April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with Ranjan Kumar Nayak who hails from Puri, Odisha for Suryodaya Sambhranta Saraswat Samman – 2022* 

*Lets talk with Ranjan Kumar Nayak who hails from Puri, Odisha for Suryodaya Sambhranta Saraswat Samman – 2022* 

 

 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ – ରଞ୍ଜନ କୁମାର ନାୟକ

ପିତା – ବାଇଧର ନାୟକ

ମାତା – ବାସନ୍ତୀ ନାୟକ

ଜନ୍ମଦିନ – ୧୦.୯.୧୯୮୯

ଶିକ୍ଷା ଗତ ଯୋଗ୍ୟତା – ଏମ. ଏ, ଏମ. ଫିଲ୍

ମେଲ୍ ଆଇଡି – [email protected]

 

୧-ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

 

 ମୁଁ ଜଣେ ସାଧାରଣ ମଣିଷ ଟିଏ । ପେସା ରେ ଜଣେ ଅଧ୍ୟାପକ ଆଉ ନିଶା ରେ ସାହିତ୍ୟିକ । ମୁଁ ସବୁବେଳେ ପ୍ରକୃତି ଆଉ ପ୍ରେମ ସହିତ ସମ୍ପର୍କ ବାନ୍ଧିବା ପାଇଁ ଚେଷ୍ଟା କରେ। ମୋର ଜନ୍ମ ଏକ ମଧ୍ୟବିତ୍ତ ପରିବାର ରେ ହୋଇଥିଲା । ମୁଁ ସବୁବେଳେ ମୋ ବାପାଙ୍କ ର ପଦାଙ୍କ ଅନୁସରଣ କରେ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ସାହିତ୍ୟ ମୋ ବ୍ୟକ୍ତିଗତ ଦୁନିଆ ଉପରେ ବହୁତ ପ୍ରଭାବ ପକାଇଛି । କାରଣ ମୋ ସବୁ ଉଦାସୀନତା, ସବୁ କ୍ଳାନ୍ତି, ସବୁ ନିରାଶା, ସବୁ ଯନ୍ତ୍ରଣା କୁ ଉପଶମ କରିବାରେ ଏହି ସାରସ୍ବତ ଦୁନିଆର ଭୂମିକା ରହିଛି ଗୁରୁତ୍ୱପୂର୍ଣ୍ଣ ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

– କବିତା/ ଗଳ୍ପ/ ପ୍ରବନ୍ଧ

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ମୋ ମତରେ ଯେଉଁ କବିତା ବା ଗଳ୍ପ ଟିକୁ ପଢ଼ି ପାଠକ ଟିଏ ମନରେ ଯଦି ଏହା ଆସେ କି, ମୁଁ ବି ଏପରି ଲେଖି ପାରିବି, ତାହା ହିଁ ହେଉଛି ଭଲ କବିତା ବା ଗଳ୍ପ ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

ପ୍ରେମ, ସ୍ନେହ, ନୀତି ସମ୍ପର୍କରେ ଶିକ୍ଷା ଦେଇ ଏକ ସୁସ୍ଥ ସମାଜ ଗଢିବା ଦିଗରେ ସଦା ପ୍ରଯତ୍ନ କରିବି।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

 ସାହିତ୍ୟ ସମ୍ପୂର୍ଣ୍ଣ ରୂପେ ମନର ଭାବାବେଗ ଉପରେ ନିର୍ଭର କରିଥାଏ । ତେଣୁ ସାହିତ୍ୟକୁ ଭାବନାର ସହିତ ଲେଖିବାକୁ ପଡ଼ିଥାଏ ।

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

ସାରସ୍ବତ ଧ୍ୟେୟ ଯାତ୍ରାରେ ସରସ୍ଵତୀୟ ସଫଳତା କହିଲେ କେବଳ ଲେଖକର ଲେଖନୀ ରେ ଯଦି ବିପ୍ଳବ ଆସିଥାଏ ।

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

ତତ୍କାଳୀନ ପତ୍ରିକା – ଝଙ୍କାର, କାଦମ୍ବିନୀ, ସତ୍ୟବାଦୀ, କଥା, ପୌରୁଷ 

ପିଲାଦିନର ସବୁଠାରୁ ପ୍ରିୟ ପୁସ୍ତକ ହେଉଛି ‘ ଜହ୍ନମାମୁଁ ‘ ।

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

 ନାଁ କିଛି ଅନୁଭବ ବା ଅନୁଭୂତି ନାହିଁ ।

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ବିଶେଷ କିଛି ଫରକ ନାହିଁ ଯାହା ମୋ ମତରେ କାରଣ ଆମ ଶବ୍ଦସବୁ ସେଇ ପ୍ରାଚୀନ ସାହିତ୍ୟ ରୁ ଆସିଛି ବାକି ସାହିତ୍ୟ ସବୁବେଳେ ମିଠା ଆଉ ଖୁବ୍ ସରଳ ଯାହା ସର୍ବଦା ସମାଜ ହିତରେ ଲାଗିଥାଏ।

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

 ପାଠକୀୟ ଆଦୃତି ଆତ୍ମସନ୍ତୋଷ । କେହିଜଣେ ମୋ ଶବ୍ଦସବୁ କୁ ବୁଝି ନିଜର ମତଟିଏ ଦେଲେ ଖୁସିରେ ମୋ ମନ ଭରିଯାଏ ସେଇ କାଗଜ ସବୁରୁ କଣ ମିଳିବ କହିଲେ ଆଜ୍ଞା ?

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

– ଓଡ଼ିଆ ଭାଷା ସାହିତ୍ୟର ବର୍ତ୍ତମାନ ଏକ ମାଟି ପିଣ୍ଡ ଆଉ ଭବିଷ୍ୟତ ରେ ଏହା ଏକ ସୁନ୍ଦର ଅଟାଳିକା ରେ ପରିବର୍ତନ ହେବ ।

୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

 ସାହିତ୍ୟରେ ଆଉ ଲେଖନୀ ରେ ସୁଦ୍ଧତା ବଜାୟ ରଖନ୍ତୁ, ଏବଂ ସର୍ବଦା ନିଜସ୍ଵ ଶୈଳୀ ରେ ଲେଖିବାର ପ୍ରୟାସ କରନ୍ତୁ ।

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

– ପୃଷ୍ଠପୋଷକତା ନିତାନ୍ତ ଆବଶ୍ୟକ, ଆଉ ଏହି କାର୍ଯ୍ୟ ବିଦ୍ୟାଳୟ ସ୍ତର ରୁ ହେବ ଆବଶ୍ୟକ ।

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

 ବିଦ୍ୟାଳୟ ଅଧ୍ୟୟନ ସମୟରୁ ଅନେକ ସମୟରେ ନିଜ ରଫଖାତା ରେ ମେଞ୍ଚାଏ ଶବ୍ଦକୁ ଲେଖିପକାଉଥିଲି ଆଉ ଦିନେ ଆମ ସାହିତ୍ୟ ସାର ମୋ ରଫଖାତା ଦେଖି ଭାରି ଖୁସି ହେଇଗଲେ ଏବଂ କହିଲେ ଆରେ ଆମ ରଞ୍ଜନ ତ କବିଟିଏ ହେଇଗଲାଣି ବାସ୍ ସେଇ ଦିନଠୁ ମୁଁ ନିଜକୁ କବିଟିଏ ହେବାର ସୌଭାଗ୍ୟ ପାଇଲି ।

 

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

– ବହୁଳ ମାତ୍ରାରେ ଏକ ସୁପ୍ରସରି ସ୍ତର ହେଉଛି ଅନଲାଇନ । କିନ୍ତୁ ଏଥିରେ ଅନୈତିକ ର ମାତ୍ରା ମଧ୍ୟ ଅଧିକ ।

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

 ଏହି ପ୍ରତିଷ୍ଠାନ ର ସାହିତ୍ୟ କୁ ତାର ପ୍ରକୃଷ୍ଟ ଅବଦାନ ପାଇଁ ଅଶେଷ ଧନ୍ୟବାଦ । ଏଭଳି ପ୍ରୟାସ ହିଁ ସାହିତ୍ୟକୁ ଆଉ ସାରସ୍ବତ ପଥକୁ ବାଟ ଉନ୍ମୋଚନ କରିଥାଏ ।

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

– ନାଁ ଏଯାଏଁ ହେଇନାହିଁ କିନ୍ତୁ ଆଗକୁ ନିଶ୍ଚୟ ହେବ ବୋଲି ପ୍ରୟାସ ଜାରି ରଖିଛି।

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

– ହଁ, ଏହି website ହେଉଛିଏକ ସୁନ୍ଦର ଏଵଂ ପ୍ରକୃଷ୍ଟ ସ୍ଥାନ ନିଜ ନିଜ ଲେଖାକୁ ଲୋକଲୋଚନକୁ ଆଣିବା ପାଇଁ ।

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

– ନିଜ ବଳିଷ୍ଠ ଲିଖନ ଶୈଳୀ ଦ୍ଵାରା ସୁନ୍ଦର ସୁନ୍ଦର କୃତି ରଚନା କରି ଅନ୍ତର୍ଜାତୀୟ କ୍ଷେତ୍ରରେ ଏହି ସାହିତ୍ୟ ପ୍ରତିଷ୍ଠାନ ର ନାମ ଆହୁରି ଉଚ୍ଚରେ ରଖିବା କୁ ପ୍ରୟାସ କରିବା ଜାରି ରଖିବି ।

୨୧-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।

ସାହିତ୍ୟ ନୁହଁଇ କେବଳ ଯେ ଶବ୍ଦ

ସେ ପରା ସମାଜ ର ଦର୍ପଣ,

ସେହି ଦରପଣେ ଝଲସି ଉଠଇ

ସ୍ରଷ୍ଟା ର ସର୍ବସ୍ବ ଗୁଣ ।।

 

ଗାଳ୍ପିକ ହେଉ ସେ, ଅବା ହେଉ କବି

ହେଉ ପଛେ ପ୍ରାବନ୍ଧିକ,

ଲେଖନୀ ଚଳାଇ ବିପ୍ଳବ ଆଣଇ

ସାହିତ୍ୟକୁ କରେ ରୁଦ୍ଧିମନ୍ତ ।।

 

ସାହିତ୍ୟର ସଂଜ୍ଞା ଅଟେ ଯେ ଦୁରୁହ

ନାହିଁ ତାର ପଟ୍ଟାନ୍ତର,

ସାହିତ୍ୟ ସାଧକ ସତେ ଚନ୍ଦ୍ରଭାନୁ

ନିର୍ମଳ ଅଟେ ତା ଅନ୍ତର ।।

 

ସାହିତ୍ୟ ର ଶକ୍ତି ଅଟଳ ନିଶ୍ଚଳ

ସର୍ବ ସଂଜ୍ଞା ଗର୍ଭେ ବୁହେ,

ସାହିତ୍ୟ ର ପଥେ ଯାଏ ଯେଉଁ ଜନ

ମର୍ତ୍ତ୍ୟରେ ଆମର ରୁହେ ।।

 

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *