“କଳି” କଥା
ଶୁଣ ସାଧୁ ଜନ ସଧିରେ l କଳିର କଥା କହେ ଥରେ ll
ଶରୀର ପଞ୍ଚଭୂତେ ସୃଷ୍ଟି l କାଳ ତା’ସର୍ଜନା କରନ୍ତି ll
ମହା କାଳର ଭିନ୍ନ ଲୀଳା l ସୃଷ୍ଟିର ଭାର କଳି ନେଲା ll
ଆପଣା କଲା କର୍ମ ଯବେ l କାଳ ଆୟତେ ଘଟେ ଏବେ ll
ବ୍ରହ୍ମ ଜ୍ଞାନ ଯେ ଚିହ୍ନି ଥିବ l ଅକାଳ ପ୍ରଭାବ ନଥିବ ll
କାଳର ଶକ୍ତି ସର୍ବ ବ୍ୟାପି l ଅନନ୍ତ ନପାରେ ନିରୋପି ll
କାଳ ସ୍ବରୁପେ କଳି ବଳ l ମୃତ୍ୟୁ ରାଜ୍ୟରେ ଟି ପ୍ରବଳ ll
ଦଣ୍ଡକୁ ଯୁଗ ପ୍ରାୟ ମଣି l ଜଗତ କରିବ ଭାଳେଣି ll
ନ ଥିବ ଲେଶ କାର ଶକ୍ତି l କାଳ କବଳୁ ହେବ ମୁକ୍ତି ll
କାଳ ପଛକୁ ଚାହେଁ ନାହିଁ l ବର୍ତ୍ତମାନକୁ ଥାଏ ବହି ll
ଆସିବ ଅମା କଳି କାଳ l ସପତ ଦିନ ଅମା ବେଳ ll
ତେଣୁ କଳିକୁ ଆବାହନ l କରିବା ସତ୍ୟ ବୋଲୁ ମନ ll
ନିଜକୁ କର ସମର୍ପଣ l ସତ୍ୟ ସାମ୍ନାରେ ଭକ୍ତ ଗଣ ll
କଳି ଆସିବ ଶାନ୍ତି ନେଇ l ପରିବା ଯେବେ ଧରି ଭାଇ ll
କରିବ ସର୍ବେ ସ୍ଵଛ ଚିନ୍ତା l କଳି କାଳିମା ଏକ ପନ୍ଥା ll
ଯେ ଯାହା କରେ କ୍ଷଣେ ମହୀ l କଳି କାଳରେ ଅଛି ରହି ll
ଜାଣଇ କ୍ଷଣେ ଶୂନ୍ୟେ ରହି l ଅଜଣା କିଛି ତାରେ ନାହିଁ ll
ନିୟତି ବଡ଼ ବଳିୟାର l ମାନବ କେତେ ବା ମାତର ll
ପ୍ରାକୃତି ତାଣ୍ଡବ ଅବର୍ଷା l ଶସ୍ୟ ହାନି ହାନି ବେଉସା ll
ତା ବଂଶ କାଳ କବଳରେ l ମୋ ବଂଶ ଶୁଷ୍କ ତୃଣ ଜଳେ ll
ମହlଜନଙ୍କୁ ମହା କାଳ l ଗର୍ଭ ରେ ଦେଖାଏ ମହାବିଳ ll
କେତେ ମାତର ମହୀ ଯିବ l କ୍ଷଣେ ଖର୍ପରେ ପକାଇବା ll
ଭୀମ ସହିତେ କୁନ୍ତୀ ଯେତେ l ଭଖିଲେ ଯୋଗ ମାୟା ସତେ ll
ବେଳ ହୁଁ ଭଜ ଅଜପାକୁ l ଆସୁଛି କଳି ଜୀବନକୁ ll
ଶରତ ଚନ୍ଦ୍ର ପଣ୍ଡା, ଯାଜପୁର