July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*Lets talk with Bimala Shankar Dash for Suryodaya_Sambhranta_Saraswat_Samman – 2021*

Lets talk with Bimala Shankar Dash for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ– ବିମଳା ଶଂକର ଦାଶ
ପିତା  ଙ୍କ ନାମ– ୰ସୁଦାମ ଦାଶ
ମାତା– ସୁମତିମାଳା ଦାଶ
ସ୍ତ୍ରୀ ଙ୍କ ନାମ- ସ୍ବାଗତିକା ପଣ୍ଡା
ମହୀସ୍ପର୍ଶ ତାରିଖ/ଜନ୍ମଦିନ- ୨୯/୦୯/୧୯୮୩ (ମାନପତ୍ର ମତେ)
ଶିକ୍ଷା ଗତ ଯୋଗ୍ୟତା– MA(MSO) ,
BSc Physics(H),
BEd
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
~~ ସାଧାରଣ ଜୀବନରେ ମୁଁ ଜଣେ ସାଧାସିଧା ମଣିଷଟେ । ସ୍ପଷ୍ଟ ବାଦିତା ପାଇଁ ବେଳେ ବେଳେ ପ୍ରଶଂସିତ ତ ବେଳେବେଳେ ନିନ୍ଦିତ ବି ହୋଇଛି । ଜଣେ ଶିକ୍ଷକ ରୂପେ ଯେତିକି ସମ୍ମାନ ସାଉଁଟିଛି ସମମୁଲ୍ଯ ରେ ଜଣେ ସାହିତ୍ୟପ୍ରେମୀ ରୂପେ ସମାନ ଆଦର ସାଉଁଟି ପାରିଛି ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
— ସାହିତ୍ୟ ଜୀବନ ବୋଲି କିଛି ନାହିଁ ..ସାଧାରଣ ଜୀବନର ପ୍ରତିଫଳନ ହିଁ ସାହିତ୍ୟ ରେ ଘଟେ । ସାହିତ୍ଯ ଓ ଜୀବନ ଅଙ୍ଗାଅଙ୍ଗି ଭାବେ ଜଡିତ । ହଁ ସାହିତ୍ୟ ଭିତରକୁ ପଶି ଭାବନାରେ ନିମଗ୍ନ ହେଲାବେଳେ ଆଖପାଖରେ କ’ଣ ଘଟୁଛି ଜଣା ପଡେନି । ବେଳେବେଳେ ପାଗଳ ବୋଲି ଶୁଣିବାକୁ ପଡେ ଧର୍ମ ପତ୍ନୀଙ୍କ ଠାରୁ ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି।
ଗଳ୍ପ, କବିତା , ପ୍ରବନ୍ଧ , ରମ୍ଯରଚନା ,କ୍ଷୁଦ୍ର ନାଟକ ବି ଲେଖେ । ଗଳ୍ପ ଲେଖିବାକୁ ବେଶି ଭଲ ପାଏ ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
-ବ୍ଯକ୍ତି ଗତ ଭାବେ କହିବି- କବିତା କିମ୍ଭୂତକିମାକାର ନ ହୋଇ ସରଳ ,ବୋଧଗମ୍ଯ ଓ ଭାବ ଉଦ୍ରେକ କାରୀ ହେବା ଉଚିତ୍ । ଗଳ୍ପ ରେ ସାମାଜିକ ବାର୍ତ୍ତା ରହିବା ଉଚିତ୍ । ଭଲ କବିତା କି ଗପ ଏମିତି ହେବା ଉଚିତ୍ ଯାହାକୁ ପାଠକ ଦୀର୍ଘ ଦିନ ମନେରଖିବେ ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
-ମଣିଷ ପାଖରେ ମଣିଷପଣିଆ ରହୁ ..

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

–ଉଭୟ । କିଛି ଲେଖିହୋଇଯାଏ କିଛି ଲେଖିବାକୁ ପଡେ । ଲେଖି ହୋଇଯାଇଥିବା ଲେଖାରେ ଛଳଛଳ ଭାବନା ଫୁଟି ଉଠେ, କସରତ୍ କରି ଲେଖିବାକୁ ପଡିଥିବା ଲେଖାରେ କୁତ୍ରିମତାର ରଙ୍ଗ ବୋଳିବାକୁ ପଡେ । କବିତା ହେଉ କି ଗପ  ଲେଖିହୋଇଯିବା ପରେ ଦ୍ବିତୀୟ ବାର ପଢି ସାମାନ୍ୟ ସଂଶୋଧନ କରିବାକୁ ପଡେ ..ଠିକ୍ କରି ଲେଖିବାକୁ ପଡେ ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ପ୍ରଥମ ଦୁଇଟି ମୋ ହାତରେ ନାହିଁ , ବା ମୋ ନିୟନ୍ତ୍ରଣ ରେ ନାହିଁ । ଆତ୍ମସନ୍ତୋଷ ପାଇଁ ନିଶ୍ଚୟ ଲେଖି ପାରିବି । ଭଲ ଲେଖିପାରିଲେ ପ୍ରଥମ ଦୁଇଟି ନିଶ୍ଚୟ ହାସଲ ହୋଇ ପାରିବ ଏ ବିଶ୍ୱାସ ମୋର ରହିଛି । ପାଠକୀୟ ପ୍ରଶଂସା ହେଉ କି ପୁରସ୍କାର ଆଶାରେ କେହି ଲେଖନ୍ତି  ନି କିନ୍ତୁ ସେସବୁ ଲେଖକର ମନୋବଳ ନିଶ୍ଚୟ ବଢାଇଥାଏ ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଖାଲି ଗଦା ଗଦା ପୁସ୍ତକ ଛାପିଦେଲେ ଓଡିଆ ସାହିତ୍ୟ ସମୃଦ୍ଧ ହୋଇଗଲା ଭାବିବା ଭୁଲ୍ । ଓଡିଆ ସାହିତ୍ୟ ପାଠକ  ଖୁବ୍ କମ୍ । ଯେଉଁ ମାନେ ଲେଖନ୍ତି ସେମାନେ ହିଁ ପଢନ୍ତି । ନିରୋଳା ପାଠକ ସଂଖ୍ୟା କମ୍ । ଏବେ ଇ ପୁସ୍ତକ ଇ ପତ୍ରିକା ଯୁବଗୋଷ୍ଠୀ କୁ ଆକୃଷ୍ଟ କରୁଛି । ବର୍ତ୍ତମାନ ଓ ଭବିଷ୍ୟତ ଖୁବ୍ ଉଜ୍ଜଳ ।

୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ଅନେକ ଓଡିଆ କାବ୍ଯ ଓ କବିତା  ବହୁତ ପଢ଼ । ଭାବନା ଓ ଆବେଗରେ ବତୁରିଲେ ଯାଇ କବିତା ଜୀବନ୍ତ ମୂର୍ତ୍ତି ହୋଈ ଗଢି ଉଠେ । କବିତା ପାଇଁ ଖାଲି ଶବ୍ଦ ନୁହଁ ,ଗୋଟିଏ କବ୍ଯିକ ପ୍ରାଣ ନିହାତି ଜରୁରୀ ।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଯୋଜନା ତ ବନାଇଆସୁଛନ୍ତି ମଙ୍ଗୁଆଳମାନେ । ଖାଲି ଯୋଜନାକୁ ନିରପେକ୍ଷ ଭାବେ ସଫଳ ରୂପାୟନ କରାଯିବା ର ଆବଶ୍ୟକତା ରହିଛି ।
୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

କବି ବୋଲାଇବା କ’ଣ ଏତେ ସହଜ । ସାଧନାରତ ଏଯାବତ୍ ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଭଲ । ଅନେକ ଲେଖୁଛନ୍ତି , ପଢୁଛନ୍ତି । ଅନେକ ସମାଲୋଚନା କରନ୍ତି । ମୋ ମତରେ ଭେଲ ଲେଖୁଲେଖୁ ଦିନେ ଭଲ ଲେଖିବେ ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ସାହିତ୍ୟ ଅନୁଷ୍ଠାନ ଗୁଡିକ ସଂପର୍କରେ ମୁଁ ଅଜ୍ଞ , ଖୁବ୍ କମ୍ ଜଡିତ   । ଫେସବୁକ ମାଧ୍ୟମରେ କିଛି ଅନୁଷ୍ଠାନ ସମ୍ପର୍କରେ ଅଧିକା ତଥ୍ୟ ପାଇଲି । ଏଇ ମର୍ମରେ ସୂର୍ଯ୍ଯୋଦୟ ଭାଷା ପ୍ରତିଷ୍ଠାନ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଉଛି ଖୁବ୍ ପ୍ରଶଂସନୀୟ ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?
ନା । କୌଣସି ପ୍ରକାଶକ ଚାହିଁଲେ ଗୋଟିଏ ଗଳ୍ପ ସଂକଳନ ଓ ଗୋଟିଏ କବିତା ସଂକଳନ ର ଯୋଜନା ରଖିଛି ।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ମେଞ୍ଚା ମେଞ୍ଚା ଶବ୍ଦରେ ଗଢା ହୁଏନା ସାହିତ୍ୟ
ସାହିତ୍ୟ ତ ଭାବନା ଓ ଆବେଗର ଛଳଛଳ ସତ୍ଯ  ।
ସାହିତ୍ୟ ସମାଜର ହିତରେ ସର୍ବସାଧାରଣଙ୍କ  ମିତ
ବିନା ତୋପ ତଲବାର୍ ରେ ଜିଣେ ସମଗ୍ର ଜଗତ ।

ବିମଳା ଶଂକର ଦାଶ
ରାୟଗଡ଼ା, ଓଡିଶା

 3,025 total views,  3 views today

Leave a Reply

Your email address will not be published. Required fields are marked *