March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*Lets talk with Rashmibala Satapathy for Suryodaya_Sambhranta_Saraswat_Samman – 2021*

 

Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ରଶ୍ମୀବାଳା ଶତପଥୀ, ଯାଜପୁର, ଓଡିଶା

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ-ରଶ୍ମୀବାଳା ଶତପଥୀ
ପିତାଙ୍କ ନାମ – କୈଳାଶ ଚନ୍ଦ୍ର ଶତପଥୀ
ମାତାଙ୍କ ନାମ – ଜୟନ୍ତୀ ଶତପଥୀ
ସ୍ୱାମୀଙ୍କ ନାମ – ବିଶ୍ୱଜିତ୍ ସାହ
ଜନ୍ମଦିନ-୦୨ ଅକ୍ଟୋବର ୧୯୯୫
ଶିକ୍ଷା ଗତ ଯୋଗ୍ୟତା– +3 arts (d.el.ed)
ଠିକଣା – ଯାଜପୁର ଟାଉନ୍, ଯାଜପୁର

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ଉତ୍ତର – ମୋ ବିଷୟରେ ମୋ ଅପେକ୍ଷା ମୋ ଆତ୍ମୀୟ ସ୍ୱଜନ ଅଧିକ ଭଲ ଭାବରେ କହିପାରିବେ ।ଏତିକି କହିବି ଜୀବନ ର ପଥ ସଂଘର୍ଷମୟ ,ସେହି ପଥକୁ ହସି ହସି ସାମ୍ନା କରିବା ଦରକାର।ମୁଁ ବହୁତ ସରଳ ଜୀବନ ଯାପନ କରିବାକୁ ଭଲ ପାଏ ଏବଂ ସବୁବେଳେ ହସୁଥାଏ ଅନ୍ୟକୁ ବି ହସେଇବାକୁ ଚେଷ୍ଟା କରିଥାଏ।

 

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ଉତ୍ତର – ନିଶ୍ଚିତ ଭାବରେ ଏହି ସାରସ୍ଵତ ଦୁନିଆ ମୋତେ ବହୁତ୍ ଶାନ୍ତି ଦିଏ ,ସମସ୍ତ ପ୍ରକାର ଦୁଃଖ ମୁଁ ଭୁଲିଯାଏ ମୋ ସାହିତ୍ୟ ଦୁନିଆରେ ପ୍ରବେଶ କଲେ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି।

ଉତ୍ତର – ମୁଁ ମୁଖ୍ୟତଃ ବାସ୍ତବଧର୍ମୀ କବିତା ପସନ୍ଦ କରେ।ଆଜିକାଲି ସମାଜର ଦୃଷ୍ଟିଭଙ୍ଗୀକୁ ନଜରରେ ରଖି ମୁଁ ଗଳ୍ପ ମଧ୍ୟ ଲେଖା ଲେଖି କରେ।କାଳ୍ପନିକ କବିତା ଲେଖିବାକୁ ମୁଁ ପସନ୍ଦ କରେନି।ବାସ୍ତବତା ମୋ କବିତାର ଧର୍ମ ବୋଲି ମୁଁ ଭାବେ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ଉତ୍ତର – ଭଲ ଗପ ବା ଭଲ କବିତା ଲେଖକ ଓ ଲେଖିକାଙ୍କ ମାନସିକ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ।ନିଜର ଲେଖିବା ଶୈଳୀରେ ଆମେ ସମାଜକୁ କିଛିଟା ଭଲ ବାର୍ତ୍ତା ଆମ ଲେଖା ମାଧ୍ୟମରେ ଦେଇ ପାରିଲେ ମୋ ହିସାବରେ ସେଇଟା ହିଁ ନିଶ୍ଚିତ ଭଲ ହେବ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

ଉତ୍ତର – ମୋ ଲେଖା ମାଧ୍ୟମରେ ସମାଜକୁ ବାସ୍ତବତାର ବାସ୍ନା ଦେବାକୁ ଚାହେଁ ଏବଂ ଜୀବନର ପ୍ରକୃତ ଅର୍ଥ ବୁଝେଇ ଦେବାକୁ ଚେଷ୍ଟା କରେ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?

ଉତ୍ତର – ମୋ ବ୍ୟକ୍ତିଗତ ଅନୁଭୂତି ରେ ମୁଁ କହିବି ଯେ ସାହିତ୍ୟ ଆପେ ଆପେ ଲେଖି ହୋଇଯାଏ।ସାହିତ୍ୟ ମନକୁ ଶାନ୍ତ କରେ।ମୋ ଜୀବନର କୁଢ଼ କୁଢ଼ ଅବ୍ୟକ୍ତ ମନର ଭାବ କୁ ମୁଁ ପ୍ରକାଶ କରିଥାଏ କବିତା ମାଧ୍ୟମରେ। ଏକାନ୍ତର ର ସାଥୀ ଭାବେ ମୁଁ ସାହିତ୍ୟକୁ ବାଛେ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ଉତ୍ତର – ପ୍ରଥମେ ଆତ୍ମସନ୍ତୋଷ ଆଶା କରିଥାଏ ତତ୍ ପରେ ନିଶ୍ଚିତ ଭାବରେ ପାଠକୀୟ ଆଦୃତି।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଉତ୍ତର – ଓଡ଼ିଆ ଭାଷା ସାହିତ୍ୟ ବର୍ତ୍ତମାନ ଉନ୍ନତିର ପଥରେ ଅଗ୍ରଣୀ ଏବଂ ଭବିଷ୍ୟତ ଉଜ୍ଵଳମୟ।

୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ଉତ୍ତର – ପ୍ରକୃତରେ ମୁଁ ବି ଜଣେ ନୂଆ ଲେଖିକା ମୋର ବି ଏତେ ବି ଅଭିଜ୍ଞତା ଆସିନି ସାହିତ୍ୟ କୁ ନେଇ , ବାସ୍ ଏତିକି କହିବି ଲେଖା ଜାରି ରଖନ୍ତୁ ।
ଉଦ୍ୟମ କରି ଚାଲନ୍ତୁ ଦେଖିବେ ନିଶ୍ଚିତ ସଫଳତାର ସ୍ଵାଦ ଚାଖି ପାରିବେ

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଉତ୍ତର – ମୋର ତ ଏତେ ବି ଜ୍ଞାନ ନାହିଁ ଯେ ମୁଁ ଏ ବିଷୟରେ ମତ ପ୍ରଦାନ କରି ପାରିବି ତଥାପି ଏତିକି କହିବି ଓଡ଼ିଆ ସାହିତ୍ୟକୁ ବ୍ୟବସାୟ ଦୃଷ୍ଟିରେ ନ ଦେଖି ଏହାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଦେଖିବା ଉଚିତ୍।କାରଣ ମୁଁ ଭାବେ ଯେଉଁ ଦିନୁ ପୃଥିବୀ ସୃଷ୍ଟି ହୋଇଛି ସେବେ ଠୁ ସାହିତ୍ୟର ସୃଷ୍ଟି।ଆମ ପ୍ରତି ରକ୍ତକଣିକା ସାହିତ୍ୟମୟ ,ଏଥିରେ ଦ୍ଵିମତ ନାହିଁ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି।

ଉତ୍ତର – ମୁଁ ଏବେ ଯାଏ ବି ଭାବି ନାହିଁ କି ଜଣେ କବି ହେବାର ଦକ୍ଷତା ମୋ ପାଖେ ଅଛି ବାସ୍ ଆପଣ ମାନଙ୍କ ଆଶୀର୍ବାଦ ଆଉ ଭଲ ପାଇବା କିଛି ସାଉଁଟି ପାରିଛି ବୋଲି ମୁଁ ଭାବେ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଉତ୍ତର – ନିଶ୍ଚିତ ଭାବରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ କାହିଁକି ନା ମୁଁ ବ୍ୟକ୍ତିଗତ ଭାବରେ କହିବି ଯେ ଯଦି ବି ଆଜି ମୁଁ ଆପଣ ମାନଙ୍କ ସାମ୍ନାରେ ପରିଚିତ ହୋଇ ପାରିଛି ସେଇଟା କେବଳ ଏହି ସୋସିଆଲ ମିଡ଼ିଆ ଜରିଆରେ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ଉତ୍ତର – ବିଶ୍ଵର ପ୍ରତିଟି କୋଣ ଅନୁକୋଣରେ ସୁପ୍ତ ସାହିତ୍ୟକୁ ଜାଗ୍ରତ କରିବା ଯେଉଁ ଲକ୍ଷ୍ୟ ନେଇ ଏହି ଅନୁଷ୍ଠାନ ଅଗ୍ରସର ହେଉଛି ବାସ୍ତବରେ ମୁଁ ନତମସ୍ତକ ହୋଇ ପ୍ରଣାମ ଜଣାଉଛି। ବଣମଲ୍ଲୀ ଫୁଟି ଝରି ଯାଉଥିବା ସମୟରେ ଏହି ଅନୁଷ୍ଠାନ ତୋଳି ଆଣି ଫୁଲ ମାଳାରେ ଗୁନ୍ଥି ଦେଉଛି ସାହିତ୍ୟର ପ୍ରତିଭାଧାରୀ ସାରସ୍ଵତ ସ୍ରଷ୍ଟା ମାନଙ୍କୁ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?

ଉତ୍ତର – ମୋର ବହୁତ୍ ଗୁଡ଼ିଏ କବିତା ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ।ନିକଟରେ ମୋର ଗୋଟେ ମିଳିତ ସଙ୍କଳନ ହୋଇଛି ଯାହାର ନାମ ‘ବୈଶାଖୀର ବାଲିଝଡ଼’।ନିଜସ୍ଵ ସଙ୍କଳନ ପାଇଁ ପ୍ରସ୍ତୁତ ହୋଇନାହିଁ ।ଭଗବାନଙ୍କ ଆଶୀର୍ବାଦ ଆଉ ଆପଣ ମାନଙ୍କ ଭଲ ପାଇବା ଥିଲେ ନିଶ୍ଚୟ ହେବ ବୋଲି ମୋ ଆଶା ଓ ବିଶ୍ବାସ।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ଉତ୍ତର –
ଶୀର୍ଷକ – ‘ମୋ ଅନୁଭୂତିରେ ସାହିତ୍ୟ’

ହେ ସାହିତ୍ୟ,
ଅବ୍ୟକ୍ତ ମନର ଭାବନା ତମେ
ନୟନର ଅଶ୍ରୁଧାରାରେ ତମେ
ବାରିଧିରେ ଆଶାରେ ଜୁଆର ତମେ
ନଭର ଉଜ୍ଵଳତମ ଜ୍ୟୋତିଷ୍କ ତମେ ।।

ହେ ସାହିତ୍ୟ,
ପକ୍ଷୀ କାକଳିର ମଧୁର ଧ୍ବନିରେ ତମେ
ଶିଶୁଟିର ପ୍ରଥମ କ୍ରଦନ ଶବ୍ଦରେ ତମେ
ନିଶବ୍ଦ ରାତ୍ରିର ଅଜସ୍ର ଚିନ୍ତାଧାରା ତମେ
ଶାନ୍ତ ସ୍ନିଗ୍ଧ ହୃଦୟର ବାର୍ତ୍ତାରେ ତମେ ।

ହେ ସାହିତ୍ୟ,
ସୃଷ୍ଟିର ଆଦ୍ୟର ଓଁ କାର ଧ୍ଵନି ତମେ
ସୃଷ୍ଟିର ବିଲୟର ତାଣ୍ଡବରେ ତମେ
ଅବିରାମ ଗତିର ପ୍ରବାହଶୀଳ ତମେ
ସମୟ ସୁଅର ପ୍ରକାଶଭଙ୍ଗୀରେ ତମେ।

ହେ ସାହିତ୍ୟ ,
ବିଭିନ୍ନ ଯୁଗର ଅୟମାରମ୍ଭ ତମେ
ସାହିତ୍ୟିକ ଙ୍କର ଦିଗ୍ଦର୍ଶନ ତମେ
ମହାରଥୀଙ୍କ ଲେଖନୀରେ ତମେ
ଯୁଗସ୍ରଷ୍ଟା ପ୍ରବର୍ତ୍ତକଙ୍କ ଭାବନାରେ ତମେ।

ହେ ସାହିତ୍ୟ ,
ବିଶ୍ଵ ଭାତୃତ୍ୱର ପରିଚାୟକ ତମେ
ଅନ୍ଧକାରରେ ଆଶାର କିରଣଟେ ତମେ
ତୁମ ବିନୁ ଏ ସଂସାର ମରୁଶୁଷ୍କ ପ୍ରାୟ
ତୁମ ଆଗମନେ ସଂସାର ସବୁଜିମାମୟ।

ରଶ୍ମିବାଳା ଶତପଥୀ

 3,710 total views,  1 views today

Leave a Reply

Your email address will not be published. Required fields are marked *