April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Prasant Kumar Nath who hails from Kendrapada, Odisha for Suryodaya_Sambhranta_Saraswat_Samman – 2022* 

*Lets talk with Prasant Kumar Nath who hails from Kendrapada, Odisha for Suryodaya_Sambhranta_Saraswat_Samman – 2022* 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ-ପ୍ରଶାନ୍ତ କୁମାର ନାଥ

ପିତା ମାତା ଙ୍କ ନାମ- ଶ୍ରୀ ଯୁକ୍ତ ପରମେଶ୍ବର ନାଥ, ଶ୍ରୀମତୀ ବାସନ୍ତୀ ଲତା ନାଥ

ପିତା- ଶ୍ରୀଯୁକ୍ତ ପରମେଶ୍ବର ନାଥ

ମାତା– ଶ୍ରୀମତୀ ବାସନ୍ତୀ ଲତା ନାଥ

ସ୍ୱାମୀ/ସ୍ତ୍ରୀ ଙ୍କ ନାମ– ପୂଜା ରାଣୀ ନାଥ

ମହୀସ୍ପର୍ଶ ତାରିଖ/ଜନ୍ମଦିନ–୧୯୮୪, ଜୁଲାଇ ୧୦

ଶିକ୍ଷା ଗତ ଯୋଗ୍ୟତା– ୧୦ମ

ମେଲ ଆଇଡି prasantnath [email protected]

Prasan 1234

 

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

 

ଗୋଟେ ସାଧାରଣ ଲୋକର କିଛି ଚର୍ଚ୍ଚା ନଥାଏ କି ସେ ଚର୍ଚ୍ଚିତ ହେଲେ ମଧ୍ଯ ସହଜରେ ତାକୁ କେହି ଗ୍ରହଣ କରନ୍ତି ନାହିଁ। ଆଉ ବାକି ମୋ ଜୀବନ କଥା.. ମୁଁ ଜଣେ ଦାଦନ ବାରମାସ ବିଦେଶରେ। ଦାଦନର ମନ ନେଇ ଝୁରୁଥାଏ ଗାଁ ଓ ଘରକୁ। ମୋ ଜୀବନରେ ପ୍ରତି କ୍ଷଣ ସଂଘର୍ଷ କରେ ମୁଠାଏ ଦାନା ପାଇଁ। ପରିବାର ମୁହଁରେ ଟିକେ ହସ ଫୁଟାଇବା ପାଇଁ। ତଥାପି ମୁଁ ହାରିଯାଏ ଶ୍ରମ ସାର୍ଥକରେ କାରଣ ସ୍ଵଳ୍ପ ଅର୍ଥରେ ଛ ପ୍ରାଣୀ କୁଟୁମ୍ବ ପୋଷିବା ମୋ ପାଇଁ ହୁଏ ଭାରି। ତଥାପି ମୁଁ ଖୁସି ହୁଏ ତାଙ୍କ ମୁହଁ ଦେଖି। ଦୁଃଖତ ଆସେ ଅର୍ଥ ସମସ୍ୟା ନେଇ ଧାର କରଜ ରେ ମେଣ୍ଟେ ମୋର ଦୁଃଖର ଭାରି। 

 

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

 

ମୋ ବ୍ୟକ୍ତିଗତ ଜୀବନ ଉପରେ ସାହିତ୍ୟ ବା ସାରସ୍ଵତ ପ୍ରଭାବ ପଡ଼ିବାର ମୁଖ୍ୟ କାରଣ ହେଉଛନ୍ତି ମୋ ବାପା। ସାହିତ୍ୟ ସାଧନା ଓ ଭଗବତୀଙ୍କ ଆର୍ଶୀବାଦ ଵିନା କେଵେ ସମ୍ଭବ ନୁହେଁ। ମୋ ଅନୁଭୂତିରେ ମୁଁ ମୋ ବାପାଙ୍କୁ ଶ୍ରେୟ କହିବି। ସାହିତ୍ୟ ଜଗତକୁ ପ୍ରବେଶ କରିବା ପାଇଁ ସେ ମୋତେ ପ୍ରତ୍ୟକ୍ଷ ଭାବେ ନହେଲେ ବି ପରୋକ୍ଷରେ ଅନୁପ୍ରାଣିତ କରିଛନ୍ତି। ମୋ ସାହିତ୍ୟକୁ ମାର୍ଜିତ କରିବା ପାଇଁ ଅନେକ ସାହିତ୍ୟ ଭାଷା ଶିଖାନ୍ତି ଓ ଶାସ୍ତ୍ର ପୁରାଣ ପଢାନ୍ତି। 

 

 

 

 

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

 

ଏ ସବୁ ଭିତରେ ମୁଁ ଗୀତ ଵି ଲେଖେ। 

 

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

 

ମୋ ମତରେ ଭଲ କବିତାଟେ ଗୀତା ଭାଗବତ ଆଉ ଗପଟେ କହିଲେ ରାମାୟଣ ମହାଭାରତ ଛଡା ଭଲ ଗପ ଆମେ କେବେ କେଉଁ ଥିରେ ପାଇବା ନାହିଁ। ଯାହକି ଜୀଵନର ପ୍ରତ୍ୟେକ ଶିକ୍ଷଣୀୟ କଥା ଲେଖା ହୋଇଛି। 

 

 

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

 

ମୁଁ ମୋର ପ୍ରତ୍ୟେକ ଲେଖା ମାଧ୍ୟମରେ ସମାଜକୁ ଶାନ୍ତି ଓ ଶୃଙ୍ଖଳା ର ବାର୍ତ୍ତା ଦେବାକୁ ଭଲ ପାଏ। ସମାଜ ରେ ପ୍ରତ୍ୟେକ ଲୋକ ଶୃଙ୍ଖଳିତ ହେଲେ ସମାଜ ସୁସ୍ଥ ରହିବ

 

 

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

 

ସାହିତ୍ୟକୁ ଲେଖିବାକୁ ପଡ଼େ ନାହିଁ ସେ ଆପେ ଆପେ ଲେଖି ହୋଇ ଯାଏ। ପ୍ରକୃତ ସାହିତ୍ୟିକ ଙ୍କ ଭାବନାରେ ଆସିଯାଏ ସାହିତ୍ୟ। 

ମୁଁ ମୋ ବ୍ୟକ୍ତିଗତ ଅନୁଭୁତି କଥା କହୁଛି। କୌଣସି ଲେଖା ଲେଖିବକୁ ବସେ ଲେ ମୁଁ ଲେଖିପାରେ ନାହିଁ। ଯେପର୍ଯ୍ୟନ୍ତ ସେ ସାହିତ୍ୟ ଜଗତରେ ନିମଗ୍ନ ନହେଇ ମୋ ମନର ଭାବନ ଡୁବି ନଯାଏ ସତଚେଷ୍ଟା କରି ମଧ୍ୟ ମୋ କଲମ ଚାଲେ ନାହିଁ। ଯେଵେ ମୁଁ ହଜି ଯାଏ ସେ ଜଗତରେ, ତେଵେ ଆପେ ଆପେ ମୋ କଲମରୁ ଶବ୍ଦ ସବୁ ଝରି ପଡନ୍ତି ପଦ୍ୟ ହେଉ କି ଗଦ୍ୟ ଆକାରରେ। 

 

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

 

ଜଣେ ଆଦର୍ଶ ସାହିତ୍ୟିକ ସାହିତ୍ୟ ଯାତ୍ରାର ମୂଳ ଲକ୍ଷ୍ୟ ଭାଷା ଓ ସାହିତ୍ୟ ହେଵା ଦରକାର। ତାଙ୍କ ଲେଖା ମାଧ୍ୟମରେ ସମାଜକୁ କିଛି ବାର୍ତ୍ତା ମିଳୁଥିବା ଦରକାର। ତୁମର ଲେଖା ସମାଜରେ ଆଦୃତ ହେଲେ ଏହା ହିଁ ପ୍ରକୃତ ସଫଳତା। ମୋର ଏ କ୍ଷେତ୍ରରେ ଜୀଵନ ଯାତ୍ରା ଆରମ୍ଭ ମାତ୍ର। ମୋତେ ସେମିତି ସଫଳତା ମିଳିନାହିଁ। 

 

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

 

ମୋର ପ୍ରିୟ ସାହିତ୍ୟ ପତ୍ରିକା କେଦାର ଭାରତୀ,ଭଞ୍ଜଦୂତ,ବେଦାନ୍ତୀ ,ସମୟ ଚକ୍ର, ଉତ୍କଳ ଏକ୍ସପ୍ରେସ। 

ମୋର ପିଲାଦିନର ପ୍ରିୟ ପୁସ୍ତକ ଗୁଡ଼ିକ ଭାଗବତ, ସଭାଵିନୋଦ, ରାମାୟଣ, ମହାଭାରତ। 

 

 

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

 

ଆମ ଓଡିଆ ସାହିତ୍ୟ ବହୁତ ପୁରୁଣା। ଏହି ଭାଷା ସାହିତ୍ୟର ଆଦି ମୂଳ ଖୁଵ ଗଭୀର। ଏହାର ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି। ତାକୁ କେଵଳ ଜଣେ ସାଧନା ରତ ସୁସାହିତ୍ୟିକ ହିଁ ଅନୁଭଵ କରିବାରିବ। ଏ କଥା ଯଦି ଜଣେ ସାଧାରଣ ଲୋକକୁ ପଚରା ଯାଏ ସେ କେଵେ କହିପାରିବ ନାହିଁ। କାରଣ ସେ ଭାଷା ସାହିତ୍ୟ ଠୁ ବହୁ ଦୂରରେ ଥାଏ। ତାଙ୍କୁ ଅନୁଭଵ ହୁଏ ନାହିଁ ଯେ ଆମ ଭାଷା ସାହିତ୍ୟରେ ଅଦୃଶ୍ୟ ଶକ୍ତି ଅଛି। ମୁଁ ଅନୁଭବ କରିଛି ମୁଁ ଯେତେ ଯେତେ ସାହିତ୍ୟର ଗଭୀରତମ ଧାରକୁ ଯାଉଛି। ମୋତେ ସେତେ ସେତେ ସାହିତ୍ୟର ଶକ୍ତି ପରିପ୍ରକାଶ ହେଉଛି।।

 

 

 

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

 

ଆମ ପ୍ରାଚୀନ ପରମ୍ପରା ସାହିତ୍ୟ ଖୁବ ସୁନ୍ଦର ଓ ସୁଦୁଢ ଥିଲା ସେଥିରେ କେବଳ ସାହିତ୍ୟର ଭାଷା ଥିଲା। ଅନେକ ଛନ୍ଦ ତାଳ ସ୍ଵରରେ ସଜ୍ଜିତ ହୋଇ ଥିଲା। ପ୍ରକୃତ ସାହିତ୍ୟ ର ମର୍ଯ୍ୟାଦା ଥିଲା ସେ ସମୟରେ। 

ଆଧୁନିକ ସାହିତ୍ୟ ରେ ନା ଅଛି ସାହିତ୍ୟ ଭାଷା ନା ଅଛି ଛନ୍ଦ ତାଳ। ଯେମିତି ଲେଖିଦେଲେ ଗୋଟେ କବିତା। 

ଏହା ଦ୍ବାରା ସମାଜରେ ଆମ ସାହିତ୍ୟର ପତନ ଘଟୁଛି। ଆଧୁନିକ ସାହିତ୍ୟରେ ବସବର୍ତ୍ତୀ ହେଇ ପୁରାତନ ଭାଷା ସଂସ୍କୃତିକୁ ଭୁଲିଯାଉଛୁ। ଆମ ସାହିତ୍ୟ ପାଇଁ ନିହାତି ଭାବରେ ନକରାତ୍ମକ ପ୍ରଭାବ ପଡୁଛି। 

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

 

ମୁଁ ଗୋଟେ ଲେଖା ଲେଖିଦେଲେ ମୋତେ ଶାନ୍ତି ମିଳେ କିନ୍ତୁ ସେଇ ଲେଖା ପାଠକୀୟ ଆଦୃତି ହେଲେ ମୋତେ ଆତ୍ମସନ୍ତୋଷ ମିଳେ। ପୁରସ୍କାର ପାଇଁ ମୁଁ ଆକାଂକ୍ଷିତ ନୁହେଁ। 

 

 

 

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

 

ଓଡ଼ିଆ ଭାଷା ସାହିତ୍ୟର ବର୍ତ୍ତମାନ ସ୍ଥିତି ବହୁତ ଖରାପ କାରଣ ଆଜିକାର ଯୁବ ପିଢୀ ଏଥିପ୍ରତି ଯତ୍ନବାନ ନୁହଁନ୍ତି।ତାଙ୍କରି କାନ୍ଧରେ ଯାହାର ଭବିଷ୍ୟତ ଭାର। ବର୍ତ୍ତମାନ କିଛି ହାତଗଣତି ସୁସାହିତ୍ୟିକଙ୍କ ପାଇଁ ଜୀବିତ ଓଡ଼ିଆ ଭାଷା ସାହିତ୍ୟ। 

 

୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

 

ଯା ହେଉ ଯେଉଁ ମାନେ କବିତା କ୍ଷେତ୍ରକୁ ନୂଆ କରି ଆସୁଛନ୍ତି ଅନୁପ୍ରାଣିତ ହୋଇ। ସେମାନଙ୍କୁ ସ୍ବାଗତ ନିଶ୍ଚୟ। ସେମାନେ ଆଗ ଭଲ ଭାବରେ ଆମ ଭାଷା ସାହିତ୍ୟକୁ ବୁଝନ୍ତୁ । ନିଜ ବୁଝିଲେ ଅନ୍ୟକୁ ଵୁଝାଇ ପାରିବେ ସାହିତ୍ୟକୁ ବୁଝିପାରିବେ। 

 

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

 

ଓଡ଼ିଆ ସାହିତ୍ୟର ପାଇଁ ସରକାର ଯତ୍ନବାନ ହେଵା ସହିତ ଲୋକମାନଙ୍କ ମନରେ ଆଗ୍ରହ ରହିବା ଦରକାର। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାହିତ୍ୟକୁ ପ୍ରାଧ୍ୟାନ୍ୟ ଦେଲେ ତାହା ସମସ୍ତ ଦୁଷ୍ଟି ଆକର୍ଷଣ କରିପାରନ୍ତା। ସୁଦୁଢ ହେଵାରେ ସହାୟକ ହୁଅନ୍ତା। 

 

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

 

ଯେଵେ ଠୁ ଅନଲାଇନ୍ ରେ ସାହିତ୍ୟ ଆସର ସକ୍ରିୟ ହେଇ ଉଠିଲେ ।ସେଥିରେ ମୁଁ ସାମିଲ ହେଇ କଵି ହେଵାର ପରିଚୟ ମିଳିଲା। 

 

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

 

ହଁ ଏଥିରେ ହିଁ ଜଣେ ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେଉଛି। ଯଦିଓ ଏ ସେଵା ନଥାନ୍ତା ବଣମଲ୍ଲୀ ପରି ଅନେକ ଵଣରେ ଫୁଟି ବଣରେ ଝଡିପଡନ୍ତେ। ଏହା ଦ୍ଵାରା ଅନେକ ନୂତନ କଵି ଓ କବୟିତ୍ରୀ ସୁଯୋଗ ପାଇ ପାରୁଛନ୍ତି। 

 

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ

 

ହଁ ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ଵିଶ୍ଵ ସାହିତ୍ୟ ଜଗତରେ ଏକ ସୁନାମଧନ୍ୟ ଅନୁଷ୍ଠାନ ରୂପେ ନାଁ କରିଛି। ମୋ ଜାଣିବାରେ ଓଡିଶାରେ ଅନ୍ୟ କୌଣସି ସାହିତ୍ୟ ଅନୁଷ୍ଠାନ ବିଶ୍ଵ ଦରବାରରେ ପ୍ରତିଷ୍ଠିତ ହୋଇ ପାରିନାହାଁନ୍ତି। ମୁଁ ସୂର୍ଯ୍ୟୋଦୟ କୁ ହିଁ ଦେଖୁଛି ସେ ତା’ର ଆଧିପତ୍ୟ ବିସ୍ତାର କରିଚାଲିଛି। ଆଗକୁ ଆହୁରି ମଧ୍ୟ ଆଗକୁ ଯାଇପାରି ଵୋଲି ମୋର ଆଶା ଓ ବିଶ୍ବାସ। 

 

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

 

ନା ଏପର୍ଯ୍ୟନ୍ତ ମୁଁ ମୋର କୌଣସି ସଂକଳନ ପ୍ରକାଶିତ କରି ପାରି ନାହିଁ। 

 

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

 

ହଁ ହୋଇଛି। ଏଥିରେ ପ୍ରକାଶିତ କଵିତା ଵା ଗଳ୍ପ ସମଗ୍ର ବିଶ୍ଵରେ ପଢିପାରୁଥିବେ ନିଶ୍ଚୟ। 

 

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

 

ଏ ଅନୁଷ୍ଠାନ ଇଉନିସେଫ ସହ ଅନୁବନ୍ଧିତ ଏବଂ ଇଉନାଇଟେଡ ନେସନ ଦ୍ଵାରା ମଧ୍ୟ ଅନୁବନ୍ଧିତ ଥିବାରୁ ଆମେ ନିଶ୍ଚିତ ରୂପେ ଏହା ଏକ ଆନ୍ତର୍ଜାତିକ ସାହିତ୍ୟ ପ୍ରତିଷ୍ଠାନ ଵୋଲି କହିପାରିବା। 

 

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

 

ପ୍ରତି ମୁହୂର୍ତ୍ତରେ ମନ ସିନ୍ଧୁକ ରେ

    ଆନ୍ଦୋଳିତ କରେ ଯାହା

କଲମ ମୂନରେ ଆଙ୍କି ଦିଏ ଯିଏ

    ସାହିତ୍ୟ ହୁଅଇ ତାହା। 

 

ପ୍ରତି ମୁହୂର୍ତ୍ତରେ ସମୟ ଚକ୍ରରେ

     ସମାଜରେ ଘଟେ ଯାହା

ଆଙ୍କିଦିଏ ଯିଏ ଭାଷା ଶଵଦରେ

     ସାହିତ୍ୟ ହୁଅଇ ତାହା। 

 

ସରଳ ତରଳ ସେତ ଅନୁଭଵେ

     ସାହିତ୍ୟର ଧିର ଧାରା

ପଢିଲେ ଲେଖିଲେ ସଵୁ ଜାଣି ହୁଏ

    ସାହିତ୍ୟ ଦିଅଇ ଧରା।।

 

     

 

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *