March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*Lets Talk with Sujata Shadangi Suryodaya_Sambhranta_Saraswat_Samman – 2021*

Lets Talk with Sujata Shadangi Suryodaya_Sambhranta_Saraswat_Samman – 2021

ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ/ବାନ୍ଧବୀ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ-ଶ୍ରୀମତୀ ସୁଜାତା ଷଡଙ୍ଗୀ
ପିତା ମାତା ଙ୍କ ନାମ-ପିତା ବୈଷ୍ଣବ ଚରଣ ଓ ମାତା ବସନ୍ତ ମଞ୍ଜରୀ
ସ୍ୱାମୀ ଙ୍କ ନାମ-ଡ଼ ଅଶୋକ କୁମାର ଷଡଙ୍ଗୀ
ମହୀସ୍ପର୍ଶ ତାରିଖ/ଜନ୍ମଦିନ-ଜୁନ ୮ ତାରିଖ
ଶିକ୍ଷା ଗତ ଯୋଗ୍ୟତା– BA,ଓଡ଼ିଆ ସ୍ନାତକ

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
-ମୁଁ ଜଣେ ଗୃହିଣୀ। ମୁଁ ସର୍ବଦା ମୋର ହୃଦୟ କଥା ଶୁଣେ ଆଉ ଖୁବ ନିର୍ଭୀକତା ସହ ଲେଖେ।ଦୈନିକ ଖବର କାଗଜ ପଢିବା ସହ ବହି ପଢିବାକୁ ଭଲପାଏ।ମୁଁ ପିଲାଟି ଦିନରୁ ଦୈନିକ ଡାଇରୀ ଲେଖେ। କବିତା କ୍ଷୁଦ୍ର ଗଳ୍ପ ଆଉ ନିଜ ଅନୁଭୂତି ଲେଖିବାକୁ ଭଲ ପାଏ। ମୋର କିଛି ଲେଖା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି।ବ୍ରହ୍ମପୁର ବେତାର କେନ୍ଦ୍ରରୁ ମୋର ଗଳ୍ପ ପ୍ରଚାରିତ ହୋଇଛି।ମୋ କବିତା ସଂକଳନ “ଛାଇ ପରି କେହି ଜଣେ” ପ୍ରସିଦ୍ଧ ଲେଖିକା ପଦ୍ମଶ୍ରୀ ଡ଼. ପ୍ରତିଭା ରାୟଙ୍କ କରକମଳରେ ଉନ୍ମୋଚନ ହୋଇଛି।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
-କହିବାକୁ ଗଲେ ମୋର ଦୁଇଟି ପରିବାର (ଶାଶୂଘର ଓ ବାପାଙ୍କ ଘର)ସାହିତ୍ୟ ପ୍ରେମୀ ପରିବାର।ମୋ ପୂଜ୍ୟ ଶଶୁର ଓ ପୂଜ୍ୟ ବାପା ବହୁତ କିଛି ଲେଖା ଲେଖି କରନ୍ତି। ମୋ ବୋଉ ବି କବିତା ଲେଖେ। ବିଶେଷ କରି ମୋ ସ୍ୱାମୀ ଜଣେ ବିଜ୍ଞାନ ପ୍ରାଧ୍ୟାପକ ହୋଇ ମଧ୍ୟ ତାଙ୍କର ସାହିତ୍ୟ ପ୍ରତି ଥିବା ପ୍ରଚଣ୍ଡ ଆନ୍ତରିକତା ଓ ତାଙ୍କର ଉଚ୍ଚକୋଟିର ଲେଖାରେ ମୁଁ ଖୁବ ପ୍ରଭାବିତ ହୋଇପାରିଛି।
ମୋର ଗୋଟିଏ ସୁନ୍ଦର ବିଶେଷ ଅନୁଭୂତି ଟିଏ ହେଲା-ମୋର ବାହାଘର ଠିକ୍ ହୋଇଯାଇଥାଏ,ମୋ ସ୍ୱାମୀଙ୍କ ଲେଖାଟିଏ ବୁଗୁଡାର “ବିକ୍ଷିପ୍ତା” ପତ୍ରିକାରେ ବହାରିଥିବାରୁ ମୋ ବାପା ଆଣିକି ମୋତେ ଦେଲେ।ମୁଁ ପଢୁ ପଢୁ ମନ୍ତ୍ରମୁଗ୍ଧ ହୋଇଗଲି। ତା’ ପରେ ମୋର ସେଇ ଅନୁଭୂତି ଟିକୁ କାଗଜରେ ଉତ୍ତାରି ଦେଇଥିଲି,ବୋଧେ ମୋର ଲେଖିବାର ଅନ୍ତତିକତା ସେଇ ଦିନଠୁ ଚାଲିଛି। ସେଇ ଲେଖାଟିର ଶୀର୍ଷକ “ଆଞ୍ଜୁଳାଏ ସ୍ୱପ୍ନ”। ଏହା ଭଞ୍ଜନଗର ଲୋହରାଖଣ୍ଡି ପତ୍ରିକାରେ ପ୍ରକାଶିତ ହୋଇଛି।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
-ମୁଁ ମୁଖ୍ୟତଃ କବିତା ଆଉ ଗଳ୍ପ ଲେଖେ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
-ମୋ ମତରେ ଭଲ କବିତା ବା ଗପଟି ସୁନ୍ଦର ସରଳ ଆଉ କିଛି ଶିକ୍ଷଣୀୟ ହେଇଥିବା ଦରକାର।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
-ମୋ ଲେଖା ମାଧ୍ୟମରେ ସମାଜକୁ ସ୍ନେହ,ପ୍ରେମ ଓ ମୈତ୍ରୀର ଭାବନା ସମସ୍ତଙ୍କ ମନରେ ଭରିରହୁ ବୋଲି ଚାହେଁ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
-ସାହିତ୍ୟ ଲେଖିବାକୁ ପଡେ ନାହିଁ ସ୍ୱତଃ ଲେଖି ହୋଇଯାଏ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
-ସୃଜନଶୀଳତା ଆଉ ଆତ୍ମସନ୍ତୋଷରୁ ଯୋଉ ସାହିତ୍ୟ ସୃଷ୍ଟି ହୁଏ ତାହା ପାଠକୀୟ ଆଦୃତି ହୋଇଥାଏ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
-ଓଡ଼ିଆ ଭାଷାକୁ ଭଲପାଇବା ବର୍ତ୍ତମାନର ଯୁବପିଢୀଙ୍କ ପାଖରେ ଦେଖି ସୁନ୍ଦର ଭବିଷ୍ୟତ ଆଶା କରିପାରୁଛି। ପ୍ରାଞ୍ଜଳ ଓ ନିର୍ଭୁଲ ଓଡ଼ିଆ କହିବା ଲେଖିବା ପ୍ରତି ଧ୍ୟାନ ଦେବା ଆଉ ଭାଷାର ଅପଭ୍ରଂଶକୁ ରୋକିବାକୁ ପ୍ରୟାସ ଜାରିରଖିବା।

୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
-ଯୋଉ ମାନେ ନୁଆ କରି ଆସୁଛନ୍ତି କବିତା କ୍ଷେତ୍ରକୁ,ମୁଁ ସେଇ ମାନଙ୍କୁ କହିବି ବହୁତ ପଢ଼ା ପଢି କରନ୍ତୁ ସାହିତ୍ୟ ସମାଜ ପାଇଁ ନିଜର ସ୍ଵତନ୍ତ୍ର ଛାପ ଟିଏ ଛାଡ଼ନ୍ତୁ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
-ଆମେ ସମସ୍ତେ ନିତିଦିନ ସୁଦ୍ଧ ଓଡ଼ିଆରେ କଥା ବାର୍ତ୍ତା ହେବା।ଆଜିକାଲି ପିଲାମାନେ ହିନ୍ଦୀ ଇଂରାଜୀ ଆଉ ଓଡ଼ିଆ ଭାଷାକୁ ମିଶାଇ ନୂଆ ପ୍ରକାର ଭାଷାରେ କଥା ହେଉଛନ୍ତି,ସେ ସବୁକୁ ବାରଣ କରି ଆମ ସରଳ ଓଡ଼ିଆ ଭାଷାରେ କଥା ହେବାପାଇଁ ପ୍ରବତାଇବା ଓ ଯତ୍ନବାନ ହେବା।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି।
-ମୁଁ ଏମିତି ଅଳ୍ପ କିଛି ଲେଖି ସାଇତି ରଖିଥିଲି କିନ୍ତୁ ଆମ ଭଞ୍ଜନଗରର କିଛି ସାହିତ୍ୟ ଅନୁଷ୍ଠାନରେ ଯୋଗ ଦେବା ପରଠାରୁ କବି ହେବାର ପରିଚୟ ମିଳିଛି।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
-ଆଜିକାଲିର ସାହିତ୍ୟ ଅନଲାଇନ ପ୍ରବେଶକୁ ମୁଁ ବହୁତ ଭଲରୂପେ ଗ୍ରହଣ କରିପାରୁଛି।କାରଣ ଆମକୁ ଯୁଗୟୋପଯୋଗୀ ହେବାକୁ ପଡିବ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
୧୩-ଏହା ଏକ ଗର୍ବ ଆଉ ଗୌରବର କଥା।ଏହା ଏମିତି ଆପଣମାନଙ୍କ ପୂର୍ଣ ପ୍ରଚେଷ୍ଟା ଜାରି ରହୁ ବହୁତ ଆଗକୁ ବଢୁ।ଆମମାନଙ୍କ ଭଳି କବି ମାନଙ୍କ ସହଯୋଗ ନିହାତି ଆବଶ୍ୟକ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ କିଛି କୁହନ୍ତୁ?
-ମୋ ଦ୍ୱାରା ଗୋଟିଏ କବିତା ସଙ୍କଳନ”ଛାଇ ପରି କେହି ଜଣେ” ପ୍ରକାଶିତ ହୋଇଛି।
କିଛି ବାସ୍ତବ କିଛି କାଳ୍ପନିକ ଆଉ ଜୀବନଧର୍ମୀ ମୋର ୬୧ ଟି କବିତା ମୋ ସଂକଳନରେ ରହିଅଛି।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।

।।ସାହିତ୍ୟ ମୋର ପେଶା ନୁହେଁ ନିଶା
ସାହିତ୍ୟ ମୋର ଘର ପରିବାର
ସାହିତ୍ୟରେ ମୋର ଜୀବନ ଆଶର
ସାହିତ୍ୟ ମୋ ମନ ପରିଭାଷା
ସାହିତ୍ୟରେ ଭରି ଦିଏ
ହୃଦୟର କେତେକଥା
ନିରବରେ ଲେଖି ପାରେ
ଜୀବନ କବିତା।।

ଶ୍ରୀମତୀ ସୁଜାତା ଷଡଙ୍ଗୀ

 12,742 total views,  1 views today

One thought on “*Lets Talk with Sujata Shadangi Suryodaya_Sambhranta_Saraswat_Samman – 2021*

Leave a Reply

Your email address will not be published. Required fields are marked *