*Lets talk with Krushna Chandra Barik who hails from Subarnapur , Odisha for Suryodaya_Sambhranta_Saraswat_Samman – 2022*
ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ – କୃଷ୍ଣ ଚନ୍ଦ୍ର ବାରିକ
ପିତା -✓ କୃପା ସିନ୍ଧୁ ବାରିକ
ମାତା -✓ ନୁରା ବାରିକ
ସ୍ତ୍ରୀ – ଜ୍ୟୋତ୍ସ୍ନା ରାଣୀ ବାରିକ
ଜନ୍ମ ତାରିଖ – ୦୪/୧୨/୧୯୭୬
ଶିକ୍ଷାଗତ ଯୋଗ୍ୟତା – ସ୍ନାତକ
Mail – [email protected]
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
– ମୋର ଛାତ୍ର ଜୀବନରେ ମୁଁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସମ୍ପାଦକ ଭାବରେ ତ୍ରୀମାସିକ ସାହିତ୍ୟ ପତ୍ରିକା “ତ୍ରିବେଣୀ”ଓ ଗଙ୍ଗା ଧର ମେହେର ପ୍ରାତଃ ମହା ବିଦ୍ୟାଳୟର megazine ସମ୍ପାଦକ ଭାବରେ” ମଧୁମୟ “ବାର୍ଷିକ ମୁଖପତ୍ର ପ୍ରକାଶ କରିବାର ସୁଯୋଗ ପାଇଥିଲି। ବର୍ତ୍ତମାନ କବିତା ଝଙ୍କାର ସାହିତ୍ୟ ସଂସଦ ଓଡ଼ିଶାର ସଭାପତି ଭାବରେ ବାର୍ଷିୋତ୍ସବ ମୁଖ ପତ୍ର “ପ୍ରୟାଗ”ଲୋକ ଲୋଚନକୁ ଆଣିବାର ସୌଭାଗ୍ୟ ଲାଭ କରି ଥିଲି। ଆକାଶ ବାଣୀ ସମ୍ବଲପୁର ଓ ବଲାଙ୍ଗିର କେନ୍ଦ୍ରରୁ ବହୁ ବାର ମୋର ଲେଖାମାନ ପ୍ରସାରିତ ଓ ଓଡ଼ିଶାର ପ୍ରଖ୍ୟାତ ଓ ସୁପ୍ରତିଷ୍ଟିତ ୬୬ଗୋଟି ପତ୍ର ପତ୍ରିକା, ସଂକଳନରେ ମୋ ଲେଖା ସ୍ଥାନିତ ଅଦ୍ୟାବଧି।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ମୋର ଏକ ଲେଖା”ପ୍ରିୟାକୁ ପତ୍ର” ସୁଚିତ୍ରା ମଧୁବନ ସାହିତ୍ୟ ସଂସଦ, ରେଢ଼ାଖୋଲରେ ପ୍ରକାଶିତ ହୋଇ ଥିଲା। ତା ପରେ ମୋର ପରିବାର ଭାଙ୍ଗି ଯାଇଥିଲା, କଳହ ଲାଗି ରହି ଥିଲା। ବର୍ତ୍ତମାନ ଆମ ସମ୍ପର୍କ ସୁଧୁରିବାରେ ଲାଗିଛି। ଗର୍ବ ଗିରି ଚୂଡା ଧୂଳିସାତ ହେବା ନିଶ୍ଚିତ।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
– କବିତା, ଗଳ୍ପ, ପ୍ରବନ୍ଧ, ଏକାଙ୍କିକା
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଯେଉଁ ଲେଖା ସମାଜକୁ ସମୟ ଉପଯୋଗୀ ସଂସ୍କାରମୂଳକ ଦିଗଦର୍ଶନ ଦେଇ ମୋକ୍ଷ ମାର୍ଗରେ ମନୋନିବେଶ କରାଇ ଥାଏ, ମୋ ମତରେ ତାହା ହିଁ ଭଲ ଲେଖା।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ମୁଁ ମୋ ଲେଖା ମାଧ୍ୟମରେ ସମାଜକୁ ନିବେଦନ କରିବି, ଆମେ ପାଶ୍ଚାତ୍ୟ ସଭ୍ୟତାର ନିଦର୍ଶନରେ ଅନୁପ୍ରାଣିତ ହେବା ସହ ଆମ ଉଜ୍ଜଳ ଇତିହାସ, ପୋଥି ପୁରାଣ, କିମ୍ବଦନ୍ତୀ, ଅତୀତର ଅମୂଲ୍ୟ ଭାଷା ରତ୍ନ ଭଣ୍ଡାରକୁ ଆମେ ଉପସ୍ଥାପନ କରିବା। ଯାହା ସୁସ୍ଥ ସମାଜ ଗଠନର ପରିଚାୟକ ହେବ। ସେହି ସାହିତ୍ୟ ସାଧକକୁ ସାରସ୍ଵତ ଅମୃତର ଅନୁସନ୍ଧାନ କରିବକୁ ପ୍ରେରଣା ଯୋଗାଏ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
– ଅନ୍ତରର ଅନ୍ତିମ ପ୍ରଦେଶରୁ ସ୍ଵତଃସ୍ପୃତ ଭାବେ ସମାଜରେ ସଂଘଟିତ ଘଟଣାବଳୀ ସନ୍ନିବେଶିତ ଭାବାବେଗ ଯେତେ ବେଳେ କଳାତ୍ମକ ରୂପ ନିଏ, ହୁଇ ସାହିତ୍ୟ। ଆପେ ଆପେ ଲେଖି ହୋଇ ଯାଏ। ମାତ୍ର ପଢ଼ିବା ଦ୍ଵାରା ଭାଷା ଓ ଅଳଙ୍କାର ଯୁକ୍ତ ଜ୍ଞାନ ବୃଦ୍ଧି ପାଏ।
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
– ପ୍ରଥମେ ମୁଁ ଜଣେ ସାରସ୍ଵତ ସଫଳତାର ଅଧିକାରୀ ନୁହେଁ। ହଁ, ମୋ ଲେଖାକୁ ପରଖି ବହୁ ସାହିତ୍ୟ ସଂସଦ ବହୁବାର ସମ୍ମାନିତ କରିଛନ୍ତି କିନ୍ତୁ ଯେଉଁ ଦିନ ମୋ ଲେଖା ସମାଜର ବାର୍ତ୍ତାବହ ହୋଇ ପାରିବ, ଲୋକ ମୁଖରେ ବୋଳା ଯାଉଥିବ, କାଳଜୟୀ ସାହିତ୍ୟ ହୋଇ ପାରିବ, ସେଦିନ ମୁଁ ସେ ପଦର ଅଧିକାରୀ ମନେ କରିବି
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
– ରେବତୀ, ପୌରୁଷ, ମନସ୍ଵିନୀ, ସପ୍ତର୍ଷି ଇତ୍ୟାଦି
ମୋ ପିଲା ଦିନରପ୍ରିୟ ପୁସ୍ତକ ହେଲା – ବାଲିରାଜା, ଲଜ୍ଜ୍ୟା, ଯାଜ୍ଞସନୀ, ଶ୍ରୀରାଧା, ମୋ ଗାଁ, ଶେଷ ବସନ୍ତର ଚିଠି, ସମୟର ଶଙ୍ଖ ନାଦ, ପ୍ରଣୟ ବଲ୍ଲରୀ, ଲାବଣ୍ୟ ବତୀ, ସୈନିକ ସମାଚାର, ତପସ୍ଵିନୀ, ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର ଆଦି
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
– ନା, ଅନୁଭବ ତ ଆସି ନାହିଁ କିନ୍ତୁ ବିଶ୍ୱାସ ଅଛି। ବଳଦେବ ରଥ ହୁଅନ୍ତୁ ଅବା କାଳିଦାସ। ଆମେ ପଢ଼ୁଛୁ,, ଜାଣିଛୁ। ମା ସରସ୍ଵତୀ, ସାରଳା, କାଳୀ ଆଦି ଶକ୍ତିର ବିନା ସୁଦୟାରେ ସାଧନା ସଫଳ ହେବ ନାହିଁ।
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
– ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଅଳଙ୍କାର ଯୁକ୍ତ, କ୍ଳିଷ୍ଟ ଶବ୍ଦ ବିନ୍ୟାସ, ତାଳ, ଲୟ, ଧ୍ଵନିର ମଧୁର ସମାବେଶ, ଆଧ୍ୟାତ୍ମିକ ଗୁଣବତ୍ତା ବହନ କରି ଦୂର ଦର୍ଶୀ ଥିଲା କିନ୍ତୁ ବର୍ତ୍ତମାନ ସାହିତ୍ୟ ଶବ୍ଦାଡମ୍ୱର ଅଳଙ୍କାର ଯୁକ୍ତ ନୁହେଁ। ସମାଜର ଜଳ ଛବି ସରଳ ଭାଷାରେ ପ୍ରସ୍ଫୁଟିତ। ସେତେ ବେଳର ସମାଜ ଓ ଆଜିର ସମାଜ ଭିତରେ ଯେତେ ପାର୍ଥକ୍ୟ ଠିକ୍ ସେତେ ପାର୍ଥକ୍ୟ ସାହିତ୍ୟର।
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
– ପାଠକୀୟ ଆଦୃତି। ପାଠକ ପାଠିକା ମୋ ଲେଖା ପଢି ଯେବେ ପୁଲକିତ, ଶିହରିତ ଓ ଅନୁପ୍ରାଣୀତ ହେବେ । ମୁଁ ସେତିକି ଆତ୍ମ ସନ୍ତୋଷ ଲାଭ କରିବି, ମୋ ସାହିତ୍ୟ ସାଧନାର ଉପଯୁକ୍ତ ପୁରସ୍କାର ପାଇଯିବି
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
– ଓଡ଼ିଆ ଭାଷା ସାହିତ୍ୟର ବିକାଶ ଓ ବିସ୍ତାର ଦିଗରେ ବର୍ତ୍ତମାନ ଅଭିଯାନମାନ ପ୍ରାୟତଃ ପ୍ରତି ଜିଲ୍ଲାରେ ଚାଲିଛି, ଏ ପ୍ରୟାସ ଆମର ଯଦି ଜାରି ରୁହେ, ତେବେ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ବଳମୟ ହେବ।
୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
– ପଢ଼ିବା ସହ ଲେଖିବା ଅନବରତ ଜାରି ରହୁ। ସୁକ୍ଷ୍ମରୁ ସୂକ୍ଷ୍ମ ଦୃଶ୍ୟାବଳୀ ଅବଲୋକନ କରନ୍ତୁ। ସେ ସୂକ୍ଷ୍ମତା ଦୁନିଆଁକୁ କି ସନ୍ଦେଶ ଦେଉଛି, ଖୋଜନ୍ତୁ ଏବଂ ଗମ୍ଭୀର ଆବେଗରେ ଅନ୍ତସତ୍ୱା ହୁଅନ୍ତୁ
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
– ସରକାର ଭାଷା ସାହିତ୍ୟର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରେରଣା ହୁଅନ୍ତୁ। ପ୍ରତି ପଞ୍ଚାୟତ ସ୍ତରରେ ପାଠାଗାର ଖୋଲାଯାଉ। ସାଧକ ସାଧିକାମାନଙ୍କ ଲେଖାକୁ ପୁସ୍ତକରେ ରୂପାନ୍ତରିତ କରନ୍ତୁ। ପୁନର୍ବାର ଭାଗବତ ଟୁଙ୍ଗି, ପାଲା, ଦାସ କାଠିଆ, ଦଣ୍ଡ କୁ ଗୁରୁତ୍ଵ ଦିଆଯାଉ।
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
– ନା’ ଆଜି ଯାଏ ହୋଇ ପାରି ନାହିଁ। ଚେଷ୍ଟା ଚାଲିଛି। କବି ହେବା ଜଣେ ତପସ୍ୱୀ ସହ ସମାନ। ମୁଁ ୧୯୯୬ରୁ ତପ ମଗ୍ନ ଅଛି। ସଫଳ ହେଲେ ଆପଣ ନିଶ୍ଚୟ ଜାଣିବେ।
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
– ବହୁତ୍ ସୁନ୍ଦର ପ୍ରୟାସ ହୋଇଛି ଏବଂ ଶହେ ପ୍ରତିଶତ ସାକାର ମଧ୍ୟ ହୋଇଛି। ଯେତେ ବେଳେ ଆମେ ଘର କୋଣରେ ବସିବା ଛଡ଼ା ଅନ୍ୟ ଉପାୟ ନ ଥିଲା, ସେତେ ବେଳେ ଅନଲାଇନ୍ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଉପାଦେୟ ପ୍ରେରଣା ପାଇ ବିଷାଦ ମୁହୂର୍ତ୍ତକୁ ରସାଳ କରି ଚାଲି ଥିଲା।
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
– ଆମ ଭାଷା ସାହିତ୍ୟର ବିକାଶ ଓ ବିସ୍ତାର ଦିଗରେ ସୂର୍ଯ୍ୟୋଦୟ ଯେଉଁ ଅଭିଯାନ ଚଳାଇଛି, ତାହା ବାସ୍ତବିକ୍ ବନ୍ଦନୀୟ। ଦେଶ ଓ ବିଦେଶରେ ବେଶ୍ ଆଦୃତ ହେବାରେ ଲାଗିଛି।
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
– ମୋର ଏକ ବିରହ ରଞ୍ଜିତ କବିତା ସଙ୍କଳନ ଗତ ଡିସେମ୍ବର ମାସରେ ଉନ୍ମୋଚିତ ହୋଇଛି “ଶଠ ଶର୍ବରୀ”। ଆଉ ୧୪ଖଣ୍ଡ ବହି ପ୍ରକାଶ ଅପେକ୍ଷାରେ ରହିଛି। ସେମାନଙ୍କ ମଧ୍ୟରୁ – ତୃଷାର୍ତ୍ତ ତୃଣ, ପୁନଶ୍ଚ ଶକୁନି, ମୋ ଗାଁ ପ୍ରସ୍ତୁତି ପଥେ ରହିଛି।
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
– ପ୍ରତିଯୋଗିତା ମୂଳକ ପଦକ୍ଷେପ ନେଇ ସାହିତ୍ୟ ସୃଷ୍ଟି ଓ ନୂତନ ସାହିତ୍ୟିକ ସୃଷ୍ଟି କରି ଚାଲିଛି ସୂର୍ଯ୍ୟୋଦୟ। ଏକ ନିଭୂଲ୍, ସୁନ୍ଦର, ସାବଲୀଳ ଲେଖାକୁ ସ୍ଥାନିତ କରି ନୂତନତା ଆଣି ରୋମାଞ୍ଚିତ କରେ ନାନା ମତେ। ଦିଗନ୍ତ ବିସ୍ତାରି ପ୍ରେରଣା ପ୍ରଦାନ କରି ଚାଲିଛି।
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
– ଆମ ଭାଷା ସାହିତ୍ୟ ମାଧ୍ୟମରେ ଆମ ପୁରାଣ, ପୋଥି, ଇତିହାସ, ସଂସ୍କୃତି ସଂପନ୍ନ ଲେଖା ସୂର୍ଯ୍ୟୋଦୟ ଯେଉଁ ଦିନ ପାଶ୍ଚାତ୍ୟ ଜଗତରେ ଲୋକାଭିମୁଖୀ କରି ପାରିବ, ସେଦିନ ଆମେ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ମୋ ମତରେ ପରିଗଣିତ ହେବା।
୨୧-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ
ସାହିତ୍ୟ
କୃଷ୍ଣ ଚନ୍ଦ୍ର ବାରିକ
ସମାଜର ହିତ ସାଧନାର ବ୍ରତ
କଳାତ୍ମକ ଅଭିଲେଖ
ଭାଷା ମାର୍ଗ ଭିନ୍ନ ସମୟାନୁସାରେ
ଦେଖ ହୋ ପୁଙ୍ଖାନୁପୁଙ୍ଖ
ପଥ ଭ୍ରଷ୍ଟ ପାଇଁ ମୋକ୍ଷ ମାର୍ଗ ଏହି
ବିରହୀ ଦେହର ତାତି
ଅଜ୍ଞାନ ଅନ୍ଧାରେ ଆଲୋକ ବର୍ତ୍ତିକା
ସମାଜର ଜହ୍ନ ରାତି
ନୀତି ଶିକ୍ଷା ଯେତେ ନିରତେ ଶିଖାଏ
ତପସ୍ୱୀ ସେ କର୍ମ ଯୋଗୀ
ସତ୍ତ୍ଵ ତମ ରଜ ଉଚିତ ଆଦର୍ଶ
ସମୟ ଥିଲା ଟି ମାଗି
ସୁବର୍ଣ୍ଣପୁର
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।
ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335