April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Saudamini Tripathy who hails from Khordha , Odisha for Suryodaya Sambhranta Saraswat Samman – 2022*

*Lets talk with Saudamini Tripathy who hails from Khordha , Odisha for Suryodaya Sambhranta Saraswat Samman – 2022*

ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ– ସୌଦାମିନୀ ତ୍ରିପାଠୀ
ପିତା ମାତା ଙ୍କ ନାମ-
ପିତା–  ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା
ମାତା–  ଶ୍ରୀମତୀ ରେବତୀ  ପଣ୍ଡା
ସ୍ୱାମୀ ଙ୍କ ନାମ–   ତ୍ରୈଲୋକ୍ୟ ନାଥ  ତ୍ରିପାଠୀ/ ସୌଦାମିନୀ ତ୍ରିପାଠୀ
ମହୀସ୍ପର୍ଶ ତାରିଖ/ଜନ୍ମଦିନ– 28- 06- 2022
ଶିକ୍ଷା ଗତ ଯୋଗ୍ୟତା–   କଳା ସ୍ନାତକ  hindi କୋଵିଦ ସଂସ୍କୃତ ସାହିତ୍ୟ ଆଚାର୍ଯ୍ୟ
ମେଲ ଆଇଡିsitapanda@gmail. Com

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ଓଡ଼ିଆ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରି ବିବାହ ପରେ ଓଡିଶା ବାହାରେ ରହୁଥିଲେ ବି ଓଡ଼ିଆ ଭାଷା ପ୍ରତି ଅନୁରାଗ ରହିଛି ,ସଂସ୍କୃତି ଓ ଚଳନୀକୁ ମାନି ଚଳିବା ଛାଡି ନାହିଁ  l ଗୁରୁଜନମାନଙ୍କୁ ସମ୍ମାନ ସହିତ ମୋ  ମାତୃ ଭାଷାର ଉନ୍ନତି ପାଇଁ   ସର୍ବଦା ସମାଜରେ ପ୍ରଭାବ ପକାଇଲା ଭଳି କବିତା, ଗଳ୍ପ ଲେଖି ନିଜକୁ ସାହିତ୍ୟ ଅନୁରାଗୀ ବୋଲି ଅନୁଭବ କରେ l ମୋ ଲିଖିତ  କବିତା ବା ଗଳ୍ପରେ ବିପଥଗାମୀ ସମାଜକୁ ସଂସ୍କାର ଦେଇ ରାସ୍ତାକୁ ଆଣିବାକୁ ଚେଷ୍ଟା କରେ ଓ  ମୋ ଭାଷାର ଉନ୍ନତି ମାନ ସମ୍ମାନ ପାଇଁ  ସର୍ବଦା ଚେଷ୍ଟିତା ହୋଇଥାଏ l

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ଆମ ଦେଶର ଲେଖକ  ଲେଖିକା କବି କବୟିତ୍ରୀଙ୍କ ସାହିତ୍ୟ କ୍ଷେତ୍ରରେ କଲମ ମୁନର ଚାଳନା ହିଁ  ସାରତତ୍ତ୍ଵ ସାଧନା l ସମାଜର  ସହ ଓ  ସମାଜର ହିତ ସାଧନା ପାଇଁ ଯାହା ଉଦିଷ୍ଟ ତାହାହିଁ ସାହିତ୍ୟ  କୁହଯାଏ l ସାହିତ୍ୟ  ଲୋକ ଜୀବନ ଚଳନୀ କୁ  ସମାଜ  ସଂସ୍କାର ସଂସ୍କୃତିକୁ ନେଇ ଜୀବିତ l ମା ପ୍ରଥମ ଗୁରୁ ଶିକ୍ଷକ ଦ୍ଵିତୀୟ ଗୁରୁ  l  ଯାହା ବି ଶିଖିଛି ସେମାନଙ୍କ ଠାରୁ ପ୍ରଭାବିତ ହୋଇ ଶିଖିଛି,  ଜୀବନ ଚଳନୀ ଶିକ୍ଷା ଗତ ଯୋଗ୍ୟତା ସହିତ ନୀତି ଦିନିଆ ଚଳନୀ  ଚଳଚ୍ଚିତ୍ର ଭଳି ପ୍ରତିବିମ୍ବିତ ହୋଇଛି ଜୀବନରେ l ମୋର ପିତା ଜଣେ ବିଶିଷ୍ଟ ପଣ୍ଡିତ  ପ୍ରବଚକ,  କବି,  ଲେଖକ , ତାଙ୍କ ଲେଖା  ସାହିତ୍ୟ ସାଧନା  ଦ୍ଵାରା ମୁଁ ବେଶ୍ ଅନୁପ୍ରାଣିତ ହୋଇଛି l ଏପରିକି ମୋର ଶଶୁର  ମଧ୍ୟ  ରାଜ କାର୍ଯ୍ୟରୁ ବିରତି ପରେ  ପ୍ରାୟ ପଚିଶ ବର୍ଷ  ସାହିତ୍ୟ ସହିତ ଯୋଡି ହୋଇ  ଅନେକ ଶିକ୍ଷଣିୟ ପୁସ୍ତକ ଯଥା ଶିଶୁଙ୍କ ଗଳ୍ପ,  ରାମାୟଣ  ମହାଭାରତ  ଶ୍ରବଣ କୁମାର ଆଦି ପ୍ରାୟ ପଚିଶ ଶହ ପୁସ୍ତକ ରଚନା  ଓ ବହୁ  ସାରସ୍ବତ  ମଞ୍ଚରେ ସମ୍ମାନିତ ହେବା ମତେ ବହୁ  ଭାବରେ ପ୍ରଭାବିତ କରିଛି  🙏🙏l ମୁଁ  ସାହିତ୍ୟ ରଚନା ସମୟରେ ଓ ପରେ ଶାନ୍ତିରେ ସମୟ ଅତିବାହିତ କରି ଆନନ୍ଦ ପାଇଥାଏ l

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ମୁଁ ମୁଖ୍ୟତଃ  କବିତା  ଓ ଗଳ୍ପ  ଲେଖାଥାଏ l ପ୍ରବନ୍ଧ ମଧ୍ଯ ଲେଖି ଅଛି

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଭଲ କବିତା  ବା  ଗଳ୍ପ  ଯାହା ସମାଜର ପ୍ରତିଛବି ଉପରେ ଅଧାରିତ  ସମାଜରେ ଆଦୃତ ଓ ଲୋକଙ୍କ ମନଛୁଆଁ ହୃଦୟସ୍ପର୍ଶୀ  ହୋଇଥାଏ ଓ କିଛି  ସମାଜରେ ପ୍ରତିବିମ୍ବିତ ହୋଇ ପ୍ରଭାବ ପକାଏ  ତାହାକୁ ହିଁ କୁହଯାଏ l

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ଅନ୍ୟର ମନରେ ଦୁଃଖ ଦେଲା ଭଳି କଥା ବା କର୍ମ  ନ କରିବା ଅନ୍ୟର କ୍ଷତି ନ କରିବା , ଅସମ୍ମାନ ନ କରିବା  ସମାଜର ବୟୋଜ୍ୟୋଷ୍ଠଙ୍କୁ ଆଦର  ଓ ସମ୍ମାନ ଦେବା l
ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ;
ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?
ସାହିତ୍ୟ ଲେଖି ହୋଇଯାଏ,  ନିଜର ଅନୁଭୂତିରୁ  ମନର ଭାବନାରୁ , ସମାଜକୁ ପାରିପାର୍ଶିକ ଅବସ୍ଥାକୁ ସୁଧାରିବା ପାଇଁ
ଲେଖା ଜରିଆରେ  ଚଳଚ୍ଚିତ୍ର ଭଳି ଅବସ୍ଥାକୁ ଦେଖାଇ ଜାଗ୍ରତ  କରାଇବା ପାଇଁ  ଚେଷ୍ଟା  ହୋଇଥାଏ  କଲମ   ମୁନରେ l

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ଜଣେ  ଆଦର୍ଶ  ସାହିତ୍ୟିକ  ଭାବେ ଧ୍ୟେୟ  ଯାତ୍ରାରେ  ସାରସ୍ବତ  ସଫଳତା  କହିଲେ ଲେଖାଟି ବେଶ୍  ସମାଜରେ ପ୍ରଭାବ ପକାଇ ପାଠକଙ୍କ  ମନକୁ ଛୁଇଁବ l ଲେଖା ଜରିଆରେ  ସମାଜରେ ପରିବର୍ତ୍ତନ ହେବାର  ଲକ୍ଷ୍ୟ କରାଯିବା ହିଁ ସାରସ୍ବ ତୀୟ ସଫଳତା କୁହଯାଏ l  ହଁ  ଜୟ ପୁର ରେଡିଓ ଷ୍ଟେସନ ରେ  ନାରୀ ମହଲରେ  ମୋର ଲେଖାର  ଗଳ୍ପ୍ ଟି ବେଶ୍  ଆଦୃତ ହୋଇଥିଲା ବୋଲି  ଡାକି  ମୋର ଲେଖା ପ୍ରଚାର କରାଯାଇଥିଲା l ଏବମ୍ ଆଦୃତ  ହୃଦୟସ୍ପର୍ଶୀ  ହୋଇଛି ବୋଲି  ଅନୁକରଣୀୟ l ଲେଖା ଉପରେ  ନାଟକ ପରିବେଶିତ ହୋଇଛି ଅନୁଭବ  କରାଯାଇଛି l  ମୋ  ରଚିତ ଗଳ୍ପ  ‘ଅନାଥ’
ପ୍ରଚାରିତ ପରେ  ସେହି ଲେଖା  ଅନ୍ୟ ପ୍ରଯୋଜକ  ନାଟକରେ  ପରିବେଶିତ କରିଛନ୍ତି  l

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
ମୋର ପ୍ରିୟ   ନାଟ୍ଯକାର   Dr. ରଜତ କରଙ୍କ ଲିଖିତ ‘ଶେଷ ଅଶ୍ରୁ ‘ ପତ୍ରିକା  ସରିତା ‘ ବହୁ ପସନ୍ଦ l

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
ହଁ,  ସରସ୍ଵତୀଙ୍କ ଦୟା ଯେଉଁଠାରେ ରହିବ  ମରୁଭୂମିରେ ପଦ୍ମ ବିକଶିତ ଭଳି  ଅଦୃଶ୍ୟ ଶକ୍ତିର ଅନ୍ତର୍ନିହିତ  ଗୁଣ ବିକଶିତ ହେବ l କବି କାଳିଦାସ   ,ଅନ୍ଧ କବି ଭୀମ ଭୋଇ e ସବୁ ର ଜ୍ୱଳନ୍ତ ଉଦାହରଣ l ହଁ  ମୋର ପିତା  ଶ୍ରୀଯୁକ୍ତ ପଣ୍ଡିତ  କୃଷ୍ଣ ଚନ୍ଦ୍ର  ପଣ୍ଡା  se ସମୟରେ  ମାତ୍ର  ନବମ ଶ୍ରେଣୀରେ  ପଢିଛନ୍ତି  ମାତ୍ର  ହଜାରେ ଦୁଇ ହଜାରେ ଲୋକ thile ବି  ଗୀତା ଭାଗବତ୍ ଶ୍ଲୋକ ମୁହଁ ରୁ ଅନର୍ଗଳ  ବାହାରିବା ସଙ୍ଗେ ସଙ୍ଗେ ନିର୍ଭୁଲ ଭାବରେ ଭାବୋକ୍ତି ବୁଝାଇବା  ଅଗାଧ ପାଣ୍ଡିତ୍ୟ ନିଦର୍ଶନ ଦେଖାଇ  ଲୋକଙ୍କୁ ଆକର୍ଷିତ କରି ବାନ୍ଧି ରଖିବା, ପାଲା ଗାୟକ ମାନଙ୍କର ତର୍କ ମୂଳକ ଗ୍ରନ୍ଥରେ ଥିବା ପ୍ରଯୁଜ୍ୟ  ପ୍ରଶ୍ନ ଉତ୍ତର ରଖିବା  ଅନେକ ଧାର୍ମିକ ପୁସ୍ତକ ରଚନା କେବଳ ସରସ୍ଵତୀ କଣ୍ଠରେ ବିଜୟ  ହୋଇ କରାନ୍ତି  ବୋଲି କୁହଯାଏ l

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

ଆମ ପ୍ରାଚୀନ  ପାରମ୍ପରିକ  ସାହିତ୍ୟ  ପୁରୁଣା  ଅନୁଭବୀ ଜ୍ଞାନରେ ରଚିତ ସଂସ୍କାର ପୂର୍ଣ୍ଣ ଗ୍ରନ୍ଥରେ ସମାଜରେ  ସମ୍ମାନ, ଆତ୍ମୀୟତା,  ରକ୍ଷଣାବେକ୍ଷଣ  ସହଯୋଗୀ ନୀତି ନିୟମ  ଉପରେ ଆଧାରିତ ଥିଲା l ସମାଜ ସୁ ମାର୍ଗରେ ପରିଚାଳିତ ଥିଲା l ସକାରାତ୍ମକ ପ୍ରଭାବ ଥିଲା l ମୁନି କୁଳରେ ଆଶ୍ରମରେ ପଢି ପିଲାମାନେ ସମସ୍ତ କାର୍ୟ ଶିଖିଥିଲେ  ଯୁଦ୍ଧ,  ଚାଷବାସ,  ଗୁରୁଜନଙ୍କ ସେବା   ଭାଇ  ଭାଇ ସ୍ନେହ ଶ୍ରଦ୍ଧା ବୁଝାମଣା ଥିଲା ଯାହା  ତ୍ରେତୟା ଯୁଗରେ  ରାମାୟଣ ରେ ପରିଲକ୍ଷିତ ହୋଇଛି  ଯେ  ବିଶୃଙ୍ଖଳିତ ହୋଇଛନ୍ତି  ସେ  ସମୂଳେ  ଧ୍ବଂସ  ହୋଇଛନ୍ତି l
ଆଧୁନିକ ସମାଜରେ  କୌଳିକ ବୃତ୍ତି ହରାଇ ସମସ୍ତେ ବିଜ୍ଞାନର ଅଧୀନରେ ବହୁ ସୁବିଧା କୌଶଳକୁ ଅବଲମ୍ୱନ କରି ସହଜ  ସୁବିଧା ଉପଭୋଗ ପାଇଁ  ସମାଜର  ରୀତି ନୀତି ନିୟମକୁ ଛାଡି  ପଥଭ୍ରଷ୍ଟ ହୋଇ ମାନବିକ ମୂଲ୍ୟବୋଧ ହରାଇ ବସୁଛନ୍ତି l ନିଜର ସାମାଜିକ ପାରିବାରିକ ଆତ୍ମୀୟତା ସବୁ ଜ୍ଞାନ ହରାଇ ସ୍ୱାର୍ଥାନ୍ଧ ହୋଇ ପଡୁଛନ୍ତି l ଫଳରେ  ନିଶାଦ୍ରବ୍ୟ ସେବନ  , ବ୍ୟଭିଚାରିତା ସ୍ୱେଚ୍ଛାଚାରିତା  , ନାରୀ ଧର୍ଷଣ  ଆଦି ଦୁଷ୍କର୍ମରv ଶିକାର ହୋଇ ପଥହରା  ଦିଗହରା ହୋଇ  ସମାଜ ନିମ୍ନଗାମୀ  ହେଉଛି l ମାନବିକତା  ମାନଦଣ୍ଡ ହରାଇ ବସୁଛି l

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ପାଠକୀୟ ଆଦୃତି  ବୋଇଲେ  ପ୍ରଥମରେ ଆତ୍ମ ସନ୍ତୋଷ  ମିଳିବା ଦରକାର l
ମୋର  ସାରସ୍ୱତ  ସାଧନା  ରେ ଆତ୍ମ ସନ୍ତୋଷ ପ୍ରଥମେ  ଦରକାର l

 

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଓଡ଼ିଆ ଭାଷା,  ସାହିତ୍ୟର  ବର୍ତ୍ତମାନ  ଓ  ଭବିଷ୍ୟତ  କହିଲେ  ଆଗକାଳ ଭଳି ଏତେ  ଆଦର ନାହିଁ  , ଭାଷା ମର୍ଯ୍ଯାଦା କମିବାକୁ ଲାଗୁଛି କାରଣ,  ଇଁରାଜୀ ମାଧ୍ୟମରେ  ପିଲା ମାନ ଙ୍କୁ ପଢାରେ ଯୋଗ କରାଇ  ଓଡ଼ିଆ ଭାଷାର ଆଦର ଓ  ପ୍ରଚଳନ ଆଦର କମି ଯାଉଛି l ଘରେ  ବାହାରେ ବାପାମାଆ ମାନେ ବି ଇଂଲିଶ ରେ କଥା କହି ଓଡ଼ିଆ ଭାଷାର ମର୍ଯ୍ୟାଦା  କମିବାକୁ ଲାଗୁଛି l ବାହାରେ ଥିବା ଓଡ଼ିଆ ମାନେ ବି ନିଜକୁ ଓଡ଼ିଆ କହିବାକୁ ପଛଘୁଞ୍ଚା ଦେଉଛନ୍ତି l ଏହିଭଳି  ଆଗକୁ ଚାଲିଲେ  ଓଡ଼ିଆ ଭାଷା ଲୋପ  ପାଇଯିବ  ଆଦୃତ  ହେବ ନାହିଁ l

13-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ଯେଉଁ ମାନେ ନୁଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନେ ଯାହା  ମନକୁ ଆସୁଛି ପ୍ରଥମରେ ଗୋଟିଏ ଖାତାରେ ଲେଖି  ଫ୍ରେମ୍ କରିଦିଅନ୍ତୁ l ପରେ ସମୟ ଦେଖି  ତାହାକୁ ଲେଖି ବାରମ୍ଵାର ପଢି ସୁଧାରିବା ଦରକାର l ନିଜର ଅନୁଭବ ଶକ୍ତିରେ  ଲେଖିବା ଦରକାର l କେହି ଖରାପ କହିଲେ ବି  ନ ଛାଡ଼ି  ଅଭ୍ଯାସ  ଜାରି ରଖିବା ଦରକାର,  ନିୟମିତ ଲେଖିବା ଦରକାର l

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଓଡ଼ିଆ ପଠନ ଏବେ ଇଂରାଜୀ ସ୍କୁଲ ରେ  ବି ବାଧ୍ୟତାମୂଳକ  ହୋଇଯାଇଛି l ଏପରିକି ପରୀକ୍ଷା ମାଧ୍ୟମ ମଧ୍ୟ ଇଚ୍ଛାକୃତ ହୋଇଯାଇଛି  ସରକାରୀ କାର୍ଯ୍ୟାଳୟରେ କାଗଜ ପତ୍ର  ଓଡ଼ିଆରେ ଲେଖାଯାଉଛି l ତେବେ ଆଗାମୀ  ଭବିଷ୍ୟତରେ  ପିଲାମାନଙ୍କୁ  ଓ ସମାଜକୁ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରାଇଲେ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ୱଳ ମୟ ନତୁବା  ଅଧୋପତନ  ହେବ l

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ସ୍କୁଲ ପଢିବା ବେଳେ ମୁଁ ଲେଖା ଲେଖି କରେ l ଏପରିକି  ପଢ଼ା ସରିବା ପରେ ମଧ୍ୟ ଯାହା ଇଚ୍ଛା ହୁଏ ଲେଖୁଥାଏ l ଓଡିଶା ବାହାରେ ରହୁଥିବାରୁ  ଲେଖା ଗୁଡିକ ଅଧା ପନ୍ତୁରିଆ  ଖାତା ଭିତରେ ପଡି ରହିଥିଲା l କୋଭିଡ ସମୟରୁ  ନିଜର ଲେଖା ଲେଖି ଆନନ୍ଦ ପାଇବା ସଙ୍ଗେ ସଙ୍ଗେ  ଇଣ୍ଟରନେଟ ସାହାଯ୍ଯ ରେ  ବାହାରକୁ ପଠାଇ  କବି ଭାବ ଅନୁଭବ କଲି l

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଅନ୍ ଲାଇନ୍ ପ୍ରବେଶ ଦ୍ୱାରା ଖାଲି ନିଜ ଅଞ୍ଚଳରେ, ଗ୍ରାମରେ  ସହରରେ ନୁହଁ ସାରା ବିଶ୍ୱରେ ବିଭିନ୍ନ  ଅଞ୍ଚଳରେ  ନିଜର ଲେଖାକୁ  ଭାଷା ରୂପାନ୍ତରିତ କରି ପଠାଯାଇ ଲୋକଲୋଚନ କୁ ଅଣା ଯାଇ ପାରୁଛି l ତେଣୁ  ଏହା  ବେଶ୍ ଗ୍ରହଣ ଯୋଗ୍ୟ ହୋଇ ପାରିଛି l

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ସୂର୍ୟ କିରଣ ଯେମିତି ରାତିର ତିମିରକୁ ଦୂରୀକରଣ କରି ଆଲୋକ ରଶ୍ମୀରେ ଚାରିଦିଗ ଆଲୋକିତ କରେ  ସୂର୍ଯ୍ୟୋଦୟ  ଭାଷା ପ୍ରତିଷ୍ଠାନ  ସେହିପରି ସମଗ୍ର ବିଶ୍ୱ ସାହିତ୍ୟ କ୍ଷେତ୍ରରେ  ଜଗତର ଏକ ସ୍ୱନାମଧନ୍ୟ  ସାହିତ୍ୟ ଅନୁଷ୍ଠିତ  ରୂପେ  ପରିଗଣିତ ହୋଇଛି l କାରଣ  ବିଭିନ୍ନ ଭାଷା ପ୍ରଭାସି loke ଏଥିରେ  ଯୋଡି ହୋଇ  ଭାଷା ସାହିତ୍ୟର ପ୍ରଚଳନ କବି ଓ ଲେଖକଙ୍କ ଦ୍ଵାରା କରାଇ ସାହିତ୍ୟ ଭାଷାର ମାନ ବହୁ ଉଚ୍ଚ ସ୍ତରକୁ ନେଇଛି ଓ  ସାହିତ୍ୟିକ ମାନଙ୍କର  ସମଗ୍ର ବିଶ୍ୱରେ ପରିଚିତ କରାଇବା  ପାଇଁ  ଉପଯୁକ୍ତ ପ୍ରେରଣ   ଉତ୍ସାହ ଉଦ୍ଦୀପନା ଯୋଗାଇ ଦେଇଛି l ତେଣୁ  sara ବିଶ୍ଵର କୋଣ ଅନୁକୋଣ  ପ୍ରତିଟି ଗଳି କନ୍ଦିରେ  ଏହି ଅନୁଷ୍ଠାନ  ବେଶ୍ ପରିଚିତ ଓ ସ୍ୱନାମଧନ୍ୟ  ଶ୍ରେଣୀରେ  ପରିଭୁକ୍ତ ହୋଇଛି  ପରିଗଣିତ ହୋଇ ପାରିଛି l

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?
ଶିଖା  ପତ୍ରିକା ରେ’  ଜୀବେ ଦୟା  ‘କବିତା ଅରୁଣ ପତ୍ରିକାରେ ‘ନିକମା ନ ହୁଅ ‘ କବିତା,  ‘ମଧ୍ୟାନ୍ତର’ ପୁସ୍ତକ ‘ ଧୂଳିଆ ବାବା  jec ପବ୍ଲିକେସନ୍ ରେ ‘ଅଭିଳାଷ ” କିଶୋରର ମାନଙ୍କ ପାଇଁ
‘ଫଗୁଣ  ‘ ରେ  ଦଶଟି  କବିତା  ମନସ୍ଵିନୀ ପ୍ରକାଶନୀରେ  ସଜ୍ଜନ ଯାତ୍ରା  ଖୋର୍ଦ୍ଧା  ଆଦିରେ  ବହୁ ପ୍ରକାଶିତ  ହୋଇଛି l

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି।  ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

ହଁ ଅନେକ ଗୁଡ଼ିଏ କବିତା ମୋର ପ୍ରକାଶିତ ହେଇଛି ଆଉ ଭାରି ଖୁସି ବି ଲାଗୁଛି ମୋ ଶବ୍ଦସବୁ ବିଶ୍ଵଦରବାରରେ ପ୍ରକାଶିତ ହେଉଥିବାରୁ ତେବେ ଏହି ପରିପ୍ରେକ୍ଷୀରେ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ଅଜସ୍ର ଧନ୍ୟବାଦ ଦେବା ସହିତ ଏହାର ଉତ୍ତରତ୍ତୋର ମଙ୍ଗଳ କାମନା କରୁଛି।

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ  ପ୍ରତିଷ୍ଠାନ ଏକ ଆନ୍ତର୍ଜାତୀକ ଭାଷା  ସାହିତ୍ୟ ପ୍ରତିଷ୍ଠାନ  ବୋଲି  ଆମେ ଜାଣୁ କାରଣ  ବିଶ୍ୱର ପ୍ରତି କୋଣ ଅନୁକୋଣର ବିଭିନ୍ନ  ଦେଶର registration  number Q r number  sahita ଆମ  ସୂର୍ଯ୍ୟୋଦୟ  ଭାଷା ପ୍ରତିଷ୍ଠାନ   registration  ପ୍ରକାଶିତ ହୋଇ  ଅନ୍ୟ ଦେଶ ସହିତ  ଯୋଡି ହୋଇ  ଆଦୃତ   ବିଶ୍ଵସ୍ତରୀୟ ସଂକଳନରେ ଏହାର  ନାମ ପ୍ରସିଦ୍ଧ ଲାଭ କରିଅଛି l

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ସାହିତ୍ୟ  କହିଲେ ସମାଜ ଚଳନୀର ପ୍ରକୃତ ରୂପ ପ୍ରତିଛବି ସହିତ  ହିତରେ ଅନୁପ୍ରାଣିତ  ହୋଇଥିବା ପ୍ରକାଶିତ ଲେଖା  ସମାଲୋଚନା  ଆଲୋଚନାର ରୂପକୁ ସାହିତ୍ୟ କୁହଯାଏ l

💐💐’ସାହିତ୍ୟ  ‘💐💐

‘ସମାଜ ସଂସ୍କୃତି  ସାହିତ୍ୟ’  ତିନି ହେଁ
  ପରସ୍ପରରେ ପରିପୂରକ
ସାହିତ୍ୟ ଅଟଇ ସମାଜ ଦର୍ପଣ
ପ୍ରତିଛବିରେ ଦୃଷ୍ଟି  ଆଲୋକ l
ସମାଜ ଚଳନି ଅନୁଭବ ରୂପକୁ
ଭାଷାର  ବିନିମୟରେ
କବି ଲେଖକ  ସମାଜ ଦର୍ଶକ
  ଆଙ୍କି ସାହିତ୍ୟ ସୌଧରେ l

ଜ୍ଞାନୀ ଧନୀ ବୁଧ ଆବାଳ ବୃଦ୍ଧ
ବନିତା  ପାପୀ ତପି
ସମାଜ ସଂସ୍କାରୀ ସାହିତ୍ୟ ଆଚରି
ସାହିତ୍ୟ ବ୍ରତ ସଂକଳ୍ପି l
‘ସ ‘ଅର୍ଥ ସହ ‘ ‘ଆହ ଅର୍ଥ  ଜ୍ଞାନ ‘
‘ଇତ୍ୟ ଅର୍ଥ  ମଧ୍ୟରେ ‘
‘ସାହିତ୍ୟ’  ଶବଦ  ସଦା ଜ୍ଞାନ ବର୍ଦ୍ଧ
ସମାଜ ହିତ  ଉପକାରେ l
‘ସମାଜ ସଂସ୍କୃତି  ସାହିତ୍ୟ’  ତିନୋଟି
‘ସ’  ଅକ୍ଷରରେ ସ୍ରୁଷ୍ଟି
ସମାଜ ସଂସ୍କୃତି  ବାଧା  ବୃଦ୍ଧିରେ
ସାହିତ୍ୟ  ସୃଷ୍ଟି ସମଷ୍ଟି l
ସାହିତ୍ୟ ବଞ୍ଚିଲେ  ସଂକୃତି ବଞ୍ଚିବ
ସମାଜ ସଂସ୍କାର ନେଇ
ସଙ୍ଗୀତ ଶାନ୍ତି ମୈତ୍ରୀ  ଭାବ ପ୍ରୀତି
ଲେଖକ ସ୍ରୁଷ୍ଟି ଦର୍ଶାଇ  l
ଉତ୍କଳ ଉତ୍କର୍ଷ  କଳା ପୂର୍ଣ୍ଣ ଦେଶ
ଓଡ଼ିଆ ଯାହାର ଭାଷା
ମଧୁର ଭାଷା କୋମଳ ମାତୃଭାଷା
ମା   ମୁଖରୁ ପରସା l

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଧାନାଥ
କାଳିଦାସ
ଗୀତଗୋବିନ୍ଦ ରଚି  ଜୟଦେବ  ପଞ୍ଚସଖା
  କବି ବିଶେଷ
ବିଦଗ୍ଧ କବି  ଅଭିମନ୍ୟୁ ସାମନ୍ତ
କବି ସୂର୍ଯ୍ୟ ବଳଦେବ
ଭାଷା  ଉନ୍ନତି ଚେଷ୍ଟା  ମଧୁସୂଦନ
ସାହିତ୍ୟ ଶିକ୍ଷା ଅନବଦ୍ୟ  l
ପୂର୍ବ ଗୌରବ  ପୂର୍ବ ଆଦର୍ଶ  କବି କୁଳ
ସାହିତ୍ୟରେ
ଆମେ ବଞ୍ଚିବା ଭାଷା ସାହିତ୍ୟ ବଞ୍ଚାଇ
ଜାଗ୍ରତ ପ୍ରହରୀ ରୂପରେ l
ସାହିତ୍ୟ ବଞ୍ଚାଇବା ସମାଜ ସଂସ୍କାର
ସଂସ୍କୃତିକୁ  ବଞ୍ଚାଇଣ
ସାହିତ୍ୟ ଉନ୍ନତି  ଶିକ୍ଷା ପ୍ରସାରଣ
ଲେଖକ ଗାଳ୍ପିକ  କବି ବଦାନ l

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335, 8018727712

Loading

Leave a Reply

Your email address will not be published. Required fields are marked *