October 27, 2021
11 11 11 AM
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
*ମୁଠାଏ ଭାତ – ସଂଯୁକ୍ତା ସାହୁ*
*ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ*
*ଗୌରବ – ବିନୋଦିନୀ ଦାଶ*
Latest Post
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ* *ମୁଠାଏ ଭାତ – ସଂଯୁକ୍ତା ସାହୁ* *ଆମେ ଶୀତର ମିତ – ପ୍ରିୟମ୍ବଦା ରାଉତ* *ଗୌରବ – ବିନୋଦିନୀ ଦାଶ*

*Lets Talk with Chinmayee Mohapatra for Suryodaya_Sambhranta_Saraswat_Samman – 2021*

Lets Talk with Chinmayee Mohapatra for Suryodaya_Sambhranta_Saraswat_Samman – 2021

ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି, ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତରେ ରଖିବେ।

==============
ନାମ : ଚିନ୍ମୟୀ ମହାପାତ୍ର
ମାତାଙ୍କ ନାମ : କୃଷ୍ଣପ୍ରିୟା ମହାପାତ୍ର
ପିତାଙ୍କ ନାମ : ସ୍ବର୍ଗତ ଚନ୍ଦ୍ରଶେଖର ମହାପାତ୍ର
ସ୍ୱାମୀଙ୍କ ନାମ :ଅକ୍ଷୟ କୁମାର ଦାଶ
ମହୀସ୍ପର୍ଶ ତାରିଖ /ଜନ୍ମ ତାରିଖ : 14.09.1969
ଶିକ୍ଷାଗତ ଯୋଗ୍ୟତା : ଏମ. ଏ (ଇଂରାଜୀ ) ବି ଏଡ଼

1. ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ଜୀବନ ବିଷୟରେ କିଛି କୁହନ୍ତୁ?

ମିଥ୍ୟା, ହିଂସା, ଦ୍ୱେଷ, ପରଶ୍ରୀକାତରତା, ମିଥ୍ୟା ପ୍ରଲୋଭନ ଓ ଚାଟୁ କାରିତା  ଠାରୁ ଦୁରେଇରହି ବଂଚିଥିବାଯାଏ ସମାଜ ପାଇଁ କିଛି କରିବା ଓ ସଫଳ ହେବା ଲକ୍ଷ୍ୟ ନେଇ ଆଗେଇଯିବା – ଜୀବନର ମନ୍ତ୍ର  l

2. ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତଜୀବନ ଉପରେ କେମିତି ପ୍ରଭାବ ପକେଇଛି? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି?

ହଁ, ନିଶ୍ଚିତ ଭାବେ ପ୍ରଭାବ ପକାଇଛି l ଈଶ୍ୱରଙ୍କ କୃପାରୁ ମାତୃଭାଷା ମାଧ୍ୟମରେ ପାଖପଡୋଶୀ ତଥା ସମାଜକୁ ସଜାଡ଼ିବାର ଛୋଟିଆ ପ୍ରୟାସ ଜାରିରହିଛି  ଏବଂ ନିଜେ ମଧ୍ୟ  ନିଜକୁ ସଂଶୋଧନ କରିପାରୁଛି l ବ୍ୟକ୍ତିଗତ ଭାବେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଓ  ସ୍ୱାମୀ ସଦାନନ୍ଦଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି l

3. ଆପଣ ମୁଖ୍ୟତଃ କବିତା /ଗଳ୍ପ /ପ୍ରବନ୍ଧ /ରମ୍ୟରଚନା  ନା ଅନ୍ୟ କିଛି ଲେଖା ଲେଖି କରନ୍ତି?

ମୁଁ ସବୁ ଲେଖେ, କିନ୍ତୁ କବିତା, ଗଳ୍ପ ଓ ପ୍ରବନ୍ଧ ଲେଖିବାକୁ ଭଲପାଏ l

4. ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ହୃଦୟକୁ ଛୁଇଁବା ଭଳି ଗଳ୍ପ ଓ କବିତା, ପ୍ରତ୍ୟକ୍ଷ ବା ପରୋକ୍ଷରେ ସମାଜକୁ ବାର୍ତ୍ତା ପ୍ରଦାନ କରୁଥିବା ଲେଖା, ବାସ୍ତବ ସମାଜର ଚିତ୍ର ପ୍ରଦାନ ସହ ପାଠକର ହୃଦୟ ଆନ୍ଦୋଳିତ କରୁଥିବା ଲେଖା ହିଁ ଭଲ ବୋଲି କହିବା l

5.ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲ ପାଆନ୍ତି?

ମୋ ଲେଖା ମାଧ୍ୟମରେ ଆମ ସଂସ୍କୃତି ସମ୍ବନ୍ଧରେ, ସଚେତନତା, ବିଶ୍ୱାସ, ଅନ୍ଧବିଶ୍ୱାସର କୁପରିଣାମ, ବିଭିନ୍ନ ସମସ୍ୟା ଓ ସମାଧାନ, ମାତୃଜାତି ପ୍ରତି ସମ୍ମାନ ସମ୍ପର୍କରେ କହିଥାଏ l

6. ସାହିତ୍ୟ ଲେଖିହୋଇଯାଏ ଅଥବା ଲେଖିବାକୁ ପଡେ?

ସାହିତ୍ୟ ଲେଖିହୋଇ ଯାଏ l

7. ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ୱତ ସାଧନା ଓ ସୃଜନଶିଳତା  ଏମାନଙ୍କ ମଧ୍ୟରୁ କଣ ଆଶା କରୁଥାଏ?

ପାଠକୀୟ ଆଦୃତି ହିଁ ଆତ୍ମସନ୍ତୋଷ ଦିଏ l

8. ଓଡ଼ିଆ ଭାଷା ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ଆପଣ କେମିତି ଦେଖନ୍ତି?

ଓଡ଼ିଆର ଭାଷା ସାହିତ୍ୟ ବର୍ତ୍ତମାନର ଚଉହଦି ଭିତରେ ସୀମିତ l ଇଂରାଜୀ ଭାଷାର ଆଗ୍ରହ ଭବିଷ୍ୟତରେ ଓଡ଼ିଆ ଭାଷାକୁ ସଙ୍କଟରେ ପକାଇପାରେ l

9.ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ, ସେମାନଙ୍କୁ ଆପଣ କଣ କହିବେ?

ସାଧନା ଜାରି ରଖନ୍ତୁ, ପଢିବା ଆଗ୍ରହ ବଢ଼ାନ୍ତୁ, ଶୁଦ୍ଧ ଓଡ଼ିଆ ଲେଖନ୍ତୁ, ଓଡ଼ିଆ ଶବ୍ଦ ଭଣ୍ଡାର ବୃଦ୍ଧି କରନ୍ତୁ ଓ ଭାଷାର ଉନ୍ନତି କରନ୍ତୁ l

10. ଓଡ଼ିଆ ସାହିତ୍ୟର ଭୂତଭବିଷ୍ୟତ ସମ୍ବନ୍ଧରେ କିଛି ନୂତନ ଯୋଜନା କଣ ହେବା ଉଚିତ?

ଓଡ଼ିଆ ଭାଷା ପଢିବା, ଲେଖିବା, ବ୍ୟବହାର କରିବା ତଥା ଓଡ଼ିଆ ପାଠକ ସୃଷ୍ଟି କରିବା, ବହି (ଓଡ଼ିଆ ) କିଣି ପଢ଼ିବାର ମାନସିକତା ରଖିବା l

11. କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

1984- 85 ରୁ ଲେଖା ଆରମ୍ଭ, କିନ୍ତୁ
1989 ରେ ପ୍ରଥମେ କବିତା ପ୍ରକାଶ ପାଇଲା “ନିର୍ମାତା “ରେ କଳାହାଣ୍ଡିରୁ ଓ ସମ୍ପାଦକ ମହାଶୟ କହିଲେ, “ଏଇଥିପାଇଁ ପ୍ରକାଶ କଲି ଯେହେତୁ କିଛି ସମ୍ଭାବନା ଏଥିରେ ନିହିତ ଅଛି “l ସେବେଠାରୁ ବୋଧେ କବି ପରିଚୟ ମିଳିଲା l

12. ଆଜିକାଲି ସାହିତ୍ୟରେ ଅନ୍ ଲାଇନ ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି?

ହଁ, ବେଶ ଆଗ୍ରହ ଲାଗୁଛି ସାହିତ୍ୟର ଅନ୍ ଲାଇନ ପ୍ରବେଶ l ସାହିତ୍ୟ ଅତିଶୀଘ୍ର ପାଠକଙ୍କ ପାଖରେ ପହଂଚି ପାରୁଛି ଓ ଲେଖକ /ଲେଖିକା ମଧ୍ୟ ଖୁଵ ଶୀଘ୍ର ମତାମତ ଓ ସମୀକ୍ଷା ପାଇପାରୁଛନ୍ତି l ଏହା ସାହିତ୍ୟର ଏକ ପାଦ ଆଗକୁ କହିଲେ ଅତ୍ୟୁକ୍ତି ହେବନାହିଁ l

13. ଆମ  SLF ସମଗ୍ର ବିଶ୍ୱ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ l ଆପଣଙ୍କ ମତାମତ କଣ? କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ l

ନିଶ୍ଚିତ ଭାବରେ SLF ସମଗ୍ର ବିଶ୍ୱ ସାହିତ୍ୟ ଜଗତରେ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ l ଏହା ସୁପ୍ତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବାରେ ସହାୟକ ହେଇ ପାରୁଛି l ମାନପତ୍ର ପ୍ରଦାନ କରି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି l ବିଶ୍ୱ ଦରବାର ର ପତ୍ରିକା ରେ ନିର୍ବାଚିତ ଲେଖା ଗୁଡିକ ସ୍ଥାନିତ ହେଇ ପାରୁଛି ଏବଂ ବିଭିନ୍ନ ଭାଷା ରେ ଅନୁଦିତ କରାଯାଉଛି, ଯାହା ଲେଖକ ଲେଖିକା ଙ୍କୁ ଆଗକୁ ବଢିବାକୁ ଖୋରାକ ଯୋଗାଉଛି l
14. ଆପଣଙ୍କ ଦ୍ୱାରା କିଛି ସଂକଳନ ପ୍ରକାଶିତ ହୋଇଛି କି ? ଏହା ସମ୍ପର୍କ ରେ କିଛି କୁହନ୍ତୁ
ପ୍ରବନ୍ଧ :- •ଆସ ସଜାଡ଼ିବା ନିଜକୁ
ଆତ୍ମ ସମୀକ୍ଷା
ଆତ୍ମ ସନ୍ତୋଷ (ପ୍ରକାଶ ଅପେକ୍ଷାରେ )
ଆମେ କେମିତି ବଞ୍ଚୁ (କବିତା ସଂକଳନ )
15. ସାହିତ୍ୟ କହିଲେ କଣ ବୁଝନ୍ତି? ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ ::

  ସାହିତ୍ୟ ଓ ଜୀବନ
କେମିତି ଯୋଡି ହେଉଥାନ୍ତି
ଉଚ୍ଚାରଣ ମାତ୍ରକେ,
ସାହିତ୍ୟ ଯୋଡ଼େ ସମ୍ପର୍କ
ସାହିତ୍ୟ ଦିଶୁଥାଏ ଶିଶୁର ଦରୋଟି ଭାଷାରେ
ହସୁଥାଏ ହଳିଆ ଗୀତରେ
ଥାଏ ପ୍ରେମିକ /ପ୍ରେମିକା ଓଠରେ
ସାହିତ୍ୟ ଥାଏ କବିତାରେ,
ଉଜ୍ଜଳିତ ହୁଏ ପ୍ରବନ୍ଧ ରେ, ଗଳ୍ପ ରେ
ଜୀବନ୍ତ ହେଉଥାଏ
ଘଷି ମାଜି ଚକ୍ ଚକ୍ ହେଉଥାଏ ଆଲୋଚନା, ସମାଲୋଚନା ରେ,
ଏନ୍ତୁଡ଼ି ର ନିଆଁ ପରି ଦିକ୍ ଦିକ୍
ଜଳୁଥାଏ ସାହିତ୍ୟ,
ଟପ୍ ଟପ୍ ଝରୁଥିବା ବର୍ଷା ରେ,
ଗରିବ ର ଝୁପୁଡ଼ି ରେ,
କବି ର ଲେଖନୀ ରେ
ସାହିତ୍ୟ ହିଁ ସାହିତ୍ୟ
ସାହିତ୍ୟ ରୂପ ଦିଏ ଜୀବନ କୁ,
ଜୀବନ ରେ ଭରପୁର ସାହିତ୍ୟ,
ଆକାଶରେ , ଜହ୍ନରେ, ପ୍ରକୃତିରେ
ସାହିତ୍ୟ ର ବାସ୍ନା
ନିରେଖି ଦେଖୁଥାଏ ll
ସାହିତ୍ୟ ଦାଉ ଦାଉ ଝଟକୁଥାଏ
ସଧବାର  ସିନ୍ଦୁର ଟୋପାରେ,
ବିଧବା ଆଖିର ଲୁହରେ,
ପ୍ରିୟ ପରିଜନ ବିରହରେ,
ଜୀବନ ଦୋ ଛକିରେ….
 
***—–*****

 6,579 total views,  1 views today

2 thoughts on “*Lets Talk with Chinmayee Mohapatra for Suryodaya_Sambhranta_Saraswat_Samman – 2021*

  1. ସୁନ୍ଦର ଓ ପ୍ରେରଣାଦାୟୀ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଭଉଣୀ

Leave a Reply to Chinmayee Mohapatra Cancel reply

Your email address will not be published. Required fields are marked *