October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*Lets Talk with Dharmapada Mohapatra Suryodaya_Sambhranta_Saraswat_Samman – 2021*

Lets Talk with Dharmapada Mohapatra Suryodaya_Sambhranta_Saraswat_Samman – 2021

ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି, ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତରେ ରଖିବେ।

ନାମ :ଧର୍ମପଦ ମହାପାତ୍ର
ପିତାଙ୍କ ନାମ :ସ୍ଵର୍ଗତ ବିଦ୍ୟାଧର ମହାପାତ୍ର
ମାଙ୍କ ନାମ :ସ୍ଵର୍ଗତା କ୍ଷେତ୍ର ମଣୀ ମଣି ମହାପାତ୍ର
ସ୍ତ୍ରୀଙ୍କ ନାମ :ଶ୍ରୀମତୀ ମୀରା ରାଣୀ ଷଢଙ୍ଗୀ
ଶିକ୍ଷାଗତ ଯୋଗ୍ୟତା :ବିଜ୍ଞାନରେ ଡିଗ୍ରୀ

୧)ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚିତ ନିଜ ନିଜ ଜୀବନରେ କିଛି କୁହନ୍ତୁ?
ଧରାଧର ପୁର (ଜଗତସିଂହପୁର ଜିଲ୍ଲା) ରେ ମୋର ଜନ୍ମସ୍ଥାନ । ମୁଁ ବହୁ ଦୁଃଖ ସୁଖ ଓ ବିଭିନ୍ନ ପ୍ରକାର ଝଡ ଭିତରେ ଦେଇ ଏଠାରେ ପହଁଞ୍ଚିଛି । ମୁଁ ଏବେ ଭୁବନେଶ୍ବର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ ଧନ୍ଦାମୂଳକ ଶିକ୍ଷାର ରାସାୟନିକ ବିଭାଗର ଉତ୍ପାଦନ ଅଧିକାରୀ ଭାବେ କାର୍ଯ୍ୟରତ । ମୋର ସହଧର୍ମିଣୀ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ରେ ଶିକ୍ଷୟତ୍ରୀ । ମୋର ଝିଅ (ଶିବାଶ୍ରୀତା ମହାପାତ୍ର) ବରହମପୁର ଏମ୍ କେ ସି ଜି ମେଡିକାଲ କଲେଜରେ ଏମ୍ ବି ବି ଏସ୍ ର ଚତୁର୍ଥ ବର୍ଷର ଛାତ୍ରୀ ଓ ପୁଅ ଭୁବନେଶ୍ଵର ପ୍ରଭୁଜି ଇଂଲିଶ ମିଡିୟମ ସ୍କୁଲର ଦ୍ଵାଦଶ ଶ୍ରେଣୀର ଛାତ୍ର । ମୁଁ କେଉଁ ପ୍ରକାରର ବ୍ୟକ୍ତି ମୋର ପରିବାର, ବନ୍ଧୁ ବାନ୍ଧବ, ସାଇ ପଡ଼ିଶା, ସାଙ୍ଗ ସାଥି, ସହକର୍ମୀ ଭଲ କହିବେ ।

୨)ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ କୁହାଯାଏ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି?କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେକି?
ବିଶେଷତଃ ସାହିତ୍ଯ ପଢିବାକୁ ବହୁତ ଭଲ ଲାଗେ ।ସାହିତ୍ଯ ସହ ଯେତେ ଭାବ ରଖିବା ସେତିକି ଆମେ ସାହିତ୍ଯ ଦୁନିଆଁକୁ ଯାଇ ପାରିବା । ମୋ ପିଲାଦିନ ସ୍କୁଲର ରୋପ୍ୟ ଜୟନ୍ତୀରେ ଏକ ପତ୍ରିକା ଉନ୍ମୋଚନରେ ମୋ ନିଜସ୍ୱ କବିତା ସ୍ଥାନ ପାଇ ବାରେ ସାଙ୍ଗସାଥି ଠୁ ବହୁ ପ୍ରଶଂସା ମିଳିଥିଲା । ସେବେଠୁ ମୋର ଆଗ୍ରହ ବଢ଼ିଗଲା । ଏବେବି ମୋର କୌଣସି ପ୍ରତିଯୋଗିତାରେ ପୁରସ୍କାର ପାଏ ନ ପାଏ ଲେଖା ଜାରି ରହିଛି । ବିଶ୍ବାସ ରହିଛି ପ୍ରଭୁଙ୍କ ପାଖେ । କିଛି ଚିନ୍ତାରୁ ମୁକ୍ତି ପାଇଁ ମନକୁ କବିତା ସହ ଯୋଡ଼ି ଦିଏ ।

୩) ଆପଣ ମୁଖ୍ୟତଃ କବିତା /ଗଳ୍ପ /ପ୍ରବନ୍ଧ /ରମ୍ୟ ରଚନା ନା ଅନ୍ୟ କିଛି ଲେଖା ଲେଖି କରନ୍ତି?
ମୋତେ କବିତା ଲେଖିବାକୁ ବହୁତ ଭଲ ଲାଗେ । ଏବେର ନିତି ଦିନିଆ ଘଟଣା ଓ ନିଜର ଭାବନାକୁ କବିତା ଭାବରେ ପ୍ରକାଶ କରିବା ମୋର ଦୁର୍ବଳତା ।

୪)ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ମୋ ମତରେ ଗପ ବା କବିତାଟିକୁ ସମସ୍ତେ ବୁଝି ପାରୁଥିବେ । ସାମାଜ ପାଇଁ ଶିକ୍ଷଣୀୟ ଓ ଉପାଦେୟ ହୋଇଥିବ ଓ ସମସ୍ତଙ୍କ ମନକୁ ଛୁଇଁ ପାରୁଥିବ ସେହିଁ ଭଲ କବିତା /ଗଳ୍ପ ବୋଲି କହିବା l

୫) ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲ ପାଆନ୍ତି?
ମୁଁ ମୋ ଲେଖା ମାଧ୍ୟମରେ କହେ ସମସ୍ତେ ନିଜର ଭାଷା ଓ ସଂସ୍କୃତିକୁ ନ ଭୁଲନ୍ତୁ । କାହାର ଦୁଃଖ ସମୟରେ ପାଖରେ ଠିଆ ହୁଅନ୍ତୁ । ବଡ଼ମାନଙ୍କୁ ସମ୍ମାନ ଦିଅନ୍ତୁ ଓ ସାନ ମାନଙ୍କୁ ସ୍ନେହ ଶ୍ରଦ୍ଧା କରନ୍ତୁ । ନିଜେ ସବୁବେଳେ ସ୍ଵଚ୍ଛ ଭାବେ କାମ କରନ୍ତୁ ।

୬) ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ, ଆପଣ ଙ୍କ ବ୍ୟକ୍ତିଗତ ଅନୁଭୂତି କଣ?
କୌଣସି ବିଷୟରେ ଲେଖିବାକୁ ହେଲେ କୋଉ ପ୍ରକାରର ଲେଖିଲେ ନିଜକୁ ଆତ୍ମସନ୍ତୋଷ ଲାଗିବ ଓ ଅନ୍ୟର ମନକୁ ଛୁଇଁ ପାରିବ ଭାବେ  କାଗଜ ଓ କଲମ ସବୁବେଳେ ପାଖରେ ରଖିଥାଏ, ମନକୁ ଯେତେବେଳ ଭାବନା ଆସିଲା ଲେଖେ । ଶେଷ ରେ ଯୋଡାଯୋଡି କରି ବାରମ୍ବାର ପଢି ଶେଷ କରେ । ଲାଗେ ଏ ସବୁ ପ୍ରଭୁଙ୍କ ଦାନ । କେତେବେଳେ କାହାକୁ କୋଉଠି ରଖିବେ ତାଙ୍କ ଇଚ୍ଛା ।

୭) ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ବତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ?
କୌଣସି ବିଷୟରେ ଲେଖିଲେ ନିଜର ନିଜକୁ ଆତ୍ମସନ୍ତୋଷ ଲାଗିଲେ ଭଲ ଲାଗେ । ଅନ୍ୟ କାହାର ମନକୁ ଛୁଇଁଲେ ତାହାହିଁ ପାଠକୀୟ ଆଦୃତି ପୁରସ୍କାରତ ଭାଗ୍ୟର ଖେଳ  ଏଗୁଡିକ ଠିକ୍ ଠାକ୍ ଥିଲେ ଧିରେ ଧିରେ ସାଧନା ଓ ସୃଜନଶୀଳତା ଜାରି ରହିବ ଏବଂ ବଢିଯିବ ।

୮) ଓଡ଼ିଆ ଭାଷା, ସାହିତ୍ୟ ବର୍ତ୍ତମାନ ଓ ଭବିଷ୍ୟତ, ଆପଣ କେମିତି ଦେଖନ୍ତି?
ଓଡ଼ିଆ ଭାଷା, ସାହିତ୍ୟ ବର୍ତ୍ତମାନ ସହ ଲେଖକ, କବି, ଭାବୁକ, ପାଠକ ସମସ୍ତେ ଆଗ୍ରହର ସହ ଯୋଡ଼ି ହୋଇ ଅଛନ୍ତି । ନୂଆ ନୂଆ ଯୋଜନା ଯୋଡ଼ିଲେ ଆଗ୍ରହ ବଢିବ । ଇଶ୍ଵରଙ୍କ କୃପାରୁ ଭଲ ପଥପ୍ରଦର୍ଶକ ମିଳିଗଲେ ଯେତେ ଯୋଡି ହେବେ ଆଗାମୀ ଭବିଷ୍ୟତରେ ଆଗକୁ ଆଗକୁ ଯିବ ।

୯) ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ କଣ କହିବେ?
ପ୍ରଥମେ ତ ସ୍ୱାଗତ କରିବି ।
ଉତ୍ସାହିତ କରିବି ଆଗକୁ ଯିବା ପାଇଁ , ସାହାସର ସହିତ ପ୍ରଭୁଙ୍କ ପାଶେ ଭରସା ରଖି ସାଧନା ଜାରି ରଖିଲେ ନିଶ୍ଚିତ ସଫଳତା ମିଳିବ ।

୧୦)ଓଡିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ଭନ୍ଧରେ କିଛି ନୂତନ ଯୋଜନା କଣ ହେବା ଉଚିତ?
ପ୍ରତ୍ୟେକ କ୍ଷେତ୍ରକୁ ମଜଭୁତ କରିବା ପାଇଁ ସଂଗଠନ ଦରକାର l ସବୁଠୁ ବଡ଼ କଥା ହେଲା ଶିଶୁ ଓ ଯୁବ ପ୍ରତିଭା ମାନଙ୍କୁ ନୂତନ ଯୋଜନାରେ ସାମିଲ କରିବା ଆହ୍ଵାନ ଦରକାର । ସେମାନେ ହିଁ ଆଗାମୀ ଦିନର ଉଜ୍ୱଳ ଭବିଷ୍ୟତ । ବର୍ତ୍ତମାନ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଯେଉଁ ଯୁବ ସାହିତ୍ୟିକ ଯୋଜନା ପ୍ରସ୍ତୁତ କରାଯାଇଛି ତାହା ସଂପୂର୍ଣ୍ଣ ସ୍ଵାଗତ ଯୋଗ୍ୟ ।

୧୧) କେବେଠାରୁ ଆପଣଙ୍କୁ କବି ହେବାର ମିଳିଲା ବୋଲି ଅନୁଭବ କରୁଛନ୍ତି?
ମୁଁ ଏ ପର୍ଯ୍ୟନ୍ତ କବି ହେବାର ପରିଚୟ ସାଧନା ଜାରି ରଖି ଚାଲିଛି , ମୋ ମତରେ ମୁଁ ଅନୁଭବ କଲା ପୂର୍ବରୁ ଆପଣମାନେ ଜାଣିପାରିଥିବେ । କବିର ଭାବନା ନେଇ କବିତା ଲେଖି ପାରୁଛି , ସେ ପରିଚୟପତ୍ର କୃପା କେବେ ମିଲୁଛି ସେ କୃପାମୟୀର ଇଚ୍ଛା ।

୧୨)ଆଜିକାଲି ସାହିତ୍ଯ ରେ ଅନ୍ ଲାଇନ୍ ପ୍ରବେଶ କୁ କେତେଦୂର ଗ୍ରହଣ କରିପାରୁଛନ୍ତି?
ମୋ ମତରେ ସାହିତ୍ୟ ରେ ଅଫଲାଇନ ପ୍ରବେଶ ବହୁତ୍ ଭଲ l ଏକ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହେବା ପାଇଁ ଯେମିତି ସାଧନା ଜାରି ଦରକାର, ସେପରି ଆଜିକାଲିର ପରିସ୍ଥିତିରେ ଅନ୍ ଲାଇନ୍ ରେ ସାଧନା ଗ୍ରହଣ କରିବା ଉଚିତ ।

୧୩)ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ରେ ଆଜି ଏକ ସୁନାମଧନ୍ୟ ସାହିତ୍ୟି ଅନୁଷ୍ଠାନ ରୂପେ ପରିଗଣିତ ।ଆପଣଙ୍କ ମତାମତ କଣ? କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ ।
ମୋ ମତରେ ସୁର୍ଯୋଦୟ ଭାଷା ପ୍ରତିଷ୍ଠାନ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ଖ୍ୟାତି ଅର୍ଜନ କଲାଣି । ତାର ନୂଆ ନୂଆ ଯୋଜନା ବହୁ ଉପାଦେୟ । ବଣର ମଲ୍ଲୀ ବଣରେ ଫୁଟି ମଉଳିଯାଏ ।
ମାତ୍ର ଆପଣଙ୍କ ଅନୁଷ୍ଠାନ ସେଭଳି ବ୍ୟକ୍ତି ବିଶେଷ ମାନଙ୍କୁ ଲୋକ ଲୋଚନକୁ ଆଣି ପାରୁଛନ୍ତି । ଏପରି ଯୋଜନା ଚାଲୁ ରହିଲେ ସୂର୍ଯ୍ୟୋଦୟ ଭାଷା ଆଗକୁ ଆଗକୁ ଯିବ ଏବଂ ସାହିତ୍ଯ ଅନୁଷ୍ଠାନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।

୧୪)ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
ମୋ ଦ୍ୱାରା କୌଣସି ସଂକଳନ ପ୍ରକାଶିତ ହୋଇ ନି l ମନ ରେ ଅସୁମାରି ଆଶା ଓ ଆକାଂକ୍ଷା ରଖିଛି l ପ୍ରଭୁ ଗଣପତି ଓ ମା ବିଣାପାଣୀ ଆଶିଷ ରେ ଫଳପ୍ରଦ ହେଲେ କବି ପରିଚୟ ସହ ଜୀବନର ସାର୍ଥକତା ମିଳିଯିବ ll

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ସାହିତ୍ୟ, ସାରା ଜଗତର କରେ ସେ ହିତ
ଆଜି ମୁଁ ତା ପାଇଁ ଲେଖୁଛି ଗୀତ
ମୋ ଓଡ଼ିଆ ଭାଷା ସାହିତ୍ୟ ପାଇଁ ମୁଁ ଗର୍ବିତ l

ଅସରନ୍ତି ଭଣ୍ଡାର ସେ ଜ୍ଞାନ ଗନ୍ତାଘର
କୃପା ମିଳିଗଲେ ମା ବୀଣାପାଣିଙ୍କ ର
ଲେଖା ତ ହୁଏ ସୁନ୍ଦର ମନ ଛୁଏଁ ପାଠକଙ୍କ ର

ସାହିତ୍ୟର ରସ ସବୁଠୁ ସୁନ୍ଦର ବଡ ସରସ
ତା ରସ ପାନେ ତାକୁ କଲା ସ୍ପର୍ଶ
ସାହିତ୍ୟ ତାକୁ ହିଁ କରିପାରେ ବଶ ll

ଧର୍ମପଦ ମହାପାତ୍ର
ଜଗତସିଂହପୁର।

Loading

Leave a Reply

Your email address will not be published. Required fields are marked *