Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ସୁନିତା ବାରିକ, ଢେଙ୍କାନାଳ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ– ସୁନିତା ବାରିକ
ପିତା– ରାଘବ ଚନ୍ଦ୍ର ନାୟକ
ମାତା– ଚାରୁଲତା ନାୟକ
ସ୍ବାମୀ– ଦେବୀ ପ୍ରସାଦ ବାରିକ
ଜନ୍ମ ତାରିଖ–୧୧.୦୫.୧୯୮୭
ଶିକ୍ଷା ଗତ ଯୋଗ୍ୟତା– +୨(କଳା)
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ଉତ୍ତର:- ନିଜ ସମ୍ପର୍କରେ କହିବାକୁ ଯାଇ କେବଳ ଏତିକି କହିବି ନିଜ ପିଲା, ପରିବାର ଓ ସାହିତ୍ୟ କୁ ନେଇ ବଞ୍ଚୁଥିବା ମଣିଷ ଟି ଏ ମୁୁଁ।ରାଗ, ଅଭିମାନ ର ଉର୍ଦ୍ଧ୍ବ ରୁ ଉଠି ଭଲପାଇବା ରେ ବଞ୍ଚିବାକୁ ଭଲ ପାଏ।ଅହରହ ସଂଘର୍ଷ ଜାରି ରଖି ଥାଏ ଜୀବନ କୁ ଭିନ୍ନ ଢ଼ଙ୍ଗରେ ଜିଇଁଵା ପାଇଁ। ଯେଉଁଠି ନା ଥିବ ଜାତି ଭେଦ,ବଡ଼ ସାନ, ଉଚ୍ଚ ନୀଚ୍ଚ ର ପ୍ରଭେଦ। ଥିବ ତ କେବଳ ନିର୍ଭେଜାଲ ପ୍ରେମ।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ଉତ୍ତର:- ସାହିତ୍ୟ ତଥା ସାରସ୍ବତ ଦୁନିଆ ଏମିତି ଏକ ପରିବେଶ ଯେଉଁଠାରେ ମଣିଷ ଅନେକ କିଛି ଶିଖିବାକୁ ପାଏ।ଭଲ ମନ୍ଦ,ପର ଆପଣା,ନୂଆ ପୁରୁଣା ର ତାରତମ୍ୟତା ଆପଣା ଛାଏଁ ଵୁଝା ପଡେ।ବହୁ ଗୁରୁଜନ ମାନଙ୍କ ର ଆଶୀର୍ବାଦ ପ୍ରାପ୍ତ ହୁଏ। ଯେଉଁ ମାନେ ହାତ ଧରି ଶିଖାନ୍ତି, ଆବଶ୍ୟକ ସ୍ଥଳେ କାନ ମୋଡନ୍ତି ଆଉ ଆମ ସଫଳତାରେ ସେ ହିଁ ଵେଶି ଖୁସି ହୁଅନ୍ତି।
ସାରସ୍ବତ ଦୁନିଆ ସହ ମୋର ବ୍ୟକ୍ତିଗତ ଅନୁଭୂତି ଅଛି ଯାହା ପାଇଁ ମୁଁ ନିଜକୁ ଗର୍ବିତ ଅନୁଭବ କରେ।
ଏମିତି କିଛି ବ୍ୟକ୍ତି ବିଶେଷ ମୋ ସହ ଜଡ଼ିତ ଅଛନ୍ତି ଯେଉଁମାନେ ପ୍ରତି ମୂହୁର୍ତ୍ତ ରେ ପଥପ୍ରଦର୍ଶକ ସାଜି ଆଗକୁ ବଢିବାର ପ୍ରେରଣା ଯୋଗାନ୍ତି। ସେମାନଙ୍କ ପାଇଁ ଯେତେ କହିଲେ ବି କମ୍ ହେବ।ଅବା ମୋ ପାଖରେ ବଖାଣିବା ପାଇଁ ଶବ୍ଦ ସବୁ ନିଅଣ୍ଟ ପଡ଼ିବ।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି।
ଉତ୍ତର:-ସାଧାରଣତଃ ମୁଁ କବିତା ଓ ଗଳ୍ପ ଲେଖାଲେଖି କରେ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଉତ୍ତର:- ମୋ ମତରେ ଯେଉଁ ଗଳ୍ପ ଓ କବିତା ପାଠକ ର ପ୍ରାଣ ଓ ହୃଦୟ କୁ ଛୁଇଁ ତା ଅନ୍ତଃମନକୁ ଆନ୍ଦୋଳିତ କରିବାର ସାମର୍ଥ୍ୟ ରଖେ ସେହିଭଳି ଲେଖା ହିଁ ଗୋଟିଏ ଭଲ କବିତା ବା ଗଳ୍ପ ରେ ବିବେଚିତ ହୁଏ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ଉତ୍ତର:-ଵଦଳୁ ଥିବା ସମୟ ସହ ଆଜିର ସମାଜ ରେ ଧିରେ ଧିରେ ପରସ୍ପର ପ୍ରତି ସ୍ନେହ,ପ୍ରେମ, ଦୟା, କ୍ଷମା ପରି ଭଲପାଇବା ଢେର୍ ପରିମାଣ ରେ କମିବାକୁ ଲାଗିଛି। ତେଣୁ ମୁଁ ମୋ କବିତା ମାଧ୍ୟମରେ ସମାଜ କୁ ପ୍ରେମ ବାଣ୍ଟିବା ଓ ପ୍ରେମ ରେ ଵଞ୍ଚିବା କହିବାକୁ ଭଲ ପାଏ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
ଉତ୍ତର:-ସାହିତ୍ୟ ଲେଖିବାକୁ ପଡେନି ବରଂ ଆପେ ଆପେ ଲେଖି ହେଇ ଯାଏ। ତା ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ,କାଳ, ପାତ୍ର ର ଆବଶ୍ୟକତା ଲୋଡା ପଡେନି।
ମୋର ଏ ନେଇ ବ୍ୟକ୍ତିଗତ ଅନୁଭୂତି ମଧ୍ୟ ଅଛି।
ବେଳେ ବେଳେ ଗାଧେଇବା ବେଳେ,ରୋଷେଇ କରୁ କରୁ ଏମିତି କି ଅଧରାତି ରେ ଲେଖା ଆସି ଯାଏ।ଆଉ ମୁଁ ସବୁ ଛାଡ଼ି ଲେଖାରେ ବସିଯାଏ। ଏମିତି କେତେଥର ହେଇଚି ଚୂଲି ରେ ଭାତ ଉତୁରିଛି,ଡାଲି ଅଲଣା ଵଘାରିଛି ଆଉ ତରକାରି,ଭଜା ପୋଡ଼ି ଯାଇଛି।
ଏତେ ସବୁ ପରେ ବି ମୁଁ ଦୁଃଖି ନୁହେଁ ବରଂ ଖୁସି ହେଇଛି ଯେ ତା ବଦଳରେ କବିତା କି ଗଳ୍ପ ଟେ ଲେଖନୀ ରୁ ଉତ୍ତୁରିଛି।
୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ଉତ୍ତର:- ମୋ ଜୀବନ ରେ ସାରସ୍ବତ ସାଧନା ଓ ସୃଜନଶୀଳତା ସବୁବେଳେ ଆତ୍ମସନ୍ତୋଷ ଓ ପାଠକୀୟ ଆଦୃତି ର ଆକାଂକ୍ଷା କରୁଥାଏ।
୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଉତ୍ତର:- ଓଡିଆ ଭାଷା, ସାହିତ୍ୟ ର ବର୍ତ୍ତମାନ ଓ ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ବୋଲି ମୁଁ ଦେଖୁଛି। କାହିଁକି ନା ଏବେକାର ତରୁଣ ଯୁବପିଢି ମାନେ ସାହିତ୍ୟ କୁ ନେଇ ଖୁବ୍ ସମ୍ବେଦନଶୀଳ। ସେମାନେ ସାହିତ୍ୟର ଏକ ନୂତନ ସମ୍ଭାବନା। ଯାହାଙ୍କୁ ନେଇ ଆଗାମୀ ଭବିଷ୍ୟତ ରେ ଆମ ଭାଷା ସାହିତ୍ୟ ଗର୍ବିତ ହେବା ସୁନିଶ୍ଚିତ।
୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ଉତ୍ତର:- ଯେଉଁମାନେ ନୂଆ କରି କବିତା କ୍ଷେତ୍ର କୁ ଆସୁଛନ୍ତି ସେମାନଙ୍କୁ କେବଳ ଏତିକି କହିବି କବିତା ଏକ ଏମିତି ଧାରା ଯେଉଁଥିରେ ବୁଡିବା ଏତେ ସହଜ ନୁହେଁ। ସେଥିପାଇଁ ଲୋଡା ଗଭୀର ଅଧ୍ୟବସାୟ, ସମର୍ପଣ ଓ ସର୍ବୋପରି ଏକ ସ୍ବଚ୍ଛ ଓ ନିର୍ମଳ ହୃଦୟ। ତେଣୁ ପ୍ରଥମେ ନିଜକୁ ସେହିଭଳି ଗଢ଼ିବା ନିହାତି ଜରୁରୀ। ତତ୍ ଵ୍ୟତିରକେ ନିଜ ସହ ଅନ୍ୟକୁ ପଢ଼ିବା ଓ ଵୁଝିବାର ଧୈର୍ଯ୍ୟ ନିଜ ଭିତରେ ପର୍ଯ୍ୟାପ୍ତ ପରିମାଣର ରହିବା ମଧ୍ୟ ନିତାନ୍ତ ଆବଶ୍ୟକ।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଉତ୍ତର:- ଓଡିଆ ସାହିତ୍ୟ ର ଭୂତ ଭବିଷ୍ୟତ ସମ୍ବନ୍ଧରେ ନୂତନ ଯୋଜନାର ନିହାତି ଆବଶ୍ୟକତା ରହିଛି। କାହିଁକି ନା ସାହିତ୍ୟ ବିନା ଏକ ସୁସ୍ଥ ଜୀବନ ର ପରିକଳ୍ପନା ଅସମ୍ଭବ।ତେଣୁ ସାହିତ୍ୟ ପ୍ରତି କିଭଳି ସମସ୍ତ ଙ୍କ ର ରୁଚି ବଢିବ ସେଥିପ୍ରତି ଧ୍ୟାନ ଦେବା ସହ ତା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମୁଁ ଅନୁଭବ କରୁଛି।
୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି।
ଉତ୍ତର:- ସତ କଥା କହିବାକୁ ଗଲେ ଏଯାବତ ମୁଁ ନିଜେ ମଧ୍ୟ ଜାଣେନି କବି ହେବାର ପରିଚୟ ମୋତେ କେଵେଠୁ ମିଳିଲା। କାହିଁକି ନା କବି ହେବା ଆଗରୁ ପ୍ରଥମେ ମୁଁ ଏକ ନିରୋଳା ପାଠିକା ଟିଏ। ଯିଏ ସମସ୍ତ ଙ୍କୁ ପଢିବାକୁ ଭଲପାଏ।ଯିଏ ଲେଖେ କମ୍ ଆଉ ପଢେ ବେଶି।
ବାକି ପାଠକ ମାନଙ୍କ ଭଲପାଇବା ମୋତେ ଏ ଯାଏଁ ଆଣି ପହଞ୍ଚେଇ ପାରିଛି।
୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଉତ୍ତର:- ପ୍ରତିଟି ଜିନିଷ ରେ କିଛି ଭଲ ଆଉ କିଛି ଖରାପ ଗୁଣ ନିହାତି ନିହିତ ଥାଏ। ଠିକ୍ ସେମିତି ସାହିତ୍ୟ ରେ ଅନଲାଇନ୍ ର ପ୍ରବେଶ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ଉତ୍ତର:- ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ୱ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ। ଯେ ନିଜର ସ୍ଵାତନ୍ତ୍ରତା କୁ ବିଶ୍ଵ ଦରବାରରେ ପହଞ୍ଚ କରିପାରିଛି ନିରବଚ୍ଛିନ୍ନ ଭାବରେ। ଏଠି ବ୍ୟକ୍ତି ନୁହେଁ ବରଂ ବ୍ୟକ୍ତିତ୍ଵ କୁ ପରଖି ତାର ମୂଲ୍ୟାୟନ କରାଯାଏ।ବ୍ଯକ୍ତିର ଗୁଣବତ୍ତା ସ୍ପଷ୍ଟ ରୂପେ ବାରି ହୋଇ ପଡ଼େ।
ଯାହା ଦ୍ଵାରା ଯୋଗ୍ୟ ବ୍ୟକ୍ତି ଟି ଏ ପଛରେ ପଡି ରହେ ନାହିଁ। ବରଂ ନିଜର ପାରଦର୍ଶିତା ଦେଖାଇ ସମଗ୍ର ବିଶ୍ୱ ରେ ନିଜର ମାନ ପ୍ରତିଷ୍ଠା କରିବାରେ ନିଜକୁ ସାମର୍ଥ୍ୟ କରିପାରେ।। ସେଥିପାଇଁ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ।
୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
ଉତ୍ତର:- ହଁ। ଏଇ ନିକଟରେ ପ୍ରକାଶ ପାଇଛି ମୋର ପ୍ରଥମ କବିତା ସଂକଳନ ପ୍ରେମର ଅଫେରା ଵାଟ।ଯାହା କେବଳ ମୋର ସ୍ବପ୍ନ ନଥିଲା ବରଂ ଆମ ସ୍ଵାମୀ ସ୍ତ୍ରୀ ଉଭୟଙ୍କ ର ସ୍ଵପ୍ନ ଥିଲା। ମୋଟ୍ ୫୮ ଟି ପ୍ରେମ କବିତାକୁ ନେଇ ପଶ୍ଚିମା ପବ୍ଲିକେସନ ଦ୍ବାରା ପ୍ରକାଶିତ ଏହି ବହି ଟି ର ମୂଲ୍ୟ ରହିଛି ମାତ୍ର ୧୧୦ ଟଙ୍କା।
ମୋ ଭାଷାରେ ସାହିତ୍ୟ ଏକ କବିତା ମାଧ୍ୟମରେ:-
କବିତା- ସାହିତ୍ୟ
ସାହିତ୍ୟ ମୋ ପାଇଁ ପୂଜା ଵାର ବ୍ରତ
ଦେଵାଳୟ ତୀର୍ଥ ରାଜି
ଯା’ ବିନା ଜୀବନ ମରୁମରିଚୀକା
ଲୋଡା ନାହିଁ ଆଉ କିଛି।ତା ଵିନା ଜୀବନ ଲାଗେ ଭାରି ତୁଚ୍ଛ
ସେ ମୋ ପୁନେଇଁ ଜହ୍ନ ରାତି
ତା ହାତ ଧରି ବାଟ ଚାଲୁ ଚାଲୁ
ପଡେନା କେବେ ମୁଁ ଥକି।ତା ହସ ଧାରେ ଖୁସି ହୁଏ ସିନା
ତା ଦୁଃଖରେ ହୁଏ ଦୁଃଖି
ଜିଉଁଛି ଜିଇଁବି ତା ପାଇଁ ମୁଁ
ଦିବା ରାତି ଅର୍ହନିଶି।ଜୀବନ ଠୁ ଅଧିକ ଭଲପାଏ ତାକୁ
ତା ବିନା ମୁକତି କାହିଁ
ଯୁଗେ ଯୁଗେ ମୋ ଭାଷା ସାହିତ୍ୟ ର
ଜୟ ଜୟ ଶୁଭୁ ଥାଉ।
ସୁନିତା ବାରିକ
ଦକ୍ଷିଣ କାଳୀ ରୋଡ଼,ଢେଙ୍କାନାଳ