April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with Trinath Patnaik who hails from Koraput , Odisha for Suryodaya_Sambhranta_Saraswat_Samman – 2022* 

*Lets talk with Trinath Patnaik who hails from Koraput , Odisha for Suryodaya_Sambhranta_Saraswat_Samman – 2022* 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖନ୍ତୁ ।In Eh.patn

 

ନାମ – ଶ୍ରୀ ତ୍ରିନାଥ ପଟ୍ଟନାୟକ

ପିତା – ସ୍ବର୍ଗତ ଭାସ୍କର ପଟ୍ଟନାୟକ

ମାତା – ବାସନ୍ତି ରାଣୀ ପଟ୍ଟନାୟକ

ସ୍ବାମୀ/ସ୍ତ୍ରୀ ଙ୍କ ନାମ – ସ୍ଵୟଂ

ମହିସ୍ପର୍ଶ ତାରିଖ/ ଜନ୍ମ – ୨୧/୦୫/୧୯୮୭

ଶିକ୍ଷା ଗତ ଯୋଗ୍ୟତା – MA in English/MA in education

ମେଲ ଆଇଡି – [email protected] 

 

*୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।*

: ମୁଁ ଗୋଟିଏ ସାଧାରଣ ମଣିଷ କିନ୍ତୁ ବ୍ୟକ୍ତିତ୍ୱ ଯାହା କି ମୋତେ ନିକଟରେ ଲୁଚି ଯାହା ମୁଁ ପ୍ରରିପ୍ରକାଶ କରିନଥାଏ l ଏକ ସାଧାରଣ ବ୍ୟକ୍ତିତ୍ବ ଭାବରେ ମୁଁ ମୋତେ ମନର ଅଭିଳାଷ, ଅନୁଭୂତି ତଥା ଆବେଗକୁ କବିତା, ଗଳ୍ପ ଏବଂ କାହାଣୀ ମାଧ୍ୟମରେ ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖେ l ମୁଁ କୋରାପୁଟ ସ୍ଥିତ ପ୍ରତିଷ୍ଠିତ ସାମାଜିକ ତଥା ଶିକ୍ଷାନୁଷ୍ଠାନ ସଂଗଠନର ସଭାପତି ଭାବରେ ସାରା ଓଡିଶା ତଥା ଭାରତରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ l 

 

*୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?*

: ମୋର ବ୍ୟକ୍ତିଗତ ଜୀବନ ଉପରେ ସାହିତ୍ୟର ଅଶେଷ ପ୍ରଭାବ ମୋର ପିଲାଦିନରୁ ହିଁ ସ୍କୁଲ ସମୟରୁ ଏପରିକି କଲେଜ ସମୟରେ ମାଗାଜି ନ୍ ରେ ବିଭିନ୍ନ ଲେଖା ଦେବା ଏପରିକି ଅବସର ସମୟରେ କବିତା, ଗଳ୍ପ ଲେଖିବା ରୂଚି ରହିଅଛି l ମୋ ବାପା ଜଣେ ଅଭିଜ୍ଞ ଖ୍ୟାତିସମ୍ପନ୍ନ ଶିକ୍ଷା ବିଭାଗ ଅଧୀନରେ ଶିକ୍ଷା ଦାନ କରୁଥିଲେ ସେତେବେଳେ ମୁଁ ତାଙ୍କ ନିକଟରେ ପଢୁଥାଏ, ସେ ଇଂରାଜୀ ସାହିତ୍ୟକୁ ବହୁ ସୁନ୍ଦର ଏବଂ ପ୍ରାଞ୍ଜଳ ଭାବରେ ଗୀତ ଆକାରରେ ବୁଝାଉଥିଲେ ସେହି ପରିବେଶ ଏବଂ ଜ୍ଞାନ କୌଶଳ ଯାହା ମୋତେ ବିଶେଷ ଭାବରେ ପ୍ରଭାବିତ କରିଥିଲା l

ମୁଁ ଯେତେବେଳେ କଲେଜ +2 ପଢ଼ୁଥିଲି ସେତେବେଳେ କଲେଜ ଲାଇବ୍ରେରୀକୁ ଯାଇ ବିଭିନ୍ନ ଉଚ୍ଚକୋଟୀର ଲେଖା ଯେପରିକି ଫକୀରମୋହନ, ଉପେନ୍ଦ୍ରଭଞ୍ଜଙ୍କ ରଚିତ ଏପରିକି ବିଭିନ୍ନ ଗଳ୍ପ, ଉପନ୍ୟାସ, କବିତା ପୁସ୍ତକ ଗୁଡିକ ପଢି ସୀମିତ ପରିଧି ମଧ୍ୟରେ ନ ରହି ଏହି ସବୁ ଲେଖାକୁ ଲେଖିବାକୁ ହେଲେ କାଳ କାଳ ସମୟ, ପରିଶ୍ରମ ଏପରିକି ଧୈର୍ଯ୍ୟ ଶକ୍ତିର ଆବଶ୍ୟକତା ରହିଅଛି ସେଥିପାଇଁ ମୁଁ +2 ସମୟରୁ ହିଁ ବିଭିନ୍ନ ପିଲାଙ୍କୁ ପାଠ ପଢେଇବାକୁ ଯାଇ କୋଚିଙ୍ଗ ସେଣ୍ଟର୍ , ଟ୍ୟୁସନ୍ କୁ ବିକଳ୍ପ ଭାବରେ ବାଛି ନେଇଥିଲି ଏବଂ ବହୁ ଜିନିଷ ଶିଖିବାକୁ ମଧ୍ୟ ମିଳିଥିଲା l ଗୋଟିଏ ପଟରେ ଜ୍ଞାନର ପ୍ରଦାନ,ପ୍ରସାର ଏବଂ ଅନ୍ୟ ପଟରେ ଜ୍ଞାନ ଅର୍ଜନ କରିବାରେ ସହାୟକ ହୋଇପାରିଥିଲା ଯାହା ମୋତେ କେବଳ ବ୍ୟକ୍ତିଗତ ଅନୁଭୂତି କହିଲେ ଅତ୍ୟୁକ୍ତି ହେବ ନାହିଁ ଆହୁରି ଅନେକ କିଛି…

 

*୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?*

: ହଁ ମୁଁ ବହୁ ସମୟରେ ଅବସର ସମୟରେ କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନାକୁ ଲେଖିବାକୁ ଭଲ ପାଏ l ମୁଁ କିଛି ଆଧୁନିକ କବିତା ଏବଂ କାହାଣୀ ଯାହା ମଣିଷ ସମାଜର ଦୃଷ୍ଟିଭଙ୍ଗୀକୁ, ଆଭିଜାତ୍ୟ ଏବଂ ଲୋକ ପରମ୍ପରାକୁ ଗୁରୁତ୍ୱ ପ୍ରଦାନ କରେ ତାହାକୁ ମୁଁ ମୋ ଲେଖାରେ ସ୍ଥାନିତ କରେ ଏପରିକି ମୁଁ ସାମ୍ବାଦିକତାକୁ ମୁଁ ମୋ ନିଶା ଭାବେ ନେଇଛି ସେଥିପାଇଁ ମୁଁ ସାମ୍ବାଦିକତା ବାର୍ତ୍ତା ବହୁଳ ଲେଖାକୁ ମୁଁ ସର୍ବତ୍ର ମୋତେ ଲିଖନୀ ମୁନରେ ସ୍ଥାନିତ କରିଥାଏ l

 

*୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?*

: ମୋ ମତରେ ଭଲ କବିତାଟିଏ ହେଉଛି ଲୋକଙ୍କ ପ୍ରାଣ ଆବେଗ, ମନର ଗଭୀରତା, ଅନୁଭୂତି, ଭାବନା ଯେଉଁଠି ଭରି ରହିଛି ତାହାକୁ ଆମ୍ଭେ କବିତା କହିପାରିବା ଏବଂ ଗଳ୍ପ ତାହା ଅଟେ ଯାହା କ୍ଷତାକ୍ତ ମନକୁ ଗଳ୍ପ ଜରିଆରେ ମନକୁ ଅଳ୍ପ ବହୁତ ଖୁସି ଦେଇପାରିବା l 

 

*୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?*

:ମୁଁ ମୋ ଲେଖା ମାଧ୍ୟମରେ ସମାଜକୁ ଏହା ହିଁ ବାର୍ତ୍ତା ଦେବି, ଆମ୍ଭେ କେବେ ସଂକୀର୍ଣ୍ଣ ବା ଦୁର୍ବଳତା ନ ଭାବି ମନର ଆବେଗକୁ ଲୋକଲୋଚନକୁ ଆଣି ଏ ସମାଜ ଅଶିକ୍ଷିତ, ଶିକ୍ଷିତ କି ବା ଗୁଣୀ ଜ୍ଞାନୀ ଏହି ସମସ୍ତଙ୍କୁ ଆହୁରି କିଛି ଶିଖିବାର ଅଛି କାରଣ ଜଣେ ଭଲ ପାଠକ ହିଁ ଜଣେ ଭଲ ଲେଖକ ଭାବରେ ସମାଜରେ ସ୍ୱୀକୃତି ପାଇପାରିବ l

 

*୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?*

ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ଏ ନେଇ ମୋ ବ୍ୟକ୍ତିଗତ ଅନୁଭୂତି ହେଉଛି ସାହିତ୍ୟ ମୋତେ ଲେଖି ହୋଇଯାଏ ଯେତେବେଳେ ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୋ ଓଡିଆ ଶିକ୍ଷୟତ୍ରୀ ଜଣେ ଥିଲେ ସେ ବହୁ ସୁନ୍ଦର ଭାବରେ କବିତାର ଏକ ପଦୀକୁ ବିଷଦ ଭାବରେ ବିଶ୍ଳେଷଣ କରୁଥିଲେ ଯାହା ମୋତେ ଅର୍ଥ ପ୍ରାସଙ୍ଗିକତାଧର୍ମୀ ଭିତ୍ତିରେ ବୁଝିବାକୁ ସହାୟକ ହୋଇଥିଲା l ମୋ ମତରେ ନିଜ ସ୍ମୃତିରୁ ଅତୀତର ଘଟଣା ଗୁଡ଼ିକୁ କାଢି ଆଣିବା, ନିଷ୍ପକ୍ଷ ଭାବରେ ଲେଖିବା, କାଳ୍ପନିକତାରୁ ଦୂରେଇ ରହିବା ଓ ରୋଚକତାର ସହ ବଖାଣିବା ହିଁ ସାହିତ୍ୟର ଅନ୍ୟ ଏକ ରୂପ ଯାହା ସାହିତ୍ୟ ଲେଖିବାକୁ ବାଧ୍ୟ ହୋଇଯାଏ l

 

 

*୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।*

:ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ୱତୀୟ ସଫଳତା କହିଲେ ନିଜ ସ୍ମୃତିରୁ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତର ଘଟଣାଗୁଡିକୁ ସ୍ମୃତିମୋଚନ ତଥା ଅନୁମାନ କାଢି ଆଣିବା, ନିଷ୍ପକ୍ଷ ଭାବରେ ଲେଖିବା, କାଳ୍ପନିକତାରୁ ଦୂରେଇ ରହିବା ଓ ରୋଚକତାର ସହ ଲିଖନୀମୁନରେ ସାହିତ୍ୟର ରୂପ ମାର୍ଜନ କରିବା ହେଉଛି ସାରସ୍ୱତୀୟ ସଫଳତା l

ହଁ, ମୁଁ ଏପରି କିଛି ସଫଳତାର ଅଧିକାରୀ ହୋଇଅଛି l ମୋତେ ଏ ସଫଳତା ପାଇବାକୁ ସାରସ୍ୱତ ସାଧନାକୁ ପରିମାର୍ଜିତ କରିବାକୁ କଠିନ ସମୟ, ପରିଶ୍ରମ ତଥା ଧୈର୍ଯ୍ୟ ଶକ୍ତିର ପରୀକ୍ଷା ଦେବାକୁ ପଡିଛି l

 

*୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?*

 *ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ?*

:ମୋର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡିକ ମଧ୍ୟରେ ବୈଶାଖୀ, ଅଙ୍ଗିକାର, ମାଟିର ସ୍ୱର,ପ୍ରତିଶ୍ରୁତି,ଶିଖା,ତ୍ରିଧାରା, ଆମ କବିତା ଇତ୍ୟାଦି… ଏବଂ ମୋ ପ୍ରିୟ ପିଲାଦିନର ପୁସ୍ତକ ଗୁଡିକ ମଧ୍ୟରେ My English, ସାହିତ୍ୟ କୁସୁମ,ସାହିତ୍ୟ କଳିକା, ଆମେ ଓ ଆମ ପରିବେଶ ଇତ୍ୟାଦି….

 

*୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?*

ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି, ମୋର କିଛି ଅନୁଭୂତି ରହିଅଛି ସାରଳା ଦାସଙ୍କ ରଚିତ ମହାଭାରତ ଏ ଜାତିର ଓଡ଼ିଆ ଜାତିର ଭାଷାକୁ ଗୁରୁତ୍ୱ ଦେବା ଫଳରେ ବୌଦ୍ଧିକ ଜ୍ଞାନର ବିକାଶ ହୋଇପାରିଲା ଠିକ ସେହିପରି ପରବର୍ତ୍ତୀ ସମୟରେ ଆମେ କୃଷ୍ଣ କୈନ୍ଦ୍ରିକ ଚେତନାୟିକ ହୋଇ ଉପେନ୍ଦ୍ର ଭଞ୍ଜଙ୍କ ସ୍ୱୀକାର ପ୍ରୀତିର ଭାବରେ ନିମଗ୍ନ ହେବା ତଥା ଆଧୁନିକ ଯୁଗର ଭାଷାର ଅଦୃଶ୍ୟ ଶକ୍ତିର ତେଜକୁ ଲୋକଲୋଚନକୁ ଆଣିବାରେ ବେଶ୍ ସହାୟକ ହୋଇପାରିଲା l ଠିକ ସେହିପରି ଅଧୁନା ଅନେକ ପତ୍ରପତ୍ରିକାରେ ଆମ ଭାଷାକୁ ବଳିଷ୍ଠ କରିବାକୁ ତଥା ଏହାର ଅଦୃଶ୍ୟ ଅନ୍ତର୍ନିହିତ ଶକ୍ତିକୁ ସଂସାରରେ ଆଦୃତ କରିବାକୁ କେତେକ ଦାୟିତ୍ୱବାନ ସମ୍ପାଦକ ଏବଂ ନିଷ୍ଠାପର ସାହିତ୍ୟ ସାଧକ ନିଜ ଶ୍ରମସାଧନା ଜାରି ରଖିଥିବା ଅନୁଭୂତି ଦୃଷ୍ଟିଗୋଚର ହୋଇଅଛି l

 

*୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?*

: ପ୍ରାଚୀନ ପାରମ୍ପରିକ ସାହିତ୍ୟ ହେଉଛି ଯାହା ଉତ୍କଳୀୟ ସଂସ୍କୃତି ପରମ୍ପରା ସହିତ ଜଡିତ ରହିଅଛି l ଏହା ଶାସ୍ତ୍ରୀୟ ଭାଷା ଭାବେ ଆଦୃତି ଲାଭ ପାଇଁ ପ୍ରାଚୀନ ଭାଷା ସାହିତ୍ୟର ଆବଶ୍ୟକତା ରହିଅଛି ଯେଉଁଥିପାଇଁ ହଜାର ହଜାର ଭାଷା ମଧ୍ୟରେ ଓଡିଶା ର ଭାଷା ସାହିତ୍ୟ ଶୀର୍ଷ ସ୍ଥାନରେ ପହଞ୍ଚିପାରିଛି l ଅଧୁନା ସାହିତ୍ୟ ହେଉଛି ଓଡ଼ିଆ ଭାଷା ସାହିତ୍ୟ ପ୍ରତି ପ୍ରୋତ୍ସାହନ ନଥିବାରୁ ଉତ୍ତର ପୀଢ଼ିମାନେ ଇଂରାଜୀ ପଢ଼ୁଛନ୍ତି ପଛେ ଓଡ଼ିଆ ପ୍ରତି ବିଶେଷ ଧ୍ୟାନ ଦେଉ ନାହାନ୍ତି। ବିଦେଶରେ ରହୁଥିବା ଆଗ୍ରହୀ ଓଡ଼ିଆମାନଙ୍କ ପାଇଁ ଏହା ବରଦାନ ସଦୃଶ l ଜଣେ ପ୍ରକୃତ ସ୍ରଷ୍ଟା ଉଭୟ ସକାରାତ୍ମକ ଓ ନକରାତ୍ମକ ମତାମତକୁ ସମ୍ମାନ ଦେଇଥାଏ । ଏଥିପାଇଁ ତ ତାକୁ ଦ୍ଵିତୀୟ ଈଶ୍ଵର ବୋଲି କୁହାଯାଇଥାର। ହେଲେ ତାହା ଉପର ଠାଉରିଆ ନହୋଇ ଅନୁଭବୀ ପାଠକଟିର ଗଠନମୂଳକ ମତାମତ ହେବା ଜରୁରୀ। ନହେଲେ ଫେସବୁକ ଓ ହ୍ଵାଟ୍ସଆପ ଆଦିରେ ପରସ୍ପରକୁ ସନ୍ତୁଷ୍ଟ କରିବା ପାଇଁ ଦିଆ ଯାଉଥିବା ଆପୋଷ ଆୟୋଜିତ ମନ୍ତବ୍ୟ ଭଳି ସେଗୁଡ଼ିକ ଗୁରୁତ୍ୱହୀନ ମନେ କରେ । ଯୁକ୍ତ ହେଉ କି ବିଯୁକ୍ତ ସଚ୍ଚୋଟ ପାଠକଟିଏ ଗଠନମୂଳକ ମତାମତ ସତ୍ ସ୍ରଷ୍ଟାକୁ ସତର୍କ ଓ ସଂଶୋଧିତ ହେବାକୁ ପ୍ରେରଣ କରେ l

 

*୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?*

:ଯଦି ଏହା କିଛି ବର୍ଷ ତଳର ହୋଇଥାନ୍ତା ତେବେ ମୁଁ କହିଥାନ୍ତି ତେବେ ମୁଁ କେବଳ ପାଠକୀୟ ଆଦୃତି ବୋଲି ମତ ରଖିଥାନ୍ତି କିନ୍ତୁ ବର୍ତ୍ତମାନ ସମୟରେ ମୁଁ କହିବି ଉଭୟ ପାଠକୀୟ ଆଦୃତି ସହ ଏକ ଆତ୍ମସନ୍ତୋଷ ମଧ୍ୟ ଲାଭ ହେଉଅଛି l କାରଣ ବର୍ତ୍ତମାନ ପୁରସ୍କାର ଗୋଟାଏ ପ୍ରବୃତ୍ତିରେ ପରିଣତ ହୋଇସାରିଛି l ବର୍ତ୍ତମାନ ପୁରସ୍କାର ଗୋଟାଏ ମୋହର ସଦୃଶ ଥରେ ମୋହର ବାଜିଗଲେ କେବଳ ନାଁ ଦେଖି ଲେଖା ପ୍ରକାଶିତ ହୁଏ,ଲେଖା ଦେଖିବାର ଆବଶ୍ୟକତା ଅନୁଭୂତ ହୋଇପାରିନଥାଏ l ଅପରପକ୍ଷରେ ଉଚ୍ଚସ୍ତରୀୟ ଲେଖା ଗୁଡିକ ସବୁ ପଛରେ ପକେଇ ଦିଆଯାଇଥାଏ l ଏହା ବ୍ୟତୀତ ମୋ ମତରେ ପୁରସ୍କାର ଏକ ପ୍ରୋତ୍ସାହନ ସ୍ୱରୂପ ମିଳୁଛି ଯଦି ଲେଖାର ମାନକୁ ତଥା ସୃଜନଶୀଳତା ଢଙ୍ଗୀରେ ଠିକ ଭାବରେ ଲେଖିବା ତଥା ସମୀକ୍ଷା କରାଯିବ ଏବଂ ସମାଜର ସମସ୍ତ ସାଧକ / ସାଧିକା ବର୍ଗଙ୍କୁ ସାମିଲ୍ କରିବା ଆହୁରି ମଧ୍ୟ ବରିଷ୍ଠତା ଭିତ୍ତିରେ ପ୍ରାପ୍ତ ହେବା ଆକାଂକ୍ଷା ରଖିଥାଏ l

 

*୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?*

:ଉତ୍କଳ ସାରସ୍ୱତ ଜଗତରେ ବର୍ତ୍ତମାନ ଅନେକ ସମ୍ଭାବନାମୟ ନକ୍ଷତ୍ର ନିଜ ନିଜ ସାରସ୍ୱତ ସାଧନା ଜାରିରଖି ଓଡ଼ିଆ ଭାଷାର ମାନକୁ ବିକଶିତ କରିବାରେ ସହାୟକ ହୋଇପାରିଅଛନ୍ତି ଏବଂ ସେମାନଙ୍କର ନିରଳସ ଉଦ୍ୟମ ଏବଂ ଅନିର୍ବାଣ ଜ୍ୟୋତିରେ ଓଡ଼ିଆ ସାହିତ୍ୟର ଭବିଷ୍ୟତ ନିଶ୍ଚିତ ଉଜ୍ଜ୍ୱଳମୟ ହୋଇପାରିବ ଏଥିରେ ଦ୍ବିମତ ନାହିଁ l ଏବଂ ମୋ ମତରେ ସେହି ସାରସ୍ୱତ ପ୍ରତିଶ୍ରୁତିବଦ୍ଧ,ସ୍ୱୟଂସିଦ୍ଧ ସାଧକ ସମୂହ ନିଜ ନିଜ ସାଧନା ଅବ୍ୟାହତ ରଖିବାକୁ ମୋର ସୁଚିନ୍ତିତ ବାର୍ତ୍ତା ପ୍ରଦାନ କରୁଅଛି l

 

*୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?*

:ଯେଉଁମାନେ ନୁଆଁ ନୁଆଁ କବିତା କ୍ଷେତ୍ରକୁ ଆଗେଇ ଆସିଅଛନ୍ତି ସେମାନେ ହୃଦୟଙ୍ଗମ କରିବା ଉଚିତ ଯେ,ବିଫଳତା ହିଁ ସଫଳତାର ଚାବିକାଠି l ତେଣୁ ବିଫଳତାରେ ବୀତସ୍ପୃହ ନହୋଇ ସ୍ୱୟଂ ଅନ୍ତଃମନରେ ଏକ ସକରାତ୍ମକ ଭାବନାର ପରିବେଶ ସୃଷ୍ଟି କରିବା ଉଚିତ l ତେବେ ତାର ପ୍ରଶସ୍ତ ଜ୍ୟୋତିଧାରା ନିଶ୍ଚିତ ଆପଣଙ୍କ ବାହ୍ୟ ବିଶ୍ୱକୁ ପରି ପ୍ରକାଶମୟ କରିଦେବ ଏଥିରେ ତିଳେ ହେଲେ ସନ୍ଦେହର ଅବକାଶ ନାହିଁ l ସବୁବେଳେ ନିଜ ଧୈର୍ଯ୍ୟ ଧରି ଉଦ୍ୟମ ଜାରି ରଖି ପ୍ରଚୁର ପଠନ କରିବା ଉଚିତ କାରଣ ଜଣେ ଉତ୍ସର୍ଗୀକୃତ ପାଠକ ହିଁ ଏକ ଉଚିତ ନିରପେକ୍ଷ ସାରସ୍ୱତ ସାଧକ ହୋଇପାରିବ ଆଶା ବାରିହୁଏ l

*୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?*

:ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟ ଯଦି ଆଲୋଚନା କରିବା ତେବେ କବିତାର ଧାରାରେ କିଛି ପରିବର୍ତ୍ତନ ଦେଖା ଯାଇନି l ସାହିତ୍ୟରେ କବି ଫକୀରମୋହନ, ସାରଳା ଦାସ ହୁଅନ୍ତୁ କି ଭୀମ ଭୋଇ ହୁଅନ୍ତୁ ଏହି ସାରସ୍ୱତ ଗଣ କେବଳ ଲେଖାରେ ସମାଜକୁ ଉତାରୁ ନଥିଲେ ନିଜକୁ ନିଜେ ମଧ୍ୟ ସାମିଲ କରୁଥିଲେ l ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ତଥା ଆମ ଭାଷାର ବିକାଶ ନିରନ୍ତର ଉଦ୍ୟମ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ସହାୟକ ହୋଇପାରିଅଛି l ଭବିଷ୍ୟତରେ ସମାଜର ତୃଣମୂଳ ସ୍ତରରୁ ଆରମ୍ଭ କରି କମନମ୍ୟାନ ପଏଟ୍ରି ଆଡକୁ ସମାଜର ସମସ୍ତ ବର୍ଗ ଯେପରିକି ସମାଜର ଶ୍ରମିକ, ଚାଷୀ ମୁଲିଆ, ନିଷ୍ପେସିତ, ଅତ୍ୟାଚାରିତା ଅବଳା,ଅସହାୟ ମଣିଷ ସମସ୍ତଙ୍କୁ ସାମିଲ୍ କରି ସେମାନଙ୍କ ସାରସ୍ୱତ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରିଲେ ସାହିତ୍ୟ ଭାଷାର ଉନ୍ନତି ନିଶ୍ଚିତ ହୋଇପାରିବ l ବର୍ତ୍ତମାନ ଭାଷା ସାହିତ୍ୟ କେବଳ ପୁରସ୍କାର ସର୍ବସ୍ବ ନ ହୋଇ ସମୂହ ସ୍ୱାର୍ଥ ପାଇଁ ପରସ୍ପରକୁ ସହଯୋଗୀ ବୋଲି ସମ୍ବୋଧନ କରିବା ଉଚିତ କାରଣ ଭାଷା ବଞ୍ଚିଲେ ହିଁ ସାହିତ୍ୟ ସୃଷ୍ଟି ହୋଇପାରିବ l କେବଳ କ୍ଲାସିକାଲ୍ ମାନ୍ୟତାକୁ କୁଣ୍ଢେଇ ନ ବସି ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇପାରିଲେ ଆମ ଓଡ଼ିଆ ଭାଷା ସୁରକ୍ଷିତ ହୋଇପାରିବ l ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସରକାରୀ/ ବେସରକାରୀ ଦପ୍ତରରେ ବହୁଳ ଭାବରେ ଓଡ଼ିଆ ଭାଷାର ବ୍ୟବହାର ତଥା ପ୍ରୟୋଗକୁ ଗୁରୁତ୍ୱ ପ୍ରଦାନ କରିଲେ ଏହା ଜନଜାତିର ଭାଷା ବୋଲି ସାରା ସଂସାରରେ ଆଦୃତ ହୋଇପାରିବ ଏବଂ ସରକାର ଏ ଦିଗରେ ଏହି ସମସ୍ତ ଯୋଜନାକୁ ଠିକ ରୂପେ ସାକାର କରିପାରିଲେ ଓଡ଼ିଆ ଭାଷାର ବିକାଶ ସାଧିତ ହୋଇପାରିବ l

 

*୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?*

:ଯେତେବେଳେ ମୁଁ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ଉତ୍ସବ ଗୁଡିକରେ ପରିବେଷଣ କରାଯାଉଥିବା ବିଭିନ୍ନ ଲୋକଗୀତ ତଥା କବିତା, ଗଳ୍ପ ଲେଖାରୁ ହିଁ ଆରମ୍ଭ ହୋଇଥିଲା ମୋ ରଚନା l ମୋ ପ୍ରଥମ ଲେଖା “ପ୍ରେମ” ଥିଲା ଯାହା କୋରାପୁଟ ଅଞ୍ଚଳର ସ୍ବନାମଧର୍ମୀ “ବୈଶାଖୀ” ନାମକ ପତ୍ରିକାରେ ପ୍ରକାଶିତ ହୋଇଥିଲା l ପର ମୁହୂର୍ତ୍ତରେ ଅନ୍ୟାନ୍ୟ ସାହିତ୍ୟିକ ଅନୁଷ୍ଠାନ ମାନେ ମୋ ଲେଖା ଯେତେବେଳେ ଫେସବୁକ ତଥା ହ୍ୱାଟ୍ସଅପ ମାଧ୍ୟମରେ ପୋଷ୍ଟ କରେ ସେତେବେଳେ ମୋ ଲେଖାକୁ ସମ୍ମାନ ଦେଇ ସାହିତ୍ୟିକ ଅନୁଷ୍ଠାନ ଗୁଡିକର ବିଚାରକ ମଣ୍ଡଳୀ ମୋ ଲେଖାକୁ ସମ୍ମାନ ଦେଇ ସର୍ବପ୍ରଥମେ ବୈଶାଖୀର ଜିଲ୍ଲା ସଂଯୋଜକ ତଥା ପ୍ରତିଷ୍ଠିତ କବି ଭାବରେ ମୋତେ ସ୍ୱୀକୃତି ପ୍ରଦାନ କରିଥିଲେ ଏବଂ ପର ମୁହୂର୍ତ୍ତରେ ବିଭିନ୍ନ ଅନୁଷ୍ଠାନ ମାଟିଲଗ୍ନା, ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ ଇତ୍ୟାଦି ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡିକ ମୋତେ ଏକ ପ୍ରତିଷ୍ଠିତ କବି ଭାବରେ ଜନ ସମାଜରେ ପରିଚୟ ସୃଷ୍ଟି କରିଲେ l

 

*୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?*

:ଆମେ ଶୁଣିଛେ ବଣ ମଲ୍ଲୀ ବଣରେ ଫୁଟି ବଣରେ ହିଁ ଝଡି ପଡେ ତାହାର ସୁନ୍ଦରତା ତଥା ସୁଗନ୍ଧକୁ ଉପଭୋଗ କରିବା ସହଜ ହୋଇପାରେନା l ତେବେ ସେହି ବଣ ମଲ୍ଲୀକୁ ସାଉଁଟିବାକୁ ତଥା ତାହାର ସୁଗନ୍ଧକୁ ଚତୁଃର୍ଦିଗରେ ମହକେଇବାକୁ କେବଳ ଅନଲାଇନ୍ ପ୍ରବେଶ ବେଶ୍ ଶ୍ରେୟସ୍କର ହୋଇପାରିଛି ଯେପରିକି ସାମାଜିକ ଗଣମାଧ୍ୟମ ହେଉ ଅବା ଫେସବୁକ, ହ୍ୱାଟ୍ସଅପ୍ ମାଧ୍ୟମରେ ଗୋଟିଏ ସ୍ଥାନରେ ବସି ଦେଶ-ବିଦେଶର ବିଭିନ୍ନ ସାହିତ୍ୟିକଙ୍କ ସହ ଭାବର ଆଦାନ-ପ୍ରଦାନ କରିହେବା ସହ ସେମାନଙ୍କ ସୃଷ୍ଟିକୁ ପଢିପାରିବାର ସୁଯୋଗ ସୃଷ୍ଟି ହୋଇପାରିଅଛି ତଥା ନିଜ କଲମ-କଳାର ସମ୍ପ୍ରସାରଣ ହେବା ସହ ଉପଯୁକ୍ତ ପାଠକବର୍ଗଙ୍କ ପାଖରେ ପହଞ୍ଚିବାର ରାସ୍ତା ମଧ୍ୟ ପ୍ରଶସ୍ତ ହୋଇପାରିଅଛି l ନୂଆପିଢ଼ୀର ପିଲାମାନେ ଵହି ଅପେକ୍ଷା ଇ ପୁସ୍ତକ ପଠନକୁ ପ୍ରାଧାନ୍ୟ ଦେଉଛନ୍ତି ତେଣୁ ଇ ପତ୍ରିକା ଏକ ଯୁଗୋପଯୋଗୀ ସ୍ୱାଗତଯୋଗ୍ୟ ପଦକ୍ଷେପ l ଅବଶ୍ୟ ଅନଲାଇନ୍ ର ପ୍ରବେଶ ମଧ୍ୟ କିଛିଟା ନକାରାତ୍ମକ ପ୍ରଭାବ ପକାଉଅଛି ତେବେ ଚାଲି ଜାଣିଲେ ବାଟର ଦୋଷ ଦେବା ସମସ୍ୟା ଉପୁଜିବ ନାହିଁ ବୋଲି ମୁଁ ହୃଦୟଙ୍ଗମ କରୁଅଛି l

 

*୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।*

: ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ମୋତେ ପ୍ରତ୍ୟେକ ସାରସ୍ୱତ ସ୍ରଷ୍ଟାଙ୍କ କବିତାର ଭାବ, ଭାଷା ସଂକେତ ଏବଂ ଶବ୍ଦର ମାଧୁର୍ଯ୍ୟ, ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ l ଯେଉଁଥି ପାଇଁ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ବିଶ୍ୱ ଦରବାରରେ ଏକ ସ୍ବନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ସ୍ୱୀକୃତି ଲାଭ କରିପାରିଅଛି l ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ସୂର୍ଯ୍ୟ ସମୀପ ଉଦୀୟମାନ ହେଲା ଭଳି ତାର ଚମକ ସାରା ସାରସ୍ୱତ ଦରବାରରେ ତଥା କବି ସମାଜରେ ଆବିର୍ଭାବ ତଥା ସ୍ୱୀକୃତି ପ୍ରଦାନ କରୁ ଏତିକି ହିଁ ମୋ ସୁଚିନ୍ତିତ ବାର୍ତ୍ତା ପ୍ରଦାନ କରୁଅଛି l

 

*୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?*

:ମୋ ଦ୍ୱାରା ସଂକଳନ ପ୍ରକାଶିତ ହୋଇଅଛି ଯାହା “ବୈଶାଖୀ” ନାମକ ପତ୍ରିକା ଅଟେ l ମୁଁ ସବୁବେଳେ ସମାଜରେ ପ୍ରତ୍ୟହ ଘଟୁଥିବା ଘଟଣାବଳୀ,ପାରିପାର୍ଶ୍ବିକ ପରିସ୍ଥିତି,ପରିବେଶ,ପ୍ରକୃତି ଇତ୍ୟାଦିକୁ ନେଇ ଶହଶହ ଅନୁଭୂତିର ସଂସ୍ପର୍ଶରେ ମୁଁ ଆସିଛି l ତେଣୁ ମୋର ସର୍ବଶ୍ରେଷ୍ଠ ସୃଷ୍ଟିର ଚୟନ ଦାୟିତ୍ୱ ମୁଁ ମୋର ପ୍ରିୟ ପାଠକବୃନ୍ଦ ଓ ସମୟ ଉପରେ ନ୍ୟସ୍ତ କରୁଛି l

 

*୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?*

:ହଁ ମୋର ସାହିତ୍ୟ ସହଜାତର ବନ୍ଧୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଯେଉଁଥିରେ ଲିଖନୀ ମୂନରୁ ଆଦୃତ କବିତା “ଉତ୍କଳ ଗୌରବ”,” “Our Heritage” ଭଳି କବିତା ( Poem) ଏହାର webside ( slfpoets.com) ରେ ପ୍ରକାଶିତ ହୋଇଅଛି l ଏହି webside ଅନ୍ୟ ସମସ୍ତ ଅନୁଷ୍ଠାନର webside ଠାରୁ ଟିକିଏ ସ୍ୱତନ୍ତ୍ର ତଥା ଭିନ୍ନ ଅଟେ l ଏହାର ଫୋଟୋଗ୍ରାଫି,ଲେଖା ଡିଜାଇନ୍, ନିର୍ଦ୍ଧିଷ୍ଟ କବିତା ଶୀର୍ଷକ ଫୋଟୋ ବହୁ ଉଚ୍ଚସ୍ତରୀୟ ଯାହାର ଉତ୍ପତ୍ତି ଅନ୍ତର୍ଜାତୀୟ କ୍ଷେତ୍ର ଫ୍ରାନ୍ସ ଦେଶରୁ ଆରମ୍ଭ ହୋଇଥିଲା l

 

*୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?*

 

:ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ କେବଳ ଅଞ୍ଚଳ ନୁହେଁ ସାରା ଭାରତ ତଥା ବିଶ୍ୱ ଜଗତର ବିଭିନ୍ନ କବି/କବୟିତ୍ରୀଙ୍କ କବିତା/ଗଳ୍ପ/ ପ୍ରବନ୍ଧ/ କାହାଣୀକୁ ଜନସମାଜରେ ଏକ ନୂତନ ପରିଚୟ ସୃଷ୍ଟି କରିବା ଦିଗରେ ସହାୟକ ହେବା ତଥା ଗୁଣବତ୍ତାର ବିକାଶ ଦିଗରେ ଏକ ନୂତନ ସୁର୍ୟୋଦୟ ଆଣିପାରିବାରେ ସହାୟକ ହୋଇପାରିଅଛି l ସେଥିପାଇଁ ଓଡିଶା ପ୍ରଦେଶରୁ କାହିଁ ପ୍ରାୟ ଏକଶହ ରୁ ଊର୍ଧ୍ଵ ଦେଶରେ ତାର ସ୍ୱୟଂ କାୟା ବିସ୍ତାର କରିସାରିଅଛି l ଏବଂ ଏହା କେବଳ ବିଭିନ୍ନ ଅଭିଜ୍ଞ ଗୁଣିଜ୍ଞାନୀ କବି/କବୟିତ୍ରୀ, ପରିଚାଳନା କମିଟି ସମ୍ପାଦକ, ସଭାପତି,ମୁଖ୍ୟ ଆବାହକ, ତଥା ସୂର୍ଯ୍ୟୋଦୟର ସମସ୍ତ ସୁଚିନ୍ତିତ ସଦସ୍ୟ/ସଦସ୍ୟାଙ୍କ ମିଳିତ ଉଦ୍ୟମରେ ସମ୍ଭବ ହୋଇପାରିଅଛି l

 

*ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ*

 

: *ସାହିତ୍ୟ*

        —————–

ସାହିତ୍ୟ ଅଟେ ଆମ ହୃଦୟ ଆବେଗ

     ତା ବିନା ମନ ଲାଗେ ବ୍ୟଥା

ସାହିତ୍ୟ ସାମର୍ଥ୍ୟକୁ କିଏ ଯେ କଳିବ

     ସାହିତ୍ୟ ବିନା ତୁଟେ ଆସ୍ଥା ll

 

ସାହିତ୍ୟ ଅଟେ ମୋ ପ୍ରିୟ ଭାଷା ମାଧୁର୍ଯ୍ୟ

      ମୋ ଗ୍ରାମ୍ୟ ଭାଷା ବର୍ଣ୍ଣବୋଧ

ସାହିତ୍ୟ ବିନା ନା ବର୍ଣ୍ଣନା କରି ହୁଏ

       ନିଜ ଭାଷା ସଂକେତବୋଧ ll

 

ସାହିତ୍ୟ ରଚେ ରଚନା,ପତ୍ରଲିଖନ

    କେବେ ଯେ ସାଜେ ଦରଖାସ୍ତ

ଲେଖା ହୁଏ କେବେ ନିଜ ଜୀବନ ଗୀତ

      ମନ ମୋ କରେ ଶାନ୍ତ ସୁସ୍ଥ ll

 

ମୋ ମନ ଡ଼ାଇରୀରେ ଆଣୁ ଏକ ଭାବ 

     ଯାହା ମୁଁ ମନ ଭରି ଲେଖେ

ଜାଣେନା ମନ କାହିଁ ସଦା ତୋତେ ଖୋଜେ

     ଆଖି ମୋ ତୋରି ଠାରେ ଲାଖେ ll

 

କବି, ଲେଖକ ଅଟନ୍ତି ଦ୍ଵିତୀୟ ଗୁରୁ 

    ଏ କଥା ଅଟେ ଧ୍ରୁବ ସତ୍ୟ

ସୁଧା ସାଧନା ବଳେ ଆଣନ୍ତି ସଂସ୍କାର 

     ରୂପ ନିଏ ଆମ ସାହିତ୍ୟ ll

 

*ତ୍ରିନାଥ ପଟ୍ଟନାୟକ*

    ( *ଅଧ୍ୟାପକ ତଥା କବି*)

  *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର*

 *ପୋ:ଜିଲ୍ଲା- କୋରାପୁଟ*

     *ମୋ:9438362172*

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *