Lets Talk with Chinmayee Mohapatra for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି, ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତରେ ରଖିବେ।
==============
ନାମ : ଚିନ୍ମୟୀ ମହାପାତ୍ର
ମାତାଙ୍କ ନାମ : କୃଷ୍ଣପ୍ରିୟା ମହାପାତ୍ର
ପିତାଙ୍କ ନାମ : ସ୍ବର୍ଗତ ଚନ୍ଦ୍ରଶେଖର ମହାପାତ୍ର
ସ୍ୱାମୀଙ୍କ ନାମ :ଅକ୍ଷୟ କୁମାର ଦାଶ
ମହୀସ୍ପର୍ଶ ତାରିଖ /ଜନ୍ମ ତାରିଖ : 14.09.1969
ଶିକ୍ଷାଗତ ଯୋଗ୍ୟତା : ଏମ. ଏ (ଇଂରାଜୀ ) ବି ଏଡ଼
1. ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ଜୀବନ ବିଷୟରେ କିଛି କୁହନ୍ତୁ?
ମିଥ୍ୟା, ହିଂସା, ଦ୍ୱେଷ, ପରଶ୍ରୀକାତରତା, ମିଥ୍ୟା ପ୍ରଲୋଭନ ଓ ଚାଟୁ କାରିତା ଠାରୁ ଦୁରେଇରହି ବଂଚିଥିବାଯାଏ ସମାଜ ପାଇଁ କିଛି କରିବା ଓ ସଫଳ ହେବା ଲକ୍ଷ୍ୟ ନେଇ ଆଗେଇଯିବା – ଜୀବନର ମନ୍ତ୍ର l
2. ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତଜୀବନ ଉପରେ କେମିତି ପ୍ରଭାବ ପକେଇଛି? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି?
ହଁ, ନିଶ୍ଚିତ ଭାବେ ପ୍ରଭାବ ପକାଇଛି l ଈଶ୍ୱରଙ୍କ କୃପାରୁ ମାତୃଭାଷା ମାଧ୍ୟମରେ ପାଖପଡୋଶୀ ତଥା ସମାଜକୁ ସଜାଡ଼ିବାର ଛୋଟିଆ ପ୍ରୟାସ ଜାରିରହିଛି ଏବଂ ନିଜେ ମଧ୍ୟ ନିଜକୁ ସଂଶୋଧନ କରିପାରୁଛି l ବ୍ୟକ୍ତିଗତ ଭାବେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଓ ସ୍ୱାମୀ ସଦାନନ୍ଦଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି l
3. ଆପଣ ମୁଖ୍ୟତଃ କବିତା /ଗଳ୍ପ /ପ୍ରବନ୍ଧ /ରମ୍ୟରଚନା ନା ଅନ୍ୟ କିଛି ଲେଖା ଲେଖି କରନ୍ତି?
ମୁଁ ସବୁ ଲେଖେ, କିନ୍ତୁ କବିତା, ଗଳ୍ପ ଓ ପ୍ରବନ୍ଧ ଲେଖିବାକୁ ଭଲପାଏ l
4. ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ହୃଦୟକୁ ଛୁଇଁବା ଭଳି ଗଳ୍ପ ଓ କବିତା, ପ୍ରତ୍ୟକ୍ଷ ବା ପରୋକ୍ଷରେ ସମାଜକୁ ବାର୍ତ୍ତା ପ୍ରଦାନ କରୁଥିବା ଲେଖା, ବାସ୍ତବ ସମାଜର ଚିତ୍ର ପ୍ରଦାନ ସହ ପାଠକର ହୃଦୟ ଆନ୍ଦୋଳିତ କରୁଥିବା ଲେଖା ହିଁ ଭଲ ବୋଲି କହିବା l
5.ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲ ପାଆନ୍ତି?
ମୋ ଲେଖା ମାଧ୍ୟମରେ ଆମ ସଂସ୍କୃତି ସମ୍ବନ୍ଧରେ, ସଚେତନତା, ବିଶ୍ୱାସ, ଅନ୍ଧବିଶ୍ୱାସର କୁପରିଣାମ, ବିଭିନ୍ନ ସମସ୍ୟା ଓ ସମାଧାନ, ମାତୃଜାତି ପ୍ରତି ସମ୍ମାନ ସମ୍ପର୍କରେ କହିଥାଏ l
6. ସାହିତ୍ୟ ଲେଖିହୋଇଯାଏ ଅଥବା ଲେଖିବାକୁ ପଡେ?
ସାହିତ୍ୟ ଲେଖିହୋଇ ଯାଏ l
7. ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ୱତ ସାଧନା ଓ ସୃଜନଶିଳତା ଏମାନଙ୍କ ମଧ୍ୟରୁ କଣ ଆଶା କରୁଥାଏ?
ପାଠକୀୟ ଆଦୃତି ହିଁ ଆତ୍ମସନ୍ତୋଷ ଦିଏ l
8. ଓଡ଼ିଆ ଭାଷା ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ଆପଣ କେମିତି ଦେଖନ୍ତି?
ଓଡ଼ିଆର ଭାଷା ସାହିତ୍ୟ ବର୍ତ୍ତମାନର ଚଉହଦି ଭିତରେ ସୀମିତ l ଇଂରାଜୀ ଭାଷାର ଆଗ୍ରହ ଭବିଷ୍ୟତରେ ଓଡ଼ିଆ ଭାଷାକୁ ସଙ୍କଟରେ ପକାଇପାରେ l
9.ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ, ସେମାନଙ୍କୁ ଆପଣ କଣ କହିବେ?
ସାଧନା ଜାରି ରଖନ୍ତୁ, ପଢିବା ଆଗ୍ରହ ବଢ଼ାନ୍ତୁ, ଶୁଦ୍ଧ ଓଡ଼ିଆ ଲେଖନ୍ତୁ, ଓଡ଼ିଆ ଶବ୍ଦ ଭଣ୍ଡାର ବୃଦ୍ଧି କରନ୍ତୁ ଓ ଭାଷାର ଉନ୍ନତି କରନ୍ତୁ l
10. ଓଡ଼ିଆ ସାହିତ୍ୟର ଭୂତଭବିଷ୍ୟତ ସମ୍ବନ୍ଧରେ କିଛି ନୂତନ ଯୋଜନା କଣ ହେବା ଉଚିତ?
ଓଡ଼ିଆ ଭାଷା ପଢିବା, ଲେଖିବା, ବ୍ୟବହାର କରିବା ତଥା ଓଡ଼ିଆ ପାଠକ ସୃଷ୍ଟି କରିବା, ବହି (ଓଡ଼ିଆ ) କିଣି ପଢ଼ିବାର ମାନସିକତା ରଖିବା l
11. କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
1984- 85 ରୁ ଲେଖା ଆରମ୍ଭ, କିନ୍ତୁ
1989 ରେ ପ୍ରଥମେ କବିତା ପ୍ରକାଶ ପାଇଲା “ନିର୍ମାତା “ରେ କଳାହାଣ୍ଡିରୁ ଓ ସମ୍ପାଦକ ମହାଶୟ କହିଲେ, “ଏଇଥିପାଇଁ ପ୍ରକାଶ କଲି ଯେହେତୁ କିଛି ସମ୍ଭାବନା ଏଥିରେ ନିହିତ ଅଛି “l ସେବେଠାରୁ ବୋଧେ କବି ପରିଚୟ ମିଳିଲା l
12. ଆଜିକାଲି ସାହିତ୍ୟରେ ଅନ୍ ଲାଇନ ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି?
ହଁ, ବେଶ ଆଗ୍ରହ ଲାଗୁଛି ସାହିତ୍ୟର ଅନ୍ ଲାଇନ ପ୍ରବେଶ l ସାହିତ୍ୟ ଅତିଶୀଘ୍ର ପାଠକଙ୍କ ପାଖରେ ପହଂଚି ପାରୁଛି ଓ ଲେଖକ /ଲେଖିକା ମଧ୍ୟ ଖୁଵ ଶୀଘ୍ର ମତାମତ ଓ ସମୀକ୍ଷା ପାଇପାରୁଛନ୍ତି l ଏହା ସାହିତ୍ୟର ଏକ ପାଦ ଆଗକୁ କହିଲେ ଅତ୍ୟୁକ୍ତି ହେବନାହିଁ l
13. ଆମ SLF ସମଗ୍ର ବିଶ୍ୱ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ l ଆପଣଙ୍କ ମତାମତ କଣ? କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ l
ନିଶ୍ଚିତ ଭାବରେ SLF ସମଗ୍ର ବିଶ୍ୱ ସାହିତ୍ୟ ଜଗତରେ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ l ଏହା ସୁପ୍ତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବାରେ ସହାୟକ ହେଇ ପାରୁଛି l ମାନପତ୍ର ପ୍ରଦାନ କରି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି l ବିଶ୍ୱ ଦରବାର ର ପତ୍ରିକା ରେ ନିର୍ବାଚିତ ଲେଖା ଗୁଡିକ ସ୍ଥାନିତ ହେଇ ପାରୁଛି ଏବଂ ବିଭିନ୍ନ ଭାଷା ରେ ଅନୁଦିତ କରାଯାଉଛି, ଯାହା ଲେଖକ ଲେଖିକା ଙ୍କୁ ଆଗକୁ ବଢିବାକୁ ଖୋରାକ ଯୋଗାଉଛି l
14. ଆପଣଙ୍କ ଦ୍ୱାରା କିଛି ସଂକଳନ ପ୍ରକାଶିତ ହୋଇଛି କି ? ଏହା ସମ୍ପର୍କ ରେ କିଛି କୁହନ୍ତୁ
ପ୍ରବନ୍ଧ :- •ଆସ ସଜାଡ଼ିବା ନିଜକୁ
•ଆତ୍ମ ସମୀକ୍ଷା
•ଆତ୍ମ ସନ୍ତୋଷ (ପ୍ରକାଶ ଅପେକ୍ଷାରେ )
•ଆମେ କେମିତି ବଞ୍ଚୁ (କବିତା ସଂକଳନ )
15. ସାହିତ୍ୟ କହିଲେ କଣ ବୁଝନ୍ତି? ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ ::
ସାହିତ୍ୟ ଓ ଜୀବନ
କେମିତି ଯୋଡି ହେଉଥାନ୍ତି
ଉଚ୍ଚାରଣ ମାତ୍ରକେ,
ସାହିତ୍ୟ ଯୋଡ଼େ ସମ୍ପର୍କ
ସାହିତ୍ୟ ଦିଶୁଥାଏ ଶିଶୁର ଦରୋଟି ଭାଷାରେ
ହସୁଥାଏ ହଳିଆ ଗୀତରେ
ଥାଏ ପ୍ରେମିକ /ପ୍ରେମିକା ଓଠରେ
ସାହିତ୍ୟ ଥାଏ କବିତାରେ,
ଉଜ୍ଜଳିତ ହୁଏ ପ୍ରବନ୍ଧ ରେ, ଗଳ୍ପ ରେ
ଜୀବନ୍ତ ହେଉଥାଏ
ଘଷି ମାଜି ଚକ୍ ଚକ୍ ହେଉଥାଏ ଆଲୋଚନା, ସମାଲୋଚନା ରେ,
ଏନ୍ତୁଡ଼ି ର ନିଆଁ ପରି ଦିକ୍ ଦିକ୍
ଜଳୁଥାଏ ସାହିତ୍ୟ,
ଟପ୍ ଟପ୍ ଝରୁଥିବା ବର୍ଷା ରେ,
ଗରିବ ର ଝୁପୁଡ଼ି ରେ,
କବି ର ଲେଖନୀ ରେ
ସାହିତ୍ୟ ହିଁ ସାହିତ୍ୟ
ସାହିତ୍ୟ ରୂପ ଦିଏ ଜୀବନ କୁ,
ଜୀବନ ରେ ଭରପୁର ସାହିତ୍ୟ,
ଆକାଶରେ , ଜହ୍ନରେ, ପ୍ରକୃତିରେ
ସାହିତ୍ୟ ର ବାସ୍ନା
ନିରେଖି ଦେଖୁଥାଏ ll
ସାହିତ୍ୟ ଦାଉ ଦାଉ ଝଟକୁଥାଏ
ସଧବାର ସିନ୍ଦୁର ଟୋପାରେ,
ବିଧବା ଆଖିର ଲୁହରେ,
ପ୍ରିୟ ପରିଜନ ବିରହରେ,
ଜୀବନ ଦୋ ଛକିରେ….
***—–*****
6,826 total views, 1 views today
Hey There. I found your weblog working with msn. That is a rather well penned short article. I’ll Ensure that you bookmark it and return to read additional within your practical info. Many thanks for that put up. I’ll definitely comeback.
Thanks for ones wonderful submitting! I actually liked reading it, you materialize to become an awesome author.I will be sure to bookmark your web site and will inevitably come back later on. I desire to encourage go on your fantastic posts, Have got a nice evening!
My brother suggested I would like this blog site. He was as soon as solely correct. This place up really made my working day. You can not imagine just how quite a bit time I’d spent for this details! Many thanks!
ସୁନ୍ଦର ଓ ପ୍ରେରଣାଦାୟୀ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ ଭଉଣୀ
Ati sundar laguchi…prati ti line ra mahatwa achhi