September 29, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets talk with Yuvraj Kudei for Suryodaya_Sambhranta_Saraswat_Samman – 2021*

Lets talk with Yuvraj Kudei for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ-ଯୁବରାଜ କୁଦେଇ
ମାତାଙ୍କ ନାମ‐ବେଟିଖାଇ କୁଦେଇ
ପିତାଙ୍କ ନାମ‐ବିଶ୍ବମ୍ବର କୁଦେଇ
ସ୍ତ୍ରୀଙ୍କ ନାମ‐ସରସ୍ବତୀ କୁଦେଇ
ମହୀସ୍ପର୍ଶ ତାରିଖ-୨୦.୦୫.୧୯୭୪
ଶିକ୍ଷାଗତ ଯୋଗ୍ୟତା-ଏମ୍.କମ୍ ( ମ୍ଯାନେଜମେଣ୍ଟ )

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

* ସୁବର୍ଣ୍ଣପୁର ଜିଲ୍ଳା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଳକର ଇଛାପୁର ଗ୍ରାମ ହେଉଛି ମୋର ଜନ୍ମସ୍ଥାନ । ଏକ ମଧ୍ଯବିତ୍ତ ଚାଷି ପରିବାରରେ ମୁଁ ମୋ ମାବାପା,ଧର୍ମପତ୍ନୀ ଓ ୧୩ ବର୍ଷର ଏକମାତ୍ର ପୁତ୍ର ପ୍ରୟାସ କୁଦେଇ ସହ ବସବାସ କରେ । ଗାଁ ସରସ୍ବତୀ ଶିଶୁମନ୍ଦିରରେ ମୁଁ ଏବେ ପ୍ରଧାନ ଆଚାର୍ଯ୍ଯ ଭାବେ କାର୍ଯ୍ଯରତ । ମୋଠୁ ବଡ ଚାରି ଭଉଣୀ ବାହାସାହା ହୋଇ ନିଜ ନିଜ ସଂସାରରେ ବ୍ଯସ୍ତ । କଥା କଥାରେ ଅନ୍ଯମାନଙ୍କୁ ନିର୍ଧୁମ ହସେଇ ପାରେ ବୋଲି ଅନ୍ଯମାନେ ମତେ ଶ୍ରଦ୍ଧା କରନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ମୁଁ ଜଣେ ଖୁସ୍ ମିଜାଜ୍ ର ମଣିଷ ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

* ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳୁ ହିଁ ଆଈମାଙ୍କ ଠାରୁ ରାମାୟଣ ଓ ଂମହାଭାରତ ଶୁଣି ଶୁଣି ପୌରାଣିକ ଚରିତ୍ରମାନଙ୍କ ସହ ମୋର ପରିଚୟ ହୋଇ ସାରିଥିଲା । ଆଉ ମଧ୍ଯ ଆଈମାର ଗପ ପେଡିରୁ ଦଶକୁମାର ଚରିତ୍ର ଓ ବୁଢି ଅସୁରୁଣୀର କଥା ଶୁଣି ମୁଁ ଭାବନ ରାଜ୍ଯରେ ଛୋଟବେଳେ ଘୁରି ବୁଲୁଥିଲି । କଲେଜରେ ପାଦ ଦେଉ ଦେଉ ଓଡିଶାର ଅନେକ ବଡ ବଡ ଉପନ୍ଯାସ ସବୁକୁ ପଢିବାର ସୁଯୋଗକୁ ହାତଛଡା କରି ନ ଥିଲି । ଏମିତି ପଢୁ ପଢୁ ଓ ସାଧା କାଗଜରେ ମନର ଭାବକୁ ଗାରୁ ଗାରୁ ମୋ ଭିତରେ ମୋ ଅଜାଣତରେ କବିଟିଏ ଜନ୍ମ ନେଇ ସାରିଥିଲା । ପରେ ମୁଁ ଜୋର କବିତା ଲେଖିଲି ଓ ସାହିତ୍ଯ ମତେ ଜୀବନ ଜିଇଁବା ଶିଖେଇଲା ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ?

* ମୁଁ ପ୍ରାୟତଃ କବିତା ଓ ଗଳ୍ପ ଲେଖେ । କେବେ କେମିତି ପ୍ରବନ୍ଧ ଓ ରମ୍ଯ ରଚନା ବି ମନ ହେଲେ ଲେଖି ବସେ ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା ?

* ଯେଉଁ ଲେଖା ପାଠକକୁ ଭାବ ବିହ୍ବଳ କରେ । ଯେଉଁ ଲେଖା ସମାଜକୁ ସୁଧାରିବାରେ ସହାୟକ ହୁଏ । ଯେଉଁ ଲେଖା ଜୀବନ ଜିଇଁବା ଶିଖାଏ । ଯେଉଁ ଲେଖା ସମସ୍ତଙ୍କ ପାଇଁ ବୋଧଗମ୍ଯ ହୋଇଥାଏ । ମୋ ମତରେ ତାହା ହେଉଛି ଭଲ କବିତା ବା ଗପ ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି ?

* ମଣିଷ ମଣିଷକୁ ଭଲ ପାଉ , ଅନ୍ଧ ବିଶ୍ବାସ ଓ କୁସଂସ୍କାର ଠାରୁ ନିଜକୁ ମୁକ୍ତ ରଖୁ ଓ ଅନ୍ଯାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁ…ବାସ୍ । ମୁଁ ମୋ ଲେଖା ମାଧ୍ଯମରେ ଲୋକଙ୍କୁ ସବୁବେଳେ ସଚେତନ କରିବାକୁ ଚାହେଁ ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?

* ଶଦ୍ଦ ସହ ଖେଳୁ ଖେଳୁ , ଭାବନା ରାଜ୍ଯରେ ବୁଲୁ ବୁଲୁ ଓ ଅନ୍ଯମନସ୍କତାରୁ ମନସ୍କତାକୁ ଫେରୁ ଆସୁ ଆସୁ କବିତାଟିଏ ବା ଗଳ୍ପଟିଏ ଲେଖି ହୋଇଯାଏ…ଲେଖିବାକୁ ପଡେନି ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

* ନିଜର ଯେ କୌଣସି ଲେଖାରେ ପାଠକୀୟ ଆଦୃତି ମିଲିଲେ ଖୁସି ଲାଗେ । ଆତ୍ମସନ୍ତୋଷରେ ମନ ପୁରି ଉଠେ । ଜୀବନରେ ଅନେକ ପୁରସ୍କାର ମିଲିଛି । ହେଲେ ପୁରସ୍କାର ପାଇ ମୁଁ ଉଛୁଲି ନ ପଡି ଦବି ଯାଇଛି , ନିଜ ଲେଖାକୁ ନିଜେ ହିଁ ତର୍ଜମା କରିଛି । ମୋ ଲେଖାକୁ ଆହୁରି ମାର୍ଜିତ କରିବାକୁ ହେବ ଏଇ ଭାବନା ମନରେ ଆସିଛି ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

* ବର୍ତ୍ତମାନର କବି ଓ ଲେଖକମାନେ ସାହିତ୍ଯ ସୃଷ୍ଟିରେ ନିଜକୁ ବିନା ସ୍ବାର୍ଥରେ ନିୟୋଜିତ କରି ଉକୃଷ୍ଟ ଧରଣର ସାହିତ୍ଯ ସର୍ଜନା କରିବାରେ ବ୍ରତୀ ହେଲେ , ଓଡିଆ ଭାଷା ସାହିତ୍ଯର ବର୍ତ୍ତମାନ ଉଜ୍ଜଳ ହେବା ସହ ଭବିଷ୍ଯତ ଉଜ୍ଜଳମୟ ହେବ‐ଏହା ମୋର ବିଶ୍ବାସ ।

୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ ?

* କବିତା କ୍ଷେତ୍ରକୁ ନୂଆ ନୂଆ ଆସୁଥିବା ସ୍ରଷ୍ଟାମାନଙ୍କୁ ଏତିକି କହିବି ସେମାନେ ଦୁର୍ବୋଧ୍ଯ ସାହିତ୍ଯ ସୃଷ୍ଟିକୁ ପ୍ରାଧାନ୍ଯ ନ ଦେଇ ସରଳ ସାହିତ୍ଯ ସୃଷ୍ଟି କରନ୍ତୁ । ବେଶି ପଢନ୍ତୁ କମ୍ ଲେଖନ୍ତୁ । କାରଣ ଇଂରାଜୀରେ ଏକ ଉକ୍ତି ଅଛି‐One can not be a good writer if he is not a good reader. ଏ ପ୍ରୟାସ ଜାରି ରଖିଲେ ଆପଣଙ୍କୁ ଜଣେ ଉତ୍ତମ ସ୍ରଷ୍ଟା ହେବାକୁ ସମୟ ଲାଗିବନି ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

* ଲୁକ୍’କାୟିତ ଯୁବ ସାହିତ୍ଯ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣି ଉତ୍ସାହିତ କଲେ ସାହିତ୍ଯର ଜୟ ହେବ ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି ?।

* ୧୯୯୩ ମସିହାରେ ବରଗଡ ପଞ୍ଚାୟତ କଲେଜରେ ଅଧ୍ଯୟନ କରୁଥିବାବେଳେ କଲେଜ ମାଗାଜିନ “ବିଦ୍ଯା” ରେ ମୋର ପ୍ରଥମ ପ୍ରେମ କବିତା ଅତୀତ,ବର୍ତ୍ତମାନ ଓ ଭବିଷ୍ଯତ ମତେ କବି ହେବାର ପରିଚୟ ଦେଇଥିଲା ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

* ସାହିତ୍ଯରେ ଅନଲାଇନର ପ୍ରବେଶ ନିଶ୍ଚିତ ଭାବେ ସ୍ବାଗତଯୋଗ୍ଯ ପଦକ୍ଷେପ । କାରଣ ଏହାଦ୍ବାରା ସାହିତ୍ଯିକମାନେ ପରସ୍ପର ସହିତ ଘନିଷ୍ଟ ହୋଇ ପାରିଛନ୍ତି । ଭାବର ଆଦାନ ପ୍ରଦାନ ହୋଇ ସଂପର୍କ ଦୃଢ ହେବା ସହ ଏକ ବନ୍ଧୁତ୍ବପୂର୍ଣ୍ଣ ସାହିତ୍ଯ ପରିବେଶ ସୃଷ୍ଟି ହୋଇ ପାରିଛି ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

* ସୂର୍ଯ୍ଯୋଦୟ ଭାଷା ପ୍ରତିଷ୍ଠାନ ପ୍ରବୀଣ ଓ ନବୀନ ଲେଖକମାନଙ୍କୁ ଏକ ପ୍ଳାଟଫର୍ମ ପ୍ରଦାନ କରି ସେମାନଙ୍କୁ ଆଗକୁ ବଢିବାରେ ପ୍ରୋତ୍ସାହିତ କରୁଛି । ଯଦ୍ଦ୍ବାରା ଅନୁଷ୍ଠାନ ସହ ଜଡିତ ଥିବା ଲେଖକମାନେ ସାହିତ୍ଯ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସାହିତ୍ଯକୁ ଶିଖରରେ ପହଞ୍ଚାଇବାର ଏ ଅଭିନବ ପ୍ରୟାସ କେବେ ବି ନିମ୍ନଗାମୀ ନ ହୋଇ ସବୁବେଳେ ଉର୍ଦ୍ଧମୁଖୀ ହୋଇ ରହିଥାଉ । ବିଭୂ ପଦେ ଏତିକି ପ୍ରାର୍ଥନା ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ ?

* ହଁ ମୋର ପ୍ରଥମ କବିତା ସଂକଳନ “ଶାଗ” ପ୍ରକାଶ ଅପେକ୍ଷାରେ । ଲକ୍’ଡାଉନ୍ ଉଠି ଗଲେ କି ସେ ବହି ପ୍ରକାଶିତ ହେବ ।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ-

ସାହିତ୍ଯ ଶିଖାଏ ଜୀବନ ଜିଇଁବା
ସାହିତ୍ଯ ଦେଖାଏ ବାଟ ,
ସାହିତ୍ଯର ସତ୍ତା ଅଛି ବୋଲି ଦେହେ
ସହଜ ଜୀବନ ନାଟ ॥

ସାହିତ୍ଯକୁ କେବେ ଭୁଲିବିନି ଜମା
ତା ସାଥେ ବସିଛି ମିତ ,
ସାହିତ୍ଯର ବିନା ସତରେ ମୋହର
ବେସୁରା ଜୀବନ ଗୀତ ॥

ପଢେ ମୁଁ ସାହିତ୍ଯ ଲେଖେ ମୁଁ ସାହିତ୍ୟ
ସାହିତ୍ଯକୁ ମୁଁ ଯେ ଶୁଣେ ,
ସାହିତ୍ଯ ସହିତ ଘନିଷ୍ଠ ମୋ ଭାବ
ତାକୁ ମୁଁ ସର୍ବସ୍ବ ମଣେ ॥

ଯୁବରାଜ କୁଦେଇ
ସୁବର୍ଣ୍ଣପୁର,ଓଡିଶା

Loading

One thought on “*Lets talk with Yuvraj Kudei for Suryodaya_Sambhranta_Saraswat_Samman – 2021*

  1. Thanks to get a great putting up! I essentially savored reading through it, you will be a fantastic author. I’ll constantly bookmark your blog and may frequently return someday quickly. I would like to really encourage you to definitely undoubtedly continue your terrific posts, Have a very nice weekend!

Leave a Reply

Your email address will not be published. Required fields are marked *