March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets Talk with Pratap Chandra Mishra Suryodaya_Sambhranta_Saraswat_Samman – 2021*

Lets Talk with Pratap Chandra Mishra Suryodaya_Sambhranta_Saraswat_Samman – 2021

ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି, ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତରେ ରଖିବେ।

==============
ନାମ: ପ୍ରତାପ ଚନ୍ଦ୍ର ମିଶ୍ର
ମାତା ଙ୍କ ନାମ : ଶ୍ରୀମତୀ ଶାନ୍ତି ଲତା ମିଶ୍ର,(ସୁଗୃହିଣି)

ପିତା ଙ୍କ ନାମ :- ୰ସୁବାସ ଚନ୍ଦ୍ର ମିଶ୍ର( ସମ୍ମାନ ପ୍ରାପ୍ତ ଶ୍ରେଷ୍ଠ ଟାର୍ଣର ,ଆସିକା ସମବାୟ ଚିନିଶିଳ୍ପ ଲିଃ,ନୂଆଗାଁ,ଆସ୍କା,ଗଞ୍ଜାମ)

ମହୀସ୍ପର୍ଶ ତାରିଖ/ଜନ୍ମଦିନ– ୨୦.୦୫.୧୯୭୪

ଶିକ୍ଷା ଗତ ଯୋଗ୍ୟତା
Macom,LLB,PGDCA(computer ),PGDCA in Rural Management)

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ସଙ୍ଘର୍ଷ ମୟ ଜୀବନ ରୁ ଉଠି ଉଠାଇ ଚାଲିବା ଓ ଯଥା ଶକ୍ତି ବଚନ ଓ କର୍ମ ରେ ପ୍ରଭେଦ ନ ରଖିବା ନେଇ ସ୍ବଚ୍ଛତା , ସଫଳତା ମାର୍ଗ ରେ ଉପନୀତ ହେବା ହିଁ ଜୀବନ ର ମୂଳ ଦୀକ୍ଷା।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ନିଶ୍ଚିତ ରୂପେ ସମାଜ ପାଇଁ କିଛି ନୂତନତ୍ବ ର ପରିପ୍ରକାଶ ଓ ମାତୃ ଭାଷା ର ଉନ୍ନତି କଳ୍ପେ ଗୁଣ୍ଡୁଚି ଭଳି ପ୍ରୟାସ ଜୀବନ କୁ ଚଳ ଚଞ୍ଚଳ କରାଇ ସାହିତ୍ୟ ଜଗତ ଶାନ୍ତି ପ୍ରଦାନ କରାଇ ପାରିଛି।ଏବମ ଅନେକ ଅକୁହା କଥା, ଅସମାହିତ ଦ୍ୱନ୍ଦ୍ଵ ବିଭିନ୍ନ ସ୍ରଷ୍ଟା ଙ୍କ ବାଣୀ, ଗଳ୍ପ ,କବିତା,ପ୍ରବନ୍ଧ ପଢା ; ସମାଧାନ ମାର୍ଗ ରେ ପହଞ୍ଚାଇ ପାରିଛି ତଥା ଜୀବନ ର ଲକ୍ଷ୍ୟ ଦିଗକୁ ବାଟ କଢ଼ାଇ ନେଇଛି।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି
ମୁଁ ସବୁ କିଛି ଲେଖେ,କିନ୍ତୁ କବିତା , ଗଳ୍ପ ଓ ରମ୍ୟ ରଚନା ଲେଖିବାକୁ ବେଶ୍ ଭଲ ପାଏ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ଆଜ୍ଞା,
ଭଲ କବିତା ଓ ଗଳ୍ପ ତାହାକୁ କହିବା,ଯାହା ଅନ୍ତର ମର୍ମ କୁ ନିଖୁଣ ଭାବେ ସୂଚାଏ ଓ ପାଠକ ଙ୍କ ମଧ୍ୟରେ ସମାଜ ପରିବର୍ତ୍ତନ ର ବାର୍ତା ଦେଇଥାଏ ତଥା ମନରେ ଅଦ୍ଭୁତ ଆଲୋଡନ ସୃଷ୍ଟି କରେ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

ମୁଁ ଏହା କହିବାକୁ ଚାହେଁ , ମନ୍ଦ କର୍ମ କରନାହିଁ,ଅସତ୍ୟ ବର୍ଜନ କର,ଅନ୍ୟାୟ କୁ ଦମନ କରିବା କୁ ଜନ ମାନସରେ ଚେତନା ଜାଗ୍ରତ ହେଉ। ଯେ କୌଣସି ଦୋଷୀ ନିଜ ଦୋଷ ସ୍ଵୀକାର କରି ମୁକ୍ତି ପଥ ରେ ସାମିଲ ହେଉ। ବିଭୁ କୃପା ରୁ ବଞ୍ଚିତ ନ ହୁଅନ୍ତୁ।ସତ୍ କର୍ମ କରି ମୁକ୍ତି ମାର୍ଗରେ ଅଗ୍ରସର ହୁଅନ୍ତୁ।

 

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?

ଆଜ୍ଞା,ସାହିତ୍ୟ ଚେତନା ର ଅଭିବୃଦ୍ଧି। ମନରେ ସେ ଆପେ ଆପେ ଆସିଯାଏ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ପାଠକୀୟ ସ୍ଵୀକୃତି ହିଁ ଶ୍ରମ ସାର୍ଥକ ର ପର୍ଯ୍ୟାପ୍ତ ଆତ୍ମ ତୃପ୍ତି।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ବର୍ତ୍ତମାନ ଇଂରାଜୀ ଭାଷାର ପ୍ରବଳ ତା ଯୋଗୁଁ , ଓଡ଼ିଆ ଭାଷା ନଗଣ୍ୟ ମନେ ହେଉଛି। ଏବଂ ଧୀରେ ଧୀରେ ଏହାର ପ୍ରସାର ପ୍ରଚାର କ୍ଷୀଣ ହେବା କୁ ଲାଗୁଛି।କାରଣ ଓଡ଼ିଆ ସାହିତ୍ୟ କେବଳ ହସ୍ତ ଗଣତି କେତେ କବି ଓ ସାହିତ୍ୟ ଆସର ମାନଙ୍କରେ ପ୍ରଶସ୍ଥ।ଯେଉଁଠି ବ୍ୟାକରଣ ଗତ ତୃଟି କୁ ବି ଅଣଦେଖା କରାଯାଏ। ଓଡ଼ିଆ ପଢ଼ି ଥିବା କାଲିର ଶିଶୁ ଆଜି ଶୁଦ୍ଧ ଓଡ଼ିଆ କହିବା,ଲେଖିବା ବି ଭୁଲି ଯାଉଛି। ଯଦି ଏଭଳି ସ୍ଥିତି ରହେ ଭବିଷ୍ୟତରେ ଓଡ଼ିଆ ଭାଷା ବିଲୟ ହେବା ଦୂର ନୁହେଁ।

୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ଚେତନା ଜାଗ୍ରତ କରାଇ ସ୍ମୃତି ପଟଳ ରେ ଥିବା ଭାବ କୁ ଓଡ଼ିଆ ଭାଷା ର ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ବର୍ଣ୍ଣ,ମାତ୍ରା, ଫଳା ,ବ୍ୟାକରଣ ଓ ଶବ୍ଦ
ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ସବୁ ଓଡ଼ିଆ ଏକତ୍ରିତ ହୋଇ ତୃଣ ମୂଳ ସ୍ତର ରୁ
ଓଡ଼ିଆ ଭାଷା ପ୍ରତି ମମତା ଜାଗୃତି କରିବାକୁ ହେବ। ଭାଷା ର ସୁରକ୍ଷା ପାଇଁ ସବୁ ସ୍ତର ରେ ଓଡ଼ିଆ କହିବା ଓ ଲେଖିବା ପ୍ରାଧାନ୍ୟତା ଦେବା ଉଚିତ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ମୁଁ ବିଦ୍ୟାଳୟ ସ୍ତର ଯଥା ୧୯୮୬-୮୭ ସାଲ ରୁ ପ୍ରବନ୍ଧ ଓ କବିତା ଲେଖିବା ର ରୁଚି ରଖିଥିଲି।ହେଲେ ୧୯୯୦-୯୧ ସାଲ ରୁ ଲେଖା ଲେଖି ଅବ୍ୟାହତ ଧାରା କବି/ଗାଳ୍ପିକ ଭାବେ ପରିଚୟ ଦେଇ ପାରିଛି।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ବେଶ ଆଗ୍ରହ ର ସହ ଗ୍ରହଣ କରିପାରିଛି।କାରଣ ବିଶ୍ଵ ଦରବାରରେ ନିଜ କୃତି ବିନା ଦ୍ବିଧାରେ ରେ ବ୍ୟକ୍ତ କରାଯାଇ ପାରୁଛି । ଅଜସ୍ର ପାଠକ ମୂଲ୍ୟ ବୋଧ ଲେଖା କୁ ନିଶ୍ଚିତ ରୂପେ ଅସଲ ମୂଲ୍ୟାଙ୍କନ କରି ଲେଖକ ଙ୍କ ମନୋବଳ ବୃଦ୍ଧି କରାଇ ପ୍ରୋତ୍ସାହନ ଦିଅନ୍ତି, ଯେଉଁଠି ଚାଟୁକାର ଙ୍କ ସ୍ଥାନ ନ ଥାଏ। କିନ୍ତୁ ଭୟ ଲାଗୁଛି ଏତିକି ଭଲ ଲେଖକ ଙ୍କ ମହତ୍ ସୃଜନୀ ଆଉ ସବୁ ଶ୍ରମ ଯଦି ଅନ୍ୟ କିଏ ଚୋରାଇ ନିଜ କୃତି ର ପରିଚୟ ଦିଅନ୍ତି ଓ ଶ୍ରେୟ ନିଅନ୍ତି।ଏଭଳି ବହୁତ୍ ଘଟଣା ଅନେକ ଥର ସାମ୍ନା କୁ ଆସିଛି ଓ ଦୁଃଖ ବି ଲାଗୁଛି।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ଉକ୍ତ ଅନୁଷ୍ଠାନ ଶକ୍ତ ନୀତି ନିୟମ ଓ ଅନୁଶାସନ ର ପାଳନ ରେ କିଛି ବି ହେଳା କରନ୍ତି ନାହିଁ। ମୁଁ ଯାହା ଅନୁଭବ କରେ ପାଠକ ଙ୍କ ଭାବ ଧାରା କୁ ଆଦୃତ କରିବା ପାଇଁ କୌଣସି ପ୍ରକାର ସାଲିସ୍ କରାଯାଉନାହିଁ।ଉପଯୁକ୍ତ ପ୍ରକ୍ରିୟା ରେ ସୃଜନୀ କୁ ଶ୍ରେୟ ଦେଇ ଯାହା ପାଠକ ଙ୍କ ମତ ରେ ସୁଯୋଗ୍ୟ ବିବେଚିତ ହୁଏ,ତାହାକୁ ବିଭିନ୍ନ ଭାଷା ରେ ଅନୁବାଦ କରି ନିଜେ କର୍ମ କର୍ତ୍ତା ମାନେ ବହୁ ଶ୍ରମ ଦେଇ, ଓଡ଼ିଶା ନୁହେଁ ବରଂ ବିଶ୍ଵ ସ୍ତର ର ଲୁକାଇତ ପ୍ରତିଭା ଙ୍କୁ ବିଶ୍ଵ ସମୁଦାୟ ରେ ପରିଚୟ ଦେବାକୁ ଯଥେଷ୍ଟ ପ୍ରୟାସ କରନ୍ତି, ତାହା କୌଣସି କମ୍ ଗୌରବ ର କଥା ନୁହେଁ।

 

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?

ହଁ,ମୋର କବିତା ସଂକଳନ “ବିଦାୟ କାଳୀନ ମୁହୂର୍ତ୍ତ” ଗୋଟିଏ ପ୍ରକାଶ ପାଇଛି ।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ.

*ସାହିତ୍ୟ*

ମନ ର କୋହ କୁ ସଂଗ୍ରହ କରି
ଦୁନିଆ ବୁକୂରେ ପ୍ରକାଶ।

ଶବ୍ଦ ଗ୍ରନ୍ଥ ରୁ ଭାବ ସାଉଁଟି
ସାହିତ୍ୟ ହୁଏ ବିକାଶ।।

ଅନାଦି କାଳରୁ ସାଇତା ଭାଷା ।
ସେଥିରୁ ଚାଲିଛି ଶିଖି ପ୍ରାଣୀ ଜୀବନ ଅଂକ କଷା ।।

ପୋଥି ଗ୍ରନ୍ଥା ଗାରେ ସାଇତା ଲିପି ।
ଭାଷା ଭାବର ଅକୁହା କୀର୍ତ୍ତି ।।

ସେହି ଭାଷା ର ରୂପ ପ୍ରତିପାଦନ ।
ପ୍ରାଣୀ ହିତେ ଯାହା
ଲେଖି ସାଇତା ଲିଖନ ।।

ଭାବ ଧାରା ଗତି ଆଗାମୀ ପିଢ଼ି କୁ ପ୍ରଦାନ।

ସୂସାହିତ୍ୟ ଦ୍ୱାରା ହିଁ ହୁଏ ସବୁ ସହଜେ ସମାଧାନ।।

ସାହିତ୍ୟ ଯାହାର ଯେତେ ପ୍ରବଳ।
ନୁହଇ ସେ କେବେ ଦୁର୍ବଳ।।

ଅମାପ ବାର୍ତ୍ତା ଦିଏ ସାହିତ୍ୟ।
ସାହିତ୍ୟ ବିନା ପ୍ରାଣୀ ଙ୍କ କେବେ ହେବ କି ହିତ?

==============

ପ୍ରତାପ ଚନ୍ଦ୍ର ମିଶ୍ର,ଆସ୍କା,୯୪୩୮୭୨୧୬୩୭

Loading

Leave a Reply

Your email address will not be published. Required fields are marked *