April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with Bidyutprava Nayak who hails from Jajpur, Odisha for Suryodaya_Sambhranta_Saraswat_Samman – 2022* 

*Lets talk with Bidyutprava Nayak who hails from Jajpur, Odisha for Suryodaya_Sambhranta_Saraswat_Samman – 2022* 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ- ବିଦ୍ୟୁତ୍ ପ୍ରଭା ନାୟକ.

ପିତା ମାତା ଙ୍କ ନାମ-

ପିତା- ବାଉରୀବନ୍ଧୁ ନାୟକ

ମାତା– ଶଶୀମଣୀ ନାୟକ

ସ୍ୱାମୀ/ସ୍ତ୍ରୀ ଙ୍କ ନାମ– √ ଅନ୍ତର୍ଯ୍ୟାମୀ ନାୟକ

ମହୀସ୍ପର୍ଶ ତାରିଖ/ଜନ୍ମଦିନ–୧୨/୫/୧୯୭୧

ଶିକ୍ଷା ଗତ ଯୋଗ୍ୟତା– +୨ କଳା

ମେଲ ଆଇଡି- [email protected]

 

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

 

ଉ:- ନିଜ କଥା କହିବାକୁ ଗଲେ ମୋ ଜୀବନ ର ସୁଖ ପସରା, ଦୁଃଖ ପାଶୋରା ମହା ପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କରି ଠାରେ ଆରମ୍ଭ ଓ ତାଙ୍କରି ଠାରେ ଶେଷ । ମନ୍ତ୍ର ତନ୍ତ୍ର ପୂଜା ବିଧି ଜାଣି ନ ଥିବା ଭାବ ବନ୍ଧନ ରେ ଭକ୍ତି ପୂତ ନୈବେଦ୍ୟ ଅର୍ପଣ କରୁଥିବା ସାଧାରଣ ଘର ର ଘରଣୀ ଟିଏ ।

 

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

 

ଉ:- ସାହିତ୍ୟ ତଥା ଏହାର ଦୁନିଆ ମଧୁମୟ ଖୁବ୍ ଆନନ୍ଦ ଦାୟକ । ବ୍ୟକ୍ତିଗତ କହିଲେ ସାହିତ୍ୟ ମୋ ପ୍ରାଣ , ମୋ ଜୀବନ , ମୋ ପରିବାର , ମୋ ବାପା ମାଆ ସବୁ କିଛି । ବହୁ ଘାତ ପ୍ରତିଘାତ ଭିତରେ ଜୀବନ ଅତିବାହିତ ହେଉ ଥିଲେ ମଧ୍ୟ ମୁଁ ସାହିତ୍ୟ କୁ ଭୁଲି ପାରୁନି।

              ମୋର ତ ଅନେକ କିଛି ଅନୁଭୂତି ରହିଛି । ଆଜି କୁ ପ୍ରାୟ ବହୁତ ଦିନ ତଳର କଥା ପ୍ରଥମେ ଅଳ୍ପ କିଛି ଲେଖା ଆରମ୍ଭ କରି ରଖିଥାଏ । ଭାବୁଥିଲି ଯଦି କୌଣସି ଲୋକ ଲୋଚନକୁ ଆସନ୍ତା । ମୋ ପ୍ରଭୁ ଙ୍କ ଭଜନ କିଛି ସମସ୍ତେ ଶୁଣନ୍ତେ। ମୁଁ ମଧ୍ୟ ଖୁସି ହୁଅନ୍ତି। ମୋ ଜାଣି ବାରେ ଯେତେ ଜଣ ଙ୍କୁ ଆତ୍ମୀୟ ଭାବି କହିଥିଲି ନିରାଶ ହୋଇଥିଲି। ହଠାତ୍ ମୋତେ ଜଣେ କେହି କହୁଛନ୍ତି ତୁ ତା ପାଖକୁ ଯାଉଛୁ ସିଏ କ’ଣ ତୋ କଥା ଶୁଣିବ ? ମୁଁ ମଧ୍ୟ ସେଇ କଥା ଅନୁଭବ କରିଥିଲି। ମୋ ପ୍ରଭୁ ଙ୍କ ନିର୍ଦ୍ଦେଶ ବୋଲି ଜାଣି ଥିଲି।ସେ ଦିନ ମୋତେ କହି ଥିଲେ ମୋର ଠିକ୍ ମନେଅଛି ବାଲେଶ୍ଵର ର ଠିକଣା ଦେଇ ଥିଲେ। ନାଁ ମଧ୍ୟ କହି ଥିଲେ। ନାଁ ଟି ମୁଁ ଭୁଲି ଗଲି। ହେଲେ ସାଧାରଣ ଗୃହିଣୀ ଟିଏ ହୋଇ ବାଲେଶ୍ଵର ରୁ ଖୋଜିବା ମୋ ପାଇଁ ସମ୍ଭବ ପର ନ ଥିଲା। ତେଣୁ ମୁଁ କହିଥିଲି କାଳିଆ ରେ ତୋ ଇଚ୍ଛା।

 

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

 

ଉ:- ଭଜନ,ଜଣାଣ, କବିତା ବ୍ୟତୀତ ଗପ କି ଲେଖା ଲେଖି କରେ।

 

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା

 

ଉ:- ମୋ ମତ୍ତ ରେ ଭଲ କବିତା ଓ ଗପ କହିଲେ ସମାଜ ର ଉନ୍ନତି ତଥା ଓଡ଼ିଆ ଜାତି ପ୍ରେମ ଓ ମାତୃଭୂମି ପ୍ରତି ସମ୍ମାନ ,ମୋ ଆରଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଭକ୍ତି ଓ ଅତୁଟ ବିଶ୍ୱାସ କୁ ବୁଝାଏ।

 

 

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

 

ଉ:- ମୁଁ ମୋ ଲେଖା ମାଧ୍ୟମ ରେ ମୋ ପ୍ରଭୁ କାଳିଆ କାହ୍ନୁ ପାଏ। ଯାହାକି ମୋର ସବୁ ଠାରୁ ବଡ଼ ଆନନ୍ଦ।

 

 

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

 

ଉ:- ମୁଁ ଯାହାକୁ ହୁଅଇ ସଦୟ ତା ହୃଦେ ଜ୍ଞାନ ର ଉଦୟ। ଏହି ଉକ୍ତିଟି କୁ ସତ୍ୟ ବୋଲି ମାନିବାକୁ ପଡ଼ିବ। କାରଣ ତାଙ୍କ ଇଚ୍ଛା ବିନା କିଛି ସମ୍ଭବ ପର ନୁହେଁ। ମୋର ଏତିକି ବ୍ୟକ୍ତିଗତ ଅନୁଭୂତି ଯାହାକି କଲମ ଧରିଲେ ଆପେ ଆପେ ଚାଲେ। ସେଥିପାଇଁ ମୋତେ କିଛି ଭାବିବାକୁ ପଡେ ନାହିଁ।

 

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

 

ଉ:- ସାହିତ୍ୟିକ ଜଗତ ର ସଜାଗ ପ୍ରହରୀ। ସାହିତ୍ୟିକ ଭାବେ ସାରସ୍ଵତ୍ତ ଧ୍ୟେୟ ଯାତ୍ରା ରେ ସାରସ୍ଵତୀୟ ସଫଳତା କହିଲେ ଦୁନିଆ କୁ କିଛି ନୂଆ ନୂଆ ବାର୍ତ୍ତା ତଥା ସାହିତ୍ୟ କୁ ଆଗେଇ ନେବା ରେ ଉତ୍ସାହ ବଢାଇ ଚର୍ତୁଦିଗ କୁ ଆଲୋକିତ କରି ପାରେ ପ୍ରତି ପ୍ରାଣେ ପ୍ରାଣେ ଆମେ ଓଡ଼ିଆ । ସ୍ନେହ ଶ୍ରଦ୍ଧା ଏକତା ର ଗୋଟିଏ ସୁତ୍ର ରେ ବାନ୍ଧି ପାରେ । ନାରୀ ଧର୍ଷଣ, ଶିଶୁ ହତ୍ୟା ଏମିତି ଅନେକ ଅସାମାଜିକ ବ୍ୟକ୍ତି ମାନଙ୍କୁ ଉଚିତ୍ ମାର୍ଗ ଦେଖାଇ ଥାଆନ୍ତି ଓ ଶିକ୍ଷ୍ୟା ଦେଇଥାଏ।

    ମୋତେ ରସୁଲପୁର ସମ୍ବାଦ ସାହିତ୍ୟ ଘର, ରସୁଲପୁର, ଯାଜପୁର ସମ୍ୱର୍ଦ୍ଧନା ପତ୍ର ଓ ତାରିଣୀ ସୁଧା ସମ୍ମାନ ମିଳିଛି।

 

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

 

ଉ:- କ୍ଷମା କରିବେ। ଏବେତ ବିଭିନ୍ନ ପ୍ରକାରର ସାପ୍ତାହିକ,ମାସିକ ପତ୍ରିକା ତଥା ଅନେକ ଜ୍ଞାନ ର ଗନ୍ତାଘର କହିଲେ ବି ଭୁଲ୍ ହେବ ନାହିଁ। ବହୁତ ସୁନ୍ଦର ମଧୁର ଭାଷା ରେ ପତ୍ରିକା ଗୁଡିକ ପଢିବାକୁ ମିଳୁଛି ଯାହାକି ସମାଜ ପାଇଁ ବହୁତ ଶିକ୍ଷଣୀୟ। କିନ୍ତୁ ମୋର ମାର୍ଗ ସବୁଠୁ ଅଲଗା । କାରଣ ତତ୍ କାଳୀନ ସାହିତ୍ୟ ର ପତ୍ରକା ଗୁଡିକ ଅପେକ୍ଷା ହରି ନାମ ଶ୍ରବଣ କୀର୍ତ୍ତନ କରିବା ରେ ମୁଁ ବେଶୀ ଆନନ୍ଦ ଅନୁଭବ କରେ। ପିଲା ଦିନରୁ ଭଜନ ଜଣାଣ ପ୍ରତି ମୋର ଶ୍ରଦ୍ଧା ରହିଛି।

 

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

 

ଉ:- ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି। ନିଶ୍ଚିତ ରୂପେ ଶକ୍ତି ବିନା ସୃଷ୍ଟି ଅସମ୍ଭବ। ଶକ୍ତି ଓ ସାହିତ୍ୟ ଦୁହେଁ ଦୁହିଁଙ୍କୁ ର ପରିପୁରକ ବା ଗୋଟିଏ ମୁଦ୍ରା ର ଦୁଇ ଟି ପାର୍ଶ୍ଵ ଓ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସ୍ଵୟଂ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ ମନ୍ଦିରରେ ଦୁର୍ଗା ମାଧବ ରୂପ ରେ ପୂଜା ପାଆନ୍ତି। ପ୍ରମାଣ ଅନେକ ରହିଛି। ଉଦାହରଣ ସ୍ୱରୂପ:-ମହା ପୂରାଣ ରାମାୟଣ ର ରଚୟିତା ମହର୍ଷି ବାଲ୍ମୀକି। 

ଦ୍ୱିତୀୟ ରେ କଳିଯୁଗର ବାଲ୍ମୀକି ସନ୍ଥ କବି ତୁଳସୀ ଦାସ। ଏବଂ ମୋ ଅନୁଭବ ବା ଅନୁଭୂତି ରେ ଯେବେ କିଛି ଲେଖି ବସେ ନିଜ କୁ ଖୁବ୍ ଧନ୍ୟ ମନେ କରେ।

 

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

 

ଉ:- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟ ରେ ଅନେକ ଫରକ ରହିଛି। ପ୍ରାଚୀନ ପାରମ୍ପରିକ ସାହିତ୍ୟ ଗୁଡିକ ର ଲେଖା ବହୁତ ଉଚ୍ଚ କୋଟୀର ମଧୁର ଓ ଜ୍ଞାନ ତଥ୍ୟ ତତ୍ତ୍ଵ ମୂଳକ। ଯାହାକି ଅଧୁନା ସାହିତ୍ୟ ରେ ସେ ମିଠା ନିଶ୍ଚିତ ରୂପେ ସଂପୂର୍ଣ୍ଣ ଅଲଗା ରହିଛି।

    ଏହା ଦ୍ବାରା :- ପ୍ରାଚୀନ ସାହିତ୍ୟ ରେ ଭକ୍ତି, ପ୍ରୀତି ମୌତ୍ରୀ ତଥା ସାମାଜିର କଲ୍ୟାଣ ନିମନ୍ତେ ଖୁବ୍ ପ୍ରଭାବ ପକାଉଥିଲା। ଯାହାକି ସମସ୍ତ ଙ୍କ ମନରେ ଏକ ସାକାରତ୍ମକ ଭାବନା ଜାଗ୍ରତ ହେଉଥିଲା ନକାରାତ୍ମକ କହିଲେ ମୋ ବୁଝିବା ହୁଏ ତ କାହାକୁ କେତେ ଗ୍ରହଣ ଯୋଗ୍ୟ ଜାଣେନା। କବି ଗୋଟି କୁ ମତ୍ତ ଗୋଟିଏ ତଥାପି ଅଧୁନା କବି କବିତା ଛଳ ରେ ଅନେକ ଅଶ୍ଳିଳ ଇଙ୍ଗୀତ କବିତା ପ୍ରକାଶ ଦ୍ଵାରା ସମାଜ ଧ୍ବଂସାଭିମୁଖୀ ହେବା ସଙ୍ଗେ ସଙ୍ଗେ ସମାଜ କୁ କୁପ୍ରଭାବ ରେ ପ୍ରଭାବିତ କରୁଛି।

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

 

 

ଉ:- ସାଧନା ଓ ସୃଜନ ଶୀଳତା ଆକାଂକ୍ଷା କରୁଥାଏ।

 

 

 

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

 

ଉ:- ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ସାହିତ୍ୟିକ ବନ୍ଧୁ ମାନଙ୍କ ଉପରେ ନିର୍ଭର କରେ। ଯଦି ସମାଜ କୁ ପରିବର୍ତ୍ତନ କଲା ଭଳି କିଛି ଶିକ୍ଷଣୀୟ ବାର୍ତ୍ତା ପହଞ୍ଚାଯାଏ ଓ ସତ୍ୟ ,ଧର୍ମ ,ନ୍ୟାୟ ପ୍ରତିଷ୍ଠା ପାଇଁ କବି କଲମ ମୁନ ରୁ ହୀରା,ନୀଳା, ମୋତି, ମାଣିକ ଝରେ ତାହା ପରଶମଣୀ ସଦୃଶ୍ୟ। ମହା ପ୍ରଭୁ ଜଗତ ର ନାଥ ଶ୍ରୀ ଜଗନ୍ନାଥ କଲ୍ୟାଣ କରିବେ। ଏହା ଏକ ସ୍ବତନ୍ତ୍ର ସ୍ଥାନ ଲାଭ କରିବ ଓ ରାମ ରାଜ୍ୟ ପ୍ରତିଷ୍ଠା ହେବ। ସମାଜ ସୁଖି ହେଲେ ମାନବ ସମାଜ ସୁଖ ରେ ରହିବେ।

 

୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

 

ଉ:- ଯେଉଁ ମାନେ କବିତା କ୍ଷେତ୍ର କୁ ନୂଆ ଆସୁଛନ୍ତି ସେମାନଙ୍କୁ କେବଳ ଏତିକି କହିବେ ଜଗତ କୁ ସେମାନେ ଏମିତି ଏକ ବାର୍ତ୍ତା କବିତା ମାଧ୍ୟମ ରେ ଦିଅନ୍ତୁ ଯାହାକି ସବୁ କଳୁଷ ଦୂରେଇ ଯାଇ ଏକ ସୁସ୍ଥ ସୁନ୍ଦର ମଧୁର ପରିବର୍ତ୍ତନ ଶୀଳ ସମାଜ ଗଢ଼ିଉଠିବ। ସମସ୍ତେ ସୁଖି ହେବା ସହିତ ଆପଣ ମଧ୍ୟ ସୁଖି ହେବେ।

 

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

 

ଉ:- କବି ଟିଏ ଯେମିତି ତା’ର ବହୁ ମୂଲ୍ୟ ସମୟ ଦେଇ କିଛି ଲେଖି ବସିଛି। ପାଠକ ପାଠିକା ମାନେ ମଧ୍ୟ ଶ୍ରଦ୍ଧା ରେ ସହିତ ପଢ଼ିବା ଉଚିତ୍। ମୋ ମତ୍ତ ରେ ପରିବର୍ତ୍ତନ ଶୀଳ ସମାଜ ପାଇଁ ସାହିତ୍ୟ ର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ। ଏବେ ର ପିତା ମାତା ମାନେ ଓଡ଼ିଆ ହେଲେ ମଧ୍ୟ ପିଲା ମାନଙ୍କୁ ଇଂରାଜୀ ଓ ହିନ୍ଦୀ ଏମିତି କି ଅଲଗା ଭାଷା ଶିଖାଉଛନ୍ତି। ଯାହା ଦ୍ଵାରା କି ପିଲା ମାନେ ଓଡ଼ିଆ କୁ ଏତେ ଗୁରୁତ୍ୱ ଦେଉ ନାହାନ୍ତି। ପ୍ରଥମେ ସୃଷ୍ଟି ର ଆଦି ମାତା ଅର୍ଥାତ୍ ନାରୀ ର ପରିବର୍ତ୍ତନ ହେବା ଉଚିତ୍। ଗୋଟିଏ ସୁଗୃହିଣୀ ମାଆ ର ମମତା କୁ ନ ଭୁଲି ଯଦି ଘର କୁ ସଜାଡ଼ିବ ତତ୍ ଦ୍ଵାରା ଆମ ରାଜ୍ୟ, ଦେଶର ମାର୍ଗ ବଦଳି ଯିବ। ପ୍ରଥମେ ମାଆ ମାନଙ୍କ ର ସଚେତନତା ଓ ପିତା ଙ୍କ ର କର୍ତ୍ତବ୍ୟ ନିତ୍ୟାନ୍ତ ଜରୁରୀ।

 

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

 

ଉ:- ଯେବେ ଠାରୁ ମୋର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର କୃପା ମୋତେ ମିଳିଲା। ସେଦିନ ରୁ ମୁଁ କବି ବୋଲି ଅନୁଭବ କରି ପାରିଲି।

 

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

 

ଉ:- ଆଜି କାଲି ଛୋଟ ରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ଟିଭି, ରେଡ଼ିଓ ଠାରୁ ବି ମୋବାଇଲ ର ଚାହିଦା ବଜାର ରେ ବହୁତ ଅଧିକ ବୋଲି ମୁଁ ଅନୁଭବ କରୁଛି।ବହି ଖଣ୍ଡେ ଛାପି ଦେଲେ ବା କିଛି ଲେଖା ଟିଏ କୈାଣସି ପତ୍ରକା ରେ ପ୍ରକାଶ କଲେ ସମସ୍ତେ ପଢ଼ିବାର ବା ଦେଖିବାର ସୁଯୋଗ ରୁ ବଞ୍ଚିତ ହେବେ। କିନ୍ତୁ ଅନ୍ ଲାଇନ୍ ଦ୍ଵାରା ଏହା ସମସ୍ତଙ୍କ ପାଖ କୁ ପହଞ୍ଚି ପାରିବ। ଆଜି କାଲି ଦୁନିଆ ପାଇଁ ଏହା ଏକ ସହଜ ଉପାୟ।

 

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

 

ଉ:- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ବ ସାହିତ୍ୟ ଜଗତ ରେ ଆଜି ଏକ ସୁନାମ ଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ। କାରଣ ପ୍ରତିକୋଣ ଅନୁକୋଣ କୁ ପହଞ୍ଚି ପାରୁଥିବା ସାହିତ୍ୟ ଅନୁଷ୍ଠାନ ଟିଏ। କବି ର ମନର ଭାଷା ଓ ଭାବ କୁ ସାରା ବିଶ୍ବରେ ବାଣ୍ଟି ପାରୁଥିବା ଅନୁଷ୍ଠାନ ଟିଏ ହୋଇଥିବାରୁ ମୁଁ ନିଜ କୁ ଧନ୍ୟ ମନେ କରେ।

        “ସୂର୍ଯ୍ୟୋଦୟ” ସୂର୍ଯ୍ୟଙ୍କ ର ପହିଲି ସୁନେଲି କିରଣ ପରି ଚଉଦିଗ କୁ ଉଜ୍ଜଳିତ କରୁ। ଅଜ୍ଞାନତା ଦୂର କରି ଜ୍ଞାନ ର ଆଲୋକ ରେ ପ୍ରୀତି, ମୈତ୍ରୀ, ଶ୍ରଦ୍ଧା ସ୍ନେହ ମମତା ଭରି ଦେଉ। ସମସ୍ତ ଙ୍କୁ ଆପଣାର କରି ଭାବ ବନ୍ଧନ ରେ ବାନ୍ଧି ରଖୁ। ମହା ପ୍ରଭୁ ସ୍ଵଂୟ ସୂର୍ଯ୍ୟ ନାରାୟଣ ସକଳ ଶକ୍ତି ର ଆଧାର। ସୂର୍ଯ୍ୟୋଦୟ ସାହିତ୍ୟ ଅନୁଷ୍ଠାନ କୁ ଦୀର୍ଘାୟୁ କରିବା ସହିତ ଜ୍ଞାନ ର ଆଲୋକ ରଶ୍ମି ରେ ରଙ୍ଗାୟିତ କରନ୍ତୁ। ମୋ ପ୍ରଭୁ ଙ୍କୁ କୋଟୀ ପ୍ରଣାମ ତାଙ୍କର ଆଶୀର୍ବାଦ ଭିକ୍ଷା କରୁଛି।

 

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

 

ଉ:- ମୋର ଲେଖା କିଛି ସାହିତ୍ୟ ପତ୍ରିକା ଏବଂ ସାହିତ୍ୟ ସଂକଳନ କୁ ଯାଇଥିଲେ ମଧ୍ୟ ଆର୍ଥିକ ସମସ୍ୟା ସୃଷ୍ଟି ରୁ କୈାଣସି ବହି ପ୍ରକାଶିତ ହୋଇପାରିନାହିଁ।

 

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

 

ଉ:- ହଁ ମୋ ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website(slfpoets.com) ରେ ପ୍ରକାଶିତ ହୋଇଛି। ଏହି webdite ଦ୍ଵାରା ମନ ର ଭାବ କୁ ପ୍ରକାଶ କରିପାରୁଛି ଓ ଆତ୍ମ ସନ୍ତୋଷ ଲାଭ କରିପାରୁଛି।

 

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

 

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *