*Lets talk with Shaikh Mojahid Mahatab who hails from Saudi Arabia – KSA for Suryodaya Sambhranta Saraswat Samman – 2022*
ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ- ଶେଖ ମୋଜାହିଦ ମହତାବ
ପିତା ମାତା ଙ୍କ ନାମ:
ପିତା– ଶେଖ ହାତିମ
ମାତା– ସାମିମ ବାନୋ (ଗୃହିଣୀ)
ସ୍ୱାମୀ/ସ୍ତ୍ରୀ ଙ୍କ ନାମ– ନସରିନ ଅଖତର
ମହୀସ୍ପର୍ଶ ତାରିଖ/ଜନ୍ମଦିନ– 10-6-81
ଶିକ୍ଷା ଗତ ଯୋଗ୍ୟତା– ଏମଏ ଉତ୍କଳ ବିଶ୍ୱବିଦ୍ୟାଳୟ, ଏମବିଏ – ସିମ୍ବାଓସିସ
ମେଲ ଆଇଡି- mozahidmahatab@gmail.com
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ମୁଁ ଏକ ଶିକ୍ଷକ ପାରିବାରୁ ଆସିଛି, ପିତା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ମାତା ସୁଗୃହିଣୀ, 2003 ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରତ୍ନତତ୍ଵରେ ସ୍ନାତକୋତ୍ତର ସାରିବା ପରେ କର୍ମ ଅନ୍ୱେଷଣରେ ବାଙ୍ଗାଲୋର ବାହାରିପଡେ, ସେଠି କିଛିଦିନ କାର୍ଯ୍ୟ କରିବାପରେ ମୋତେ ସୁଦୂର ସାଉଦି ଆରବରୁ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟକରିବାର ସୁଯୋଗ ମିଳେ. ବର୍ତମାନ ମୁଁ ସାଉଦି ଆରବରେ ଏକ ବହୁରାଷ୍ଟ୍ରୀୟ ଅନୁଷ୍ଠାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ l ସମାଜ ସେବା ଏବଂ କବିତା, ଗଳ୍ପ ଆଦି ଲେଖାଲେଖି କରିବା ମୋର ଏକ ନିଶାରେ ପରିଣତ ହୋଇଛି, ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଅତପ୍ରତ ଭାବରେ ଜଡିତ,ଅନ୍ୟକୁ ସାହାଯ୍ୟ କରି ଖୁସି ହେଉଥିବା ସାଧାରଣ ମଣିଷଟି ମୁଁ l
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ହଁ ନିଶ୍ଚିତ ଭାବରେ ପ୍ରଭାବ ପକାଇଛି, ପ୍ରତିଦିନ ମୁଁ ଲେଖା ଲେଖି କରେ, ଯଦିଓ କର୍ମମୟ ଜୀବନ ଭିତରେ ଏତେଟା ସମୟ ମିଳେନି ତଥାପି କିଛି ନା କିଛି ଲେଖେ, ସାହିତ୍ୟ ରଚନା ଏବଂ ଚର୍ଚ୍ଚା କରିବା ମୋର ଏକ ନିଶାରେ ପରିଣତ ହେଇଯାଇଛି l ସାହିତ୍ୟ ରଚନା ଦ୍ୱାରା ଅନେକ କବି ଏବଂ ଗାଳ୍ପିକ ମାନଙ୍କ ସଂସ୍ପର୍ଶରେ ଆସି ପାରିଛି. ଅନେକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛି ଏବଂ ସେମାଙ୍କ ସହ ଯୋଡିହୋଇ ମୋ ସାରସ୍ୱତ ଜୀବନକୁ ଅଗ୍ରସର କରିପାରିଛି, ତନ୍ମଧ୍ୟରୁ ସୁର୍ୟୋଦୟ ଭାଷା ଅନୁଷ୍ଠାନ ଅନ୍ୟତମ l
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ମୁଁ ମୂଖ୍ୟତଃ କବିତା, ରମ୍ୟରଚନା ଏବଂ ଗଳ୍ପ ଲେଖାଲେଖି କରେ
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ମୋ ମତରେ ଭଲ କବିତା ଏବଂ ଗଳ୍ପ ତାହାକୁ ହିଁ କହିବା ଯାହା ସମାଜର ବାର୍ତା ବହନ କରୁଥିବ ଏବଂ ଯେଉଁଥିରେ ଏକ ସାଧାରଣ ମଣିଷର ଦୈନନ୍ଦିନ ଜୀବନ ଜୀବିକା ଉପରେ ଗଭୀର ଆଲୋକପାତ କରାଯାଇଥିବ l
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ମୋ ଲେଖା ମାଧ୍ୟମରେ ମୁଁ ମନୁଷ୍ୟର ସାଂସ୍କୃତିକ ଚିନ୍ତା ଚେତନାକୁ ଅଭିବୃଦ୍ଧି କରି ସମାଜରୁ କୁସଂସ୍କାର, ଅନ୍ଧବିଶ୍ୱାସ, ଏବଂ ଜାତି ଧର୍ମ ରୁପି ଦାନବକୁ ଦୁରେଇବାରେ ସଦା ଚେଷ୍ଟିତ ଥାଏ l
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
ମୋ ମତରେ କବିଟିଏ ସୁଖୀ ହେଲେବି ଲେଖେ ଏବଂ ଦୁଃଖୀ ହେଲେବି ଲେଖେ, ସାହିତ୍ୟ ଆପେ ଆପେ ଲେଖି ହୋଇଯାଏ l ଦୈନନ୍ଦିନ ସମାଜକୁ କବିଟିଏ ଦେଖିଲେ କବି ପ୍ରାଣରୁ ସ୍ୱତପ୍ରବୃଦ ଭାବରେ କବିତା ନିର୍ଝରିତ ହୁଏ l
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ହଁ ନିଶ୍ଚୟ ଭାବରେ ଯଦି କିଛି କବିତା କିମ୍ବା ପ୍ରବନ୍ଧକୁ ପଡି ସମାଜର ହିତସାଧନ ହେଉଛି, ସମାଜ ଏବଂ ମାନବ ସମାଜର ମଙ୍ଗଳ ହେଉଛି ତାକୁ ହିଁ ଜଣେ କବି କିମ୍ବା ପ୍ରାବନ୍ଧିକର ସାରସ୍ବତୀୟ ସଫଳତା କୁହାଯିବ l
ହଁ ମୋ ଲେଖା ଗୁଡିକରେ ମୁଁ ସର୍ବଦା ଏକ ସାମାଜିକ ଏବଂ ଶୈକ୍ଷିକ ବାର୍ତା ଦେବାକୁ ଚେଷ୍ଟା କରିଥାଏ, ଏଥିରେ ମୁଁ ସଫଳ ମଧ୍ୟ୍ୟ ହୁଏ l ଯେପରି ପରିବେଶ ସୁରକ୍ଷା, ନାରୀ ସୁରକ୍ଷା, ବର୍ତ୍ତମାନର ରାଜନୈତିକ ପାଣିପାଗ ଉପରେ ମୁଁ ବିଶେଷ ଭାବରେ ଲେଖିଥାଏ l
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
ମୋ ପ୍ରିୟ ପତ୍ରିକା ଗୁଡିକ ମଧ୍ୟରେ କାଦମ୍ବିନୀ, ନନ୍ଦନକାନନ ଏବଂ ଉପନ୍ୟାସ ମଧ୍ୟରେ ପ୍ରତିଭା ରାୟଙ୍କ ଯାଜ୍ଞାସାନୀ, ସ୍ବର୍ଗତ ମନୋଜ ଦାସଙ୍କ ଶେଷ ବସନ୍ତର ଚିଠି ଏବଂ ସ୍ବର୍ଗତ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ଅମୃତ ସନ୍ତାନ ଅନ୍ୟତମ l ଜହ୍ନମାମୁଁ, ଶିଶୁଲେଖା, ମିନବଜାର ଆଦି ମୁଁ ପାଇଲାଦିନେ ପଡୁଥିଲି l
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
ଆମ ରାଜ୍ୟ ଓଡିଶା ଏକ ଭାଷା ଭିତ୍ତିକ ରାଜ୍ୟ, ଯେହେତୁ ଏହାର ଭାଷା ଓଡ଼ିଆ କିନ୍ତୁ ବିଭିନ୍ନ ଜିଲ୍ଲାରେ ଭିନ୍ନଭିନ୍ନ ଢଙ୍ଗରେ ଓଡ଼ିଆ ବୋଲାଯାଏ ଏବଂ ଲେଖାଯାଏ ମଧ୍ୟ, ଯାହାର ପ୍ରଭାବ ଓଡ଼ିଆ ସାହିତ୍ୟ ଏବଂ ଏହାର ଲେଖନୀ ଶୈଳୀ ଉପରେ ପଡ଼ିଥାଏ l ଉଦାହରଣ ସ୍ୱରୂପ ସମ୍ବଲପୁରୀ, କୋଶଲି ଆଦି ଭାଷାର ପ୍ରଭାବ ଓଡ଼ିଆ ଭାଷା ଉପରେ ବହୁମାତ୍ରାରେ ପଡିଥାଏ l
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଅନେକ ଫରକ ରହିଛି, ଯାହାର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଏଠାରେ ଉଲ୍ଲେଖଯୋଗ୍ୟ,ଆଧୁନିକ କବିମାନେ କବିତା ରଚନା କଲାବେଳେ ଶବ୍ଦର ଗାରିମାକୁ ସେତେଟା ପ୍ରୋତ୍ସାହନ ଦେଉନାହାନ୍ତି ଆଉ ପାରମ୍ପରିକ କବିତାର ଛାପ, ମଧୁର୍ଯ୍ୟତା ଆଧୁନିକ କବିତାରେ ଦେଖିବାକୁ ମିଳୁନାହିଁ l
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ଜଣେ କବି ଏବଂ ଲେଖକ ଭାବରେ ପାଠକୀୟ ଆଦୃତି କୁ ଗୁରୁତ୍ୱ ଦେଇଥାଏ, ଖୁସି ଲାଗେ ଜଣେ ମୋ ଲେଖାକୁ ପଡ଼ି ନିଜର ସକାରାତ୍ମକ କିମ୍ବା ନକାରାତ୍ମକ ଭାବନାକୁ ମୋ ପାଖରେ ଉପସ୍ଥାପନ କଲେ ମୋତେ ବହୁତ ଆତ୍ମସନ୍ତୋଷ ମିଳିଥାଏ l
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ନିଶ୍ଚୟ ଭାବରେ ଆମ ଓଡ଼ିଆ ଭାଷା ସାହିତ୍ୟ ତାର ପୂର୍ବ ଗୌରବ ଏବଂ ପୂର୍ବ ମହିମା କୁ ବଜାଇ ରଖିପାରିଛି, ଅନେକ ଯୁବକବି ଏବଂ କବୟିତ୍ରୀ ପ୍ରତିଦିନ ସାମାଜିକ ଗଣମାଧ୍ୟମ ହେଉ କିମ୍ବା ସମ୍ବାଦପତ୍ର, ପତ୍ରିକା ମାଧ୍ୟମରେ ନିଜର ଲେଖା ଗୁଡିକୁ ଲୋକଲୋଚନ କୁ ଆଣିପାରୁଛନ୍ତି l ମୋ ମତରେ ସାହିତ୍ୟକୁ ବଞ୍ଚାଇ ରଖିବାର ଏହା ଏକ ସୁନ୍ଦର ପ୍ରୟାସ l
୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ସବୁଦିନ କିଛି କିଛି ଲେଖା ଲେଖି କରନ୍ତୁ, ଗୋଟେ କିମ୍ବା ଦୁଇଟି କବିତା ଲେଖିଦେଲେ ଜଣେ କବି ହୋଇଯାଏ ନାହିଁ, କବିତାରେ ଭାଷା ଜ୍ଞାନ ଏବଂ ଶାଳୀନତା ରହିବା ନିହାତି ଆବଶ୍ୟକ l
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ପ୍ରତି ମାସ କିମ୍ବା ଦୁଇ ମାସରେ ଥରେ ପ୍ରତି ଜିଲାରେ କିମ୍ବା ବ୍ଲକରେ ଏବଂ ଗ୍ରାମରେ ସାହିତ୍ୟ ଆସର ଏବଂ ଚର୍ଚ୍ଚା ହେବା ଆବଶ୍ୟକ. ଏଥିପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ମାନେ ଆଗୁକୁ ଆସିବା ଦରକାର l ମୋ ମତରେ ସାହିତ୍ୟ ବଞ୍ଚିଲେ ସମାଜ ବଞ୍ଚିବ l
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ସତ କହିବାକୁଗଲେ ସାହିତ୍ୟ ସହ ବଞ୍ଚିବାର ନିଶା, ସାହିତ୍ୟ ଲେଖିବାର ନିଶାରେ ମୁଁ ନିଜକୁ ମଜାଇ ଦେଇଥାଏ l ମୁଁ ନୁଜକୁ କବି ବୋଲି କେବେ ଭାବେ ନାହିଁ, କିନ୍ତୁ ସାହିତ୍ୟ ଅନୁଷ୍ଠାନ ଗୁଡିକ ନିଜ ଦ୍ୱାରା ପ୍ରଦତ୍ତ ମାନପତ୍ର ଗୁଡିକରେ ମୋତେ କବି ବୋଲି ଦର୍ଶାଇ ଥାନ୍ତି l
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଯଦିଓ ଏହା ଖୁବ କମ ସମୟରେ ଲୋକଲୋଚନ କୁ ଆସିପାରୁଛି କିନ୍ତୁ ପୁସ୍ତକ ପ୍ରେମୀଙ୍କ ସଂଖ୍ୟା ଦ୍ରୁତ ଭାବରେ ହ୍ରାସ ପାଉଛି ଯାହାକି ଏକ ଗଭୀର ଚିନ୍ତାର କାରଣ l
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ସର୍ବ ପ୍ରଥମେ ମୁଁ ନିଜକୁ ଧନ୍ୟ ମନେ କରୁଅଛି କି ମୁଁ ଏହି ଅନ୍ତର୍ଜାତୀୟ ଅନୁଷ୍ଠାନ ସହ ଯୋଡିହବାର ସୁଯୋଗ ପାଇଛି, ସାହିତ୍ୟ ଚର୍ଚ୍ଚା ଏବଂ ଓଡ଼ିଆ ସାହିତ୍ୟ କୁ ଅନ୍ତର୍ଜାତୀୟ କ୍ଷେତ୍ରରେ ଉପସ୍ଥାପନ କରିବାରେ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ପଟାନ୍ତର ନାହିଁ l ନିଶ୍ଚୟ ଭାବରେ ଏହାର କର୍ମକର୍ତା ମଣ୍ଡଳୀ ଧନ୍ୟବାଦର ପାତ୍ର
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
ମୋ ଦ୍ୱାରା ଲେଖିତ ଅନେକ କବିତା ଏବଂ ଗଳ୍ପ ସଂକଳନ ଓଡିଶା ଏବଂ ଅନ୍ତର୍ଜାତୀୟ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଅନେକ ସମୟରେ ପ୍ରକାଶିତ ଏବଂ ପ୍ରଶଂସିତ ହୋଇଛି, ତନ୍ମଧ୍ୟରୁ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଅନ୍ୟତମ l
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
ହଁ ମୁଁ ଅନେକ ସମୟରେ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନକୁ ଲେଖା ପଠାଇଥାଏ, ବିଭିନ୍ନ ଅନ ଲାଇନ ବୈଠକରେ ନିଜକୁ ସାମିଲ କରିଥାଏ. ୱେବ୍ସାଇଟଟି ବହୁତ ସୁନ୍ଦର ହୋଇଛି…
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସହିତ ଅନେକ ଅନ୍ତର୍ଜାତୀୟ କବି, ଲେଖକ ମାନେ ନିଜକୁ ସାମିଲ କରିଛନ୍ତି ତେଣୁ କରି ଏହା ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ l
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ
ସାହିତ୍ୟ
ସ୍ବପ୍ନ ପରି ତୁମେ,
ଆଖି ବନ୍ଦ କଲେ ଖୁବ୍ ପାଖରେ
ଆଖି ଖୋଲିଲେ ଅପହଞ୍ଚ….
ଖୁବ୍ ସୁନ୍ଦର ଅନୁଭବ ତୁମେ,
ନ ଛୁଇଁଲେ ଦେହ ସାରା ବୋଳି ହୋଇ ଥାଅ
ହାତ ବଢାଇଲେ ମତେ ଛୁଁ ମତେ ଛୁଁ ର
ଖେଳ ଖେଳୁ ଥାଅ…
ନାଁ ହାତରେ ଧରା ଦିଅ, ନା ବି ଶବ୍ଦରେ
ଜଡେଇ ହୋଇ ଥାଅ କିନ୍ତୁ ମୋର ପ୍ରତିଟି ନିଃଶ୍ୱାସରେ..।।
ହଁ ସାହିତ୍ୟ ଆସ କେବେ ଏକାନ୍ତରେ,
ପୂର୍ଣମୀ ଜହ୍ନର କଅଁଳ ଜ୍ୟୋତ୍ସ୍ନାରେ,
ତାରା ମାନଙ୍କ ଟିମ ଟିମ ଆଲୁଅରେ
ଦୁହେଁ ବସି ମନଖୋଲି ଗପିବା ଥରେ ..।।
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।
ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335, 8018727712
205 total views, 1 views today