March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Prasanna Kumar Meher for Suryodaya_Sambhranta_Saraswat_Samman – 2021*

Lets talk with Prasanna Kumar Meher for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ-ପ୍ରସନ୍ନ କୁମାର ମେହେର
ପିତା ମାତା ଙ୍କ ନାମ-
ପିତା- ଧନମାଲା ମେହେର
ମାତା– ଉର୍ମିଳା ମେହେର

ସ୍ତ୍ରୀ ଙ୍କ ନାମ– ଚୁମ୍କି ମେହେର
ମହୀସ୍ପର୍ଶ ତାରିଖ/ଜନ୍ମଦିନ୨୦-୦୩-୧୯୭୭
ଶିକ୍ଷା ଗତ ଯୋଗ୍ୟତା– +୨ ବିଜ୍ଞାନ ସିଟି

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ଉ- ମନ୍ଦିରମାଳିନୀ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ପବିତ୍ର ମାଟିରେ ମୋର ବାସସ୍ଥାନ।ଆମ ପରିବାରର ପାଞ୍ଚୋଟି ସନ୍ତାନସନ୍ତତି (ତିନି ଭଉଣୀ ,ଦୁଇ ଭାଇ )ମଧ୍ୟରୁ ମୁଁ ସର୍ବ କନିଷ୍ଠ ପୁତ୍ର।
ତେଣୁ ପ୍ରଭୁ ପରମାନନ୍ଦ ଙ୍କ ପ୍ରସନ୍ନତା ବଳରେ ମୋତେ ପାଇଥିବାରୁ ଖୁସିରେ ନାମକରଣ କରନ୍ତି ମୋର ନାମ ‘ପ୍ରସନ୍ନ’ ।
କୈଶୋର ବୟସରୁ ପାଠ ଅଧ୍ୟୟନ ରେ ମୋର ପ୍ରବଳ ଆଗ୍ରହ ଦେଖି ମୋର ପିତା ଗ୍ରାମର ସୁପରିଚିତ ବିଜ୍ଞ ଗୁରୁ ଶ୍ରୀ ଇନ୍ଦ୍ରମଣି ଥନାପତିଙ୍କର ସାନିଧ୍ଯରେ ଗୁରୁକୁଳ ଆଶ୍ରମ ସଦୃଶ ବିଦ୍ଯାଅର୍ଜନ କରିବାର ସୌଭାଗ୍ୟ ଲାଭ କରିଛି।ସଦ୍ୟ ସାନ୍ଦିପନି ଗୁରୁ ଆଶ୍ରମରେ କୃଷ୍ଣ ବଳରାମଙ୍କ ବିଦ୍ଯାଲାଭ ପରି ମୋର ଜୀବନରେ ପ୍ରତୀୟମାନ ହୁଏ।
ବର୍ତ୍ତମାନ ମୁଁ ସୁବର୍ଣ୍ଣପୁର ଜିଲ୍ଲାର ମହୁଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ।
“କବିତା  ଲେଖିବା ମୋର  ନିଶା
ଶିକ୍ଷାଦାନ ମୋଜୀବନର ପେଶା”

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ଉ- ସାରସ୍ବତ ଦୁନିଆ ମାଧ୍ଯମରେ ସାହିତ୍ୟ ଜଗତରେ ନିଜକୁ ପ୍ରତିଷ୍ଠିତ କରିବାର ଜିଜ୍ଞାସା ସଞ୍ଚରିଛି।ନିଜର ଆବେଗିକ ମନୋଭାବକୁ ଜନତାଙ୍କର ସମ୍ମୁଖରେ ଲେଖନୀ ମୁନରେ ପରିପ୍ରକାଶ କରିବାର ଆଶା ଓ ବିଶ୍ବାସ।
ମୋର ଜନ୍ମଭୂମି ର ଗୋୖରବ ତଥା ଦେଶ ମାତୃକାର ଜୟଗାନ ସଙ୍ଗେ ସଙ୍ଗେ ମାନବ ଜନ୍ମର ସାର୍ଥକତା କୁ ଆତ୍ମ ଉପଲବ୍ଧି କରିବାରେ ମୋର କବିତା ଲେଖାର ସନ୍ଦେଶ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ଉ- ମୁଁ କବିତା ସହିତ ପ୍ରବନ୍ଧ ଲେଖାଲେଖି କରିଥାଏ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଉ- ମୋ ମତରେ ଭଲ କବିତାଟିଏ ବା ଗପଟିଏ ତାହାକୁ କହିବି ଯେଉଁ ରଚନାରେ ସମାଜ ଉପରେ କିଛି ନବ ଜାଗରଣ ବାର୍ତ୍ତା ସହ ଭାଷା ସାହିତ୍ୟର ଉନ୍ନତି ପରିଲକ୍ଷିତ ହେବାର ଅନୁମେୟ ହୁଏ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ଉ- ମୁଁ ଲେଖା ମାଧ୍ଯମରେ ଜନସାଧାରଣଙ୍କୁ ସାହିତ୍ୟ ପ୍ରତି ଆଗ୍ରହ ତଥା ରୁଚି ରଖି ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ସାହିତ୍ୟର ଉତ୍ତରୋତ୍ତର ବିକାଶ ସାଧନ ପାଇଁ ପ୍ରତିଟି ହୃଦୟରେ ନବଚେତନା ଜାଗ୍ରତ ହେବା ବାଞ୍ଛନୀୟ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?
ଉ- ସାହିତ୍ଯ  ଆବେଗିକ ମନରେ ଲେଖି ହୋଇଯାଏ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ଉ- ଆତ୍ମସନ୍ତୋଷ ବଳରେ ସାଧନା ଓ ସୃଜନଶୀଳତା ଉପଲବ୍ଧି କରିହୁଏ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଉ- ଓଡ଼ିଆ ଭାଷା ସାହିତ୍ୟର ଚରମ ଉନ୍ନତି ସଙ୍ଗେ ସଙ୍ଗେ ସାହିତ୍ଯ ଜଗତରେ ଅମ୍ଳାନ ପ୍ରତିଭା ଉଦ୍ରେକ ର ବିକାଶ ସାଧନ ହେବା ପାଇଁ ଆତ୍ମ ଦର୍ଶନ ମନେ କରେ। ଏକ

୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ଉ- କବିତା ମାଧ୍ୟମରେ ସାହିତ୍ୟ କ୍ଷେତ୍ରରେ ସମାଜରେ ଭାଷାର ଉନ୍ନତିକୁ ଲକ୍ଷ୍ୟ କରି ସମାଜରେ ସାହିତ୍ଯ ପ୍ରତି ଅଭିରୁଚି ଜାଗ୍ରତ କରିବା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରେ।
କବିତାରେ ନବଜାଗରଣ ତଥା ନବଚେତନା ଜାଗ୍ରତ ହେବା ସଙ୍ଗେ ସଙ୍ଗେ ନିଜ ଜୀବନରେ ପ୍ରଭାବ ପକାଉଥିବ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଉ- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ଏପରି ପରିକଳ୍ପନା ଅନୁମେୟ ହୁଏ ଯେପରି ପ୍ରତିଟି ହୃଦୟରେ ସାହିତ୍ୟ ପ୍ରତି ଅନୁରକ୍ତି ଜାଗ୍ରତ ହେବା ସହିତ ଓଡ଼ିଆ ବାଣୀ ଭଣ୍ଡାରକୁ ନବ କଳ୍ପନାର ଭାଷା ସମୃଦ୍ଧିର ଅଭିପ୍ରେରଣା ସୃଷ୍ଟି ପାଇଁ ସମର୍ଥ ହେବାରେ ସହୀୟକ ହେବ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ଉ-ଗତ ବର୍ଷ  ଲକ୍ ଡାଉନ୍ ସମୟରୁ ଏପ୍ରିଲ ମାସଠାରୁ କବିତା ଚୟନ ହୋଇ କବି ହେବାର ପରିଚୟ ପାଇ ଅହୋଭାଗ୍ଯ ମନେ କରିଅଛି ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଉ- ବର୍ତ୍ତମାନ କରୋନା କାଳରେ ସାହିତ୍ୟରେ ଅନ୍ ଲାଇନ୍ ପ୍ରବେଶ ସର୍ବାଦୗେ ସୃଜନଶୀଳତା ର ଉତ୍କୃଷ୍ଟ ସମୟ ମନେ ହୁଏ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ଉ- ବାସ୍ତବିକ୍  ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ବ ସାହିତ୍ୟ ଜଗତରେ ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ହେବ ବୋଲି ମୋର ଆଶା ଓ ବିଶ୍ବାସ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?
ଉ- ମୋ ଦ୍ବାରା ସଂକଳିତ  ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରିର ବାର୍ଷିକ ବିଶେଷାଙ୍କ ରେ ମୋର କବିତା “ମାୟାବନ୍ଧନ” ପ୍ରକାଶିତ,ଗୋପବନ୍ଧୁ ସାହିତ୍ଯ ସଂସଦ ବରଗଡ଼ ଆନୁକୁଲ୍ୟରେ ସମିତିର ଦର୍ ପନ ଇ- ପତ୍ରିକାରେ ମୋର ସ୍ବରଚିତ କବିତା ‘ପ୍ରଥମାଷ୍ଟମୀ ‘ ଓ ‘ଶିଶୁଦିବସ’ ପ୍ରକାଶିତ।
ସାହିତ୍ୟ ସୁଧା ପରିବାର ଖୋର୍ଦ୍ଧା ତରଫରୁ ମୋତେ ପ୍ରଥମେ କବି ପରିଚୟର ମାନ୍ୟତା ତଥା ଶ୍ରେଷ୍ଠ ସାହିତ୍ୟିକ ରୂପେ ମାନପତ୍ର ଲଭିବାର ଅହୋଭାଗ୍ଯ  ମଣିଛି। କବିତା” ନିର୍ଜ୍ଜନତା ” ଓ “ପ୍ରତିବିମ୍ବ” ପ୍ରଶଂସିତ ।
ସାହିତ୍ୟ ଆସର ବାରଙ୍ଗ ଆନୁକୁଲ୍ୟରେ ସାପ୍ତାହିକ ଅଡିଓ ଆସରରେ ନିୟମିତ ଅଂଶଗ୍ରହଣ କରି ଅନେକ ମାନପତ୍ର ପାଇ  ସମ୍ମାନୀତ ହୋଇଅଛି।
ଏବର୍ଷର ବାର୍ଷିକ ମୁଖପତ୍ର ‘ଉତ୍କୀର୍ଣ୍ଣ’ ରେ ମୋର ସ୍ବରଚିତ କବିତା-” କଳି ଅବସ୍ଥାନ” ଓ ପ୍ରବନ୍ଧ -” ମାନବ ଜନ୍ମର ସାର୍ଥକତା” ପ୍ରକାଶିତ ଅପେକ୍ଷାରେ।
ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ପାକ୍ଷିକ ପ୍ରତିଯୋଗିତାରେ ମୋର ଦୁଇଟି ଇଂରାଜୀ କବିତା Over a cup of Coffee ଓ The Demon’s Desire ଅନ୍ତର୍ଜାତୀୟ ଲାଇବ୍ରେରୀ ରେ ପ୍ରକାଶିତ।
ତଦ୍ ସହିତ” ତ୍ରି ର ମାହାତ୍ମ୍ୟ” ଓ “ସାମାଜିକ ଚଳଣୀରେ ଭାଗବତ ଗୀତାର ମହତ୍ବ'” SLFରେ ପ୍ରକାଶିତ ହୋଇଥିବାର ସୌଭାଗ୍ୟ ଅର୍ଜନ କରିଛି।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ସାହିତ୍ୟ ସମାଜର ଦର୍ପଣ
*****************
ପ୍ରସନ୍ନ କୁମାର ମେହେର

ସର୍ବ ଚରାଚର ମଧ୍ୟେ ସର୍ବଶ୍ରେଷ୍ଠ
     ମାନବ ଜାତି ବିଖ୍ୟାତ
ସମାଜ ଗଠନ    କରିଣ ମାନବ
    ସାମାଜିକ ପ୍ରାଣୀ ଖ୍ୟାତ।

ସମାଜର ନବ    ନିରିମାଣ ପାଇଁ
     ସାହିତ୍ଯ ନିହାତି ଲୋଡ଼ା
ସମାଜ ଉନ୍ନତି   ମଙ୍ଗଳ କାମନା
      ନବ ଜାଗରଣ ଲୋଡା।

ଉତ୍କୃଷ୍ଟ ସମାଜ   ଗଠନ ପାଇଁ କି
       ସାହିତ୍ଯ ର ସହାୟତା
ସଂସ୍କାରସଂସ୍କୃତି ବିକାଶ ସାଧନେ
    ସାହିତ୍ୟ ଆବଶ୍ୟକତା।

ସଂସ୍କୃତି ସୁରକ୍ଷା ସଂସ୍କାରସ୍ଥାପନେ
     ସାହିତ୍ଯରେ ମୂଲ୍ଯନିଷ୍ଠ
ସମାଜକଲ୍ଯାଣେସାହିତ୍ୟ ସୂଚାଏ
        ବିକାଶର ଅଭିନିଷ୍ଠ।

ସାହିତ୍ୟରବଳେକବିର ଲେଖନୀ
     ମାର୍ଗ କରେ ପ୍ରଦର୍ଶକ
ଶୁଭ ବାରତା ର ନବ ଜାଗରଣ
     ଭବିଷ୍ୟତ ନିର୍ଦ୍ଦେଶକ।

ସମାଜର ହିତେ ସାହିତ୍ୟ କଥିତ
      ସମାଜର ଦରପଣ
କୁସଂସ୍କାର ପଥ ହେଉ ପରିସ୍କୃତ
      ଜୀବନର ପ୍ରତିକ୍ଷଣ।

ପ୍ରସନ୍ନ କୁମାର ମେହେର
ଦିଗଶିରା,ଡୁଙ୍ଗୁରିପାଲି,ସୁବର୍ଣ୍ଣପୁର

Loading

8 thoughts on “*Lets talk with Prasanna Kumar Meher for Suryodaya_Sambhranta_Saraswat_Samman – 2021*

  1. I really appreciate your site.. Fantastic shades & topic. Did you build This page by yourself? Remember to reply back as I’m wanting to produce my extremely individual web site and need to know in which you got this from or precisely what the concept is named. Thanks!

  2. After I at first remaining a comment I surface to own clicked on the -Notify me when new remarks are extra- checkbox and from now on whenever a comment is added I get four e-mail Along with the same remark. Potentially There’s a usually means you can easily get rid of me from that services? A lot of thanks!

  3. Hello there fantastic blog site! Does managing a blog site just like this get a massive total perform? I’ve nearly no expertise in computer programming having said that I hoped to start out my very own blog site in the close to long term. In any case, When you’ve got any ideas or tips for new web site house owners make sure you share. I understand That is off matter but I only wanted to ask. Numerous thanks!

  4. Hey I am so glad I discovered your webpage, I really observed you by error, while I had been studying on Askjeeve for another thing, Nevertheless I’m below now and would identical to to convey thanks a good deal for the amazing post and a all round thrilling weblog (I also enjoy the theme/layout), I don’t have time to search all of it at the moment but I have bookmarked it and also added your RSS feeds, so After i have time I might be again to read much more, Please do sustain The good get the job done

Leave a Reply to SEO Agentur von Frankfurt am Main Cancel reply

Your email address will not be published. Required fields are marked *