October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with Prasanta Kumar Sethi for Suryodaya_Sambhranta_Saraswat_Samman – 2021*

Suryodaya_Sambhranta_Saraswat_Samman – 2021

ପ୍ରିୟ ସମ୍ପାଦନା ମଣ୍ଡଳୀ,

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ମୋ ନାମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଥିବାରୁ ମୁଁ ବେଶ ଗର୍ବିତ। ସେଥିପାଇଁ ଆଉଥରେ ଆପଣ ମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଓ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ପ୍ରଦାନ ପୂର୍ବକ ମୋର ମନୋବାକ୍ୟ ପ୍ରକାଶ କରୁଛି। ଆଶା କରେ ସାଦରେ ଗ୍ରହଣ କରିବା ହେବେ।

ନାମ– ପ୍ରଶାନ୍ତ କୁମାର ସେଠୀ
ପିତା ମାତା ଙ୍କ ନାମ: କାହ୍ନୁ ଚରଣ ସେଠୀ, ଉମାମଣୀ ସେଠୀ
ସ୍ତ୍ରୀ ଙ୍କ ନାମ: ମନୋରମା ସାମଲ
ମହୀସ୍ପର୍ଶ ତାରିଖ/ଜନ୍ମଦିନ– ୩୧ ଅଗଷ୍ଟ ୧୯୮୩
ଶିକ୍ଷା ଗତ ଯୋଗ୍ୟତା– MBA

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ଦୁନିଆର ଭିଡ଼ ଭିତରେ ତାଙ୍କୁ ଖୋଜିବାକୁ ଜମା ପଡେନି, ବେଶ ଦରଦୀ ଓ ସ୍ନେହୀ ମଣିଷଟେ ଭାବରେ ସେ ପିଲାଠାରୁ ବୃଦ୍ଧ ସମସ୍ତଙ୍କ ପାଖରେ ପ୍ରଶାନ୍ତ ଭାବେ ବେଶ ପରିଚିତ। ଜନ୍ମସ୍ଥାନ ତାଙ୍କ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପିରିପୁର ଗ୍ରାମରେ।
ଯୋଗ୍ୟତା ତାଙ୍କର ଏମ୍ ବି ଏ । ଦୁର୍ନୀତିରୁ ଦୂରରେ ରହିବା ପାଇଁ ସରକାରୀ ଚାକିରିରୁ ନିଜେ ଅବ୍ୟାହତି ନେଇ ପ୍ରଶାସନିକ ଅଧିକାରୀଭାବେ ବାଙ୍ଗାଲୋର ସ୍ଥିତ ଅନ୍ତର୍ଜାତୀୟ ଚାଇଲଡ଼ ଫଣ୍ଡ ସେବା ସଂସ୍ଥାରେ ସେ ବର୍ତ୍ତମାନ କାର୍ଯ୍ୟରତ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ସେବା ଓ ସରଳ ଜୀବନରେ ବିଶ୍ୱାସ କରେ ଓ ସାହିତ୍ୟ ପ୍ରତି ମୋର ଅହେତୁକ ସମ୍ପର୍କ। ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣପରି ଭାସି ଚାଲିଥିଲେ ମଧ୍ୟ ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣାବଳୀକୁ ଲୋକଲୋଚନକୁ ଆଣିବାରେ ମୋର ଲେଖନୀ ସର୍ବଦା ପ୍ରସ୍ତୁତ। ଅର୍ଦ୍ଧଶତକରୁ ଅଧିକ ସାହିତ୍ୟ ଅନୁଷ୍ଠାନ ସହିତ ମୁଁ ଜଡିତ। ମୋର ଶତାଧିକ ସାହିତ୍ୟ ସୃଷ୍ଟି ପାଠକ ମାନଙ୍କ ଦ୍ୱାରା ବେଶ ଆଦୃତ ଲାଭ କରିଛି।
ମୋ ଲେଖନୀ ମୁନରୁ….
ଗଳ୍ପ -ଫିକା ଫଗୁଣ, ଠିକଣା ହଜା ଚିଠି,ତୁମେ,
କବିତା – କନ୍ୟାଦାନ, କାର୍ଗିଲ ବିଜୟ ଦିବସ,ହୀମ ବୀର, ଫେରିଆସ ତୁମେ ବନ୍ଧୁ, ଦେଶପାଇଁ ମୁଁ ଜୀବନ ଦେବି, ଅଦୃଶ୍ୟ ଜଞ୍ଜିର, କେଉଁଠି ଦେବି ମୁଁ ତାଲା, କୃଷକ, ଆତ୍ମହତ୍ୟା, ସମ୍ପର୍କ, କର୍ତବ୍ୟ, ବୋଉ, ଲକ୍ଷ୍ୟ, ଦେଶପ୍ରେମୀ, ପ୍ରାର୍ଥନା, ରାକ୍ଷୀ, ନିସ୍ତବ୍ଧ ସ୍ଥିତି,ହେ ଈଶ୍ୱର ତୁମେ ହିଁ ବିଚାର କର, ବିଶ୍ୱାସ କରିବି କାହାକୁ, ସାଉଁଟା ଫୁଲ, କେମିତି ବଦଳିଗଲା ଏମିତି ସମୟ, ତଥାପି ବଞ୍ଚିଛି, କର୍ତବ୍ୟର ଆହ୍ୱାନ, ପଚାରନା ମୋତେ ମୁଁ କେମିତି ଅଛି, ଗରୀବର ଛବି, ମୁଁ ଘୃଣାକରେ,ଜନ୍ମଭୂମି, ଆସିବାକୁ କହି ଆସିଲ ନାହିଁ, କରନା ଯୋଦ୍ଧା, କେମିତି ପାଳିବି ଏ ସନ ରଜ, ଜଂଗଲେ ଲାଗିଛି ନିଆଁ, ଏ ପୃଥିବୀ କୁଆଡେ ତୁମର ଗତି, ତଥାପି ଯାଇଛି ବଂଚି, ବୃଥା ଆସଫଳନ, ରାବଣ ପୋଡି, ଯଜ୍ଞ ବେଦିରେ ଅର୍ଘ୍ୟ ତୁମେ, ଗଙ୍ଗା ପାପ କଲେ ଧୋଇବ କିଏ, ଆସ ଥରେ ବୁଲି ଯିବା ଅନ ଗାଁକୁ, ଦୁଖଃ ବଳୟରେ ନୂଆ ବରଷ, ସଂକଳ୍ପ ଓ ସମୀକ୍ଷା ଭିତରେ ଗଣତନ୍ତ୍ର, ଦୃଶ୍ୟର ଅନ୍ତରାଳେ, ଫେସବୁକ ନାୟିକା, ଫେରିଆସ ତୁମେ ବାପା, ଆହୁରି ଅନେକ……
ନାଟକ: ଏ ଦୁନିଆଟା ଟଙ୍କାର ଗୋଲାମ,
ଶାଶୁ ଘର ନୁହେଁ ଜେଲ ଖାନା
କଳା ଓ ସାହିତ୍ୟ ପାଇଁ ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛି। ସେଗୁଡିକ ମଧ୍ୟରୁ “ସାହିତ୍ୟ ଜୀବନ ଶେଷ୍ଠ କବି ସମ୍ମାନ, ମୋଲେଖା ମୋ ଦୁନିଆ ଶ୍ରେଷ୍ଠ କବି ସମ୍ମାନ, ସାହିତ୍ୟ ସଂସଦ କବିତା ସମ୍ମାନ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ସମ୍ମାନ, ଶ୍ରେଷ୍ଠ ଅଭିନେତା ସମ୍ମାନ, ଶ୍ରେଷ୍ଠ ବିତର୍କ ପ୍ରତିଯୋଗୀ” ଅନ୍ୟତମ।
ଓଡ଼ିଆ ସାହିତ୍ୟ ସାଧନାରେ ଅନେକ ଯୁବ ପ୍ରତିଭା ଆଗେଇ ଆସି ଦୁର୍ନିତମୁକ୍ତ ସମାଜ ଗଠନ ପାଇଁ ସ୍ୱର ଉତ୍ତୋଳନ କରି ଜନସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି।

କବିତା,ଗଳ୍ପ ଓ ନାଟକ ଆଦି ସବୁ ବିଭାଗ ରେ ମୋରର କଲମ ଚାଲେ।

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ସରଳ ଶବ୍ଦ ମାଧ୍ୟମରେ ଅନେକ ହୃଦୟକୁ ସ୍ପର୍ଶ କରି ସମାଜକୁ ପରିବର୍ତ୍ତନର କିଛି ବାର୍ତା ଦେବା ହିଁ ଭଲ କବିତା
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ସାମ୍ପ୍ରତିକ ସମାଜରେ ଘଟୁଥିବା ଘଟଣାବଳୀକୁ ଶାଣିତ ଲେଖନୀ ମାଧ୍ୟମରେ ଯୁବ ପ୍ରତିଭାଙ୍କୁ ପ୍ରେରଣା ଯୋଗାଇବା ସହିତ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ମୋର ଲେଖା ଗୁଡିକ ଯେପରି ଖୋରାକ ଯୋଗାଏ ସେଥିପାଇଁ ମୁଁ ଯଥେଷ୍ଟ ଯତ୍ନବାନ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
ସାହିତ୍ୟ ଲେଖିବାକୁ ପଡେ, ବାସ୍ତବତା ସହ କଳ୍ପନାକୁ ମାଟିରୁ ଆକାଶ ଓ ଆକାଶରେ ଇନ୍ଦ୍ରଧନୁ ଆଙ୍କିବା ହିଁ ସାହିତ୍ୟ।
ସଚେତକ ହୋଇ ସଚେତନତା ସୃଷ୍ଟି କରିବା ହିଁ ସାହିତ୍ୟ।
ଅନ୍ତର୍ନିହିତ ଗୁଣକୁ ପ୍ରକୃତ ଶବ୍ଦ ମାଧୁର୍ଯ୍ୟରେ ଗଢି ତୋଳିବା ହିଁ ସାହିତ୍ୟ। ବିଷୟକୁ ଗୁରୁତ୍ବ ଦେଇ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରିବା ହିଁ ସାହିତ୍ୟ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ଜଣେ ସାରସ୍ୱତ ସାଧକ ହିସାବରେ ପାଠକୀୟ ଆଦୃତି ପ୍ରଥମେ ଲାଭ କରିବା ଉଚିତ, ପରେ ଅନ୍ୟ ସବୁ ଆପେ ଆପେ ମିଳିଯାଏ।
ପୁରୁସ୍କାର କେବଳ ଉତ୍ସାହିତ କରେ, ଅଜସ୍ର ଭାଷା ସାହିତ୍ୟ ପାଇଁ ପ୍ରେରଣା ଯୋଗାଏ। ସାହିତ୍ୟ ପାଇଁ ଗତି ପଥ ପରିଷ୍କାର କରେ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ସାମାଜିକ ଗଣମାଧ୍ୟମ ଦ୍ଵାରା ଓଡ଼ିଆ ଭାଷା ସାହିତ୍ୟ ବର୍ତ୍ତମାନ ସ୍ଥିତିରେ ଖୁବ ନୂତନ ଶୈଳୀରେ ଧାଵମାନ ହେଉଛି। ଯୁବ ପିଢ଼ି ଖୁବ ସଂଖ୍ୟାରେ ଭାଗ ନେଉଥିଲା ବେଳେ ଵିଜ୍ଞ ସାହିତ୍ୟିକମାନଙ୍କ
ସଂଖ୍ୟା କ୍ରମଶଃ ହ୍ରାସ ପାଉଛି ଯାହା ଶୁଭଙ୍କର ନୁହେଁ।
୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ପୁରସ୍କାର ପ୍ରତି ଆଶା ନ ରଖି ନମ୍ର ସାହିତ୍ୟ ସାଧକ ଟିଏ ହୁଅନ୍ତୁ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଅନେକ ସାହିତ୍ୟ ସାଧକ ମାନେ ଆର୍ଥିକ ଦୁରାଵସ୍ଥା ଯୋଗୁଁ ସେମାନେ ବିଭିନ୍ନ କ୍ଷେତ୍ରରେ ପଛରେ ରହି ଯାଉଛନ୍ତି ଓ ଓଡ଼ିଆ ଭାଷା ସାହିତ୍ୟ ବହୁଳ ଭାବେ ପ୍ରଭାବିତ ହେଉଛି ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ଜରୁରୀ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି।
ଏମିତିରେ ୨୦୦୫ ମସିହା ଠାରୁ ଅନ୍ୟମାନେ ମୋତେ ଜଣେ ଯୁବ ବିପ୍ଲବୀ କବି ବୋଲି କହନ୍ତି ହେଲେ ନିଜକୁ ଏତେ ବଡ଼ ଉପାଧି ପାଇଁ ଯୋଗ୍ୟ ଭାବି ପାରିନି।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ବହୁତ ସୁନ୍ଦର। କିନ୍ତୁ ଶସ୍ତା ଲୋକ ସମ୍ପର୍କ ଦ୍ୱାରା ସାହିତ୍ୟ କେଉଁଠି ନା କେଉଁଠି ନିଜର ମାଧୁର୍ଯ୍ୟ ହରାଇଛି। ଅଯଥା ଗୁଡ଼ାଏ ଲେଖା ଭିତରେ ଶ୍ରେଷ୍ଠ ଲେଖା ଗୁଡିକ ସତେଯେମିତି କେଉଁଠି ଆତ୍ମଗୋପନ କଲାଭଳି ମନେ ହେଉଛି।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ଏହା ନିଶ୍ଚିତ ସତ୍ୟ। ପରିଚାଳନା ମଣ୍ଡଳୀର ଅକ୍ଲାନ୍ତ ପରିଶ୍ରମ ଓ ଯଥା ରୀତି ଉଦ୍ୟମ ପାଇଁ ଏହା ସମ୍ଭବ ହୋଇ ପାରିଛି।
SLF ଅଳ୍ପ ଦିନରେ ଯାହା କରିଛି ଓ ଯେଉଁଠି ସ୍ତରରେ ପହଂଚିଛି ତାହା ପାଇଁ ମୋର ଭାଷା କମ ହେବ।
ଅନେକଙ୍କର ସ୍ଵଛଳ ହାତ ପ୍ରସାରିତ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ଓ ନୂତନ ଯୋଜନା ପାଇଁ ବିଶେଷ ଅସୁବିଧା ହେବନାହିଁ। ଯେମିତି ସ୍ଥାୟୀ ସଦସ୍ୟ ମାନଙ୍କର ମାସିକ ସଭ୍ୟ ଅନୁଦାନ ପରି ଛୋଟ ଛୋଟ ସାହାଯ୍ୟ ଅନେକ ବଡ଼ ବଡ଼ କାର୍ଯ୍ୟ ହାତକୁ ନେବାରେ ସହାୟକ ହୋଇ ପାରିବ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?

ହଁ, ଅନୁଭବ ଏକ ନିରବ ଭାଷା, ମମତା ସ୍ପର୍ଶୀ ମା, ଶାଶ୍ୱତ ସଂକଳ୍ପ। କିଛି ସଂକଳନ ଅପେକ୍ଷାରେ।
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।

ପ୍ରଶାନ୍ତ କୁମାର ସେଠୀ
ଭଦ୍ରକ, ଓଡ଼ିଶା

Loading

7 thoughts on “*Lets talk with Prasanta Kumar Sethi for Suryodaya_Sambhranta_Saraswat_Samman – 2021*

  1. You’re so interesting! I don’t think I have read something like that before.
    So good to discover somebody with some unique thoughts on this subject.

    Seriously.. thank you for starting this up. This site is one thing that is required on the web,
    someone with a little originality!

    Feel free to visit my web site … tracfone

  2. An impressive share! I have just forwarded this onto a coworker
    who was conducting a little homework on this. And he actually ordered me lunch due to the fact that I found it
    for him… lol. So let me reword this…. Thanks for the
    meal!! But yeah, thanx for spending the time to talk about this topic here on your website.

  3. all the time i used to read smaller posts which also clear their motive, and that is also happening with this piece of
    writing which I am reading at this place.

Leave a Reply

Your email address will not be published. Required fields are marked *