ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ– ଶ୍ରୀମତୀ ସଞ୍ଜିତା ପ୍ରଧାନ
ପିତା– ଶ୍ରୀଯୁକ୍ତ ଦିବାକର ପ୍ରଧାନ
ମାତା– ଶ୍ରୀମତୀ ସୁଶୀଳା ପ୍ରଧାନ
ସ୍ୱାମୀ– ଶ୍ରୀଯୁକ୍ତ ଜୟନ୍ତ କୁମାର ସିଂହ
ମହୀସ୍ପର୍ଶ ତାରିଖ/ଜନ୍ମଦିନ- ୦୩.୦୭.୧୯୮୯ ( ପ୍ରମାଣ ପତ୍ରରେ )
୩୧.୦୭.୧୯୮୯ ( ବାସ୍ତବ ଜନ୍ମ ତାରିଖ )
ଶିକ୍ଷା ଗତ ଯୋଗ୍ୟତା– M.A in Education, B.ed
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ଉ:-ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କରମଡିହି ଗ୍ରାମ ପଞ୍ଚାୟତର ଏକ ଅଚିହ୍ନା ପଲ୍ଲୀ ଝାରଡ଼ିହି ହେଉଛି ମୋର ଜନ୍ମ ସ୍ଥାନ । ବଣ ଜଙ୍ଗଲ ଘେରା ପ୍ରକୃତିରେ ମାତ୍ର ଚାରୋଟି ଆଦିବାସୀ ଘର ସେଠାରେ ମୋର ବାଲ୍ୟକାଳର ଆରମ୍ଭ । ବାପା ଭାରତୀୟ ଡାକ ବିଭାଗରେ କାର୍ଯ୍ୟରତ । ବୋଉ ମୋର ସୁଗୃହିଣୀ । ଛୋଟ ବେଳେ ଗାଁରେ ବିଜୁଳି ବତୀର ସୁବିଧା ନ ଥିବାରୁ ଡିବିରି ବତୀରେ ପାଠର ଆରମ୍ଭ ହୋଇଥିଲା । ଅବସର ସମୟ ନିର୍ବାହ କରିବାର ଏକ ମାତ୍ର ମାଧ୍ୟମ ପୁସ୍ତକ ଥିଲା । ଆମ ଆଦିବାସୀ ଜୀବନ ଅତ୍ୟନ୍ତ ସରଳ । ତେଲ ଲୁଣରେ ଆମର ସଂସାର । ଜଙ୍ଗଲର ବିଭିନ୍ନ ଫଳମୂଳ ଖାଇ ଶୈଶବ ବିତି ଯାଇଛି । ପାଦ ଚଲା ରାସ୍ତାରେ ଚାଲି ଚାଲି ଚାରି କିଲୋମିଟର ରାସ୍ତା ଅତିକ୍ରମ ପରେ ପାଠ ପଢ଼ିବାର ସୁଯୋଗ ମିଳୁଥିଲା । ସେଥିପାଇଁ ବୋଧେ ପାଠ ପ୍ରତି ଦୁର୍ବଳତା ଆସିଗଲା । ମୁଁ ଏବେ ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ, ଲେଫ୍ରିପଡା, ସୁନ୍ଦରଗଡ଼ରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ । ମୋ ଛାତ୍ରଛାତ୍ରୀ , ସହକର୍ମୀ, ଅଭିଭାବକ, ବନ୍ଧୁବାନ୍ଧବ, ବାପା ମାଁ , ଏବଂ ମୋ ସ୍ୱାମୀଙ୍କ ଅନାବିଲ ସ୍ନେହ ଶ୍ରଦ୍ଧା ମତେ ଆଗକୁ ବଢିବାକୁ ସାହସ ଓ ଶକ୍ତି ଯୋଗାଏ ।
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ଉ:- ମୋର ଭୃଣ ସୃଷ୍ଟି ସମୟରୁ ବୋଧେ ସାହିତ୍ୟ ମୋ ଭିତରେ ସମାହିତ ହୋଇସାରିଥିଲା । ବାପା ମୋର ସହିତ୍ୟପ୍ରେମୀ । କବିତା ଲେଖିବା ଓ ବିଭିନ୍ନ ବହି ପଢିବା ତାଙ୍କର ଦୁର୍ବଳତା । ବାପାଙ୍କ ଅଭ୍ୟାସରେ ବୋଉ ବି ପଡିଯାଇଥିଲେ । ସେ ଦୁଇ ଜଣ ମୋର ପ୍ରେରଣାର ମୂଳ ଉତ୍ସ । ଅବସର ସମୟ ସାହିତ୍ୟ ଚର୍ଚ୍ଚାରେ କଟୁଥିଲା ସେମାନଙ୍କର । ମୁଁ ଯେତେବେଳେ ବଡ଼ ହେଲି ଲେଖିବା ପଢିବା ଶିଖିଲି ଗଳ୍ପ କବିତା ପଢିବା ମୋର ବି ଦୁର୍ବଳତା ହୋଇଗଲା । ପାଠ୍ୟପୁସ୍ତକ ଭିତରେ କାହାଣୀ, କବିତା ବହି ଲୁଚେଇ ପଢ଼ିବାର ଅନୁଭୂତି ମୋର ନିଆରା । ବୋଉଠୁ ଗାଳି ମଧ୍ୟ ଖାଇଛି ଏଇ ଗଳ୍ପ, କବିତା ପାଇଁ । ଅଷ୍ଟମ ଶ୍ରେଣୀରେ କବିତା ଲିଖନ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ଯାଇଥିଲି । ସେତେବେଳେ ମୋର ସମସ୍ତ ଶିକ୍ଷକ ବହୁତ ଉତ୍ସାହିତ କରିଥିଲେ । ମୁଁ ସାହିତ୍ୟରେ ପଶି ସାରିଥିଲି । କଲେଜ ସମୟରେ ମୋ କବିତା ବହୁତ ପ୍ରସିଦ୍ଧ ଥିଲା । ସ୍ୱାଗତ ସଙ୍ଗୀତ, ବିଦାୟ ସଙ୍ଗୀତ, ସମ୍ବର୍ଦ୍ଧନା ସଙ୍ଗୀତ ଲେଖିବାକୁ ହେଲେ ମତେ ଖୋଜା ଯାଉଥିଲା । ସାଙ୍ଗ ମାନଙ୍କ ପାଇଁ ବହୁତ ପ୍ରେମ ଓ ବିରହ କବିତା ଲେଖିଛି । ସତରେ ସେ ସମୟ ଆଜିବି ଅଭୁଲା ମୋ ପାଇଁ । ବିବାହ ପରେ ସାହିତ୍ୟରେ ଯେମିତି ପୂର୍ଣ୍ଣଛେଦ ପଡିଯାଇଥିଲା;କିନ୍ତୁ ପଢିବା ଜାରିଥିଲା । ଯେତେବେଳେ ଶିକ୍ଷକତାରେ ପଶିଲି ପୁଣି ଆରମ୍ଭ କବିତା ଲେଖା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ୱାଗତ ସଙ୍ଗୀତ ଲେଖିବା, ଛୋଟ ଛୋଟ ସମ୍ବଲପୁରୀ ନାଟକ ଲେଖିବାରେ ମୁଁ ମୋର ସ୍କୁଲରେ ସମସ୍ତଙ୍କର ପ୍ରିୟ ହୋଇଗଲି । ବହୁତ ମଜା ଲାଗୁଥିଲା କିନ୍ତୁ ତାହା କେବଳ ଆମର ମନୋରଞ୍ଜନ ପାଇଁ ଥିଲା । ସାମାଜିକ ମାଧ୍ୟମ ମତେ ଜାଣି ନ ଥିଲା । ନୂତନ ଆଶା ଫେସବୁକ ପୃଷ୍ଠାରେ ମୋର କବିତା ଆସିବାରୁ ସମସ୍ତେ ମତେ ଜାଣିଲେ ଯେ ମୁଁ କବିତା ଲେଖେ । ଶ୍ରୀମାନ ପ୍ରସେନଜିତ୍ ସେଠୀ ହେବ ମୋର ସାନ ଭାଇ ତାଙ୍କରି ପ୍ରେରଣାରେ ଆଜି ମୁଁ ସାମାଜିକ ମାଧ୍ୟମରେ ଲେଖିଚାଲିଛି ।
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି ?
ଉ:- ମୁଁ ମୁଖ୍ୟତଃ କବିତା ଲେଖିବାକୁ ବେଶୀ ପସନ୍ଦ କରେ । ଅବଶ୍ୟ ଗଳ୍ପ ଏବଂ ପ୍ରବନ୍ଧ ବି ଲେଖେ କିନ୍ତୁ ବେଶୀ ଲେଖିନି ।
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା ?
ଉ:- ମୁଁ ଭାବେ, ଗଳ୍ପ ଓ କବିତାକୁ ସଂଜ୍ଞା ଦେବାର ଯୋଗ୍ୟତା ଏଯାଏ ମୋର ଆସିନି ; ତଥାପି ଗଳ୍ପ ଓ କବିତା ଏମିତି ହେବା କଥା ଯାହା ଶହେ ବର୍ଷ ପରେ ବି ପଢ଼ିଲେ ନୂଆ ନୂଆ ଲାଗୁଥିବ । ସମାଜରେ ତା’ର ଛାପ ଛାଡ଼ି ଯାଇଥିବ, କିଛି ଶିଖେଇ ଦୁନିଆକୁ ବାର୍ତ୍ତା ଦେଉଥିବ ।
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ଉ:- ମୁଁ ମୋର ଲେଖା ମାଧ୍ୟମରେ ସମ୍ପ୍ରତି ସମାଜର ସ୍ଥିତି , ପରିସ୍ଥିତି , ଅବସ୍ଥା, ବ୍ୟବସ୍ଥା ବିଷୟରେ ଅବଗତ କରିବାକୁ ଭଲ ପାଏ ।
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ କଣ ?
ଉ:- ଏହି ଉତ୍ତର ସମ୍ପୂର୍ଣ୍ଣ ଭାବରେ ମୋର ବ୍ୟକ୍ତିଗତ, କାହିଁକି ନା ମୁଁ କେବେ ବାଧ୍ୟତାରେ ଲେଖେ ନି । ମୁଁ ଯେତେବେଳେ ଭାବ ବିହ୍ଵଳ ହୋଇପଡେ ଆପଣା ଛାଏ ମୋ ଲେଖନୀ ଲେଖି ହୋଇଯାଏ ।
୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ଉ:- ମତେ କେବେବି ପୁରସ୍କାର ଦରକାର ନାହିଁ । ଯଦି ମୋ ଲେଖାରେ ସେ ଶକ୍ତି ଥିବ ତେବେ ପାଠକୀୟ ଆଦୃତି ପାଇବା ସହିତ ପୁରସ୍କାର ବି ଦେବ । ମୁଁ କିନ୍ତୁ ଏବେ ନିଜକୁ ଆତ୍ମସନ୍ତୁଷ୍ଟି ଦେବା ଆଶାରେ ଲେଖୁଛି, କାରଣ ସମସ୍ତଙ୍କ ସାମ୍ନାରେ ନିଜ ଦୁଃଖକୁ ନେଇ ଅଯଥା ବକର ବକର ହେବା ଅପେକ୍ଷା କିଛି ଲେଖିଦେଲେ ମନ ଶାନ୍ତ ହୋଇଯାଏ ।
୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଉ:- ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଏବେ ଉଜ୍ଜ୍ୱଳ , କାରଣ ଆମର ଯୁବଗୋଷ୍ଠୀ ଏବେ ଆମ ଓଡ଼ିଆ ଭାଷା ସାହିତ୍ୟକୁ ନେଇ ବେଶ୍ ସଚେତନ ।
୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ଉ:- ମୁଁ କଣ କହିବି, ମୁଁ ବି ଏବେ ନୂଆ ଏ କ୍ଷେତ୍ରରେ । ଆମର ଯୁବ ଗୋଷ୍ଠୀ ବହୁତ ସୁନ୍ଦର ଭାବରେ ନିଜର ଭାବନା ଉପସ୍ଥାପନା କରୁଛନ୍ତି, ସେମାନେ ନିଜର ଶବ୍ଦ ଭଣ୍ଡାର ସମୃଦ୍ଧ କରନ୍ତୁ ,ବହୁତ ପଢନ୍ତୁ, ଆମ ଭାଷାକୁ ଜାଣନ୍ତୁ । ଯାହା ବି ଲେଖୁଛନ୍ତି ବାରମ୍ବାର ପଢ଼ନ୍ତୁ ଯଦି ଆତ୍ମ ସନ୍ତୁଷ୍ଟି ମିଳୁଛି ତେବେ ହିଁ ପୋଷ୍ଟ କରନ୍ତୁ ।
୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୂତନ ଯୋଜନା କ’ଣ ହେବା ଉଚିତ ?
ଉ:- ହଁ ହେବା କଥା । ସବୁ ଲେଖା ଗୁଡିକ ସମୀକ୍ଷା ଦରକାର ; କାରଣ ସମୀକ୍ଷା ହେଲେ ଆମେ ଆମର ଭୁଲ ଠିକ ଜାଣି ପାରିବା ଏବଂ କିଛି ନୂଆ କଥା ଶିଖି ପାରିବା ।
୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ଉ:- ମୁଁ ଏଯାଏ ବି ଭାବିନି ମୁଁ ଗୋଟେ କବି ବା ଲେଖିକା । ସେଟା ପାଠକ କହିବେ ସେମାନେ ମତେ କେବେ ଏହି ଆଖ୍ୟା ଦେଇଛନ୍ତି ।
୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଉ:- ସାହିତ୍ୟରେ ଅନଲାଇନର ପ୍ରବେଶ ହେତୁ ବହୁତ ନୂତନ ପ୍ରତିଭା ନିଜର ପ୍ରତିଭା ପ୍ରଦର୍ଶନ କରିପାରୁଛନ୍ତି , ଯାହା ସାହିତ୍ୟ ପାଇଁ ଶୁଭ ପ୍ରତୀତ ହେଉଛି ।
୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କ’ଣ । କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ ।
ଉ:- ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ପ୍ରତିଟି ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହା ଏକ ପରିବାର ସଦୃଶ । ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଭାଇ ସମସ୍ତଙ୍କ ପାଇଁ ପ୍ରେରଣା । କବିତାର ବିଭିନ୍ନ ଶୈଳୀ ବିଷୟରେ ସେ ସମସ୍ତଙ୍କୁ ଶିଖାନ୍ତି । ବୟସରେ ଛୋଟ ହେଲେବି ଲେଖନୀ ତାଙ୍କର ବେଶ୍ ବଳିଷ୍ଠ । ସମସ୍ତଙ୍କର ମତାମତ ଏବଂ ଅଭିଯୋଗ ସେ ସାଦରେ ଗ୍ରହଣ କରନ୍ତି । ପ୍ରକୃତରେ ଏହା ଏକ ଅଦ୍ଵିତୀୟ ଅନୁଷ୍ଠାନ । ଏହାର ଅଗ୍ରଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଦ ପଦ୍ମରେ ମୋର ପ୍ରାର୍ଥନା ।
୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
ଉ:- ମୋର ଗଳ୍ପ କବିତା ବହୁତ ପତ୍ର ପତ୍ରିକାରେ ସ୍ଥାନିତ ହୋଇଥିଲେ ସୁଦ୍ଧା ମୋ ଦ୍ୱାରା ଏଯାବତ କିଛି ସଂକଳନ ପ୍ରକାଶିତ ହୋଇନାହିଁ ।
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ :-
ସୃଷ୍ଟିର ସର୍ଜନାକୁ
ପରିଚୟ ଦିଏ,
ଜୀବନର ପ୍ରତି ମୁହୂର୍ତ୍ତରେ
ରଙ୍ଗ ତୁଳି ବୁଲାଏ,
ସମାଜକୁ ଭୁଲ ଠିକର
ଆଇନା ଦେଖାଏ,
ହିତରେ ସଦା ଥାଏ,
ସୁଖରେ ଦୁଃଖରେ,
ହସରେ କାନ୍ଦରେ,
ଆମ ଭବାବେଗରେ
ରାଜତ୍ୱ କରଇ ସିଏ,
ସାହିତ୍ୟ ସିଏ….
ସାହିତ୍ୟ ସିଏ ।।ସଞ୍ଜିତା ପ୍ରଧାନ,
ସୁନ୍ଦରଗଡ, ଓଡିଶା
13,162 total views, 1 views today
When an individual writes an paragraph he/she keeps the impression of a user in his/her head that how a person can be aware of it. So that’s why this paragraph is perfect. Many thanks!
Your design is so one of a kind in comparison to other folks I’ve read stuff from. Many thanks for publishing whenever you’ve received the opportunity, Guess I’ll just bookmark this Internet site.
I do agree with all of the ideas you’ve offered to your post. They’re really convincing and will certainly work. Still, the posts are too brief for newbies. May just you please extend them a bit from next time? Thank you for the post.
ଖୁବ୍ ସୁନ୍ଦର ।ଅନେକ ଅନେକ ଶୁଭେଚ୍ଛା ସଞ୍ଜିତା ଭଉଣୀ
Ever grateful to you SLF . Thank you so much
Welcome always dear