April 13, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Pratima Barik for Suryodaya_Sambhranta_Saraswat_Samman – 2021*

Lets talk with Pratima Barik for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ– ପ୍ରତିମା ବାରିକ
ପିତାଙ୍କ ନାମ:- ଶ୍ରୀଯୁକ୍ତ ସୁନ୍ଦରମଣି ବାରିକ
ମାତାଙ୍କ ନାମ:- ଗୋଲାପି ବାରିକ
ସ୍ୱାମୀ:- ଚିତ୍ତରଞ୍ଜନ ସାହୁ ।
ମହୀସ୍ପର୍ଶ ତାରିଖ:- 06-07-1970
ଶିକ୍ଷା ଗତ ଯୋଗ୍ୟତା– –ଓଡିଆ ଏମ୍ ଏ

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ମୋର ଜନ୍ମସ୍ଥଳୀ ବରଗଡ ଜିଲ୍ଲାର ବାବେବିରା ଗ୍ରାମ ।ଆମେ ତିନି ଭାଇ ଭଉଣୀ । ସଂଘର୍ଷମୟ ଜୀବନ ପଥରେ ମୁଁ ଅନେକ ଘାତ ପ୍ରତି ଘାତର ଶିକାର ହୋଇଛି । ମ୍ୟାଟ୍ରିକ ପରେ ମୋର ବାହାଘର ହୁଏ ।ସେଇଠି ଅସୁବିଧା ବଶତଃ ମୁଁ ରହିନାହିଁ ।ମା ବାପାଙ୍କ ପାଖରେ ପାଞ୍ଚ ମାସର ଶିଶୁ କନ୍ୟାକୁ ଧରି ରହୁଥିଲି ।ଝିଅକୁ ଦଶ ମାସ ହେଲା ପରେ ପୁଣି ଆରମ୍ଭ ମୋ ଛାତ୍ରୀ ଜୀବନ ।ଘର କାମ ସହିତ ବହୁ କଷ୍ଟରେ +୨ ପରେ +୩ ତାପରେ ଓଡିଆରେ ଏମ.ଏ କଲି । ଦୁର୍ଭାଗ୍ୟବଶତଃ କୌଣସି ଚାକିରୀ ନ ହେବାରୁ ସ୍ବାବଲମ୍ବୀ ହେବାପାଇଁ ପାହାଡଶ୍ରୀଗିଡା ଆଞ୍ଚଳିକ କଲେଜ ଲେଡିଜ ହଷ୍ଟେଲର ତତ୍ବାବଧାରିକା ରୂପେ କର୍ମମୟ ଜୀବନ ଆରମ୍ଭ କଲି ।ଅତି ଅଳ୍ପ ଦରମାରେ ।ବହୁ କଷ୍ଟରେ ବାପାଙ୍କ ସହଯୋଗରେ ଝିଅକୁ ପାଠ ପଢାଇଲି ।ମୋର ଗୋଟିଏ ଝିଅ ନିବେଦିତା ସାହୁ ।ସମ୍ବଲପୁର central bank of India ରେ କାର୍ଯ୍ୟରତା ।ଜୋଇଁ ସଂଗ୍ରାମ ପ୍ରଧାନ ।ଆଲ କେମ ମେଡିସିନ କମ୍ପାନୀର ସି ଏମ ଅଛନ୍ତି ।ଗୋଟିଏ ନାତୁଣୀ ପାଞ୍ଚ ବର୍ଷର ।

 

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ମାତୃତ୍ବର ଗୁଞ୍ଜରଣରୁ ମୋ ଭିତରେ କବିତାର ଉନ୍ମେଷ ।କୁନି ଝିଅକୁ ଶୁଆଇବା ପାଇଁ ବିଭିନ୍ନ ପ୍ରକାର ଏକପଦୀ ମୁହଁରେ ବାହାରି ଯାଉଥିଲା ।ପରେ କଲେଜ ଜୀବନରେ ମ୍ୟାଗାଜିନ୍ ପାଇଁ ବି କେବେ କେବେ ଲେଖୁଥିଲି । କଲେଜ ରେ ମ୍ୟାଗାଜିନ୍ ପାଇଁ ମୋ ଚଉଦ ଜଣ ସାଙ୍ଗ ଙ୍କ ନାମରେ ଏକ କବିତା ମୋ ନାମରେ ନାମାଙ୍କିତ କରି ଥିଲି “ପାଷାଣୀ ପ୍ରତିମା “ବୋଲି ଯାହା ସମସ୍ତଙ୍କୁ ଆକଷର୍ଣ କରିଥିଲା ।କାମ କରୁ କରୁ ଯେତେବେଳେ ଯାହା ମନକୁ ଆସେ କେଉଁଠି କାଗଜ ଖଣ୍ଡକରେ ବି ଲେଖି ପକାଏ ।ଯାହା ଲେଖି ପାରୁ ନଥିଲି ପରବର୍ତ୍ତୀ ସମୟରେ ଭୁଲି ଯାଉଥିଲି ।ତଥାପି କାମ ମଝିରେ ବି ତାର ନକସା ଟିଏ ଗାରେଇ ଦେଉଥିଲି ।ବଡ ହେଲା ପରେ ମଧ୍ୟ ମୋ ଝିଅ ପାଇଁ ଅନେକ କବିତା ଲେଖୁଥିଲି ତାକୁ ଉତ୍ସାହିତ କରିବାକୁ ।ଭଲ ମଣିଷ ହେବାକୁ ।ଜନ୍ମ ଦିନରେ ଏମିତି ଅନେକ ।ଫେସବୁକ ରେ ମଧ୍ୟ ଅନେକ ପାଠକ/ଲେଖକ ବନ୍ଧୁଙ୍କ ଠାରୁ ଉତ୍ସାହ ପାଇଛି ।ବିଶେଷ କରି ଭୋଳାନାଥ ବାରିକ ଯିଏକି ମାନ୍ୟରେ ମୋ ବଡ ଭାଇ ହେବେ ସିଏ ମୋ ଲେଖା ପଢି ଖୁବ୍ ଉତ୍ସାହିତ କରନ୍ତି ।ଭଲ ଲେଖୁଛ ଲେଖା ବନ୍ଦ କରିବନି ।proceed it .ସେ ଶବ୍ଦ ଟା ହିଁ ମୋତେ ଏତେ ବାଟ ଆଗେଇ ଆଣିଛି ।ତାଙ୍କ ପାଖରେ ମୁଁ ଚିର ଋଣୀ ।ଲକ୍ ଡାଉନ ସମୟରେ ଲେଖିବା ପାଇଁ ମୁଁ ଅନେକ ସୁବିଧା ପାଇଛି ।ନବନୀତା ମେମଙ୍କୁ ମଧ୍ୟ ହୃଦୟ ରୁ ଅଜସ୍ର ଧନ୍ୟବାଦ ଯିଏ ମୋତେ ମାଟିଲଗ୍ନା ପଶ୍ଚିମାଞ୍ଚଳ ଗ୍ରୁପରେ ଲେଖିବା ପାଇଁ ପ୍ରୋତ୍ସାହନ ଦେଇଥିଲେ ।ଯା ଫଳରେ ମୁଁ ଆଜି ଅନେକ ଗ୍ରୁପରେ ସଦସ୍ୟା ଭାବରେ ଲେଖା ଜାରୀ ରଖିପାରିଛି ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ?

ଗଳ୍ପ ପ୍ରବନ୍ଧ ମୁଁ କ୍ବଚିତ୍ ଲେଖିଛି ।ବିଶେଷ କରି କବିତା ଟା ମୋ ଭିତରେ ଆପଣାଛାଏଁ ସୃଷ୍ଟି ହୋଇଯାଏ ।ତେଣୁ କବିତା ଲେଖିବାକୁ ଖୁବ୍ ଭଲପାଏ ।ସଂଘର୍ଷମୟ ଜୀବନର ଅନେକ ଚିତ୍ର ମୋ ରଚନାରେ ରୂପ ପାଏ ।ନ୍ୟାୟ ଅନ୍ୟାୟ ଯେଉଁଠି ଯାହା ଦେଖେ ତାର ଏକ କାବ୍ୟିକ ରୂପ ମୋ ଭିତରେ ଫୁଟିଉଠେ ।କାହାର ଲେଖାଟିଏ ପଢୁ ପଢୁ ତାର ପ୍ରଶଂସାରେ ମଧ୍ୟ ସେ ଶବ୍ଦ କବିତାର ରୂପ ନେଇ ବାହାରି ଆସେ ।ମାଦକ ନିଶା ଭଳି କବିତା ମୋ ପାଇଁ ଏକ ଜୀବନ ସାଥି ହୋଇଯାଇଛି ।ଯାହା ପାଖରେ ମୁଁ ଅନେକ ସମୟରେ ହଜି ଯାଏ ଓ ଶବ୍ଦ ସଜାଡିବାରେ ଲାଗିପଡେ ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ମୋ ମତରେ କବିତା ହେଉ କି ଗଳ୍ପ ଯେଉଁ ରଚନା ସାମାଜିକ ସଂସ୍କାରକୁ ନେଇ ମାନବିକ ମୂଲ୍ୟବୋଧରେ ମଣିଷକୁ ଦିଗଦର୍ଶନ ଦେଇ ସତ୍ ପଥରେ ଆଗେଇ ଯିବାର ପ୍ରେରଣା ପ୍ରଦାନ କରୁଥାଏ ଓ ସରଳ ଭାବବୋଧରେ ସର୍ବଜନ ହୃଦ ଗ୍ରାହୀ ହୋଇଥିବ ସେ ସାହିତ୍ୟ କାଳଜୟୀ ହୋଇଥାଏ ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

ସେତେଟା ଉନ୍ନତ ନ ହେଲେ ମଧ୍ୟ ମୋ ଲେଖା ମାଧ୍ୟମରେ ମୁଁ ମଣଷର ଚାରିତ୍ରିକ ପ୍ରକୃତିଗତ ପରିବର୍ତ୍ତନ କରିବାକୁ ଚାହେଁ ।ଅନ୍ୟାୟ ଅଧର୍ମ କୁସଂସ୍କାର କୁ ଲୋପ କରିବାକୁ ଜନ ଜାଗରଣ ଚାହେଁ ।ସତ୍ କର୍ମରେ ନିଷ୍ଠାବାନ୍ ହୋଇ ଭଗବତ୍ ଚେତନାରେ ଉଦବୁଦ୍ଧ ହେଲେ ସମାଜରୁ ଅନେକ ଦୁର୍ନୀତି କୁସଂସ୍କାର ଦୂରେଇ ଯାଆନ୍ତା ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?

କାବ୍ୟ କବିତା ଗଳ୍ପ ପ୍ରବନ୍ଧ କି ରମ୍ୟ ରଚନା ଉପନ୍ୟାସ ଯାହାକୁ ନେଇ ସାହିତ୍ୟ ର କଳେବର ପୁଷ୍ଟ ।ଏଥିରେ ସ୍ରଷ୍ଟାର ଭାବନାତ୍ମକ କଳାତ୍ମକ ରୂପ ଫୁଟି ଉଠିଥାଏ ।କବିକୁ ଦ୍ବିତୀୟ ଈଶ୍ବର ବୋଲି କୁହାଯାଏ ।ସେ ସ୍ରଷ୍ଟା,ଆଉ ସେ ସୃଷ୍ଟି ଏକ ସ୍ବତଃ ସ୍ଫୁର୍ତ୍ତ ଝରଣା ।ମାନସ ଭୂମିରୁ ଯାହାର ଉତ୍ପତ୍ତି । ଉତ୍ଥାନ,ପତନ ନମାନି ଯିଏ ଆଗକୁ ବଢିଚାଲେ ଜଗତ କଲ୍ୟାଣ ପାଇଁ ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ପୁରସ୍କାର ଟିଏ ପାଇଲେ ଯେତେ ଆନନ୍ଦ ଲାଗେ ନାହିଁ ।ଚିହ୍ନା ଅଚିହ୍ନା କେହିଜଣେ ପାଠକ ଲେଖା ଉପରେ ମନ୍ତବ୍ଯ ଟିଏ ଦେଲେ ସେ ପିଠି ଥାପୁଡାରେ ଖୁବ୍ ଆତ୍ମ ସନ୍ତୋଷ ଥାଏ ।ଫେସବୁକ/ୱାଟସ୍ ଏପ୍ ଗ୍ରୁପରେ ଜଡିତ ହେଲାପରେ ପାଠକ ଲେଖକ ବନ୍ଧୁଙ୍କ ହୃଦୟ ନିଃସୃତ ଗୋଟି ଗୋଟି ଶବ୍ଦ ମୋ ପାଇଁ ଏକ ଏକ ଅନନ୍ୟ ପୁରଷ୍କାର ।ସେ ପରିଚୟ ସେ ସ୍ଥାନ ଟିକକ ।ଜଣକର ହୃଦୟାସନ ଠାରୁ ମୂଲ୍ୟବାନ କେଉଁ କାଗଜର ପ୍ରଶଂସା ପତ୍ର ହୋଇ ନ ପାରେ ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଓଡିଆ ଭାଷା ଓ ସାହିତ୍ୟ ଜଗତରେ ବର୍ତ୍ତମାନ ବହୁତ ସ୍ରଷ୍ଟା ଅଛନ୍ତି ।ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଓଡିଆ ଭାଷା ସାହିତ୍ୟର ମାନ ବଢାଇବାକୁ ପ୍ରୟାସ କରୁଛନ୍ତି ।ବର୍ତ୍ତମାନ ଯୁବ ପିଢିକୁ ଯଦି ଉନ୍ନତ ମାନର ସାହିତ୍ୟ ସୃଷ୍ଟି ପାଇଁ ତାଙ୍କ ସାଧନାର ପଥରେ ସହଯୋଗର ହାତଟିଏ ବଢେଇ ଦିଆଯାଆନ୍ତା ।ତାଙ୍କୁ ଉଚିତ୍ ମାର୍ଗ ଦର୍ଶନ ଦେଇ ଆଗେଇ ଯିବା ପାଇଁ ପ୍ରୋତ୍ସାହିତ କରି ପାରିଲେ ନିଶ୍ଚିତ ରୂପେ ଭବିଷ୍ୟତରେ ସାହିତ୍ୟ ଉନ୍ନତିର ସୋପାନରେ ପହଞ୍ଚି ପାରନ୍ତା ।

୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ସାଧନା ପଥରେ ଅତି ଅଳ୍ପ ବାଟ ଯାଇଥିଲେ ମଧ୍ୟ ମୋ ଅଭିଜ୍ଞତାରୁ କହୁଛି ଯେ ନୂତନ ଯୁବ ପିଢିର ସ୍ରଷ୍ଟାଙ୍କୁ ତାଙ୍କ ସାଧନାର ପଥରେ ଆଗେଇ ନେବାପାଇଁ ବରିଷ୍ଠ ସାଧକଙ୍କ ବହୁମୂଲ୍ଯ ସୃଷ୍ଟିର ଦିଗଦର୍ଶନ ଉତ୍ସାହପ୍ରଦ ଓ ସହାୟକ ହେବ । ତାଙ୍କ ସେ ପ୍ରଚେଷ୍ଟା ବଣମଲ୍ଲୀକୁ ରାଜୋଦ୍ୟାନରେ ଫୁଟାଇ ପାରିବ ।ଦେଶର କୋଣେ କୋଣେ ତା ବାସକୁ ଚହଟାଇ ପାରିବ ।ସେଥିପାଇଁ ନୂତନ ପିଢିର ମାନସିକତା ମଧ୍ୟ ସତ୍ମାର୍ଗରେ ସମାଜ ହିତୈଷି ସାହିତ୍ୟ ସୃଷ୍ଟି ଦିଗରେ ଧୈର୍ଯ୍ୟର ସହିତ ପ୍ରସ୍ତୁତ ହେବାକୁ ପଡିବ ।ମନଯୋଗ ଦୃଢ ଥିଲେ ସଫଳତା ସୁନିଶ୍ଚିତ ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଯୁଗେ ଯୁଗେ ସ୍ରଷ୍ଟା ନିଶ୍ଚିତ ରୂପେ ଏକ ମାର୍ଗଦର୍ଶକ ।ତା ସୃଷ୍ଟି ଭିତରେ ସେ ନିଜସ୍ୱ ବିକଶିତ ଜ୍ଞାନକୁ ପାଠକଙ୍କ ମାନସ ଭୂମିରେ ରୋପଣ କରି ତହିଁରୁ ସଂସ୍କାର ରୂପକ ଫଳ ସୃଷ୍ଟି କରିଥାଏ ।ତେଣୁ ଭବିଷ୍ୟତ ପିଢି ପାଇଁ ସ୍ରଷ୍ଟାଙ୍କୁ ଯୋଡହସ୍ତ ବିନମ୍ର ଅନୁରୋଧ କରିବି ସାଧକ ମାନେ ନିଜସ୍ୱ ଲେଖା ମାଧ୍ୟମରେ ସାହିତ୍ୟ ସାଧନା ପଥରେ ଶବ୍ଦର ସାଗରରେ ଏକ ସଂଯୋଗ ସେତୁ ହୁଅନ୍ତୁ ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ଫେସବୁକ୍ ରେ ତ ଲେଖୁଥିଲି ୱାଟସ୍ ଏପ୍ ଗ୍ରୁପରେ ପ୍ରତିଯୋଗିତା ମୂଳକ ଆସରରେ ଭାଗନେଇ ଅନେକ ସଫଳ ହୋଇଥିଲି ।ତଥାପି ପାହାଡଶ୍ରୀଗିଡା ଜମିଦାର ଜନାର୍ଦନ ସିଂହ ଯିଏକି ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ ଓ ଉଡବ୍ରିଜ ଙ୍କୁ ହତ୍ୟା କରିଥିଲେ ।ଓ ତାଙ୍କ କଟାମୁଣ୍ଡକୁ ପାହାଡରେ ଗାଡି (ଟାଙ୍ଗି)ଦେଇଥିଲେ । ସେଥିପାଇଁ ସେ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଫେବୃଆରୀ ୧୨ ଦିନଟିକୁ ବୀରତା ଦିବସ ରୂପେ ପାଳନ କରାଯାଏ ଗାଆଁରେ । ଭୋଳାନାଥ ଭାଇ ସେଇ କାହାଣୀକୁ ନେଇ ଏକ କବିତା ଲେଖିବାର ପ୍ରୋତ୍ସାହନ ଦେଇଥିଲେ ଓ ଉକ୍ତ ସଭାରେ ମୋତେ ଚିଫ୍ ସ୍ପିକର କରି ମୋ ଲେଖାକୁ ପଢିବାର ସୁଯୋଗ ଦେଇଥିଲେ ।ଯାହାକି ମୋର ପ୍ରଥମ ଷ୍ଟେଜ ଥିଲା ।ସେଦିନ ସମସ୍ତ ବୟୋଜ୍ଯଷ୍ଠ ମୁରବୀ ଗ୍ରାମବାସୀଙ୍କ ମୁହଁରୁ ମୋ ଲେଖାର ପ୍ରଶଂସା ଶୁଣି ମୋତେ ଲାଗିଥିଲା ସତରେ କଣ ମୁଁ କବିଟିଏ ?ମୋତେ ଖୁବ୍ ଖୁସି ଲାଗିଲା ସେଦିନ ।ତାଙ୍କୁ ଯେତେ ଧନ୍ୟବାଦ୍ ଦେଲେ କମ୍ ପଡିଯିବ ।ସେ ସବୁଦିନ ମୋତେ ଲେଖା ପାଇଁ ଉତ୍ସାହିତ କରନ୍ତି ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ବର୍ତ୍ତମାନ ଯାନ୍ତ୍ରିକ ଯୁଗରେ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନଲାଇନ ର ପ୍ରବେଶ ପ୍ରଶଂସା ଯୋଗ୍ୟ ।କାହିଁକି ନା ଦୂର ଦୂରାନ୍ତରରୁ ମଧ୍ୟ ଯୋଗାଯୋଗ ରକ୍ଷା କରି ଏକାସାଥିରେ ଅନେକଙ୍କ ପାଖରେ ସକଳ ବାର୍ତ୍ତା ପହଞ୍ଚି ପାରୁଛି ।ଭାବ ବିନିମୟ ହୋଇ ପାରୁଛି ।ଅବଶ୍ୟ ବେଳେ ବେଳେ ବେଳେ ଅନେକ ଠକ ବ୍ୟବସାୟିକ ଗୋଷ୍ଠୀ ଫୋନ୍ ପେ କହି ଲେଖା ପାଇଁ ପଇସା ନେଇ ଲେଖା ପ୍ରକାଶିତ କରୁନାହାନ୍ତି ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ସୂର୍ଯ୍ୟୋଦୟ ସାହିତ୍ୟ ଅନୁଷ୍ଠାନ ଉଦୀୟମାନ ସୂର୍ଯ୍ୟର ଆଲୋକ ଭଳି ବିଚ୍ଛୁରିତ ହୋଇ ସାରା ବିଶ୍ବକୁ ତା ଜ୍ୟୋତିରେ ଆଲୋକିତ କରୁ ।ଅନାମଧେୟ ବଣମଲ୍ଲୀକୁ ତା ଜ୍ୟୋତି ରେ ଆଲୋକିତ କରି ଲୋକ ଲୋଚନକୁ ଆଣି ତା ବାସକୁ ସାରା ଜଗତରେ ବିତରଣ କରିବାରେ ଖୁବ୍ ତତ୍ପର ।ସେଥିପାଇଁ ଅନୁଷ୍ଠାନକୁ ହୃଦୟରୁ ଅଜସ୍ର ଧନ୍ୟବାଦ୍ ଦେଉଛି ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?

ଆଜିଯାଏଁ କୌଣସି ସଂକଳନ ହୋଇନାହିଁ ।କିନ୍ତୁ ପ୍ରୟାସ ଚାଳିଛି ତିନୋଟି କବିତା ସଂକଳନ ପାଇଁ । “କାବ୍ୟ ନାୟକ”,”ଅଫେରା ପଥ” ଓ କେତୋଟି ଭଜନର ସମାହାରକୁ ନେଇ ।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ସାହିତ୍ୟ ସମାଜ ଦର୍ପଣ ସଦୃଶ
ପ୍ରତିଛବି ରୂପ ପାଏ
ହିତାର୍ଥେ ରଚିଲେ ଲେଖକ ପାଠକ
ହୃଦେ ସମାଦୃତ ହୁଏ ।।

ଜୀବନ ଜୀବିକା ଜଳ,ସ୍ଥଳ,ବାୟୁ
ପ୍ରକୃତି ଅନନ୍ୟ ରୂପ
ନୀତି ଅନୀତିର ନିଚ୍ଛକ ଭାବରେ
ଯେଉଁଠାରେ ଫୁଟେ ଛାପ ।।

ସମାଜ ସୁଧାର ବାର୍ତ୍ତା ବହ ହୋଇ
ଚେତନାର ଜାଗରଣ
ଭବିଷ୍ୟତ ପିଢି କର ଧରି ନିଏ
ଶୃଙ୍ଖଳିତ ତନୁ ମନ ।।

ପ୍ରତିମା ବାରିକ
ବରଗଡ଼ , ଓଡିଶା

 

Loading

2 thoughts on “*Lets talk with Pratima Barik for Suryodaya_Sambhranta_Saraswat_Samman – 2021*

  1. Your method of describing all the things in this paragraph is absolutely pleasant, Each one can effortlessly pay attention to it, Many thanks a good deal. asla.munhea.se/map10.php mat och h?¤lsa

Leave a Reply

Your email address will not be published. Required fields are marked *