , ଶେଷରେ ସାଇକେଲ ଷ୍ଟାଣ୍ଡରେ କାମ କରି ଆର୍ଥିକ ଅଭାବକୁ ମେଣ୍ଟେଇ ମୁଁ ଆଗକୁ ବଢ଼ିଲି | ଅନ୍ୟକୁ ସାହାଯ୍ୟ କରି ପ୍ରଶଂସା ସାଉଁଟିବା ମୋର ଥିଲା ମୂଳଲକ୍ଷ୍ୟ, ସେଥିରେ ମନ ତୃପ୍ତିଲଭେ | ଜୀବନର ମଧ୍ୟଭାଗର ପ୍ରାରମ୍ଭରୁ ପ୍ରେମ ଦୁନିଆରେ ପାଦ ଦେଇ ବିଫଳ ହେଲି ପରେ ପୁନଃ ପ୍ରେମ ବନ୍ଧନରେ ବାନ୍ଧି ହୋଇ ପ୍ରେମିକା(ମିଲି ) କୁ ପ୍ରାଣପ୍ରିୟା କଲି | ତାଙ୍କ ଔରଷରୁ ୨ଟି କନ୍ୟାରତ୍ନ ପ୍ରାପ୍ତ କରି ତାଙ୍କଠାରୁ ଅନେକ ସ୍ନେହ ପାଇଲି | ବୈବାହିକ ଜୀବନ ପୂର୍ବରୁ ଯେମିତି ଜୀବନର ମୋଡ଼ ବଦଳି ଚାଲିଲା | ଘରଣୀଙ୍କ ଚାକିରୀ ପରେ ମୋର 15.Dec.2011 ରେ Govt. ଚାକିରୀ ପାଇ ଆର୍ଥିକ ସ୍ଥିତି ସୁଦୃଢ ହୋଇ , ମଧ୍ୟବିତ୍ତ ପରିବାରରେ ରୂପାନ୍ତରିତ ହେଲା ସତ କିନ୍ତୁ ଶିକ୍ଷା ଅଧ୍ୟୟନ , ସାହିତ୍ୟସାଧନା , ସ୍ୱଭାବ ଆଦି ସଂକୋଚିତ ହେଲା | ଅନେକ ଦିନ ଅନ୍ତେ ମୋର ଅତି ପ୍ରିୟସାଙ୍ଗର ବଡ଼ ଦିଦି (କବୟିତ୍ରୀ ଭବାନୀ ରାଜୁ ) ଯେମିତି ନିଷ୍କ୍ରିୟ ବେଲୁନରେ ପବନ ଫୁଙ୍କି ସକ୍ରିୟ ବେଲୁନଟେ ବନେଇ ସାହିତ୍ୟ ଆକାଶରେ ଉଡିବାରେ ପୂର୍ଣ୍ଣ ସହଯୋଗ କଲେ | ଯାହାଙ୍କ ପାଇଁ ମୁଁ ଆଜି ଆପଣଙ୍କ ବଗିଚାରେ ଗୋଟେ କ୍ଷୁଦ୍ର ଫୁଲଟିଏ ହୋଇ ଫୁଟିବାକୁ ପ୍ରୟାସ କରୁଛି |

 

ପ୍ରଶ୍ନ . 2 ସାହିତ୍ୟ ତଥା ଏହାର ଦୁନିଆଁ ଯାହାକୁ ସାରଶ୍ୱତ ଦୁନିଆଁ କୁହାଯାଏ , ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

 

ଉତ୍ତର :-ସାହିତ୍ୟ ସାଧନା ଅଥବା ବିଦ୍ୟା ମା ” ଶ୍ୱତପଦ୍ମା ସରସ୍ୱତୀଙ୍କ ନିଖୁଣ ସମ୍ପତ୍ତି ଯାହା ତାଙ୍କ ସାରସ୍ୱତ ଦୁନିଆରେ ଅମୁଲମୁଲ | ବାଳୁତ ସମୟେ ଗାଁ ର ପଵିତ୍ର ପରିବେଶରେ ରହି , ଗାଁ ଟିଉସନ ର ଗୁରୁଜୀ ଶ୍ରୀମାନ ଅମରେନ୍ଦ୍ର ବେହେରାଙ୍କ ଉପଦେଶ , ସଂସ୍କାର , ନୀତି ଆଦର୍ଶ ହିଁ ମୋ ଜୀବନରେ ଅନେକ ପ୍ରଭାବ ପକାଇଥିଲା | କାରଣ ସେ ଜଣେ କଳାସମ୍ପର୍ଣ୍ଣ ପୂର୍ଣ୍ଣପାତ୍ର ଥିଲେ | ଯେଉଁଥିପାଇଁ ସାହିତ୍ୟ ଓ କଳାପ୍ରତି ମୋର ଅନେକ ରୁଚି ଉତ୍ପର୍ଣ ହେଲା, ପ୍ରଶଂସା ସହ ଆତ୍ମସନ୍ତୋଷ ମିଳିଲା , ସେଥିପାଇଁ ତାଙ୍କଠାରୁ ଅନେକ ଶିକ୍ଷା ଅଧୟନ କଲି , ଯେମିତିକି କହିବାର ଶୈଳୀ (ପ୍ରବଚନ ), ଲେଖିବାର ଶୈଳୀ (କବିତା, ଗଳ୍ପ, ଭଜନ ଆଦି), ପଢ଼ିବାର ଶୈଳୀ (ପୁସ୍ତକ, ଶାସ୍ତ୍ର,ପୁରାଣ ଆଦି), ଏବଂ ଗାଇବାର ଶୈଳୀ (ସଂଗୀତ), ଇତ୍ୟାଦି | 

 

ପ୍ରଶ୍ନ . 3 ଆପଣଙ୍କ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ /ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି କି ?

 

ଉତ୍ତର :- ମା” ସରସ୍ବତୀ ଏବଂ ଗୁରୁଜନଙ୍କ ଆଶୀର୍ବାଦରୁ କବିତା/ଗଳ୍ପ/ପ୍ରବନ୍ଧ ବ୍ୟତୀତ ଓଡ଼ିଆ ଭଜନ ଆଦି ଲେଖା ଲେଖି କରେ |

 

ପ୍ରଶ୍ନ . 4 ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା ?

 

ଉତ୍ତର :- ଯାହା ସରଳୀକୃତ , ଅଳଙ୍କୃତ ଏବଂ ସମାଜର ଉତ୍ତମ ମାର୍ଗଦର୍ଶକ ରୂପେ ରୂପାନ୍ତରିତ ହୁଏ | ଯାହା ସର୍ବଗୁଣ ସମ୍ପୂର୍ଣ ଏବଂ ହୃଦୟସ୍ପର୍ଶି ହେବା ଦରକାର | 

 

ପ୍ରଶ୍ନ . 5 ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି ?

 

ଉତ୍ତର :- ଉଚିତ ଅନୁଚିତକୁ ବିଚାର କରିବାର ଦକ୍ଷତାରେ ସମାଜରେ ଏକ ପ୍ରତିଷ୍ଠା ସୃଷ୍ଟି କରିବା ଏବଂ ସ୍ୱଚ୍ଛତାର ଉଜ୍ୱଳନକ୍ଷେତ୍ର ହୋଇ ହୃଦୟ ଆକାଶରେ ଉଇଁ ଉଠିବା | 

 

ପ୍ରଶ୍ନ . 6 ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?

 

ଉତ୍ତର :- ସାହିତ୍ୟକଳା ଏକ ନିର୍ଚ୍ଛକ ଆନ୍ତରିକ ସ୍ରୋତରେ ଭାବନା ର ଭାବ ଅଦୃଶ୍ୟ ନୌକା ସଦୃଶ୍ୟ | ଏହାକୁ ଲେଖିବାକୁ ପଡେ ନାହିଁ ଏହା ଆପେ ଆପେ ହୃଦୟରୁ ଲେଖି ହୋଇଯାଏ | 

 

ପ୍ରଶ୍ନ . 7 ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧେୟ ଯାତ୍ରାରେ ସାରସ୍ୱତୀୟ ସଫଳତା କହିଲେ କଣ ବୁଝନ୍ତି ? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ |

 

ଉତ୍ତର :- କୌଣସି ଏକ ସାରସ୍ୱତ ଧେୟ କବି/କବୟିତ୍ରୀଙ୍କ ସାରସ୍ୱତୀୟ ସଫଳତା କହିଲେ ମାନପତ୍ର/ପ୍ରଶଂସାପତ୍ର ତଥା ସମ୍ମାନ ଯାହା ତାଙ୍କର ଅମୁଲମୁଲ ଅଳଙ୍କାର ପରି | ସେଥିପାଇଁ ଭାବନା ସମୁଦ୍ରରୁ ଅନୁଭବ ଶାମୁକା ଖୋଜି ଶବ୍ଦପଂକ୍ତି ମୁକ୍ତାକୁ ବାହାର କରନ୍ତି | ହଁ ମୁଁ ସ୍ୱଳ୍ପ ମାତ୍ରାରେ ଅଧିକାରୀ ହୋଇଛି ଯାହା କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକା ଠାରୁ ଅର୍ଜନ କରିଛି ତତସହିତ ସୁର୍ୟୋଦୟ ତଥା ସଂମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପରିବାରରୁ ଅନେକ କିଛି ଅର୍ଜନ କରିବା ମୋର ଉଚ୍ଚ ଆଶା ଆକଂକ୍ଷା ଅଛି |

 

ପ୍ରଶ୍ନ :- 8 ଆପଣଙ୍କ ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକା କଣ ? ଏବଂ ଆପଣଙ୍କ ପ୍ରିୟ ପିଲାଦିନର ପୁସ୍ତକଗୁଡିକ କଣ ?

 

ଉତ୍ତର :- ସାହିତ୍ୟ , ଶାସ୍ତ୍ରପୁରାଣ ଇତ୍ୟାଦି ମୋ ପ୍ରିୟ ପୁସ୍ତକ ଯାହା ମୋ ସାହିତ୍ୟ ସାଧନାରେ ଏକ ସହଯୋଗୀ ବନ୍ଧୁଭଳି | 

 

ପ୍ରଶ୍ନ :- 9 ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି , ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପୋରକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

 

ଉତ୍ତର :- ବାସ୍ତବରେ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ | କାରଣ ଭାଷା ହିଁ ହୃଦୟକୁ ସ୍ପର୍ଶକରେ ଏବଂ ହୃଦୟର ଭାବନାରେ ପରିବର୍ତ୍ତନ ଆଣେ ଏବଂ ଉଚିତମାର୍ଗ ଦେଖାଏ ଯାହା ଅଦୃଶ୍ୟରେ | ଭାଷାର ଲିପିରେ ଆକାର ଥାଏ ସତ କିନ୍ତୁ ଭାଷା ଓ ଭାବନାର ଆକାର ଅଦୃଶ୍ୟ ସମ | 

 

ପ୍ରଶ୍ନ :- 10 ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ୱାରା ସମାଜ ଉପରେ କେଉଁସବୁ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା କରିବା ହେବେ କି ?

 

ଉତ୍ତର :- ପ୍ରାଚୀନ ସାହିତ୍ୟ ପାରମ୍ପରିକ ସ୍ୱାଭିମାନ ସ୍ୱରୂପ କିନ୍ତୁ ଅଧୁନା ସାହିତ୍ୟ ତାର ବିପରୀତ ଭିତ୍ତିଭୂମୀ | ଯେମିତି ପିତାସ୍ୱାଦ ପାଟି ପାଇଁ କଷ୍ଟ ସତ ଦେହ ପାଇଁ ଉପଯୋଗୀ ଠିକ ସେମିତି ପ୍ରାଚୀନ ସାହିତ୍ୟ | ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ କଥା ଚିନ୍ତା କଲେ ଅନେକ ଭିର୍ଣ୍ଣ ଲାଗେ | ପ୍ରାଚୀନ ସାହିତ୍ୟ ସମାଜରେ ମାନବିକତା, ସ୍ଵଭାଵ , ନୀତି ଆଦର୍ଶକୁ ପରିମାର୍ଜିତ ଓ ଶକ୍ତ କରି ବିଭ୍ରାଟ ଚିତ୍ତକୁ ଉଚିତମାର୍ଗ , ସାହସ , ଏକତା ଆଦି ଦେବାରେ ସହଯୋଗ କଲାବେଳେ ଅଧୁନା ସାହିତ୍ୟ ସମାଜକୁ କେତେକାଂଶରେ ବିକୃତ ମାନସିକତା ଓ କ୍ଷକ୍ତାକ୍ତ ମାନବିକତା ଆଡକୁ ଟାଣିନିଏ | 

 

ପ୍ରଶ୍ନ :- 11 ପାଠକୀୟ ଆଦୃତି , ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ୱତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

 

ଉତ୍ତର :- ବାସ୍ତବିକତାକୁ ଅନୁଧ୍ୟାନ କଲେ ଆତ୍ମସନ୍ତୋଷ ପୁରସ୍କାରର ଅଭିର୍ନ୍ନ ଏକରୂପ | ପାଠକୀୟ ଆଦୃତି ପାଠକ ର ବିଚାରଭାର ଉପରେ ନିର୍ଭର କରେ |

 

ପ୍ରଶ୍ନ :- 12 ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

 

ଉତ୍ତର :- ସ୍ୱଭାବିକ ଓଡ଼ିଆଭାଷା , ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ | ଏକ ଗର୍ଭବତୀ ମା” ଗର୍ଭରୁ ନବଜାତ ଶିଶୁ ଗର୍ଭପାତ ହେଲାପରେ ଯେମିତି ସଂସାରକୁ ଜାଣେ , ଠିକ ସେମିତି ହିଁ ଓଡ଼ିଆ ଭାଷା ହେଉଛି ମା” | ଭାଷାର ସରଳୀକୃତରୁ ଭାବ ପ୍ରସ୍ଫୁଟିତ ହୁଏ , ଭାବରୁ ଭାବନାକୁ ନାନା ରୂପରେ ରୂପାନ୍ତରିତ କରାଯାଏ | ଓଡ଼ିଆଭାଷା ସାହିତ୍ୟ ପଥକୁ ବଳିଷ୍ଠ କରେ ଭୁତ ଭବିଷ୍ୟ ପାଇଁ |

 

ପ୍ରଶ୍ନ :- 13 ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କଣ କହିବେ ?

 

ଉତ୍ତର :- କବିତା କହିଲେ ” କଷ୍ଟ ବାତାବରଣର ତାରକା ” ଏହା ସାଧନା ଦ୍ୱାରା ସାଧି ହୁଏ | ସେଥିପ୍ରତି ଅଧିକ ଯତ୍ନବାନ ହେବା ଦରକାର | ବାରମ୍ବାର ଅଭ୍ୟାସ , ଅନୁସନ୍ଧାନ , ଅନୁସରଣ ସହ ଦୃଢ ଇଛା ଶକ୍ତି ହିଁ ସାଧନାର ପୂର୍ଣ୍ଣ ସହଯୋଗୀ | ଏ ସବୁପରେ ବି ବୀଣାଧାରୀ ମା” ବାକ୍ୟଦେବୀଙ୍କ ଆଶିଷ ସର୍ବୋପରି | ସେଥିପାଇଁ ଭାଗବତ କହେ :-

                                     ମୁଁ ଯାହାକୁ ହୁଅଇ ସଦୟ |

                                      ଜ୍ଞାନ ତା ଉଦରୁ ଉଦୟ ||

 

ପ୍ରଶ୍ନ :- 14 ଓଡ଼ିଆ ସାହିତ୍ୟର ଭୁତ ଭବିଷ୍ୟତ ସମ୍ବଦ୍ଧରେ କିଛି ନୂତନ ଯୋଜନା କଣ ହେବା ଉଚିତ ?

 

ଉତ୍ତର :- କୌଣସି ସଫଳତା ପାଇଁ ଯେମିତି ସୁରଚିତ ଉତ୍ତମ ଯୋଜନାର ନିତ୍ୟାନ୍ତ ଆବଶ୍ୟକ ଠିକ ଓଡ଼ିଆ ସାହିତ୍ୟର ଭୁତ ଭବିଷ୍ୟତ ଅର୍ଥେ ପୁରପଲ୍ଲୀ ସହରାଞ୍ଚଳରେ ପ୍ରସାର ପ୍ରଚାର , ସୁସ୍ଥମାନବିକତା , ସ୍ୱଭାବ, ସଂସ୍କୃତି,ସଭ୍ୟତାରେ ପୂର୍ଣ୍ଣ ବିକଶିତ ପାଇଁ ସୁଦୃଢ ଯୋଜନା ଅନିର୍ଵାଯ୍ୟ | ଯାହା ଦ୍ୱାରା ନୂତନ ଯୁବକବିଙ୍କ ଉଦ୍ଭାବନ ହୋଇପାରିବ | 

 

ପ୍ରଶ୍ନ :- 15 କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି ?

 

ଉତ୍ତର :- ଯେବେଠୁଁ ମୋ ପ୍ରିୟ ଭବାନୀ ଦିଦିଙ୍କ ସହାୟତାରେ ସାହିତ୍ୟ ଜଗତରେ ପୁନଃ ପାଦଥାପିଲି | ପ୍ରଥମ କବିତା ” ଚପଲ ” କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଲା ପରେ ପ୍ରଶଂସାର ପୁଷ୍ପଗୁଚ୍ଛ ମୋ ହୃଦୟକୁ ମୋହିତ କଲା | ପ୍ରିୟ ପରିଜନଙ୍କ ମୁହଁରୁ କବି ଶବ୍ଦ ଶୁଣି ଅମୃତ ଭାଣ୍ଡରୁ କଣିକାଟେ ପ୍ରାପ୍ତହେଲା ପରି ଲାଗିଲା ଏବଂ କିଞ୍ଚିତେ କବି ପରିଚୟର ଅନୁଭୂତି ଅନୁଭବ ହେଲା | 

 

 

ପ୍ରଶ୍ନ :- 16 ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

 

ଉତ୍ତର :- ମଣିଷର ମାନସିକତା ପ୍ରତିକୂଳ ପରିସ୍ଥିତିକୁ ଅନୁଧ୍ୟାନ କଲା ଭଳି ସାହିତ୍ୟର ବିକାଶଧାରା ଉଭୟକୁ ଗ୍ରହଣ କରିବାକୁ ପଡେ | କିନ୍ତୁ ମୋ ମତରେ ଅନଲାଇନ ଠାରୁ ଅଫଲାଇନ ପ୍ରକ୍ରିୟା ଅନେକ ଗୁଣରେ ଶ୍ରେୟସ୍କର | କାରଣ ଅଫଲାଇନ ପ୍ରକ୍ରିୟାରେ ମିଳନ , କବିତା ଆବୃତ୍ତି ଭାବନାର ଉଦବେଗ , ସଂମ୍ମାନ ତଥା ଅନ୍ୱେଷଣ ଇତ୍ୟାଦି ସବୁ ପ୍ରତିକୂଳ ଅନୁଭୂତି ହେବ | 

 

ପ୍ରଶ୍ନ :- 17 ଆମ ସୁର୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ | ଆପଣଙ୍କ ମତାମତ କଣ ? କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ |

 

ଉତ୍ତର :- ଯଦୁମଣିଙ୍କ ଭାଷାରେ ” ନିକିତି ତଉଲ ସାନ ବଡକୁ ଭାରି ହୁଏ ଯିଏ ରହେ ତଳକୁ ” ଉକ୍ତି ଅନୁଯାୟୀ ସୁର୍ୟୋଦୟ ଭାଷା ପ୍ରତିଷ୍ଠାନରେ ମୋତେ ଅନୁଭୂତି ହୁଏ ଯେ ପ୍ରତ୍ୟେକ କବିଙ୍କ କବିତାର ଭାଷା, ଭାବ ଓ ଶବ୍ଦର ମାଧୁର୍ଯ୍ୟ , ହୃଦୟସ୍ପର୍ଶୀ, ଗମ୍ଭୀର୍ଯ୍ୟତାରେ ପରିପୂର୍ଣ୍ଣ | ଯେଉଁଥି ପାଇଁ ସୁର୍ୟୋଦୟ ଭାଷା ପ୍ରତିଷ୍ଠାନ ବିଶ୍ଵ ସାହିତ୍ୟ ଜଗତରେ ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ |

 

ପ୍ରଶ୍ନ :- 18 ଆପଣଙ୍କ ଦ୍ୱାରା କିଛି ସଂକଳନ ପ୍ରକାଶିତ ହୋଇଛି କି ? ଏହା ସମ୍ପର୍କରେ କିଛି କୁହନ୍ତୁ |

 

ଉତ୍ତର :- କବି ଜୀବନର ସ୍ୱଳ୍ପ ଯାତ୍ରାରେ ମୁଁ ଆଜି ଯାଏ କୌଣସି ସଂକଳନ ପ୍ରକାଶିତ କରିନାହିଁ | ଗୁରୁଜନଙ୍କ ଆଶୀର୍ବାଦ , ଆପଣମାନଙ୍କ ସହଯୋଗ ଏବଂ ମୋ କର୍ମସାଧନା ଦୃଢ଼ତାରେ ହିଁ ସମ୍ଭବବୋଲି ପ୍ରତେୟମାନ ହେଉଛି 

 

ପ୍ରଶ୍ନ :- 19 ଆପଣଙ୍କ ର କୌଣସି ଲେଖା ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର webside (sefpeots. Com) ରେ ପ୍ରକାଶିତ ହୋଇଛି କି ? ଯଦି ହଁ ତେବେ ଆପଣ ଏହି webside ବିଷୟରେ କିଛି କଥା ରଖିବେ କି ?

 

ଉତ୍ତର :- ସ୍ୱଳ୍ପ ଦିନର ବନ୍ଧୁ ମୋର ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଯେଉଁଥିରେ ସ୍ୱ-ରଚିତ କବିତା ” ତୁମ ଅପେକ୍ଷାରେ ” webside sefpeots. Com ରେ ପ୍ରକାଶିତ ପାଇଥିଲା | ଏହି webside ଅନ୍ୟମାନଙ୍କଠୁ ସ୍ୱତନ୍ତ୍ର ଭିର୍ଣ୍ଣ ଏହାର photography, ଲେଖା Design, ସବୁ ଅନେକ ଉଚ୍ଚ ସ୍ତରୀୟ | ଯାହାର ଉତ୍ପତ୍ତି ଅନ୍ତର୍ଜାତୀୟ କ୍ଷେତ୍ର ଫ୍ରାନ୍ସ ଦେଶରୁ ଆରମ୍ଭ ହୋଇଥିଲା |

 

ପ୍ରଶ୍ନ :- 20 ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଅନ୍ତର୍ଜାତୀୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ ?

 

ଉତ୍ତର :- ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ କବିଙ୍କ କବିତା/ଗଳ୍ପ/ ପ୍ରବନ୍ଧ ଆଦି ହୃଦୟସ୍ପର୍ଶି | ସେଥିପାଇଁ ଓଡିଶା ପ୍ରଦେଶରୁ ଯାଇ ଏକଶହ ରୁ ଊର୍ଧ୍ଵ ଦେଶରେ ତାର କାୟ ବିସ୍ତାର କରିସାରିଲାଣି | ଏହା କେବଳ ଅଭିଜ୍ଞ କବି/କବୟିତ୍ରୀ, ପରିଚାଳନା କମିଟି, ମୁଖ୍ୟ ଆବାହକ, ତଥା ସୁର୍ୟୋଦୟର ସମସ୍ତ ସୁଚିନ୍ତିତ ସଦସ୍ୟ/ସଦସ୍ୟା ପାଇଁ ହିଁ ସମ୍ଭବ | 

 

 

::- ସାହିତ୍ୟ କହିଲେ ଆପଣ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ |

 

ସରସ ସୁନ୍ଦର ସାହିତ୍ୟ ଆମର

ସମାଜର ହିତ ଗୁଣେ

ସଂସ୍କୃତି ସଭ୍ୟତା ସ୍ୱଭିମାନ ଗାଥା

ସଞ୍ଚରିତ କରେ ମନେ ||

 

ମନର ଭାବନା ଭାଷାରେ ସେ କହେ

ସରଳିଆ ଲାଗେ ସେହି 

କେତେ କୀର୍ତ୍ତି ଗାଥା ଗଳ୍ପ ପ୍ରବନ୍ଧକୁ

ଉଦରେ ରଖି ସଜେଇ ||

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

One thought on “Lets talk with Pratap Keshari Behera who hails from Puri, Odisha for Suryodaya_Sambhranta_Saraswat_Samman – 2022* 

Leave a Reply to Ranjit Cancel reply

Your email address will not be published. Required fields are marked *