ବୁନ୍ଦାଏ ଲୁହ
ଆଖିରେ ଆଜି ମୋ ଭରିଛ ଲୁହ
ହୃଦୟରେ ମୋର ଅନେକ କୋହ
ବେଇମାନି ସାଜି ଦେଇଛ ଧୋକା
ଛାଡି ଚାଲିଗଲ କରି ଯେ ଏକା ।।
ଭଗ୍ନ ହୃଦୟକୁ ସାଥୀଟେ କରି
ଜୀଇଁ ଥାଉଥାଉ ଗଲିଣି ମରି
ବିଶ୍ୱାସରେ ମୋର ଦେଇଛ ବିଷ
ତୁମ ପ୍ରେମରେ ମୁଁ ହୋଇଛି ନିଶ୍ୱ ।।
ଛଳନାର ଫାଶେ ବାନ୍ଧି ଯେ ଦେଲ
ସୁଖଶାନ୍ତି ସବୁ ଚୋରେଇ ନେଲ
ମିଠା କଥା କହି ମନକୁ ହରି
ପଛରୁ ମାରିଛ ତୁମେ ଗୋ ଛୁରୀ ।।
ଜୀଇଁଵା ଲାଗୁଛି ନିହାତି କଷ୍ଟ
ଦୁନିଆଁକୁ ମୋର କରିଛ ନଷ୍ଟ
ମନେ ଆଶା ଥିଲା ତୁମରି ପାଇଁ
ତୁମ ବିନା ଭଲ ଲାଗୁନି କାହିଁ ।।
ଆଖିର ଲୁହକୁ କଲି ନିଜର
ଆପଣା ସାଥୀଟି ସାଜିଛି ପର
ଜୀବନଟା ଏବେ ଦେଉଛି ଦୁଃଖ
ହଜିଯାଇଛି ମୋ ମନର ସୁଖ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର