October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*

*Lets talk with Prasanta Kumar Mahapatra for Suryodaya_Sambhranta_Saraswat_Samman – 2021*

Lets talk with Prasanta Kumar Mahapatra for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ସୂର୍ଯ୍ୟୋଦୟ ସମ୍ଭ୍ରାନ୍ତ ସାରସ୍ଵତ ସମ୍ମାନ ୨୦୨୧ପାଇଁ ସାକ୍ଷାତକାର

ନାମ– ପ୍ରଶାନ୍ତ କୁମାର ମହାପାତ୍ର
ପିତାଙ୍କ ନାମ– ୰ ପ୍ରହଲ୍ଲାଦ ମହାପାତ୍ର
ମାତାଙ୍କ ନାମ – ୰ ଇନ୍ଦିରା ମହାପାତ୍ର
ପତ୍ନୀଙ୍କ ନାମ – ଜ୍ୟୋତ୍ସ୍ନା ରାଣୀ ରଥ
ମହୀସ୍ପର୍ଶ ତାରିଖ/ଜନ୍ମଦିନ– ୨୧/୦୪/୧୯୭୮
ଶିକ୍ଷା ଗତ ଯୋଗ୍ୟତା– ରସାୟନ ବିଜ୍ଞାନ, ଇଂରାଜୀରେ ସ୍ନାତକୋତ୍ତର ଉପାଧି , ବି॰ଇଡି

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ ।
– ଓଡିଶାର ବୌଦ୍ଧ ଜିଲ୍ଲାର ଏକ ଛୋଟ ଗ୍ରାମ ନୂଆପାଲିରେ ମୋର ଜନ୍ମ । ବାଲ୍ୟକାଳରୁ ଅଭାବ ଅନାଟନର କଷ୍ଟକୁ ପଦରେ ଦଳି ଦଳି ଆଗକୁ ବଢିଛି । ଅନେକ ଝଡ ଝଞ୍ଜାକୁ ମଳୟ ପବନ ସଦୃଶ ମନେକରି ଅତିକ୍ରମ କରିଛି । ବର୍ତ୍ତମାନ ମୁଁ କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ । ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ଆଧୁନିକତା ଆଣିବା ସହ ସାହିତ୍ୟ ରଚନା ମାଧ୍ୟମରେ ସମାଜରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିବାର ସ୍ଵପ୍ନ ରଖିଛି ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

– ସାହିତ୍ୟ ବିନା ପ୍ରଶାନ୍ତ ନାହିଁ । ମୁଁ ସାହିତ୍ୟରୁ ଅଲଗା ହୋଇ ରହିବା କେବେ କଲ୍ପନା କରି ପାରେ ନାହିଁ । ଯଦିଓ ପିଲା ବେଳୁ ଅନେକ ଭଜନ , ଜଣାଣ ଇତ୍ୟାଦି ଲେଖିଥିଲି , ତେବେ କବି ଭାବେ ସ୍ଵୀକୃତି ପାଇଥିଲି +୩ ପଢିବା ସମୟରେ । ବିଜ୍ଞାନର ଛାତ୍ର ହେଲେ ମଧ୍ୟ ସାହିତ୍ୟରେ ଗଭୀର ରୁଚି ଥିବା ଯୋଗୁଁ ମୁଁ ଓଡିଆ ଅଧ୍ୟାପକ ଡ. ତୀର୍ଥାନନ୍ଦ ମିଶ୍ରଙ୍କୁ ଖୁବ ସମ୍ମାନ କରୁଥିଲି ଏବଂ ବେଳେବେଳେ ତାଙ୍କ କ୍ଳାସରେ ବସୁଥିଲି । ଥରେ କଲେଜ କବିତା ପାଠୋତ୍ସବରେ ଭାଗ ନେଲି । ତା ପରଠୁ ତୀର୍ଥାନନ୍ଦ ସାର ମୋତେ କେବେ ପ୍ରଶାନ୍ତ ନ ଡାକି ‘କବି’ ଡାକିବା ଆରମ୍ଭ କରିଦେଲେ । କଲେଜରେ ଜଣେ କବି ଭାବରେ ମୁଁ ବେଶ ଜଣାଶୁଣା ହୋଇଗଲି ଯାହାକି ମୋର ପରବର୍ତ୍ତୀ ଜୀବନରେ ବେଶ ପ୍ରଭାବ ପକାଇଲା । ମୁଁ ଆଉ ପଛକୁ କେବେ ଫେରି ନାହିଁ । ଏହି ଅନୁଭୂତିରୁ ଜଣେ ଶିକ୍ଷକର ପ୍ରଭାବ କେତେ ମାତ୍ରାରେ ଜଣେ ଛାତ୍ର ଉପରେ ପଡିପାରେ ତାହାବି ପାଠକ ଉପଲବଧି କରିବେ ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ?
– ମୁଁ କବିତା/ଗଳ୍ପ/ପ୍ରବନ୍ଧ ଇତ୍ୟାଦି ସମସ୍ତ ବିଭାଗରେ ଲେଖନୀ ଚାଳନା କରିଛି । କିନ୍ତୁ କବିତା ମାଧ୍ୟମରେ ଅନାୟାସରେ ମୁଁ ନିଜକୁ ପ୍ରକାଶିତ କରିପାରେ ବୋଲି ଭାବେ ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
– ବେଳେବେଳେ ପାଠକ କବିତାଟିଏ ବା ଗପଟିଏ ପଢିବା ବେଳେ ନିଜକୁ ତା ଭିତରେ ଆବିଷ୍କାର କରେ । ପ୍ରତିଟି ପଂକ୍ତି ବା ଧାଡି ଭିତରେ ହସେ, କାନ୍ଦେ, ଖେଳେ । ଜୀବନର କିଛି ସତକୁ ଆବିଷ୍କାର କରେ । ସୁନେଲି ସକାଳର କିରଣ ଦେଖେ । ସେଇ ସବୁ କବିତା ବା ଗଳ୍ପକୁ ମୁଁ ସାର୍ଥକସୃଷ୍ଟି ବୋଲି ଭାବେ ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
– ମୁଁ ମୋର ଚତୁର୍ପାର୍ଶ୍ଵରେ ଯାହା ଦେଖେ ତାହା ଲେଖେ । ଯାହା ଦେଖିବାକୁ ଚାହେଁ ତାହା ବି ଲେଖେ । ଚତୁର୍ପାର୍ଶ୍ଵରେ ଘଟୁଥିବା ଅନ୍ୟାୟ , ଅନୀତି , ଦୁରାଚାର ବିରୁଦ୍ଧରେ କଲମ ମୁନରେ ସଂଘର୍ଷ ଜାରି ରଖିଛି । ଏକ ପ୍ରଗତିଶୀଳ, ଶାନ୍ତିକାମୀ ସମାଜର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛି ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
– ବେଳେ ବେଳେ କବିତାର ଧାଡି ଗୁଡିକ ଅଚାନକ ମୋ ମନର କବାଟ ଆଗରେ ଠିଆ ହୋଇ ଠକ ଠକ କରନ୍ତି । ତେବେ ସେମାନଙ୍କୁ କଲମ ମୁନରେ ସଜାଇବା ବେଳେ କିଛି କସରତ କରିବାକୁ ପଡେ । ହଠାତ ଶବ୍ଦ ମାନେ ଉଭାଇ ଯାଆନ୍ତି । ତାଙ୍କ ସହ ଲୁଚକାଳି ଖେଳିବାକୁ ପଡେ । ପ୍ରବନ୍ଧ ପାଇଁ ଲେଖକକୁ ଜଣେ ବିଦଗ୍ଧ ପାଠକ ହେବା ଜରୁରୀ । ଅନେକ ପୁରୁଣା ଲେଖାରୁ ତଥ୍ୟ ସଂଗ୍ରହ କରିବା ଜରୁରୀ ହୋଇଥାଏ ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
– ମୋ ପାଠକ ହିଁ ମୋ ଦୁନିଆ । ପାଠକର ଚିଠି ଟିଏ , ଇମେଲ ବା ଫୋନ ଟିଏ ଆସିଲେ ଛାତି କୁଣ୍ଢେମୋଟ ହୋଇ ଯାଏ । ସେଥିରେ ହିଁ ଆତ୍ମସନ୍ତୋଷ ମିଳେ । ପୁରସ୍କାର ପାଇବା ବା ନ ପାଇବା ମୋ ଲେଖାକୁ କେବେ ପ୍ରଭାବିତ କରି ପାରିବ ନାହିଁ ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
– ମୋତେ ସାହିତ୍ୟର ଭବିଷ୍ୟତ ଖୁବ ଉଜ୍ଜଳ ଦେଖା ଯାଉଚି ।ସାହିତ୍ୟର ଗତିରୋଧ କରିବାର ସାହସ ନା କାହାର ଥିଲା ନା ଅଛି । ଓଡିଆ ସାହିତ୍ୟ ସର୍ବଦା ସମାଜକୁ ଦିଗଦର୍ଶନ ଦେଇ ଚାଲିଥିବ । ଏହି ବିଶ୍ଵାସ ମୋର ଅଛି ।
୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
– ସ୍ଵାଗତମ୍, ସୁ-ସ୍ଵାଗତମ୍ । ସମସ୍ତେ କବିତା ଲେଖନ୍ତୁ । ସାହିତ୍ୟ ପାଇଁ ଯେଉଁ ବିପଦର କଳ୍ପନା କରାଯାଉଅଛି ସେଥିରୁ ମୁକୁଳିବାକୁ ହେଲେ କବି ସଂଖ୍ୟା ବୃଦ୍ଧି ହେବା ଦରକାର । ଅବଶ୍ୟ ଏତିକି କହିବି କବି ମାନେ ଲେଖନୀ ଚାଳନା କରିବା ସମୟରେ ସମାଜ ପ୍ରତି ସଚେତନ ହେବା ଦରକାର । ଲେଖାର ଗୁଣାତ୍ମକ ଏବଂ ପରିଣାମାତ୍ମକ ଦିଗ ପ୍ରତି ସଜାଗ ରହିବା ଦରକାର ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
– ବର୍ତ୍ତମାନ ସମୟ ହେଉଛି ଡିଜିଟାଲର ଯୁଗ । ତେଣୁ ଆମ ଓଡିଆ ଭାଷାକୁ ମଧ୍ୟ ଯଥେଷ୍ଟ ମାତ୍ରାରେ ଡିଜିଟାଲ କରାଯିବାର ଆବଶ୍ୟକତା ରହିଛି । ଓଡିଆ ଭାଷକୋଷ ଏବଂ ପ୍ରସିଦ୍ଧ ଲେଖା ଗୁଡିକ ଇଣ୍ଟେରନେଟରେ ଉପଲବ୍ଧ ହେଲେ ଏହାର ପ୍ରଚାର ଓ ପ୍ରସାର ହୋଇ ପାରିବ ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

– ମୋର ପ୍ରଥମ କବିତା ମୁଁ ପାଠ କରିଥିଲି କଲେଜରେ ପଢୁଥିବା ସମୟରେ । ଯାହା ବିଷୟରେ ମୁଁ ପୂର୍ବରୁ କହି ସାରିଛି । ତେବେ ୨୦୦୦ ମସିହାରେ ଯେତେବେଳେ ମୋର ଗୋଟିଏ କବିତା ପର୍ଯ୍ୟବେକ୍ଷକରେ ପ୍ରକାଶିତ ହେଲା ମୁଁ ସାରା ଓଡିଶାରେ ପରିଚିତ ହୋଇଥିଲି । ଜଣେ ବନ୍ଧୁଙ୍କ ଠାରୁ ଖବର ପାଇ ପର୍ଯ୍ୟବେକ୍ଷକର କବିତା ପୃଷ୍ଠା ଓଲଟାଇଲି । ସେଠି ମୋର କବିତା ନଥିଲା । ପରେ ଯେତେବେଳେ ଦେଖିଲି ଯେ ମୋ କବିତାଟି ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ହୋଇଛି ସେଦିନ ମୋର ଖୁସିର କଳନା ନ ଥିଲା ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

– ସାହିତ୍ୟରେ ଅନଲାଇନର ପ୍ରବେଶ ହେବା ଦ୍ଵାରା ଏହାର ଆଦୃତି ବଢିଛି । ପ୍ରସାର ପ୍ରଚାର ବି ବଢିଛି । ବିଶ୍ଵ ସାହିତ୍ୟର ଉତ୍କର୍ଷ ସ୍ଥାପନ ହୋଇଛି ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
– ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ଯେତିକି ପ୍ରଶଂସା କରିବି କମ୍ ହେବ । ଏକ ଆନ୍ତର୍ଜାତିକ ସଂସ୍ଥା ଭାବରେ ଏହା ଓଡିଆ ସାହିତ୍ୟ ଏବଂ ଓଡିଶାର ଯୁବ ପିଢିର ଲେଖକ ମାନଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଦେଇଛି । ବିଶ୍ଵ ଦରବାରରେ ଓଡିଆର ଅସ୍ତିତ୍ଵକୁ ବହୁଗୁଣିତ କରିଛି । ତେଣୁ ଏହାର ଉଦ୍ୟୋକ୍ତା ମନୋଜ କୁମାର ପଣ୍ଡାଙ୍କୁ ମୁଁ ସାଧୁବାଦ ଜଣାଉଛି ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?

– ମୋର ଦୁଇଟି କବିତା ସଂକଳନ ‘ଉଦୟ ରାଗ’ ଓ ‘ଜ୍ୟୋତ୍ସ୍ନା’ ପ୍ରକାଶିତ ହୋଇ ମୋତେ ଖୁବ ପାଠକୀୟ ଆଶୀର୍ବାଦ ଆଣିଦେଇଛି । କବିତା ସଂକଳନ ‘ପଦଟିଏ ତୋ ନାଁରେ ପ୍ରିୟା’ ଖୁବ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି । ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ଵ କବିତା, ୫୦ ରୁ ଉର୍ଦ୍ଧ୍ଵ ପ୍ରବନ୍ଧ ଏବଂ ୧୫ ଟି ଗଳ୍ପ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି ।

15- ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ?

ସାହିତ୍ୟ ଓ କବି

ସାହିତ୍ୟ

ସାହିତ୍ୟ ଏକ ଡଙ୍ଗା
ଭାସିଯାଏ ସମୟର ସୁଅରେ
ପଥ ତା’ର କେତେବେଳେ
ଜଙ୍ଗଲ ଓ ପଲ୍ଲୀ ପ୍ରକୃତି ତ
କେତେବେଳେ ଇଂରେଜର ବର୍ବର ସଭ୍ୟତା
କେତେବେଳେ କ୍ରୂର ରାଜନୀତି
ଆଉ କେବେ ପ୍ରଣୟ ଓ ପ୍ରୀତି ।

କବି

ଡଙ୍ଗା ଭିତରେ ଆହୁଲା ଧରି
ବସିଥିବା ମଣିଷଟି ନାବିକ ନୁହେଁ କବିଟିଏ
ସେ ଯେଉଁ ଆଡକୁ ଚାହେଁ
ସାହିତ୍ୟ ସେହି ଦିଗକୁ ଯାଏ ।

ପ୍ରଶାନ୍ତ କୁମାର ମହାପାତ୍ର
ଫୁଲବାଣୀ, କନ୍ଧମାଳ, ଓଡ଼ିଶା

 5,264 total views,  1 views today

Leave a Reply

Your email address will not be published. Required fields are marked *