April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*Lets Talk with Padman Rana for Suryodaya_Sambhranta_Saraswat_Samman – 2021*

Lets Talk with Padman Rana for Suryodaya_Sambhranta_Saraswat_Samman – 2021

ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି, ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତରେ ରଖିବେ।

==============
ମୋ ନାମ —ଶ୍ରୀପଦ୍ମନ ରଣା
ପିତା–: ସ୍ୱର୍ଗତ ହୃଷିକେଶ ରଣା
ସ୍ତ୍ରୀ –: ସୌରେନ୍ଦ୍ରୀ ରଣା
ଜନ୍ମ ତାରିଖ-::16/02/1973
ଶିକ୍ଷା ଗତ ଯୋଗ୍ୟତା--: BA(Arts)

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ମୁଁ ସାଧାରଣତଃ ଏକ ନିମ୍ନ ପରିବାରର ଅଟେ। ମୋ ବାପା କୌଳିକ (ହାଣ୍ଡି କାମ) ବୃତ୍ତି କରି ଆମ୍ଭଙ୍କୁ ଏତେ ଦୂର ପହଞ୍ଚାଇ ଛାଡ଼ି ଯାଇଛନ୍ତି। ଆମ୍ଭ ଗତାନୁଗତିକ ପୁରାତନ ବୃତ୍ତି ବର୍ତ୍ତମାନ କାଳେ ସମାଜ ପ୍ରଧାନ୍ୟ ନ’ଦେବାରୁ ପରିବାର ଚଲାଇବା କଷ୍ଟ ସାଧ୍ଯ ହୋଇପଢ଼ିଲା। ଏଣୁ ପାଠ ପଢ଼ା ଶେଷ କରି ଚାଷ ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରୁଛି ଓ ସମାଜିକ ସେବାରେ ରତ ହୋଇ ଅବଶିଷ୍ଟ ସମୟ ସାହିତ୍ୟ ରୁଚି ରଖି ଆଗେ ଚାଲୁଛି।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ପାଠ ପଢ଼ା ସମୟରୁ ଓଡ଼ିଆ ସାହିତ୍ୟ ପ୍ରତି ମୋର ଆନୁଗତ୍ୟ ଥିଲା। ଶିକ୍ଷକ ପଢାଉ ଥିବା ସମୟରେ ଓଡ଼ିଆ ବ୍ୟାକରଣ, ବର୍ଣସୁଦ୍ଧି, ଶବ୍ଦଗଠନ, ଭାବାର୍ଥ, ଶୈଳୀ କୁ ତୀକ୍ଷ ଭାବେ ଵୁଝିବା ପାଇଁ ଚେଷ୍ଟା କରୁଥିଲି।। +2ସମୟରେ world magazine ପ୍ରକାଶିତ ହେଉଥିଲା। ମୋର ନିଜସ୍ୱ ଛୋଟ ଛୋଟ ଲେଖା ପ୍ରକାଶିତ ହୋଇ ଆସୁଥିଲା। ପଢ଼ା ପରେ ପରବର୍ତ୍ତୀ ସମୟରେ ମୁ ଲେଖା ଲେଖି କୁ ଛାଡ଼ି ଦେଇଥିଲି। ବର୍ତ୍ତମାନ social media ମୋତେ ଲେଖିବାକୁ ଉତ୍ସାହିତ ପ୍ରଦାନ କଲା । ନବ ସାହିତ୍ୟ ସାରସ୍ୱତ ସାଧକଙ୍କ ଲେଖା ଅନୁପ୍ରାଣିତ କରି ଚାଲିଲା। ମୁଁ ଭାବିଲି, ମୋ ପାଇଁ ସେମାନେ ଉପଯୁକ୍ତ ବନ୍ଧୁ ଭାବି ସାଥି ହୋଇ ଆଗେଇ ବାକୁ ।facebook ରେ ବନ୍ଧୁ ଜଣଙ୍କର କବିତା ପଢ଼ି ମୋର ସେ ପୁରୁଣା ଲେଖା ଗୁଡ଼ାକ ସମସ୍ତଙ୍କ ସମ୍ମୁଖକୁ ଆଣିବା ପାଇଁ ଇଛା କଲି। ସେଇ ଦିନଠୁ ସାଙ୍ଗମାନଙ୍କ ସହ ପରିଚିତ ହୋଇ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ମିଲିଲା।।

୩– ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

ମୁ ଏପରି ଜଞ୍ଜାଳ ରେ ଘେରା ମୋ ପାଇଁ ସମୟ ସାପେକ୍ଷ। ସମୟକୁ ବଞ୍ଚାଇ କବିତା, କ୍ଷୁଦ୍ର ଗଳ୍ପ ଲେଖିବାକୁ ଭଲ ପାଏଁ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
କବିତା ହେଉ କିମ୍ବା ଗଳ୍ପ ହେଉ ଯଦି ସମାଜ ବହିର୍ଭୂତ ଅଟେ ତେବେ କେବ ଗ୍ରହଣୀୟ ନୁହେଁ। ସମାଜ ଉପରେ ସକରାତ୍ମକ ଭାବନା ଜାଗ୍ରତ କରାଇବା ସହ ନିର୍ଭୁଲ ସମାଜିକ ଚିତ୍ରପଟ କୁ ଅନୁରୂପ ଭାବେ ଗଳ୍ପ, କଵିତା ମାଧ୍ୟମରେ ଦୃଶ୍ୟମାନ ହେଉଥିଲେ ମୋ ମତରେ ତାହା ଉଚିତ ବୋଲି ବିବେଚନା କରିବା।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ଯଦି ଓ ଆମ୍ଭେ ଆଧୁନକତା ମଧ୍ୟରେ ବଞ୍ଚିଛେ ତଥାପି ପୁରାତନକୁ ଆମେ ଭୁଲିବା ନାହିଁ। ପୁରାତନ ସଂସ୍କୃତି,ପରମ୍ପରା ,ସାହିତ୍ୟ ,କଳା ଆମ ପୂର୍ବଜଙ୍କ ଗଚ୍ଛିତ ସଂପତ୍ତି ଅଟେ। ଅନ୍ୟ ହାତକୁ ଯିବାକୁ ଦେବା ନାହିଁ ବରଂ ତାର ସୁରକ୍ଷା ଓ ବିକାଶ ପାଇଁ ତତ୍ପର ରହିବା। ସମାଜର ଅକ୍ଷମ ବ୍ୟକ୍ତିଙ୍କୁ ଅନ୍ୟୁନ ସହାନୁଭୂତି ରଖି ଯଥୋଚିତ ସହଯୋଗକୁ ଯାରି ରଖିଥିବା।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
– ଜଣେ ଜଣକୁ ଭଲ ପାଇଲେ ତାର ପ୍ରତିଛବି ହୃଦୟ ମଧ୍ୟରେ ବସା ବାନ୍ଧି ଥାଏ। ସାହିତ୍ୟ ସେପରି ହୃଦୟ ମଧ୍ୟରେ ଘର କରି ଥିବା ଏକ ଅମୂଲ ଉନ୍ମାଦନା।ଶବ୍ଦ କୁ ଶବ୍ଦ ନେଇ ମନ ଭିତରେ ଗୁନ୍ଥି ହେଉଥାଏ ଭାବ। ଆପେ ଆପେ ଜନ୍ମ ନିଏ ହୃଦୟ ଭିତରେ ।
୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
-ପାଠକୀୟଙ୍କ ଆଦୃତି ସୃଜନଶୀଳତାର ଗତୀକୁ ବୃଦ୍ଧି କରି ଥାଏ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
-ଓଡ଼ିଆ ଭାଷାର ଅନ୍ତ ନାହିଁ। ତାର ସୁରକ୍ଷା ପାଇଁ ଅନେକ ସାହିତ୍ୟ ସ୍ରଷ୍ଟା ବର୍ତ୍ତମାନ ବି ତତ୍ପର କିନ୍ତୁ ବର୍ତମାନ ଅନେକ ଅନୁଷ୍ଠାନ ଗୁଡ଼ିକ ସାହିତ୍ୟକୁ ବ୍ୟବସାୟିକ ଭାବେ ଗ୍ରହଣକରି ସ୍ରଷ୍ଟଙ୍କୁ ପଦଚ୍ୟୁତ କରିବାରେ ଲାଗଛନ୍ତି। ଯଦି ଏପରି ଚାଲୁରହେ ତାହେଲେ ସେମାନ ଉପଯୁକ୍ତ ସ୍ଥାନ ହରାଇ ବସିବେ। ଯାହାକି ଭବିଷ୍ୟତରେ ଘାତକ ସୃଷ୍ଟି ହେବ।
୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
– ଶବ୍ଦ କାଠିନ୍ୟ ନ ହେଉ ପଛେ
ସରଳ ଶବ୍ଦକୁ ଆପଣାଇ କବିତା,ଗଳ୍ପ,ପ୍ରବନ୍ଧ ଲେଖିବା ।ସମସ୍ତ ପ୍ରକାର ଯଥା -ଆଧୁନିକ, ଗୀତି କବିତା, ଅଳଙ୍କାର, ବିଭିନ୍ନ ଛନ୍ଦ ଓ ଲୋକ ସାହିତ୍ୟକୁ ସାହିତ୍ୟ ଭିତରକୁ ଆଣିବା ପାଇଁ ଯତ୍ନ ନେବା।
ଅବ୍ୟବହୃତ ଶବ୍ଦ ଆଣି ସାହିତ୍ୟକୁ କଳଙ୍କିତ କରିବା ନାହିଁ। ଅଶ୍ଳୀଳ ପୂର୍ଣ୍ଣ ସାହିତ୍ୟରୁ ଦୂରେଇ ରହିବା।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
– ମୋ ମତରେ ପ୍ରତ୍ୟେକ ଅଞ୍ଚଳରେ ପୁରାତ ଓ ନବ ସାରସ୍ୱତ ସାଧକଙ୍କ ଲେଖା କାବ୍ୟ, ଗଳ୍ପ, କବିତା ପ୍ରବନ୍ଧ ର ସଂଗ୍ରାହଲୟ ସ୍ଥାପନ ହେବା ଉଚିତ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ନିଜକୁ କବି ବୋଲି ଆଜି ପର୍ଯ୍ୟନ୍ତ ମୁଁ ନିଜକୁ ଭାବି ନାହିଁ। ରୁଚି ଓ ନିଶା ଭାବି ଆଗେଇ ଚାଲିଛି। ମୋ ଲେଖାକୁ ମୋ ଗାଁରେ ବହୁତ ଦିନରୁ ମୋ ସାଙ୍ଗମାନେ ଶ୍ରଦ୍ଧା ଓ ସମ୍ମାନ ଦେଇ ଆସୁଥିଲେ। ଅନୁଷ୍ଠାନ ମାନଙ୍କଠୁ ଲେଖା ସମ୍ମାନିତ ହେବା ପରେ ସେ ଆଦର ଆହୁରି ତାଙ୍କ ମନରେ ମଧୁରତା ଭରି ଦେଇଛି।
୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
– ଅନଲାଇନ, ସୋସିଆଲ ମିଡ଼ିଆ, ବର୍ତ୍ତମାନ ସମୟରେ ସାର୍ଥକ ମାଧ୍ୟମ। ଅଗଣିତ ପାଠକଙ୍କ ନିକଟକୁ ପହଞ୍ଚିବା ସୁଗମ ରାସ୍ତା ଅଟେ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ? କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
– ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମଗ୍ର ନବ ସାରସ୍ୱତ ସାଧକଙ୍କ ହୃଦୟରେ ଆଦର ପାଇପାରିଛି। ଏହାର ପରିଚାଳନା ଏକ ଭିନ୍ନ ସ୍ୱାଦର। ବିଶିଷ୍ଟ ଅଭିଜ୍ଞ ଅସାଧାରଣ ଲବ୍ଧ ଜ୍ଞାନୀଙ୍କ ତତ୍ତ୍ୱାବଧାନ ଯୋଗୁଁ ବିଶ୍ୱ ସାହିତ୍ୟ ଜଗତେର ନିଜର ପରିଚୟ ସୃଷ୍ଟି କରି ପାରିଛି। ଆନୁଷ୍ଠାନ ଭବିଷ୍ୟତ ଉଜ୍ଜ୍ୱଳ ଅଟେ। ଅନୁଷ୍ଠାନ ଆହୁରି କାୟା ବିସ୍ତାର ପୂର୍ବକ ପ୍ରତ୍ୟେକ ଜିଲ୍ଲା ମାନଙ୍କରେ ଶାଖା ସଂସ୍ଥା ପ୍ରତିଷ୍ଠା କଲେ କୋଣେ କୋଣେ ଆଦୃତ ଲାଭ କରିବ।
୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?
– ନା, ବର୍ତ୍ତମାନ ସୁଦ୍ଧା ସଂକଳନ ପ୍ରକାଶିତ କରି ନାହିଁ। ନିକଟ ଭବିଷ୍ୟତରେ ପ୍ରକାଶ କରିବାପାଇଁ ଇଚ୍ଛା ରଖିଛି।

୧୫- ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

“ସମାଜର ହିତେ
ଜାଗେ ଅବିରତେ
ଅବାଟୁଆ ବାଟେ
ସେ ଅନ୍ଧଲୌଡ଼ି ଟେ
ଜୀବନର ପଥେ ସାହିତ୍ୟ ଅଟେ ।””

ପଦ୍ମନ ରଣା
ବରଗଡ଼, ଓଡ଼ିଶା

 12,722 total views,  1 views today

6 thoughts on “*Lets Talk with Padman Rana for Suryodaya_Sambhranta_Saraswat_Samman – 2021*

  1. Spot on with this write-up, I truly believe this site needs far more attention. I’ll probably be
    returning to read through more, thanks for the information!

  2. Excellent post. I was checking continuously this blog and I’m inspired!
    Extremely helpful info particularly the closing phase 🙂 I take care of such information much.
    I used to be looking for this particular information for a very
    lengthy time. Thanks and best of luck.

  3. An intriguing discussion is worth comment. There’s no doubt
    that that you ought to publish more on this subject matter, it may not be a
    taboo matter but generally people do not discuss
    these topics. To the next! Kind regards!!

  4. For most up-to-date information you have to pay a visit world wide web and on web I found this web site as a most excellent
    web site for newest updates.

Leave a Reply

Your email address will not be published. Required fields are marked *