*Lets talk with Jyotsna Rani Jena, who hails from Byasabhumi Sand and Misile city Baleswar, Odisha for Suryodaya_Sambhranta_Saraswat_Samman – 2022*
ନାମ – ଜ୍ୟୋତ୍ସ୍ନା ରାଣୀ ଜେନା
ପିତା – ମୃତ୍ୟୁଞ୍ଜୟ ଆଦିକ
ମାତା – ଆଶାଲତା ଆଦିକ
ଶିକ୍ଷାଗତ ଯୋଗ୍ୟତା – ସପ୍ତମ
ମେଲ – [email protected]
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ଉ– ମୁଁ ଜଣେ ସାଧାରଣ ଗରିବ ପରିବାରର ଝିଅ ଏବଂ ବୋହୂ ମଧ୍ୟ । ପିଲା ଦିନରୁ ପାଠ ପଢାରୁ ମୁଁ ଅବହେଳିତ ।ଯେବେ ନିଜ ନିଜର ପାଠକୁ ବୁଝିଲି,ସେ ହେଉଛି ସାହିତ୍ୟ ମାଧ୍ୟମରେ ।ଅର୍ଥାତ ସାହିତ୍ୟ ବହି ମାଧ୍ୟମରେ।ହେଲେ ସାହିତ୍ୟ ଦୁନିଆର ପ୍ରଥମ ପାହାଚରେ ପାଦ ଦେଉ ଦେଉ ମୁଁ ପାଠ ପଢ଼ାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହୋଇଥିଲି।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ଉ– ପ୍ରଥମେ ମୁଁ ସାହିତ୍ୟିକୁ ବୁଝିଥିଲି ମୋ ପଢ଼ା ସାହିତ୍ୟ ବହିରୁ।ମୁଁ ଯେବେ ମୋର ଅନୁଭବକୁ ଲେଖିଲି,ତାକୁ କବିତା ମାଧ୍ୟମରେ କବି ସମ୍ମିଳନୀରେ ପାଠ କରିବାର ସୁଯୋଗ ପାଇଲି।ଆଜି ମୁଁ ଖୁସି ଅଛି କାରଣ ମୁଁ ଦୁଇ ଧାଡ଼ି ସାହିତ୍ୟ ଲେଖିପାରୁଛି।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ଉ– ମୁଁ ଏବେ ଯାଏ ନିଜକୁ କବିତା ମଧ୍ଯରେ ସିମୀତ ରଖିଛି,ଭବିଷ୍ଯତରେଏହାକୂୁ ଅନ୍ୟ ମାଧ୍ୟମରେ ବିସ୍ତାର କରିବି।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଉ- କବିତା ହେଉ ବା ଗଳ୍ପ ହେଉ ଯାହା ସମାଜକୁ ଭଲ ବାର୍ତ୍ତା ଦେଇପାରିବ ତାକୁ ହିଁ ଗୋଟିଏ ଭଲ ଲେଖାର ଆଖ୍ୟା ଦିଆଯିବ ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ଉ– ମୁଁ ମୋ କବିତା ମାଧ୍ୟମରେ ସମାଜକୁ ସତ୍ଯ,ଧର୍ମ,ନ୍ୟାୟ ପଥରେ ଚାଲିବାକୁ ବାର୍ତ୍ତା ଦିଏ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି କୁ ନେଇ?
ଉ– ‘ନ ଲେଖିଲେ ଲେଖି ହୁଏ ନାହିଁ।’ମୋ ମତରେ ଜଣେ ସାହିତ୍ୟିକ ଯଦି ତାର ଅନୁଭବକୁ ଲେଖିବାକୁ ଚାହିଁବ ସେତେବେଳେ ଏକ ଅଦୃଶ୍ଯ ଶକ୍ତି ତା ହାତରେ ସୃଷ୍ଟି ହୁଏ।
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ଉ– ସାରସ୍ବତ ସଫଳତା କହିଲେ ପ୍ରଥମ ପାଠକଙ୍କ ପାଖରେ ନିଜ ଲେଖାର ଗୁରୁତ୍ୱ ଅର୍ଥାତ ପାଠକୀୟ ସ୍ବୀକୃତି କେହି ଯେବେ କୁହନ୍ତି ମୋ ଲେଖାଟି ଭଲ ହୋଇଛି ତାହା ମୋ ପାଇଁ ବଡ ସଫଳତା।
ଦ୍ୱିତୀୟ- ମାନପତ୍ର ମୋ ପାଇଁ ଏକ ପ୍ରେରଣାର ଉତ୍ସ ଯାହା ମୋତେ ଆହୁରି ଭଲ ଲେଖିବା ପାଇଁ ଉତ୍ସାହିତ କରେ।
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
ଉ– କ୍ଷମା କରିବେ ମୁଁ ତ କୌଣସି ପତ୍ରିକା ପଡୁନଥିଲି ନାମ କହିବି କିପରି! ପିଲାଦିନରୁ ସମସ୍ତ ପ୍ରକାର ସାହିତ୍ୟ ପୁସ୍ତକ ମୋର ଅତ୍ୟନ୍ତ ପସନ୍ଦ ।
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
ଉ– ଆମ ଭାଷା ସାହିତ୍ୟରେ ଅଦୃଶ୍ଯ ଶକ୍ତି ନିଶ୍ଚିନ୍ତ ଭାବରେ ଅନ୍ତର୍ନିହିତ ହୋଇ ରହିଛି।ଯେହେତୁ ଆମେ ଓଡ଼ିଆ,ଆମର ଆରାଧ୍ଯ ପ୍ରଭୁ ଜଗନ୍ନାଥ ସେ ନ ଚାହିଁଲେ ମୋ ପରି ସାଧାରଣ ଗୃହିଣୀଟିଏ ଏ ପର୍ଯ୍ୟନ୍ତ ଆସିପାରି ନଥାନ୍ତା।
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
ଉ– ପ୍ରାଚୀନ ସାହିତ୍ୟ ଯେଉଁ ସାହିତ୍ୟିକ ସମାଜର ଦିଗଦର୍ଶନ ଦେଇଛନ୍ତି ଯାହାଦ୍ୱାରା ଉଭୟ ସମାଜ ଓ ପରିବାରର ଶାନ୍ତି,ଶୃଙ୍ଖଳା ବଜାୟ ରହୁଥିଲା।ଆଧୁନିକ ସାହିତ୍ୟ ମଧ୍ଯ ସମାଜକୁ ଭଲ ବାର୍ତା ଦିଏ କିନ୍ତୁ କିଛି କିଛି ଲେଖା ମଧ୍ଯରେ ଅଶ୍ଳୀଳତା ତାହା ସମାଜ ମଧ୍ୟରେ ନକାରତ୍ମକ ପ୍ରଭାବ ପକାଉଛି ।
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ଉ– ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ମଧ୍ୟରୁ ଆତ୍ମସନ୍ତୋଷ ହିଁ ମୋର ଆକାଂକ୍ଷା କାରଣ ମୋର ଭାବନା ତଥା ଅନୁଭବକୁ କାଗଜ କଲମ ମାଧ୍ୟମରେ ପ୍ରକାଶ କରିବା ପରେ ମୋତେ ଯେଉଁ ଖୁସି ଅନୁଭବ ହୁଏ ତାହା ମୋ ପାଇଁ ସର୍ବଶ୍ରେଷ୍ଠ ।
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଉ–ବର୍ତ୍ତମାନ ପ୍ରିଣ୍ଟ୍ମମିଡ଼ିଆର ସଂଖ୍ୟା ବହୁ ମାତ୍ରାରେ ବଢ଼ିଛି ।ଡିଜିଟାଲ ମିଡ଼ିଆ ମଧ୍ଯ ଏକ ମୂଖ୍ଯ ସ୍ଥାନ ଗ୍ରହଣ କରିଛି ସାହିତ୍ୟ କ୍ଷେତ୍ରରେ ।ସାହିତ୍ୟ ସଭା ତଥା କବି ସମ୍ମିଳନୀ ସଂଖ୍ୟା ବଢ଼ିଛି ।ସେହି ହାରରେ କବି ,ଲେଖକମାନଙ୍କ ସଂଖ୍ୟା ବଢ଼ିଛି ।ହେଲେ ପାଠକଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ କମିଛି ।ମାତ୍ର ଭବିଷ୍ୟତରେ ଏହାର ସୁଦିନ ଆସିବ ।ନିଶ୍ଚିତ ଭାବରେ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଉଜ୍ଜ୍ବଳ ହେବ ।
୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ଉ– ନୂଆ ପିଢ଼ୀଙ୍କୁ ଖାଲି ଏତିକି କହିବି ,ସେମାନେ ତାଙ୍କ ପୂର୍ବସୁରୀ ମାନଙ୍କୁ ପଢ଼ନ୍ତୁ ,ଏବଂ ତାଙ୍କ ସମସାମୟିକଙ୍କର ଲେଖା ପଢ଼ନ୍ତୁ ।ବହୁତ ପଢ଼ନ୍ତୁ ଆଉ କିଛି ଭଲ ଲେଖନ୍ତୁ ।
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଉ– ସାହିତ୍ୟର ବର୍ତ୍ତମାନର ସମସ୍ୟା ହେଉଛି ପାଠକଙ୍କ ସମସ୍ୟା ।ସାହିତ୍ୟ କାଳେ କାଳେ ଅମର !ସାହିତ୍ୟିକ ମାନଙ୍କର ଶକ୍ତି ଏଦିଗରେ ଶକ୍ତ ହେବା ଏକାନ୍ତ ଦରକାର ।
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ଉ- କବି ହେବାର ପରିଚୟ –ଯେବେଠୁ ମୁଁ ନିଜକୁ ନିଜେ ଚିହ୍ନିଲି , ଏବଂ ମୋର କିଛି ଭାବନାକୁ ଯେବେ କବିତାରେ ରୂପାନ୍ତରିତ କଲି ,ସେବେଠୁ ମୁଁ ବୋଧ ହୁଏ କବୀ ପଦବାଚ୍ୟ ହେଲି— ।
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଉ- ଅନଲାଇନ ପ୍ରଚାର ପ୍ରସାର ଏକ ଶକ୍ତ ମାଧ୍ୟମ ।
ହେଲେ ଏଥିରେ ସ୍ବଚ୍ଛତା ଉଚିତ ।
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ଉ- ସୂଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ବ ସାହିତ୍ୟ
ଜଗତରେ ଆଜି ଏକ ସୁନାମ ଧନ୍ଯ ସାହିତ୍ୟ ଅନୁଷ୍ଠାନ ।ନିଶ୍ଚିତ ଭାବରେ ଏହି ଅନୁଷ୍ଠାନ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ । ଏହି ଅନୁଷ୍ଠାନ ର ପ୍ରଚେଷ୍ଟାରେ ସାରା ରାଜ୍ୟର କବିଲେଖକଙ୍କୁ ଏକତ୍ରିତ କରି ତାଙ୍କୁ ନୂତନ ପରିଚୟ ଦେଇ ଅନେକ ସୁନାମର ଅଧିକାରୀ ହୋଇଅଛି ।
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
ଉ- – ନା’ ସଂକଳନ କିଛି ପ୍ରକାଶିତ କରି ପାରିନାହଁ ।
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
– ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର websitesରେ ମୋ ଲେଖା ପ୍ରକାଶିତ ହୋଇଅଛି ।
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
– ପ୍ରଥମେ ମୁଁ କ୍ଷମା ଚାହୁଁଛି । ଖାଲି ଏତିକି ଜାଣିଛି ଏହାଏକ ଆନ୍ତର୍ଜାତିୟ ଅନୁଷ୍ଠାନ ।ଫ୍ରାନ୍ସ websitesରୁ ଏହି ଅନୁଷ୍ଠାନଟି ପରିଚାଳିତ ହୁଏ ।
ଆମ ଓଡ଼ିଆ ଭାଷାର ଲେଖା
ଗୁଡିକ ବିଭିନ୍ନ ଭାଷାରେ
ରୁପାନ୍ତରିତ ହୋଇ ଦେଶ
ବିଦେଶରେ ପ୍ରସାରିତ ହେଉଛି ।
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ
ସାହିତ୍ୟ
ସାହିତ୍ୟ ସେ ଯେ ମୋ ଜୀବନ!
ମୋ ସୁଖ ଦୁଃଖ ହସ କାନ୍ଦର
ମିଠା ସମିଶ୍ରଣ ।
ସେ ଅଛି ବୋଲି
ମୁଁ ତ ରହିଛି ,
ବଞ୍ଚିବାର ଆଶା ନେଇ ,
ମୋ ଜୀବନେ ତାର
ଏ ମହାନ ଦାନ
କେବେ ନ ଭୁଲିବି ମୁହଁ ।
ସବୁ ବନ୍ଧୁ ସିନା
ଧ୍ବକା ଦେଇଯାଏ,
ସେଯେ ଏକା ମୋର ସଖା ;
ଅନ୍ତର ବେଦନା ସେ ଏକା ବୁଝେ
ଆଉ ସବୁ ଲୋକ ଦେଖା ।
ସାହିତ୍ୟ ତାର ଯଶ କୀର୍ତ୍ତି
ଅମାପ ଅସୀମ,
ହେଲେ ମୁଁ ଯେ ଅଟେ ଅଧମ
ପାରୁନି ଆଗକୁ ଯାଇ ,
ଏତିକିରେ ରହୁଛି
ବିଜ୍ଞବୃନ୍ଦଙ୍କ ଠାରୁ କ୍ଷମା ଚାହିଁ ।
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା,ବାଲେଶ୍ଵର