April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଅନୁଭବରେ ବର୍ଷା —- ଭରତ ଚନ୍ଦ୍ର ଦାଶ

ଅନୁଭବରେ ବର୍ଷା

                                       

 

ବର୍ଷା

ଛ’ ଟି ବସନ୍ତ

ଅତିକ୍ରମ କଲଣି ତୁମେ

ଅନୁଭବର ଅନୁଭବରେ

ଅନୁଭବି ପାରିନ ତୁମର

ଉପସ୍ଥିତି ମନରେ ତନୁରେ

ଅବା ଚେତନାର ଚୈତନ୍ୟରେ।

ବର୍ଷା

ଏକ ଋତୁ ନୁହେଁ

ଜୀବନ ଯୌବନର ଏକ

ସ୍ବପ୍ନିଳ ମୁହୂର୍ତ୍ତ

ରୂପରେ ଲାବଣ୍ୟରେ

ହସରେ ଅବା ପ୍ରେମର ଫାଶରେ

ବାନ୍ଧିଥିଲ ଅନୁଭବର ମନ

ଯାହା ତାତ୍କାଳିକ ସମୟର ବେଶ୍

ଚର୍ଚ୍ଚା ଚର୍ଚ୍ଚିତ ଥିଲା

ପ୍ରେମ ତ ବାନ୍ଧିପାରେ ମନକୁ

ଛନ୍ଦିପାରେ ତନକୁ

ଆକର୍ଷିପାରେ ହୃଦୟକୁ

ତେବେ ଏମିତି କ’ଣ

ଊଣା ଥିଲା ଯେ ସୃଷ୍ଟିହେଲା

ସଂପର୍କର ଫାଟ

ଯାହା ସମକାଳ ଖଣ୍ଡରେ

ଭାଙ୍ଗି ଦେଉଛି ପ୍ରେମର

ପ୍ରଣୟର ଓ ପ୍ରତ୍ୟୟର

ଅତୁଟ ଅଲଙ୍ଘ୍ୟ କପାଟ ।

 

ବର୍ଷା

ତୁମେ କୁହ ପ୍ରେମ କଣ

ଲୁଚିଥାଏ ମିଠା ଅଧରରେ

ଅବା କଥାକୁହା ଆଖିର

ଅତୃପ୍ତ ଇସାରାରେ ନା

ଆଉ କେଉଁଠି ଥାଏ

ଚେତନ ଅବା ଅବଚେତନରେ।

ବର୍ଷା ତୁମେ ବର୍ଷିବା ପୂର୍ବରୁ

ଚିହ୍ନି ପାରିଲନି କେମିତି ମାଟିର

ଅନୁଭବକୁ ନା ଅଭିନୟ ଥିଲା।

ଅଭିନୟରେ ଅସମ୍ଭବ ସମ୍ଭବ ହୁଏ

ବାସ୍ତବତାର ମରୁଚିକା କେବଳ

ମୃଗତୃଷ୍ଣାରେ କ’ଣ ତୃଷା ମେଣ୍ଟେ

ମାତୃତ୍ବ ଓ ପିତୃତ୍ବ ଦୁଇଟି ଶବ୍ଦ

ପୁଣି ଦେହର କ୍ଷୁଧାକୁ ନେଇ

ଅତୃପ୍ତ ଆତ୍ମାର ଝଡ ଅନୁଭବରେ।

ସାମାଜିକ ପ୍ରତିଷ୍ଠା ଓ ପ୍ରତ୍ତିପତିରେ

ଗଣମାଧ୍ୟମରେ ଚର୍ଚ୍ଚା

ଆଦୌ ଶୁଭଙ୍କର ନୁହେଁ ।

ଛ’ଟି ବସନ୍ତରେ ଆସିଲାନି

କେମିତି ମିଳନର ପର୍ବ

ରତି ପତି ଅତନୁର ଅନଙ୍ଗ ବିଳାସ

ତୁମେ କ’ଣ ଜାଣିନାହଁ

ପୁଷ୍ପସାୟକର ଅଧିପତି କିପରି

ଅତନୁ ହେଲେ ସ୍ବୟଂମ୍ଭୁ ତ ପୁଣି

ଭାଙ୍ଗିଥିଲେ କଠୋର ତପସ୍ୟା

ଛଳନାରହିତ ଜୀବନରେ ଥାଏ ଶାନ୍ତି

କପଟରେ ତ ଅଶାନ୍ତିରେ

ମରିବା ନିଶ୍ଚିତ କେବଳ ।

 

ପୁରୁଷାକାରରେ ଥାଏ

ପ୍ରକୃତିର ବୈଭବ

ମାତୃତ୍ବରେ ପୁର୍ଣ୍ଣ କରେ

ପ୍ରକୃତିର କୋଳ

ପ୍ରପଞ୍ଚ ବନିବାରେ ନ ଥାଏ ଜୀବନ

ବୁଡିବାରେ ବୁଡାଇବାରେ

ଲୋକହସା ଲାଞ୍ଛନା କେବଳ ।

ଏବେ ଅନୁଭବ ତୁମେ ପ୍ରୀତିରେ ବର୍ଷ

ଅବା ବର୍ଷାର ପ୍ରୀତିରେ ଭିଜ

ଏବେ ବି ସମୟ ତୁମ ପାଇଁ

ଝର ଝର ଅମୃତର ଝର

ଅନୁଭବ ବର୍ଷା ପାଇଁ

ଅବିରତ ପ୍ରୀତିର ନିର୍ଝର ।

        —-xxx—

                        ସଦସ୍ୟ , ଓଡିଶା ସାହିତ୍ୟ ଏକାଡେମୀ

                        ମାର୍କୋଣା , ବାଲେଶ୍ବର – ୭୫୬ ୧୨୬

                            ଭ୍ରାମ୍ୟଭାଷ – ୯୪୩୭୩୭୨୧୬୬                  

                            ରଚନାକାଳ- ୨୮ ମେ,୨୦୨୨  

                                 ଅପରାହ୍ଣ ୧୩.୫୨

Loading

Leave a Reply

Your email address will not be published. Required fields are marked *