March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Suvendu Meher for Suryodaya_Sambhranta_Saraswat_Samman – 2021*

Lets talk with Suvendu Meher for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ-ଶୁଭେନ୍ଦୁ ମେହେର
ପିତା ମାତା ଙ୍କ ନାମ-ମହାଦେବ ମେହେର/ଶିବତୁଲା ମେହେର
ସ୍ତ୍ରୀ ଙ୍କ ନାମ-ଅଞ୍ଜଳୀ ମେହେର
ମହୀସ୍ପର୍ଶ ତାରିଖ/ଜନ୍ମଦିନ-୦୬-୦୫-୧୯୭୭
ଶିକ୍ଷା ଗତ ଯୋଗ୍ୟତା– ସ୍ନାତକ, ଚିତ୍ର ବିଶାରଦ, ସାମ୍ବାଦିକତା ରେ ପି.ଜି. ।

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ଉ-ଜଣେ ସାଧାରଣ ଚାଷି ପରିବାର ରେ ମୋର ଜନ୍ମ । ଆମେ ତିନି ଭାଇ ଓ ଗୋଟିଏ ସାନ ଭଉଣୀ। ମୁଁ ଭାଇ ମାନଙ୍କ ମଧ୍ୟରେ ସାନ ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ଉ-ସାହିତ୍ୟ ଯାହା ସମାଜର ହିତାର୍ଥେ କବିର କଲମ ମୁନରୁ ଝରିଆସେ । ଲେଖିଲେ ଆତ୍ମ ତୃପ୍ତି ମିଳେ । କିଛି ଶିଖିବା ସହିତ ସମାଜ ଆଗରେ କିଛି ଶିକ୍ଷା ଦେବାର ଖୋରାକ ମିଳେ ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ।

ଉ-କବିତା, ଗଳ୍ପ,ପ୍ରବନ୍ଧ,ରମ୍ୟରଚନା ଉଭୟ ଓଡ଼ିଆ ଓ କୋଶଳୀ ଭାଷାରେ ଲେଖେ । ଏବେ ସଂକ୍ଷିପ୍ତରେ ରାମାୟଣ ଲେଖୁଛି ଓଡ଼ିଆ ଭାଷାରେ, ଯାହାକି ଶେଷ ପର୍ଯ୍ୟାରେ ପହଞ୍ଚି ସାରିଛି। ଏହା ସହିତ ଚିତ୍ର ଅଙ୍କନକୁ ମୋର ପେଶା ଭାବରେ ଆପଣେଇ ନେଇଛି ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ଉ-ମୋ ମତରେ ଯେଉଁ କବିତା, ପ୍ରବନ୍ଧ ବା ଗପ କମ ଶବ୍ଦ ରେ ବେଶି କଥା କହି ସମାଜ ଆଗରେ କିଛି ଶିକ୍ଷା ଦେଇପାରେ ତାକୁ ହିଁ ଭଲ କବିତା,ପ୍ରବନ୍ଧ ବା ଗପ କହିବା ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

ଉ-ଜଣେ ଭଲ ମଣିଷ ହୋଇ କିଛି ଭଲ କାମ କରିବା । ଅନ୍ତତଃ କାହାର କିଛି କ୍ଷତି ହେଲାଭଳି କାର୍ଯ୍ୟ କେବେ କରିବାନି ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?

ଉ-ସାହିତ୍ୟ ଲେଖିବାକୁ ଇଛା କରୁଥିଲେ ମଧ୍ୟ କେବେ ସମ୍ଭବ ହୁଏନାହିଁ । ତାହା ସ୍ୱତଃସ୍ଫୁର୍ତ୍ତ ଭାବେ ଆସିଥାଏ ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ଉ-ପାଠକୀୟ ଆଦୃତି ସବୁଠାରୁ ଉଚ୍ଚରେ । ଆଜିର ଯୁଗରେ ପୁରସ୍କାର ଟିଏ ପାଇଲେ ତାହା କବି ମନରେ ଆଗ୍ରହ ସୃଷ୍ଟି କରିଥାଏ। କିନ୍ତୁ ପୁରସ୍କାର ପଛରେ ଦୌଡ଼ିବା ମୂର୍ଖାମୀ ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଉ-ଭାଷା ସବୁବେଳେ ବଞ୍ଚିଛି, ବଞ୍ଚିବ ମଧ୍ୟ । କିନ୍ତୁ ମାର୍ମିକ ସାହିତ୍ୟ ଆଜିର ଦିନେରେ ଟିକେ କମି ଯାଇଥିବାର ପରିଲକ୍ଷିତ ହେଉଛି । ତଥାପି ଅନେକ କବି ଲେଖକ ଉତ୍କୃଷ୍ଟ ଧରଣର ଲେଖା ଲେଖୁଛନ୍ତି । ସାହିତ୍ୟ ବଞ୍ଚିଛି ଓ ବଞ୍ଚିବ ।

୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ଉ-ନୂଆ ପିଢ଼ିର କବି ଗାଳ୍ପିକ ମଧ୍ୟ ଖୁବ ସୁନ୍ଦର ଲେଖୁଛନ୍ତି । ମୁଁ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ଗ୍ରୁପରେ ସବୁବେଳେ ଦେଖୁଛି ଯୁବ ପିଢ଼ି ମଧ୍ୟ ଖୁବ ସୁନ୍ଦର ଲେଖୁଛନ୍ତି । ସେମାନେ ଆହୁରି ଲେଖନ୍ତୁ ଆଗକୁ ଆଗକୁ ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଉ-ଓଡ଼ିଆ ସାହିତ୍ୟର ଭୁତ ଓ ଭବିଷ୍ୟତ ସମ୍ବନ୍ଧରେ କହିବାକୁ ଗଲେ ବର୍ତ୍ତମାନ ସମୟ ଠିକ ଅଛି ବୋଲି ମୁଁ କହିବି । କାରଣ ବିଶ୍ୱ ସ୍ତରରେ ସଂଗଠନ ମାନ ସାହିତ୍ୟ କ୍ଷେତ୍ରରେ ଯୁବକ, ପୌଢ଼ ଓ ବୃଦ୍ଧ କବିମାନଙ୍କୁ ଏକତ୍ରୀତ କରି ଯେଉଁ ପ୍ରକାର ସର୍ଜନାତ୍ମକ ଉତ୍ସାହ ବୃଦ୍ଧି କରୁଛନ୍ତି ଏହା ଯଥେଷ୍ଟ ରୁ ଯଥେଷ୍ଟ ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ଉ-ସେମିତି କହିବାକୁ ଗଲେ ମୁଁ ଆଜି ପର୍ଯ୍ୟନ୍ତ ଜଣେ ପରିପକ୍ୱ କବି ବୋଲି ନିଜକୁ ଭାବିନାହିଁ । ତଥାପି କିଛି ଲେଖିବାର ନିଶାରେ ଅଛି ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଉ-ଆଧୁନିକତାର ଯୁଗ ତଥା ଏକବିଂଶ ଶତାବ୍ଦୀରେ ସମସ୍ତଙ୍କ ପାଖରେ ଯେହେତୁ ଅନଲାଇନରେ ଖୁବ ଶୀଘ୍ର ସମସ୍ତ ପ୍ରକାର ତଥ୍ୟ କିମ୍ବା ଲେଖା ପହଞ୍ଚି ପାରୁଛି ଓ ସମସ୍ତଙ୍କ ପାଖରେ ସୁବିଧା ମଧ୍ୟ ଅଛି ତେଣୁ ମୁଁ କହିବି ,ଏହା ଶତପ୍ରତିଶତ ଠିକ ବୋଲି ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ଉ-ମୁଁ ଏକମତ ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?

ଉ-ନାଁ ।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ ।

ଯାହା ସମାଜର ମୁଖ୍ୟ ସ୍ରୋତରେ
ଯିବାକୁ ବତାଏ ବାଟ ।
ସାହିତ୍ୟ କ୍ଷେତ୍ରରେ ଅଗ୍ରସର ହୁଏ
ସିଏ ଟି ଉତ୍ତମ ଚାଟ ।।

ବ୍ୟାକରଣ ହୀନ ଗଠନ ବିହୀନ
ଲେଖା କି ସାହିତ୍ୟ କହି ।
ଏମିତି ଲେଖାକୁ ଛାପିଲେ କି ହେବ
ମାଗଣାରେ ଦେବ ବହି ।।

ଶିଖିବା ବୁଝିବା ଭାଷା ରହିଥିଲେ
ଉତ୍ତମ ସାହିତ୍ୟ ସେଇ ।
କଳା ଓ ସଂସ୍କୃତି ଗଡୁଛି ଏଇଠି
ଖଳା କି ସାହିତ୍ୟ ହୋଇ ।।

ସାହିତ୍ୟ ସାଧନେ ଦୁନିଆରେ ଜଣେ
କିଛି ବଦଳାଏ ଯଦି ।
ସେହି ସାହିତ୍ୟକୁ ସାହିତ୍ୟ କହିବା
ନିଶ୍ଚିତରେ ଆଖି ମୁଦି ।।

ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର

Loading

6 thoughts on “*Lets talk with Suvendu Meher for Suryodaya_Sambhranta_Saraswat_Samman – 2021*

  1. I do accept as true with all of the ideas you have offered
    to your post. They’re really convincing and will definitely work.
    Still, the posts are very brief for novices. Could you
    please lengthen them a little from next time? Thanks for the post.

  2. Wow, awesome weblog layout! How long have you ever been running a
    blog for? you made running a blog look easy.
    The entire look of your site is magnificent, as well as the content!

  3. Wonderful blog! I found it while browsing on Yahoo News.
    Do you have any tips on how to get listed in Yahoo News?
    I’ve been trying for a while but I never seem to get there!
    Appreciate it

  4. Have you ever thought about including a little bit more than just your articles?

    I mean, what you say is fundamental and everything. Nevertheless think about if you added some great images or videos to give your posts more, “pop”!
    Your content is excellent but with images and clips, this site could definitely
    be one of the greatest in its field. Awesome blog!

Leave a Reply to Archer Cancel reply

Your email address will not be published. Required fields are marked *