May 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Jitendra Giri, Balasore for Suryodaya_Sambhranta_Saraswat_Samman – 2021*

Lets talk with Jitendra Giri, Balasore for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ— ଶ୍ରୀ ଜିତେନ୍ଦ୍ର ଗିରି
ପିତା – ଶ୍ରୀଯୁକ୍ତ ହରିହର ଗିରି
ମାତା – ଶ୍ରୀମତୀ ସୁପ୍ରଭା ଗିରି
ସ୍ତ୍ରୀ – ଶ୍ରୀମତୀ ନମିତା ଗିରି
ମହୀସ୍ପର୍ଶ – ୨୪.୦୪.୧୯୮୬
ଶିକ୍ଷାଗତ ଯୋଗ୍ୟତା – ଏକାଦଶ ରେ ଧନ୍ଦା ମୁଳକ ଶିକ୍ଷା (vocational)।

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
– ଅଦ୍ୟାବଧି ସଂଘର୍ଷପୂର୍ଣ୍ଣ ଜୀବନ ମୋର। ୨୦୦୫ ମସିହା ରେ ମୋ ପରିସ୍ଥିତି କଟକ ର ଲିଙ୍କରୋଡ ରେ ଗୋଟିଏ ଘରୋଇ ସଂସ୍ଥା ଅଫିସ ରେ ନେଇ ପହଞ୍ଚାଇଲା। ସେତେବେଳେ ଘରେ ଭାରି ଅଭାବ ଆଉ ମୋ ବାପା ଙ୍କ ଦେହ ଭାରି ଖରାପ ଥାଏ। ଜଣେ ଦରଦୀ ସମ୍ପର୍କୀୟ ଙ୍କ ପରାମର୍ଶରେ ମୁଁ ନିପଟ ମଫସଲ ରୁ ସିଧା ରୂପା ର ସହର ରେ ପାଦ ଥାପିଲି। ନ ଶହ ଟଙ୍କା ଦରମା ଆଉ କାମ ମୋର ମଙ୍ଗୁ ଭାଇ ଚା ଦୋକାନ ରୁ ଚା ଆଣି ବାବୁ ମାନଙ୍କୁ ପରଷିବା।ଖଣ୍ଡେ ସାଇକେଲ ମିଳିଥାଏ ମୋତେ ଆମ ଅଫିସ୍ ରୁ ରବିବାର ହେଲେ ବଡ଼ବାବୁ ମୋତେ ତାଙ୍କ ବଜ୍ରକବାଟି ସ୍ଥିତ ଘରକୁ ନେଇଯାଆନ୍ତି ଘର ର ଅଳିଆ ସଫା କରିବାପାଇଁ ଆଉ କୋଡ଼ିଏ ଟଙ୍କା ଦିଅନ୍ତି। ନିଶା ସେତେବେଳେ ଅଧିକ ରୋଜଗାର କରିବି ଭଉଣୀ କୁ ବାହା ଦେବି,ବୋଉ ର ମୁଢ଼ି ଭଜା ବନ୍ଦ କରିବି,ବାପା ଙ୍କୁ ଭଲ ଡାକ୍ତର ଙ୍କ ପାଖେ ଚିକିତ୍ସା କରିବି,ଆମେ ହରେଇ ଥିବା ଜମି ସବୁ ଫେରାଇ ଆଣିବି,ମୋତେ ଛୋଟ ବେଳୁ ପାଳିଥିବା ମା(ମଝିଆଁ ମାଉସୀ) କୁ ହରିଦ୍ଵାର ବୁଲାଇ ନେବି।
ହଁ ଆଉ ଗୋଟେ ବଡ଼ ନିଶା ଥିଲା ଡଗର ପଡ଼ା ରେ ଥିବା ଜୀବନ ରଙ୍ଗ ଭବନ ରେ ଅଭିନୟ କେନ୍ଦ୍ର ରୁ ମୁଁ ଅଭିନୟ ଶିକ୍ଷା ନେବି କିନ୍ତୁ ମୋ ନିଶା ସବୁ ହରେଇଲେ ତାଙ୍କ ଦିଶା।ଅନେକ ଠକ ଲୋକଙ୍କ ସଂସ୍ପର୍ଶରେ ଆସି ମୁଁ ମୋର ଲକ୍ଷ୍ୟ ରୁ ଦୂରେଇ ଗଲି।ବହୁତ୍ ବଡ଼ ବଡ଼ ଲୋକଙ୍କ ପାଖରେ ରହିଲି ବହୁତ୍ ବଡ଼ ବଡ଼ କାମ ବି କଲି କେବଳ ସେମାନଙ୍କ ପାଇଁ ନିଜ ପାଇଁ ଖଣ୍ଡେ ସାଇକେଲ ବି କରି ପାରିଲି ନାହିଁ।
ଏବେ ମୋ ବୋଉ ଆମ ପରିବାର ର ରୋଜଗାରିଆ ପୁଅ ମୁଁ ନୁହଁ।ସେ ଜଣେ ସୋଚଟ୍ ପରୋପକାରୀ, କର୍ମନିଷ୍ଠ ଆଶାକର୍ମୀ। ମୁଁ ଗୋଟେ ଛୋଟ କପଡ଼ା ଦୋକାନ କରିଥିଲି ।ଦୁଇ ପଇସା କାରବାର ହେଉଥିଲା ଏବେ ଯେଉଁ ଲକ୍ ଡାଉନ୍ ସଟ ଡାଉନ୍ ର ପର୍ବ ଚାଲିଲା ମୋ ଦୋକାନ ବି ଗଲା।
ମୋ ଜୀବନ ର ସବୁଠୁ ଚର୍ଚ୍ଚିତ ଘଟଣା ଟି ଅନ୍ୟାୟ ଦୁର୍ନୀତି କୁ ବିରୋଧ କରି ଗୋଟିଏ ନାମୀ ଦାମୀ କମ୍ପାନୀ ର M.D ଙ୍କୁ ବାଡ଼େଇଛି ଏବଂ ସ୍ଵ ଇଚ୍ଛାରେ ଚାକିରି ଛାଡ଼ିଛି।ଏବେ ବି ମୋ ନାମ ଶୁଣିଲେ ସେ ମହାଶୟ ଜଣକ ଚିଇଁକି ଉଠନ୍ତି ବୋଲି ମୋ କିଛି ସେଥିରେ କାର୍ଯ୍ୟରତ ବନ୍ଧୁ କୁହନ୍ତି।
ମୋ ପାଇଁ ପ୍ରତ୍ୟେକ ଦିନ ଗୋଟାଏ ଗୋଟାଏ ଚର୍ଚ୍ଚିତ ଓ ସଂଘର୍ଷପୂର୍ଣ୍ଣ ଦିନ ବୋଲି ମୁଁ ଭାବି ନେଇଛି ।ଦୁଃଖ କୁ ନିତ୍ୟ ସୁଖ ଭାବି ତା ଧୂନ୍ ରେ ମୁଁ ମସ୍ତ୍ ହେଇ ନାଚୁଛି। ବାଃ କି ଆନନ୍ଦ ମିଳୁଛି ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

– ଥରେ ଗୋଟିଏ ସଂସ୍ଥାରେ କାମ କରୁଥିଲା ବେଳେ ମୋର ଜଣେ ବନ୍ଧୁ ଓ ତାଙ୍କ ପ୍ରେମିକା ମଧ୍ୟରେ ମନ ମାଳିନ୍ୟ ହେଇଗଲା ଆଉ ତାଙ୍କୁ ମିଶାଇବା ଦାୟିତ୍ଵ ମୋର ଆଉ ଜଣେ ବନ୍ଧୁ ମୋତେ ଦେଲେ ହେଲେ ମୁଁ କେବେ ତ ପ୍ରେମ କରିନାହିଁ ତେବେ ମିଶାଇବି କେମିତି? ଏମିତି ଭାବୁ ଭାବୁ ଖଣ୍ଡିଏ କାଗଜରେ କିଛି ଲେଖି ପକାଇଲି ଏବଂ ମୋ ପ୍ରେମ କରୁଥିବା ବନ୍ଧୁ କୁ ସୁଣାଇଲି।ସେ ତାର ପ୍ରେମିକା ଫୋନ ଯୋଗେ ସୁଣାଇଲା କାଳେ ସେ ଆଉ ଥରେ ପଟି ଯିବ ଆଉ ସେଇୟା ହିଁ ହେଲା।କିନ୍ତୁ ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା ମୁଁ ଯାହା ଲେଖିଥିଲି ତାକୁ ଯେତେବେଳେ ମୁଁ ନିଜେ ଦ୍ୱିତୀୟ ବାର ପଢ଼ିଲି ମୁଁ ଲେଖିନାହିଁ ବୋଲି ଭାବିଲି କାରଣ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ତାହା ଲେଖିବା ସମ୍ଭବ ନୁହଁ। ବାସ୍ ସେବେ ଠାରୁ ଆଉ ମୋ ଲେଖା ମୁଁ ବନ୍ଦ କରିନାହିଁ।
ସାହିତ୍ୟ ବା ସାରସ୍ଵତ ଦୁନିଆ ମୋ ବ୍ୟକ୍ତିଗତ ଜୀବନ ଉପରେ ଅନେକ ପ୍ରଭାବ ପକାଇଛି ଯଥା କବିତା ଲେଖା ପାଇଁ ବୋଉ ପାଖରୁ ଗାଳି ଶୁଣି ଘର ଛାଡ଼ିଛି, ଶାଇ ପଡ଼ିଶା ଙ୍କ ଟାହି ଟାପରା କି ଏଡ଼େ ବଡ଼ ମରଦ ହେଲେ ଦେଖ କାମ ଧନ୍ଦା କିଛି ନ କରି ସବୁବେଳେ ସେଇ କାଗଜ ରେ ଖାଲି ଗାରଉଛି ସତେ ଯେମିତି ସରକାରୀ ଅଫିସର ଲଜ୍ୟା ନାହିଁ ତତେ ଆଉ କିଛି ଖରାପ ସାଙ୍ଗ ମାନଙ୍କର ଉପହାସ ।
ହେଲେ ଯେତେଥର ମୁଁ ମୋର ଲେଖିବାର ନିଶା ପାଇଁ ଅପମାନିତ,ଲାଞ୍ଛିତ ହେଇଛି ସେତେଥର ମୁଁ ମୋର କଲମ ମୁନକୁ ଆହୁରି ତୀକ୍ଷ୍ଣ ସାଣିତ କରି ଅଧିକରୁ ଅଧିକ ଲେଖିଛି।ବେଳେବେଳେ ତ ଗୋଟିଏ ଗୋଟିଏ ଦିନ ରେ ଗୋଟିଏ ପେନ ର କାଳି ସାରିଛି।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
– ହଁ ମୁଁ କବିତା,ଗଳ୍ପ,ପ୍ରବନ୍ଧ ସାଙ୍ଗରେ ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମକୁ ୧୦୮ ଥର ଲେଖିଥାଏ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
– ମୋ ମତ ରେ ସମାଜ ହିତାର୍ଥେ ଯେଉଁ କବିତା ବା ଗଳ୍ପ ଲେଖା ଯାଉଛି ତାହାହିଁ ଭଲ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
– ମୁଁ ସର୍ବଦା ସମାଜ ହିତାର୍ଥେ ଲେଖେ।ଆଜି ର ସମାଜରୁ କୁ ସଂସ୍କାର ,ଅନ୍ଧବିଶ୍ୱାସ,ପ୍ରତାରଣା,ସ୍ୱାର୍ଥପରତା ସମୁଳେ ଧ୍ଵଂସ ପାଉ ଏହାହିଁ ମୋ ଲେଖା ର ମୂଳ ଲକ୍ଷ୍ୟ ଓ ବାର୍ତା।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
– ବେଳେବେଳେ ଆପେ ଆପେ ହାତ କାଗଜ କଲମ ଖୋଜେ ଆଉ ବେଳେବେଳେ ସମାଜ ର କୁଖ୍ୟାତ ଚରିତ୍ର ମାନଙ୍କୁ ସର୍ବ ସାଧାରଣ ରେ ବିଖ୍ୟାତ କରିବା ପାଇଁ ମୁଁ ଲେଖେ।
୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
– ପାଠକୀୟ ଆଦୃତି ହେଲେ ମୋତେ ଆତ୍ମ ସନ୍ତୋଷ ମିଳେ। ଏଇଟା ହିଁ ବଡ଼ ପୁରସ୍କାର ମୋ ପାଇଁ।ଖଣ୍ଡିଏ ମାନପତ୍ର ରେ କଣ ମିଳିବ ଆଜ୍ଞା? ତେଣୁ ସବୁଠୁ ବଡ଼ ପୁରସ୍କାର ତ ପାଠକୀୟ ଆଦୃତି।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
– ଓଡ଼ିଆ ଭାଷା,ସାହିତ୍ୟ ର ବର୍ତ୍ତମାନ ଯେତିକି ଉଜ୍ବଳ ଭବିଷ୍ୟତ ସେତିକି ଉଜ୍ଵଳମୟ ହେବବୋଲି ମୋର ଦୃଢ଼ ଆଶା।

୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
– ନୂଆ କବି କବିୟତ୍ରି ବନ୍ଧୁ ମାନଙ୍କୁ ମୋର ଏତିକି ବାର୍ତ୍ତା କି ସେମାନେ ନିଜ ନିଜର ଲେଖା ର ମାନକୁ ଆହୁରି ଉନ୍ନତ କରନ୍ତୁ ଏବଂ ସମାଜ ହିତାର୍ଥେ ନିଜ କଲମ ଚଳାନ୍ତୁ।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

– ପ୍ରଥମତଃ ସମସ୍ତ କଲମ ପୂଜାରୀ ଙ୍କୁ ନିଜ ନିଜର ସୃଜନୀ ପାଇଁ ଉଚିତ୍ ସମ୍ମାନ ଦିଆ ଯିବା ଦରକାର ଏବଂ ଓଡ଼ିଆ ସାହିତ୍ୟ ର ଆମୂଳ ଚୂଳ ବିକାଶ ନିମନ୍ତେ ଏକ ସ୍ବତନ୍ତ୍ର ବିଭାଗ ତିଆରି ହେବା ଦରକାର। ଯ ଦ୍ଵାରା ସମସ୍ତ କବି କବିୟତ୍ରି ଙ୍କୁ ନିଜର ସାହିତ୍ୟ ସାଧନା ପାଇଁ ଅଧିକରୁ ଅଧିକ ଆତ୍ମବିଶ୍ବାସ ଯୋଗାଇଦେବ।
୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
– ଆଜକୁ ନ ମାସ ତଳେ ମୁଁ ମୋ ମୋବାଇଲ ଫେସବୁକ୍ ରୁ ଗୋଟିଏ ନିଉଜ୍ ଚେନାଲ ମାଧ୍ୟମରେ ସରକାରଙ୍କ ଉଦ୍ଦେଶ୍ୟରେ କଟାକ୍ଷ ଏକପଦି କବିତା ଟିଏ ଲେଖିଥିଲି।ସେହି କବିତା ଟିକୁ ଅନେକ ଲାଇକ କମେଣ୍ଟ (ଉଭୟ ଭଲ ଓ ମନ୍ଦ) ଆସିଲା। ସେବେ ଠାରୁ ମୁଁ ନିଜକୁ ନିଜେ କବି ବୋଲି ଭାବିନେଇଛି।
୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
– ଅନଲାଇନ୍ ପ୍ରବେଶ ଏକ ଆଧୁନିକତା ର ପରିଚୟ।କିଛି ଅଂଶ ରେ ଏହା ଭଲ କିନ୍ତୁ ସବୁବେଳେ ନୁହଁ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
– ପ୍ରଥମତଃ ମୁଁ ଆମ ସୁର୍ଯ୍ୟଦୋୟ ପରିବାର କୁ ମୋ ହୃଦୟ ର ଗଭୀର ତମ ପ୍ରଦେଶରୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରିବି ମୋତେ ସୂର୍ଯ୍ୟୋଦୟ ସମ୍ଭ୍ରାନ୍ତ ସାରସ୍ଵତ ସମ୍ମାନ ୨୦୨୧ ପ୍ରାଥିପତ୍ର ଦାଖଲ ପାଇଁ ମୋନନିତ କରିଥିବାରୁ।ସର୍ବପରି ଏହି ପରିବାର ର ନିୟମାବଳୀ,ଆଇନ ଶୃଙ୍ଖଳା ଓ ମାନବୀୟ ପ୍ରେମ ମୋତେ ମନଲୋଭା କରିଛି। ଏଠି ମୋ ଭଳି ଅନେକ ନୂଆ ନୂଆ ଅପରିଚିତ ଅବହେଳିତ ବ୍ୟକ୍ତି ବିଶେଷଙ୍କୁ ଆଜି ବିଶ୍ୱ ଦରବାରରେ ଛିଡ଼ା କରି ସମଗ୍ର ବିଶ୍ବ ସାହିତ୍ୟ ଜଗତ ର ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ହେଇ ପାରିଛି।ତେଣୁ ଆଗକୁ ଏହି ପ୍ରୟାସ ଜାରି ରହୁ ଓ ଏହି ଅନୁଷ୍ଠାନ ର ଉତ୍ତର ଉତ୍ତର ଉନ୍ନତି ହେଉ ଏତିକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ପ୍ରାଥନା।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?
– ଅଦ୍ୟାବଧି କିଛି ସଙ୍କଳନ ପ୍ରକାଶିତ ହୋଇନାହିଁ କିନ୍ତୁ ଆଗକୁ ହେବାର ଅଛି ତିନୋଟି ମାସିକ ପତ୍ରିକା ରେ।

୧୫– ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ?

କଲମ କାଗଜ ର ମିଳନ ନୁହେଁ ସାହିତ୍ୟ
ପଦ କୁ ପଦ ମିଶିଲେ ହୁଏନି ସାହିତ୍ୟ
ସମାଜ ସୁଧାର ଲେଖା ହିଁ ସାହିତ୍ୟ
ଅନ୍ୟାୟ କୁ ଦମନ କରୁଥିବା ଲାଠି ହିଁ ସାହିତ୍ୟ।
ଖାଲି ମାନପତ୍ର ଗୋଟାଇବା ନୁହେଁ ସାହିତ୍ୟ
ଆଉ ବାହା ବାହା ସାବାସି ନୁହେଁ ସାହିତ୍ୟ
ନିରୀହ ର ହକ୍ ଯାହିର୍ କରୁଥିବା ସୃଷ୍ଟି ହିଁ ସାହିତ୍ୟ
ମାନବୀୟ ପ୍ରେମ ଜାଗ୍ରତ କରୁଥିବା ସୃଜନୀ ହିଁ ସାହିତ୍ୟ।

ଶ୍ରୀଯୁକ୍ତ ଜିତେନ୍ଦ୍ର ଗିରି
ରୂପସା, ବାଲେଶ୍ଵର, ଓଡିଶା

Loading

3 thoughts on “*Lets talk with Jitendra Giri, Balasore for Suryodaya_Sambhranta_Saraswat_Samman – 2021*

  1. ପ୍ରଣାମ ସାର୍ । ଆପଣଙ୍କ ଆଶୀର୍ବାଦ ପୂର୍ଣ୍ଣ ମନ୍ତବ୍ୟ ମୋ ଲେଖନୀକୁ ଆହୁରି ଶାଣିତ କରୁଛି। ସର୍ବଦା ଏମିତି ଆପଣଙ୍କ ଆଶୀର୍ବାଦ ମୋ ମୁଣ୍ଡ ଉପରେ ଥାଉ।

  2. Really; the facts furnished by Mr. Jitendra Ku. Giri is true and correct to the best of my knowledge and belief. He has taken keen initiative to develop his Literary Capacity by don’t of his own endeavour. He is a real appreciator of Literary Activities of the Society, We live in.

    Thanks All.

Leave a Reply

Your email address will not be published. Required fields are marked *