*ସୃଷ୍ଟି ସର୍ଜନା..*
************
ଜନନୀ ଜଠ ରୁ ମମତାର ସୃଷ୍ଟି
ମମତା ର ଆଧାରରୁ
ଆଶୀର୍ବାଦ ର ସୃଷ୍ଟି…!
ଭକ୍ତ ର ଭାବନରୁ ଭକ୍ତିର ସୃଷ୍ଟି
ଭକ୍ତିର ଚେତନା ରୁ
ସମର୍ପଣ ର ସୃଷ୍ଟି…!
ଭାବନାର ରୂପରୁ ଭାଷା ର ସୃଷ୍ଟି
ଭାଷା ର ଆଧାର ରୁ
ସାହିତ୍ୟ ର ସୃଷ୍ଟି…!
ସାହିତ୍ୟ ସର୍ଜନା ରେ
ଜାଗ୍ରତ ସମାଜ ର ସୃଷ୍ଟି
ଜାଗ୍ରତ ସମାଜର ସୃଷ୍ଟି ରେ
ଉନ୍ନତ ରାଷ୍ଟ୍ର ର ସୃଷ୍ଟି…!
ସମଗ୍ର ସୃଷ୍ଟି ରେ ଥାଏ
ଈଶ୍ୱର ଙ୍କ ସ୍ୱୀକୃତି…
ଜନ୍ମ ମୃତ୍ୟୁ ସର୍ଜନା /ବିସର୍ଜନ
ସବୁ ସେଇ ବିଶ୍ୱନିୟନ୍ତା ଙ୍କ
ହସ୍ତରେ ନିୟତି…!!
ଧର୍ମ ପଥେ ରହିଲେ ସୃଷ୍ଟି ରହିବ
ସୃଷ୍ଟି ର ରକ୍ଷାରେ ଜଗତ ତିଷ୍ଠିବ…||
*******************
ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ
ଅନୁଗୋଳ
*******************