September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*Lets talk with Sagar Parida for Suryodaya_Sambhranta_Saraswat_Samman – 2021*

Lets talk with Sagar Parida for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ-ସାଗର କୁମାର ପରିଡା
ପିତା– ଶ୍ରୀଯୁକ୍ତ ପ୍ରତାପ ଚ଼ନ୍ଦ୍ର ପରିଡା
ମାତା-ମଲ୍ଲିକା ପରିଡା
ସ୍ତ୍ରୀ-ଶ୍ରୀମତୀ ରଶ୍ମିତା ସ୍ବାଇଁ
ଜନ୍ମଦିନ-୨୬/୦୫/୧୯୮୪
ଶିକ୍ଷା ଗତ ଯୋଗ୍ୟତା– ବିଜ୍ଞାନ ସ୍ନାତକ

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ ?

ଉତ୍ତର- ବିଦ୍ୟାଳୟ ଜୀବନରୁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲି। ମୋତେ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ବିଭିନ୍ନ ପ୍ରକାର ଖବର କାଗଜ, ସାହିତ୍ୟ ମାଗାଜିନ୍ ଯଥା- ଜହ୍ନମାମୁଁ,ପୌରୁଷ,କାଗଜଫୁଲ,ଭାଗବତ,ରାମାୟଣ  ,ବିଦ୍ୟାଳୟର ବିଭିନ୍ନ ଗପ ବହି ପଢିବାର ସୁଯୋଗ ମିଳିଥିଲା, ମୋ ବଡ଼ ବାପା ଜଗନ୍ନାଥ ବାରିକ ଏବଂ ମାମୁଁ ଆର୍ତ୍ତବନ୍ଧୁ ସ୍ବାଇଁଙ୍କ ଲେଖାପଢି ବହୁତ ଆନନ୍ଦ ପାଉଥିଲି ଏବଂ ମୋର ମାତା ସନ୍ଧ୍ୟା ସମୟରେ ଆମ ଘରେ ଭାଗବତ,ରାମାୟଣ ଏବଂ ବିଭିନ୍ନ ପୁରାଣ ବହି ପଢୁଥିବାରୁ ମୁଁ ମୋ ମାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ  ସାହିତ୍ୟ ପ୍ରତି ଆକୃଷ୍ଠ ହେଲି ।କିନ୍ତୁ ପାଠ ପଢିବା ଏବଂ ଚାକିରୀ ଖୋଜିବାରେ ବ୍ୟସ୍ତ ଥିବାରୁ ସାହିତ୍ୟିକୁ ବହୁତ କମ ସମୟ ଦେଉଥିଲି । ପୂର୍ବରୁ ଯେଉଁ ଲେଖାଲେଖି କରୁଥିଲି ବହୁତ କମ।କିନ୍ତୁ ୨୦୧୪ ମସିହାରେ ଓଡ଼ିଶା ଶିକ୍ଷା ବିଭାଗରେ ଶିକ୍ଷକ ଭାବରେ ନବରଙ୍ଗପୁର ଜିଲ୍ଲାରେ ଯୋଗ ଦେବା ପରେ କିଛି ସମୟ ବାହାର କରି ଲେଖାଲେଖି ରେ ମନୋନିବେଶ କଲି। ସେଇଠୁ ପୁଣି ଆରମ୍ଭ ହେଲା ସାହିତ୍ୟ ଯାତ୍ରା। ଏଥିପାଇଁ ମୋର ସାଙ୍ଗସାଥୀ, ଶିକ୍ଷକ ବନ୍ଧୁମାନେ,ମନୋରମା ଅପା,ଅନାମ ସାର ଅନେକ ପ୍ରେରଣା ଯୋଗାଇ ଦେଇଛନ୍ତି। ଫେସବୁକ ପୃଷ୍ଠାରେ କବିତା ଛାଡ଼ିବା ପରଠାରୁ ଅନେକ ସାହିତ୍ୟ ପ୍ରେମୀ, ବନ୍ଧୁ,ବାନ୍ଧବୀ ମାନଙ୍କ ସହ ପରିଚୟ ହୋଇଛି।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ଉତ୍ତର-ନିଶ୍ଚିତ ଭାବରେ। ସାରସ୍ବତ ଦୁନିଆ ମୋର ବ୍ୟକ୍ତିଗତ ଜୀବନ ଉପରେ ଅନେକ ପ୍ରଭାବ ପକାଇଛି। ଫେସବୁକ, ହ୍ବାଟସ ଆପ ଗ୍ରୁପ ମାଧ୍ୟମରେ ଅନେକ ସାହିତ୍ୟ ଅନୁଷ୍ଠାନ, ସାହିତ୍ୟ ପ୍ରେମୀ, କବି/କବୀ ଲେଖକ ମାନଙ୍କ ସହ ବ୍ୟକ୍ତିଗତ ପରିଚୟ ହୋଇଛି। ସେମାନଙ୍କ ସହ ମଧୁର ସ୍ମୃତି ଅନୁଭୂତିର ପ୍ରଦାନ ଫଳରେ ଲେଖିବା ପାଇଁ ଅନେକ ପ୍ରେରଣା ମିଳିଛି।କିନ୍ତୁ ପରିବାରକୁ ଯଥେଷ୍ଟ ସମୟ ଦେବାରେ କିଛି ପରିମାଣରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ?

ଉତ୍ତର- ମୁଁ ମୁଖ୍ୟତଃ ଅନେକ କବିତା ଲେଖିଛି। ଗଳ୍ପ ଓ ପ୍ରବନ୍ଧ ବହୁ ସୀମିତ।କିନ୍ତୁ ପିଲାମାନଙ୍କୁ ନୀତିଶିକ୍ଷା ଦେବା ପାଇଁ ଏବେ କିଛି ଗପ ଲେଖୁଛି ।ଯାହା ପୁସ୍ତକ ଆକାରରେ ବହୁତ ଶ୍ରୀଘ୍ର ପ୍ରକାଶ ପାଇବ ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ଉତ୍ତର- ଯେଉଁ ଲେଖା ପାଠକ ପାଠିକା ମହଲରେ ଗଭୀର ପ୍ରଭାବ ପକାଏ, ସମାଜରେ ନୂତନ ସଂସ୍କାର ଆଣେ ତାହା ଏକ ଭଲ କବିତା ବା ଗଳ୍ପ ହୋଇପାରିବ ।ଯାହାକି ସମାଜର
ବାସ୍ତବତାକୁ ଦର୍ଶାଏ ।ସମାଜରେ ଲୋକମାନଙ୍କୁ ଜାଗ୍ରତ କରେ,ସମାଜରୁ ଅନ୍ଧବିଶ୍ୱାସକୁ ଦୂର କରିବାରେ ସାହାଯ୍ୟ କରେ ,ଭକ୍ତକୁ ଭଗବାନଙ୍କ ନିକଟତ୍ତର କରେ ତାହା ହେଉଛି
ଗୋଟିଏ ଭଲ କବିତା ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

ଉତ୍ତର-ନିଜ ହୃଦୟର କଥା, ସାମାଜିକ ବାର୍ତ୍ତା, ନିଜ ସଂସ୍କୃତିର ପ୍ରଚାର ପ୍ରସାର,ନିଜ ଭାଷାର ମହତ୍ତ୍ୱ ଇତ୍ୟାଦି ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

ଉତ୍ତର- ସାହିତ୍ୟ ମନ  ଜ୍ଞାନ ଦେଶରୁ ସୃଷ୍ଟି ହୋଇ ଲେଖନୀ ମୁନରେ ପ୍ରବାହିତ ହୁଏ ।କିନ୍ତୁ ସାଧନା କରିବାଦ୍ୱାରା ଏହା
ଶାଣିତ ହୋଇଥାଏ ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ଉତ୍ତର-ପାଠକୀୟ ସ୍ବୀକୃତି,ଆତ୍ମସନ୍ତୋଷ ନିଶ୍ଚୟ। କିନ୍ତୁ ପୁରସ୍କାର ମଧ୍ୟ ମୋତେ ଲେଖିବାକୁ  ଉତପ୍ରେରକ ଭଳି ଅନେକ ପ୍ରେରଣା ଯୋଗାଏ ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଉତ୍ତର- ଯେଉଁଠି ସୂର୍ଯ୍ୟୋଦୟ ,କବିତାମିନାର ,ସାହିତ୍ୟିକ ବନ୍ଧୁ ପରିବାର ଏବଂ ଅନ୍ୟାନ୍ୟ ସାହିତ୍ୟ ସଂସ୍ଥା ସାହିତ୍ୟର ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ସେତେବେଳେ ଓଡ଼ିଆ ଭାଷାର ଭବିଷ୍ୟତ ଯେ ନିଶ୍ଚିନ୍ତ ସମୃଦ୍ଧିଶାଳୀ  ଏହା ସହଜରେ ଅନୁମେୟ ।ସାମାଜିକ ଗଣମାଧ୍ୟମର ବହୁଳ ପ୍ରସାର ଯୋଗୁଁ ଏବେ ଅନେକ ସାହିତ୍ୟିକ, ସାରସ୍ଵତ ସାଧିକା/ସାଧକ ଲୋକ ଲୋଚନକୁ ଆସୁଛନ୍ତି। ଯାହା ଓଡ଼ିଆ ସାହିତ୍ୟ ପାଇଁ ଉଜ୍ଜ୍ବଳ ଭବିଷ୍ୟତର ଆଶା ରଖୁଛି। ତେବେ ଲେଖା ଗୁଡ଼ିକର ସମୀକ୍ଷା ହେବା ଆବଶ୍ୟକ।ଯୁବ ପିଢିଙ୍କୁ ଉତ୍ସାହିତ କଲେ ଏବଂ ପୁରାତନ ବରଣ୍ୟ ସାହିତ୍ୟିକ ମାନଙ୍କୁ ଯଥାଯଥ ସମ୍ମାନ ଦେଲେ ଓଡ଼ିଆ ସାହିତ୍ୟର ଉନ୍ନତି ସମ୍ଭବ।

୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ଉତ୍ତର,-ଅନ୍ୟମାନଙ୍କୁ ନକଲ ନକରି ନିଜର ଅନ୍ତରାତ୍ମାର କଥା ଶୁଣନ୍ତୁ। ପୁରୁଣା କବିଙ୍କର ଲେଖାକୁ ପଢନ୍ତୁ ।ଯାହା ସତ୍ୟ, ସମାଜ କଲ୍ୟାଣକାରୀ ତାହାହିଁ ପାଠକ ,ପାଠିକା ମାନଙ୍କୁ ପରଶି ଦିଅନ୍ତୁ।ପ୍ରଥମେ ଜଣେ ଭଲ ପାଠକ ହୁଅନ୍ତୁ କିଛି ଓଡ଼ିଆ ଶବ୍ଦର ଅଧିକାରୀ ହୁଅନ୍ତୁ।ନିଜର ଓଡ଼ିଆ ଶବ୍ଦ
ଭଣ୍ଡାରକୁ ବଢ଼ାନ୍ତୁ ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଉତ୍ତର-ସମସ୍ତ ସାରସ୍ଵତ ସାଧିକା ସାଧକ ମାନଙ୍କର ତଥ୍ୟ ସଙ୍କଳନ କରାଯାଉ। ସାହିତ୍ୟ ସୃଷ୍ଟି ପାଇଁ ସେମାନଙ୍କୁ ପ୍ରେରଣା ପ୍ରୋତ୍ସାହନ ଦିଆଯାଉ। ବିଦ୍ୟାଳୟ ସ୍ତରରେ ଭାଷାର ଉନ୍ନତି ପାଇଁ କିଛି ପ୍ରତିଯୋଗିତା କରାଯାଉ ।ପ୍ରତ୍ୟକ ଓଡ଼ିଆ ପିଲାଙ୍କୁ ବିଦ୍ୟାଳରେ ଓଡ଼ିଆ ଅଭିଧାନ ମାଗଣାରେ ଯୋଗାଇ ଦିଆଯାଉ ।ତେବେ ଓଡ଼ିଆ ସାହିତ୍ୟର ବିକାଶ ହୋଇ ପାରିବ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ଉତ୍ତର- ଯେବେଠାରୁ ଫେସବୁକ ମାଧ୍ୟମରେ ଲେଖାର ପାଠକୀୟ ସ୍ଵୀକୃତି ମିଳିଲା,ଏବଂ ନିଜ ଗ୍ରାମରେ ମୋ କବିତାକୁ ସାଧାରଣ ଲୋକେ ପ୍ରଶଂସା କଲେ,ଭାଗବତରେ ମୋର ଗୀତକୁ ଗାନ କରାଗଲା, ବିଦ୍ୟାଳୟରେ ପିଲାମାନେ ମୋ ଗୀତକୁ ଗାଇଲେ ,ସେବେଠାରୁ କବି ହେବାର ପରିଚୟ ମିଳିଲା ବୋଲି ଭାବୁଛି।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଉତ୍ତର-ଆଜିକାଲି ସାହିତ୍ୟରେ ଅନଲାଇନ୍ ପ୍ରବେଶ ନିଶ୍ଚିତ ଭାବେ ଶୁଭ ସଂକେତ। ଏହା ଅନେକ ବଣମଲ୍ଲୀ ସମ ପ୍ରତିଭାଙ୍କୁ ସ୍ବୀକୃତି ଦେଇଛି,ଯେଉଁ କବିମାନେ ମୁଖ୍ୟସ୍ରୋତକୁ
ଆସୁ ପାରୁନଥିଲେ ଏବେ ସେମାନେ ନିଜର ଲେଖା ଦ୍ୱାରା
ସମସ୍ତଙ୍କ ପ୍ରିୟପାତ୍ର ହୋଇପାରୁଛନ୍ତି ।ବିଭିନ୍ନ ଜ୍ଞାନୀ,ଗୁଣୀ ଲୋକମାନଙ୍କ ସହିତ ଯୋଡି ହୋଇପାରୁଛନ୍ତି।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ଉତ୍ତର-ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଓଡିଶା ସାହିତ୍ୟ ଆକାଶରେ ଏକ ଚିର ପରିଚିତ ନାମ ।ଏହା ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଆନ୍ତର୍ଜାତିକ ସାହିତ୍ୟ ପ୍ରତିଷ୍ଠାନ ସହ ଅନୁବନ୍ଧିତ ହୋଇ ଅନେକ ଯୁବ ପ୍ରତିଭାଙ୍କୁ ଲୋକ ଲୋଚନକୁ ଆଣି ପାରିଛି। ସେମାନଙ୍କୁ ଏକ ନୂତନ ପରିଚୟ ଦେଇଛି। ତେଣୁ ଏହାର ପ୍ରତିଷ୍ଠାତା ଶ୍ରୀ ମନୋଜ କୁମାର ପଣ୍ଡା, ସଦସ୍ୟ ଓ ସଦସ୍ଯା ମାନଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଅନୁଷ୍ଠାନ ନିଜର ଆଭିମୁଖ୍ୟକୁ ସମସ୍ତଙ୍କ ନିକଟରେ ପହଁଚାଉ ,ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳିବା ପାଇଁ ଚେଷ୍ଟା କରୁ ,ଏହା ମୋର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ  କିଛି କୁହନ୍ତୁ?

ଉତ୍ତର-ଆର୍ଥିକ ଦୁର୍ବଳତା ପାଇଁ ପୁସ୍ତକ ବାହାର କରିପାରିନାହିଁ,କିନ୍ତୁ ବହୁତ ଶ୍ରୀଘ୍ର ମୋର ଏକ କବିତା ସଂକଳନ ଏବଂ ଏକ ଗପସଂକଳନ ବାହାରିବାକୁ ଯାଉଛି ।

୧୫-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ?

ସାହିତ୍ୟ ସମାଜର ଦର୍ପଣ
—————
ସାହିତ୍ୟ ଗୋ ତୁମେ ଚିର ସ୍ରୋତସ୍ବିନୀ
ମୋ ମନ ମାନସ ଧାରେ,
ସଂଗେ ବ୍ୟଥା ଗାଥା କାହାଣୀ କବିତା
ଲୀଳାକର ଅବିରଳେ।।
ରଚିଥାଅ କେତେ ଶାସନ ଖସଡ଼ା
ବ୍ୟାକରଣ ସଂଵିଧାନେ,
ଗଳ୍ପ,ଉପନ୍ୟାସ, ନାଟକ ଦ୍ଯୋତନା
ଗୁଂଜରଇ ପ୍ରାଣେ ପ୍ରାଣେ ।।
କେତେବେଳେ ହାସ୍ୟ କେତେବେଳେ ଲାସ୍ୟ
ଶୋଭିତ ଅଙ୍କିତ କୋଳ,
ଭୋଖିଲା ପେଟର ଆକୁଳ ବୁକୁର
ନିଶବ୍ଦ କରୁଣ ସ୍ୱର ।।
ରାମ ରାମାୟଣୁ କୃଷ୍ଣ,ବ୍ୟାସ,ମନୁ
ସବୁ ସାଇତିଛୁ ତୁହିଁ ,
କୁମାରୀକା ଠାରୁ କାଶ୍ମୀର ଯାଏଁ
ସବୁତୋର ଚରା ଭୂଇଁ।।
ସୁରାସୁର ନର ହୃଦୟ ବେଦରେ
ଓଁ କାର ତୁମ ନାମ,
ସ୍ରଷ୍ଟାର ତୂଳୀରେ ଅଙ୍କିତ ତୁମେ
ରହିଥାଅ ଚାରିଧାମ ।।
କେତେବେଳେ ଗଦ୍ୟ କେତେବେଳେ ପଦ୍ୟ
ଛନ୍ଦରେ ଛନ୍ଦିତ ତୁମେ,
ରସ ରସିକର ପ୍ରଣୟ ବୁକୁରେ
ଚାରୁ ରସମୟୀ ପ୍ରେମେ ।।
ସାହିତ୍ୟ ଗୋ ତୁମେ ସମାଜର ବନ୍ଧୁ
କୃଷ୍ଣ ସୁଦାମା ପରି,
କେତେ ଆଶ୍ୱାସନା ବ୍ୟଥା ବିଡ଼ମ୍ବନା
ଦେଇଅଛ ଦୂର କରି ।।
ନିର୍ଜୀବ,ସଜୀବ ଅମୀର ଫକୀର
ପର୍ଣ୍ଣ କୁଟୀର ବାସୀ,
ସବୁଠାରେ ତୁମ କାୟା ଆଉ ଛାୟା
ସବୁକୁ ପାରିଛ ସ୍ପର୍ଶୀ।।

ସାଗର କୁମାର ପରିଡା
ବଡ଼ମ୍ବା,କଟକ
ମୋ-୯୯୩୭୫୨୭୦୬୫

 5,814 total views,  2 views today

One thought on “*Lets talk with Sagar Parida for Suryodaya_Sambhranta_Saraswat_Samman – 2021*

Leave a Reply

Your email address will not be published. Required fields are marked *