ଜୀବନ ସଙ୍ଗିନୀ
ପ୍ରେୟସୀ ରୂପସୀ ମନର ମାନସୀ
ସୁଖୀ ଯୁଗଳ ଦମ୍ପତି
ସୁଖୀ ପରିବାର ଦାମ୍ପତ୍ୟ ଜୀବନ
ଅଭୁଲା ଜୀବନ ସାଥୀ ।
ପାଦେ ପାଦ ଯୋଖି ଚାଲି କେଡ଼େ ଚାଖି
ସୁନ୍ଦରୀ ପ୍ରୀୟା ମୟୂରୀ
ଜୀବନ ଜୀବିକା ପେଟ ପାଇଁ ଏକା
ନାଟ କରିବା ସୁମରି ।
କଳା କୁଞ୍ଜ ବନେ ଗଜରା ବନ୍ଧନେ
ବେଣୀ ଦିଶେ କେଡ଼େ ଶୋଭା
ଦେଖି ଦେଲେ ଥରେ ନୟନ ଫେରେ ନି
ଆହାଃ କେତେ ମନଲୋଭା ।
ଲୋଡା ନାହିଁ ତାଙ୍କ ଦାମୀ ଗାଡ଼ି ଘୋଡ଼ା
ଦ୍ବିଚକ୍ରଯାନ ବାହନ
ଆତ୍ମସନ୍ତୋଷେଣ ଉଲ୍ଲାସ ମନନେ
ଯାଯାବର ଅଭିଯାନ ।
ଜୀବନ ସଙ୍ଗିନୀ ହାତେ ହାତ ଛନ୍ଦି
ଚାଲି ତା ଗଜଗାମିନୀ
ଅପରୂପ ଠାଣୀ ନିଏ ମନ କିଣି
ଗୋରା ଦେହେ ପରିଧାନୀ ।
ପ୍ରସନ୍ନ କୁମାର ମେହେର
ଦିଗଶିରା, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର