Lets talk with Prasanna Kumar Sahu for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ: ପ୍ରସନ୍ନ କୁମାର ସାହୁ
ମାତା: ବସନ୍ତ ମଞ୍ଜରୀ ସାହୁ
ପିତା:ଦୁଃଶାସନ ସାହୁ
ସ୍ତ୍ରୀ : ସୁନୀତା ରାଣୀ ସାହୁ
ମହୀ ସ୍ପର୍ଶ ତିଥି –୦୧-୦୪-୧୯୬୮
ଶିକ୍ଷାଗତ ଯୋଗ୍ୟତା: ଏମ, ଏ,( ଇଂରାଜୀ), ଏମ୍, ଏ,(ଅର୍ଥ ନୀତି), ଏମ, ଇଡି.
ଇଂରାଜୀ ଶିକ୍ଷାଦାନରେ ଡିପ୍ଲୋମା(DTE)- ଇଂରାଜୀ ପ୍ରଶିକ୍ଷଣ ଅନୁଷ୍ଠାନ,ଭୁବନେଶ୍ୱର
ଇଂରାଜୀ ଶିକ୍ଷା ଦାନରେ ସାର୍ଟିଫିକେଟ (CTE)- ଇଂରାଜୀ ଓ ବୈଦେଶିକ ଭାଷା ବିଶ୍ଵ ବିଦ୍ୟାଳୟ (EFLU), ହାଇଦ୍ରାବାଦ
1 – ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିସୟର ଲେଖନ୍ତୁ ?
ମୁଁ ଦୁଇଟି ସନ୍ତାନ ର ପିତୃତ୍ତ୍ଵ ଲାଭ କରିଥିବା ଗଞ୍ଜାମ ଜିଲ୍ଲା, ଓଡ଼ିଶାର ଜଣେ ସାଧାରଣ ଅଧିବାସୀ। ୧୯୯୪ ମସିହା ଠାରୁ ସରକାରଙ୍କ ମଣିଷ ଗଢା କାରଖାନାରେ କୁଶଳୀ କାରିଗର ଭାବେ ନିଯୁକ୍ତି ପାଇ ନିଜକୁ ଧନ୍ୟ ମନେ କରୁଛି। ଦେଶର ଭବିଷ୍ୟତ ନାଗରିକ ମାନଙ୍କୁ ଉତ୍ତମ ରୂପେ ଗଢି ତୋଳିବାଲାଗି ଯତ୍ପର ନାସ୍ତୀ ଚେଷ୍ଟା ଜାରି ରଖିଛି। ସମାଜ ରେ ପ୍ରଚଳିତ କୁ ସଂସ୍କାର ବିରୁଦ୍ଧରେ ମୋ ଶାଣିତ ସ୍ୱର ସଦା ଉତ୍ତଥାପିତ କରି ଲୋକ ମାନଙ୍କୁ ଉଚିତ ମାର୍ଗ ଦର୍ଶନ କରିବାରେ ମୋର ମାନସିକ ଶାନ୍ତି ପାଉଛି। ସମାଜ ରେ ଥିବା ଯୌଥ ପରିବାର ଭାଙ୍ଗି ଯେଉଁ ଐକ ପରିବାର ମାନ ସ୍ଥାପିତ ହେଉଛି, ତାହା ଏକ ଧର୍ତ୍ତୁବ୍ୟ
ଅପରାଧ ବୋଲି ଦର୍ଶାଇ ଯୌଥ ପରିବାର ବ୍ୟବସ୍ଥା କିପରି ବଜାୟ ରହି ପାରିବ ସେଥି ପ୍ରତି ଚେଷ୍ଠା ଜାରି ରଖିଛି, ସମାଜ ରେ
ପ୍ରଚଳିତ ଯୌତୁକ ପ୍ରଥା ବିରୁଧରେ ମୋ ଶାଣିତ ସ୍ୱର ସଦା ଜାଗ୍ରତ ହୋଇ ରହିଛି।ବିଦେଶୀ ଢାଞ୍ଚା ରେ ଜୀବନ ନିର୍ବାହ ନ କରି ସ୍ୱଦେଶୀ ଢାଞ୍ଚାରେ ଜୀବନ ନିର୍ବାହ କରିବା ପାଇଁ ସଦାବେଳେ ସମସ୍ତ ଙ୍କୁ ପ୍ରବର୍ତ୍ତାଇ ଥାଏ।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ସାରସ୍ବତ ଦୁନିଆ ମୋ ଜୀବନ ଉପରେ ବେଶ୍ ପ୍ରଭାବ ପକାଇ ପାରୁଛି। କଳା ବିଭାଗ ର ଶିକ୍ଷକ ଟିଏ ହୋଇ ଗଣିତ ଭଳି ଗୋଟିଏ ନିରସ ବିଷୟ କୁ ଶିକ୍ଷାଦାନ କରି ହୋଇଥିବା ମାନସିକ ଭାରାକ୍ରନ୍ତ କୁ ସାହିତ୍ୟ ସାଧନା ବଳରେ କିଛି ଆନନ୍ଦ ଦେଇ ପାରୁଛି।
ବିଶେଷ କରି୨୦୧୬ ମସିହାରେ
ବିପତ୍ନିକ ହୋଇଯିବ ପରେ ସାହିତ୍ୟ ସାଧନ ହିଁ ମୋ ଏକଲା ସମୟର ସାଥିଟି ହୋଇ ଆଜି ଯାଏଁ ରହିଛି।ସାହିତ୍ୟ ସାଧନା ମୋ ଦୁଃଖ ଜର୍ଜରିତ ମନ ଭିତରେ କିଛି ମାତ୍ରା ରେ ଖୁସିର ଆଶା ଟିକିଏ ଦାନ କରି ପାରୁଛି।
ସାହିତ୍ୟ ସାଧନ ଦିଗକୁ ମନ ବଳାଇ ନଥିଲେ ମାନସିକ ଭାର ସାମ୍ୟ ହରାଇ ହୁଏ ତ ଆଜି ବହୁ ଦୁଃଖ ନିସହା ୟ ଜୀବନ ବିତାଇବା ପାଇଁ ପଡ଼ିଥନ୍ତା। ମୋର ଅବସର ସମୟରେ ମୋ ଅତୀତ ସ୍ମୃତି ମୋତେ ଯେତିକି ବ୍ୟଥି ବ୍ୟସ୍ତ କରି ରଖି ଥାନ୍ତା, ସାହିତ୍ୟ ସାଧନା ମୋତେ ସେଥିରୁ ବଞ୍ଚିତ ଜରିଚ୍ଛି।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ?
ମୁଁ କେବଳ କବିତା ରଚନା କରେ। କବିତା କିପରି ବିଭିନ୍ନ ଢଙ୍ଗରେ ଲେଖା ଯାଇ ପାରିବ ସେଥିପାଇଁ ଧ୍ୟାନ ଦେଇଥାଏ। କବିତା ର ପ୍ରଥମ ଧାଡି ର ଶେଷ ପଦ କିପରି ପରବର୍ତ୍ତୀ ଧାଡ଼ିର ପ୍ରଥମ ପଦ ହୋଇ ପାରିବ, ପିରାମିଡ୍ ରୂପରେ କିପରି କବିତା ଲେଖା ଯାଇ ପାରିବ ସେଥି ପ୍ରତି ଧ୍ୟାନ ଦେଇ ଥାଏ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଯେଉଁ ଲେଖା ଅନ୍ୟର ହିତ ସାଧନ କରିଥାଏ ତାହାକୁ ସାହିତ୍ୟ ବୋଲି କୁହାଯାଏ। ଏହି ପରିପ୍ରେକ୍ଷୀରେ ଯେଉଁ କବିତା ବା ଗଳ୍ପରେ କିଛି ଶିକ୍ଷଣୀୟ ବିଷୟ ରହିଥାଏ ବା ଉଜୁଡା ସମାଜ, ଉଯୁଡ଼ା ଜୀବନକୁ ସଜାଡ଼ିବା ପାଇଁ କିଛି ଗଠାନାତ୍ମକ ବାର୍ତା ରହି ଥାଏ ବା ଯେ କୌଣସି ଶିକ୍ଷଣୀୟ ବିଷୟ ବସ୍ତ୍ ରହିଥାଏ ସେହି ଭଳି କବିତା ବା ଗଳ୍ପ କୁ ଭଲ କବିତା ବା ଗଳ୍ପ ବୋଲି କୁହାଯାଏ ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ମୁଁ ମୋ ଲେଖା ମାଧ୍ୟମରେ ସମାଜ ରୁ ଅନ୍ୟାୟ, ଅତ୍ୟାଚାର
କିପରି ଦୂରେଇ ଦିଆ ଯାଇ ପାରିବ, ନାରୀ ନିର୍ଯ୍ୟାତନା ଓ ପୁରୁଷ ନିର୍ଯ୍ୟାତନା କିପରି ରୋକା ଯାଇ ପାରିବ, ସମାଜ ରେ ପ୍ରଚଳିତ ଅନ୍ଧ ବିଶ୍ୱାସ ଠାରୁ ଲୋକଙ୍କୁ କିପରି ଦୂରେଇ ରଖା ଯାଇ ପାରିବ, ପ୍ରଚଳିତ ସମାଜ ରେ ବୃଦ୍ଧା ଶ୍ରମ ପାଇଁ ଗଢି ଉଠିଥିବା ଆଦର ପରିବର୍ତ୍ତେ କିପରି ନିଜ ପିତା ମାତାଙ୍କ ଦାୟିତ୍ୱ ନିଜ ସନ୍ତାନ ମାନେ ନେବା ପାଇଁ ତତ୍ପର ହେବେ ସେଥି ପ୍ରତି ଧ୍ୟାନ ଦେଇଥାଏ। ଏହା ବ୍ୟତୀତ ମୁଖ୍ୟ ତଃ ମାଟି ମା, ଗଛ ଆଗ ଏବଂ ଆଉ ସବୁ ପଛ ଚିନ୍ତାଧାରାରେ କିପରି ଲୋକମାନେ ଅନୁପ୍ରାଣିତ ହେବେ ସେଥି ପ୍ରତି ଚେଷ୍ଟା କରୁଛି ଏବଂ ମୋର ଏହି ପ୍ରଚେଷ୍ଟା ଆଗକୁ ଜାରି ରହିବ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
ସାହିତ୍ୟ ହେଉଛି କବି ବା ଲେଖକ ଙ୍କ ମାନସ କନ୍ୟା ଯାହା କବି ବା ଲେଖକ ଙ୍କ ମାନସ ପଟରୁ ସ୍ଵତଃ ପ୍ରସ୍ତାବିତ ହୋଇଥାଏ ସମୟ ଚକ୍ରରେ ହେଉ ବା ପରିସ୍ଥିତି ରେ ହେଉ।
୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ସାହିତ୍ୟ ସାଧନା ମୋ ଏକାକୀ ପଣକୁ ଦୂରେଇ ଦେବା ପାଇଁ ବେଶ୍ ସହାୟକ ଅଟେ। ମୋ ସାରସ୍ବତ ସାଧନା ରୁ ମୁଁ ଆତ୍ମ ତୃପ୍ତି ପାଏ।ଯଦି କିଛି ପାଠକ ମୋ ଲେଖାକୁ ପଢି କିଛି ମାତା ମତ ଦୀୟନ୍ତି ବା କୌଣସି ଅନୁଷ୍ଠାନ ଖଣ୍ଡେ ସମ୍ମାନ ପତ୍ର ଖଣ୍ଡିଏ ପ୍ରଦାନ କରେ ତେବେ ମୋତେ ଅଧିକ ଖୁସି ଲାଗେ। କିନ୍ତୁ ତୋଷାମଦିଆ ହୋଇ ସମ୍ମାନ ପତ୍ର ଖଣ୍ଡିଏ ପାଇବା ପାଇଁ ମୁଁ କେବେ ଚେଷ୍ଟା କରି ନାହିଁ କି କରିବି ନାହିଁ ମଧ୍ୟ ।
୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଇଂରାଜୀ ସଭ୍ୟତା ପଛରେ ଧାବ ମାନ ହୋଇ ଓଡ଼ିଆ ସାହିତ୍ୟର ଆଦର ଦିନକୁ ଦିନ କମିବାରେ ଲାଗିଛି।ବସ୍ତୁ ବାଦି ଦୁନିଆ କୁ ଆପଣେଇ ନେଇ ବାସ୍ତବ ବାଦି ଦୁନିଆ ଠାରୁ ମଣିଷ ଧିରେ ଧିରେ ଦୂରେଇ ଗଲାଣି। ଆମ ଜନ୍ମ ଦାତ୍ରୀ ମା ବୃଦ୍ଧା ଅବସ୍ଥାରେ ଯେପରି ସଙ୍କଟ ର ସମ୍ମୁଖୀନ ହେବାର ଦେଖା ଦେଇଛି ଠିକ୍ ସେଭଳି ଆମ ମାତୃ ଭାଷାର ଅବସ୍ଥା ।ହେଲେ ଓଡ଼ିଆ ଭାଷାର ଟେକ ରଖିବା ପାଇଁ ହାତ ଗଣତି ଯେଉଁ କେତେକ ସାଧକ ମାନଙ୍କ ପ୍ରଚେଷ୍ଟା ଚାଲୁଛି ସେମାନେ କେତେ ଦୂର ନିଜ ଲକ୍ଷ ହାସଲ କରିବା ପାଇଁ ସଫଳ ହୋଇ ପାରିବେ ତାହା କେବଳ ସମୟ ହିଁ କହିବ।
୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
କବିତା କ୍ଷେତ୍ରକୁ ଯେଉଁ ମାନେ ନୂଆଁ ଆସୁଛନ୍ତି ସେମାନଙ୍କୁ ମୁଁ ଏତିକି କହିବି ଯେ ପ୍ରଥମେ ଅଧିକ ରୁ ଅଧିକ କବିତା ଅଧ୍ୟୟନ କରି ପ୍ରଥମେ ନିଜ ଶବ୍ଦ ଭଣ୍ଡାର କୁ ମଜବୁତ୍ କରନ୍ତୁ। ବିଭିନ୍ନ କବିତା ପାଠ କରିବା ପାଇଁ ଆଗ୍ରହ ନିଜେ ଲେଖିବା ପାଇଁ ଥିବା ଆଗ୍ରହ ଠାରୁ ଯଥେଷ୍ଟ ଅଧିକା ହେଉ।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ମୋ ମତରେ ଓଡ଼ିଆ ସାହିତ୍ୟକୁ ସୁଦୃଢ଼ କରିବା ଓ ଲୋକାଭିମୁଖୀ କରିବା ନିମିତ୍ତ ସାହିତ୍ୟ ସାଧକ ମାନଙ୍କ ଆପ୍ରାଣ ଚେଷ୍ଟା ତଥା ପ୍ରଚେଷ୍ଟା ରହିବା ଏକାନ୍ତ ଆବଶ୍ୟକ। ଏହା ବ୍ୟତୀତ ସରକାର ଙ୍କ ଭୂମିକା ବେଶ୍ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ। ବିଭିନ୍ନ ସମୟରେ ସାହିତ୍ୟ ସାଧକ ମାନଙ୍କୁ ଚୟନ କରି ପୁରସ୍କୃତ କରି ତାହାକୁ ଲୋକ ଲୋଚନକୁ ଆଣିବା ପାଇଁ ହେବ ଯଦ୍ୱାରା ସେହି ସାହିତ୍ୟ ସାଧକ ମାନଙ୍କ ମନରେ ନୂତନ ଆଗ୍ରହ ସୃଷ୍ଟି ହୋଇ ପାରିବ ଓ ନୂତନ ସାଧକ ସୃଷ୍ଟି କରିବା ପାଇଁ ଏହା ପ୍ରେରଣା ଯୋଗାଇବ।ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପୃଷ୍ଟପୋଷକ ରେ କେତେକ ସାହିତ୍ୟ ପତ୍ରିକା ପ୍ରକାଶିତ ହୋଇ ତାହା ସୁଲଭ ମୂଲ୍ୟରେ କିପରି ଉପଲବ୍ଧି ହୋଇ ପାରିବ ସେଥିପ୍ରତି ସରକାର ଯତ୍ନବାନ ହେବା ଆବଶ୍ୟକ।
୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ମୋର ଜୀବନ ର ପ୍ରଥମ ସାହିତ୍ୟ ସୃଷ୍ଟି ୧୯୮୪ ମସିହାରେ ହୋଇଥିଲା। ମୋ ଲେଖା ଗୁଡିକ ୧୯୯୩ ମସିହା ପର୍ଯ୍ୟନ୍ତ କେବଳ ମହାବିଦ୍ୟାଳୟ ର ପ୍ରାଚ୍ୟ ପତ୍ରିକା ଓ ବାର୍ଷିକ ପତ୍ରିକା ଗୁଡିକରେ ପ୍ରକାଶିତ ହେଉଥିଲା।ମୋ ଜୀବନ ର ପ୍ରଥମ ସ୍ୱ ରଚିତ କବିତା ହେଉଛି “ଗୋଲାପ”। ଦୈନିକ ଖବର କାଗଜ ରେ ୧୯୯୩ ମସିହାରେ ପ୍ରକାଶିତ କବିତା ହେଉଛି “କୃଷକ”। ୧୯୯୫ ମସିହା ଠାରୁ ସ୍ଥାନୀୟ ବ୍ରହ୍ମପୁର ରେ ଥିବା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ପ୍ରକାଶିତ ପତ୍ରିକା ଗୁଡ଼ିକ ରେ ମୋର ବିଭିନ୍ନ ଲେଖା ପ୍ରକାଶିତ ହୋଇଛି।
୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଯାହା ସତ୍ୟ ତାହା ସର୍ବଦା ଗ୍ରହଣୀୟ ଅଟେ। ଅନଲାଇନ୍ ସାହିତ୍ୟ ପରିବେଷଣ ଦ୍ଵାରା ଆମର ଅଧିକ ଲାଭ ହୋଇଛି।ଏହା ଦ୍ବାରା ପୃଥିବୀ ରେ ଥିବା ବିଭିନ୍ନ ସାହିତ୍ୟିକ ମାନଙ୍କ ମଧ୍ୟରେ ଦୂରତା କମି ଯାଇଛି।
ଘରେ ବସି ବିଭିନ୍ନ ସାହିତ୍ୟିକ ମାନଙ୍କ ସଂସ୍ପର୍ଶରେ ଆସି ପାରୁଛେ। ବାସ୍ତବିକ ଅନଲାଇନ୍ ସାହିତ୍ୟ ଚର୍ଚ୍ଚା ସମସ୍ତଙ୍କ ପାଇଁ ଲାଭବାନ ଅଟେ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ଏହି ଅନୁଷ୍ଠାନ ରେ ରହୁଥିବା କର୍ମ କର୍ତ୍ତା ବୃନ୍ଦ ବିଶେଷ କରି ମନୋଜ ପଣ୍ଡା ଙ୍କ ଅହରହ ପ୍ରଚେଷ୍ଟା ଯେ ଏହି ଅନୁଷ୍ଠାନ କୁ ବେଶ୍ ସଫଳତା ଆଣି ଦେଇଛି ଏଥିରେ କେହି ଦ୍ଵିମତ ପ୍ରକାଶ କରିବା ପାଇଁ ଦୁଃସାହସ କରିବେ ନାହିଁ।
୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
ନା ବର୍ତମାନ ସୁଦ୍ଧା ମୋର କିଛି ସାହିତ୍ୟ ସଙ୍କଳନ ପ୍ରକାଶିତ ହୋଇ ପାରି ନାହିଁ। ଆଗକୁ ପ୍ରକାଶିତ ହେବାର ସମ୍ଭାବନା ରହିଛି।
୧୫–ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ?
ସାହିତ୍ୟ ଯେ ସମାଜ ର ମୁକୁର
ସମାଜର ଛବି ହୁଏ ବାହାର।
ସାହିତ୍ୟ ସାଧନା କରଇ ଯିଏ
ସାହିତ୍ୟ ସୁଦ୍ଧା ପାନ କରଇ ସିଏ
ସାହିତ୍ୟ ରେ ଅଛି ଅନେକ ମଧୁ
ସେ ମଧୁ ଅଟଇ ଭାରି ସୁସ୍ୱାଦୁ
କଲମ ମୁନରୁ ଭାବ ଗୋଟି ଗୋଟି
ପ୍ରକାଶିତ ହେଲେ ହୁଏ ସାହିତ୍ୟଟି।
ପ୍ରସନ୍ନ କୁମାର ସାହୁ
ଗଞ୍ଜାମ, ଓଡିଶା
3,676 total views, 1 views today
Very nice conversation.keep it up.Thank you !
ସୂର୍ଯ୍ୟୋଦୟ ପରିବାର ର ସମସ୍ତ କର୍ମ କର୍ତ୍ତା ବୃନ୍ଦ ତଥା ଏହି ବିଶ୍ଵ ପରିବାର ର ପ୍ରତିଷ୍ଠାତା ମନୋଜ ପଣ୍ଡା ମୋ ହଦୟଙ୍କୁ ହୃଦୟର ଗଭୀର ତମ ପ୍ରଦେଶ ରୁ କୃତଜ୍ଞତା ଜ୍ଞାପନ କରୁଛି।ଏଭଳି ଏକ ବିଶ୍ଵ ବ୍ୟାପି ଅନୁଷ୍ଠାନ ର ଜଣେ ସଭ୍ୟ ଭାବରେ ନିଜକୁ ଧନ୍ୟ ମନେ କରୁଛି। ଏହି ଅନୁଷ୍ଠାନ ର ସାହିତ୍ୟ ସାଧନ କ୍ଷେତ୍ର ରେ ଗୁଣ୍ଡୁଚି ମୂଷା ର ଦାୟୀତ୍ବ ନିଭାଇ ପାରିବି ବୋଲି ମୋର ଆତ୍ମ ବିଶ୍ବାସ ରହିଛି।